Nigamananda Saraswat Sangha Kalyani Nuapur

Jayguru. Official page of Kalyani Nuapur Saraswat Sangha

Photos from Nigamananda Saraswat Sangha Kalyani Nuapur's post 03/12/2023

*ଜୟଗୁରୁ*
*ବାଣୀ*
*" ସର୍ବତୋଭାବରେ ମୋର ଶରଣାପନ୍ନ ହୁଅ , ମୋତେ ଟିକିଏ ସୁଖ ପାଅ ତା' ହେଲେ ସମସ୍ତ ଲାଭ କରି ପାରିବ× × × ଏକମାତ୍ର ଦୃଢ଼ ବିଶ୍ବାସ ବଳରେ ହିଁ ତୁମର ସର୍ବାର୍ଥ ସିଦ୍ଧ ହେବ; ତେଣୁ ବିଶ୍ବାସ ଓ ନିର୍ଭରତା ହିଁ ସାଧକମାନଙ୍କର ପ୍ରଧାନ ଅବଲମ୍ବନ । ନିର୍ଭରତା ଥିଲେ ତୁମମାନଙ୍କୁ କିଛି କରିବାକୁ ଆଦୌ ପଡ଼ିବ ନାହିଁ ।"*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 03/12/2023

*ଜୟଗୁରୁ*

*ବାଣୀ*
*ତୁମେମାନେ ସାଧନ ଜଗତରେ ଅତି ଶିଶୁ । ତେଣୁ ଶିଶୁର ଆବଶ୍ଯକ ଭଳି ସାଧନପଥ ତୁମମାନଙ୍କୁ ଦେଖାଇଦେଇଛି । ତୁମମାନଙ୍କର ଭକ୍ତିପଥ । ଶିଶୁ ଯେପରି ମା, ମା, ବୋଲି କ୍ରନ୍ଦନ କରେ, ତୁମେମାନେ ମଧ୍ୟ ସେହିପରି ପ୍ରାର୍ଥନା କରିବା ଉଚିତ ଯେ, ' ହେ ଭଗବାନ ' ଆମେ ଅତିଶୟ ଦୁର୍ବଳ । କେବଳ ତୁମେ ହିଁ ଆମମାନଙ୍କ ଭରସାର ସ୍ଥଳ । ତେଣୁ ଆମେ ତୁମ ଉପରେ ନିର୍ଭର କରୁଛୁ । ତୁମେ ଆମକୁ କୃପା କର ।" ଏହି ପଥ ଭିନ୍ନ ତୁମମାନଙ୍କର ଅନ୍ୟ ଉପାୟ ନାହିଁ । ନାମ କରୁଥାଅ, ଫଳ ନିଶ୍ଚୟ ପାଇବ । ଦୁଇଦିନ ସାଧନା ନ କରୁଣୁ ଫଳଲାଭର ଆଶା କରୁଛ କିପରି ?*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

27/11/2023
Photos from Nigamananda Saraswat Sangha Kalyani Nuapur's post 19/11/2023

*ଜୟଗୁରୁ*

*ବାଣୀ*

*" ମୁଁ ସଦ୍ ଗୁରୁ , ଜଗତଗୁରୁ ଙ୍କ ମଙ୍ଗଳମୟ ଇଚ୍ଛା ମୋର ଅନ୍ତରେ ଲୀଳାୟିତ ତୁମର ସେହି ଲୀଳାପୁଷ୍ଟିର ହିଁ ସହାୟକ । ମୋର ଅନ୍ତରରେ ଯାହା ପ୍ରତିଭାତ ହୋଇଛି ତୁମର ବାହାରେ ତାକୁ ରୂପ ଦିଅ । ମୁଁ ତୁମ୍ଭମାନଙ୍କ ନିକଟରୁ ଅନ୍ୟ କିଛି ଚାହେଁନା ତୁମ୍ଭେମାନେ ମୋର ଶକ୍ତି ହୁଅ ।"*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 19/11/2023

ଜୟଗୁରୁ
" ତୁମେମାନେ ସମସ୍ତେ ପ୍ରସ୍ତୁତ ହୋଇ ରହ । ଭଗବାନ ନିକଟରେ ଆସିବେ । ଯେଉଁ କ୍ଷେତ୍ରରେ ସେ ପବିତ୍ରତା ଓ ଧର୍ମ ପ୍ରାଣତା ଦେଖିବେ, ସେହିଠାରେ ତାଙ୍କର ଅଭୟ ହସ୍ତ ପ୍ରସାରଣ କରିବେ । ମୋର ଏହି ମଠ ଆଶ୍ରମ ଗୁଡ଼ିକ ତାଙ୍କରି କାର୍ଯ୍ଯରେ ଲାଗିବ । ସୁତରାଂ ଯଦି ଅନ୍ଯ କିଛି କରି ନ ପାରିବ ତେବେ ଅନ୍ତତଃ ଧୂପଦୀପ ଦେଇ ଏଗୁଡ଼ିକୁ କୌଣସି ମତେ ବଂଚାଇରଖ । ସେ ଯେତେବେଳେ ଆସିବେ ସମସ୍ତ ଭାର ନିଜ ହସ୍ତରେ ଗ୍ରହଣ କରିବେ । ତାଙ୍କରି କାର୍ଯ୍ଯରେ ଲାଗିବ ବୋଲି ମଠ ଆଶ୍ରମ ପାଇଁ ଏତେ ଚିନ୍ତା କରୁଛି । ତୁମେମାନେ ସମସ୍ତେ ନିଶ୍ଚିନ୍ତ ଭାବେ ଶ୍ରୀଗୁରୁଙ୍କ ଉପରେ ନିର୍ଭର କରି ତାଙ୍କରି କାର୍ଯ୍ଯ କରିଯାଅ । ସେ ଯେତେବେଳେ ଆସିବେ ତୁମମାନଙ୍କୁ ଆପଣାର କରିନେବେ ।"
—ଠାକୁର ନିଗମାନନ୍ଦ

12/11/2023

Jayguru 🙏🙏🙏Jay Maa 🙏🙏🙏Kali Puja 🙏🙏🙏

Photos from Nigamananda Saraswat Sangha Kalyani Nuapur's post 12/11/2023

Jayguru 🙏🙏🙏Jay Maa 🙏🙏🙏

Photos from Nigamananda Saraswat Sangha Kalyani Nuapur's post 29/10/2023

*ଜୟଗୁରୁ*

*ମୁଁ କଣ ଚାହେଁ*

*ଗୁରୁଙ୍କ କୃପାରୁ ଏ ପ୍ରାଣ ଦିନକୁ ଦିନ ଯେତେ ବିଶ୍ଵମୟ ପ୍ରସାରିତ ହେଉଛି , ବିଶ୍ଵର ଅଭାବ ମୋତେ ସେତିକି ଘେରି ରହୁଛି । ପ୍ରତ୍ୟେକ ଜୀବଙ୍କ ପାଇଁ ପ୍ରାଣ କାନ୍ଦୁଛି । ମୋ ପ୍ରାଣରେ ପ୍ରାଣ ମିଶାଇ ତୁମ୍ଭେମାନେ ମଧ୍ୟ ଜୀବ ଜଗତର ସେବା ପାଇଁ ପ୍ରସ୍ତୁତ ହୁଅ । ପ୍ରାଣେ ପ୍ରାଣେ ବୁଝୁଛି , ମୋର ଓ ମୋର ବୋଲି ଯେଉଁମାନେ ଅଛନ୍ତି ସେମାନଙ୍କ ସମ୍ମୁଖରେ ଅସଂଖ୍ୟ କାର୍ଯ୍ୟ ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

25/09/2023

*ଜୟଗୁରୁ*

*ମୁଁ କଅଣ ଚାହେଁ*

*ତୁମ୍ଭମାନଙ୍କଠାରୁ ମୁଁ କିଛି ଚାହେଁନା । କେବଳ ତୁମ୍ଭମାନଙ୍କର ଟିକିଏ ହସ ହସ ମୁହଁ ଦେଖିବାକୁ ଚାହେଁ । ତୁମ୍ଭେମାନେ ମୁହଁ ଭାରି କରିଥିଲେ ମୋ ଛାତି ଫାଟିଯାଏ। ପ୍ରତ୍ୟେକେ ଯଦି ବାଜେ ଜିନିଷରେ ତୁମ୍ଭମାନଙ୍କ ହୃଦୟ ପୂର୍ଣ୍ଣ କରି ରଖିବ ତେବେ ମୁଁ ବସିବି କେଉଁଠି ? ମୋ ପାଇଁ ଟିକିଏ ଜାଗା ରଖ ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

20/09/2023

*ଜୟଗୁରୁ*
*ଅଭୟ ବାଣୀ*

*ତୁମ୍ଭେମାନେ ଭାବୁଛ କାହିଁକି , ଚିନ୍ତା କରୁଛ କାହିଁକି , ନିଜ ହୃଦୟର କରୁଣ ଅବସ୍ଥା ଉପଲବ୍ଧି କରି ହତାଶ ହୋଇପଡୁଛ କାହିଁକି ? ମୁଁ ପରା ତୁମ୍ଭମାନଙ୍କର ଅଛି , ତୁମ୍ଭମାନଙ୍କର ସବୁ ଶୂନ୍ୟ ପୂର୍ଣ୍ଣ କରିବା ପାଇଁ , ସବୁ ଅଭାବ ନିିଃଶେଷ କରି ମେଣ୍ଟାଇବା ପାଇଁ । ସବୁ ଭାର ମୋ ଉପରେ ଛାଡ଼ିଦିଅ , ଆଧ୍ୟତ୍ମିକ ଉନ୍ନତିର ଦାୟ ମୋ ଉପରେ ଲଦିଦେଇ ତୁମ୍ଭେମାନେ ନିଶ୍ଚିନ୍ତ ହୁଅ । ମୁଁ ତୁମ୍ଭମାନଙ୍କର ସବୁ ଭାର ବହନ କରିବି , ଏହି ପାପ - ପଙ୍କିଳ ଜଗତରୁ ମୁଁ ତୁମ୍ଭମାନଙ୍କୁ ନିତ୍ୟ ଜ୍ୟୋତିର୍ମୟ ଆନନ୍ଦଧାମକୁ ଟାଣି ନେଇଯିବି ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 13/09/2023

ଜୟଗୁରୁ
ଯେ ଯେଭଳି ପ୍ରାରବ୍ଧ ନେଇ ଜନ୍ମଗ୍ରହଣ କରିଛନ୍ତି, ତାକୁ ତାହା ଅବଶ୍ୟ ଭୋଗ କରିବାକୁ ହେବ । ସଂସାର ଯେ ଯୁଦ୍ଧକ୍ଷେତ୍ର । ଏଠାରେ ଆଜୀବନ ସଂଗ୍ରାମନିରତ ରହିବାକୁ ପଡ଼ିବ । ଆତ୍ମହତ୍ୟା କରିବାର ଅଧିକାର କାହାରି ନାହିଁ । ଆତ୍ମହତ୍ୟାଦ୍ବାରା ଯଦି ଯନ୍ତ୍ରଣାରୁ ନିଷ୍ର୍କୁତି ମିଳୁଥାନ୍ତା, ତେବେ ଆଉ ଭାବନା କ'ଣଥିଲା ? ଧୀରସ୍ଥିର ଭାବରେ ପ୍ରାରବ୍ଧ ଭୋଗ କରିଯାଅ । ସ୍ତ୍ରୀ, ପୁତ୍ରମାନେ ମଧ୍ଯ ପ୍ରାରବ୍ଧ ଅନୁସାରେ ସମ୍ମିଳିତ ହୋଇଥାନ୍ତି । ସୁତରାଂ କୌଣସି ବିଷୟରେ କ୍ଷୁର୍ଣ୍ଣ ନ ହୋଇ ଯଥାସାଧ୍ୟ କର୍ତ୍ତବ୍ୟ ପ୍ରତିପାଳନ କରିଯାଅ ।
—ଠାକୁର ନିଗମାନନ୍ଦ

12/09/2023

ଜୟଗୁରୁ
" ମୁଁ ତୁମମାନଙ୍କର ଗୁରୁ, ତୁମମାନଙ୍କୁ ମୁକ୍ତି ଦେବି ବୋଲି ତୁମର ସମସ୍ତ କର୍ମର ବୋଝ ମୁଁ ନିଜେ ଗ୍ରହଣ କରିଛି । ମୁଁ ଅଗ୍ନି, ତୁମମାନଙ୍କୁ ଅଗ୍ନିମୟ କରିଦେବି ବୋଲି ତୁମ ଭିତରେ ସ୍ଫୁଲିଙ୍ଗ ସଦ୍ରୁଶ ବୀଜ ଅର୍ପଣ କରିଛି । ଇନ୍ଧନ ଶୁଷ୍କ ଥିଲେ ଦପ୍ କରି ଅଗ୍ନି ଜଳିଉଠେ, ଓଦା ଥିଲେ ଅଗ୍ନି ଧରିବାକୁ ବିଳମ୍ବ ହୁଏ ।× × × ପ୍ରତୀକ୍ଷା କର, ନିଶ୍ଚିନ୍ତରେ ନିର୍ଭୟରେ ବସି ରହ । ତୁମେ ଯେତେ ହୀନ ହୁଅ, ଯେତେ ତୁଚ୍ଛ ହୁଅନା କାହିଁକି, ସମସ୍ତେ ଦିନେ ଅଗ୍ନିମୟ ହୋଇଯିବ ।ମୋ ଦୁଆରୁ ନିରାଶ ହୋଇ କାହାରିକୁ ଫେରିବାକୁ ହେବ ନାହିଁ ।"
—ଠାକୁର ନିଗମାନନ୍ଦ

12/09/2023

*ଜୟଗୁରୁ*
*ଅଭୟ ବାଣୀ*

*ମୋ ଉପରେ ଯଦି ବିଶ୍ବାସ ଥାଏ , ତେବେ ମୋ କଥା ଉପରେ ନିର୍ଭର କରି ଅବିଚାରରେ ମୋ କର୍ମ କରିଯାଅ । ଏକଥା ମୁଁ ବାରମ୍ବାର କହିଆସିଛି , ମୋ ମଠ - ଆଶ୍ରମ ରହୁ ବା ନ ରହୁ , ଚଳୁ ବା ନ ଚଳୁ ମୁଁ ଯେ ଏତେଗୁଡିଏ ଲୋକଙ୍କୁ ଖଟାଉଛି , ଯଦି ସେମାନଙ୍କୁ ସେପରି ପାରିଶ୍ରମିକ ଦେଇ ନ ପାରିବି , ତେବେ ଖଟାଇବି କାହିଁକି ? ଆଜି ସେମାନେ ଅସୀମ ଉଦ୍ୟମରେ ପ୍ରାଣପଣେ ମୋ କାର୍ଯ୍ୟ କରିଯାଉଛନ୍ତି , ମୁଁ ବି ଦିନେ ସେମାନଙ୍କ ପାରିଶ୍ରମିକ କଡ଼ାଗଣ୍ଡାରେ ଚୁକେଇ ଦେବି ଏହା ମୋର ପୁନଃ ପୁନଃ ଉକ୍ତି ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 02/09/2023

*ଜୟଗୁରୁ*
*ଅଭୟ ବାଣୀ*

*ତୁମ୍ଭମାନଙ୍କର ବିଦ୍ୟାବୁଦ୍ଧି ନ ଥିଲେ ମଧ୍ୟ କେବଳ ମୋ ପ୍ରତି ବିଶ୍ଵାସ ଥିଲେ ହିଁ ତୁମ୍ଭମାନଙ୍କ ଭିତରେ ବ୍ରହ୍ମ , ଆତ୍ମା, ଭଗବାନ ତିନୋଟି ଅବସ୍ଥା ହିଁ ଫୁଟିଉଠିବ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

01/09/2023

*ଜୟଗୁରୁ*
*ଅଭୟ ବାଣୀ*

*ଦେଖ ଇଷ୍ଟଚିନ୍ତା କରିବା ଅପେକ୍ଷା ଗୁରୁଚିନ୍ତାର ଫଳ ବେଶି । ତୁମ୍ଭେମାନେ ଗୁରୁଙ୍କର ସ୍ୱରୂପ ଚିନ୍ତା କର, ତେବେ ମୃତ୍ୟୁ ପରେ ଠାକୁରଙ୍କ ସ୍ୱରୂପ ପାଇବ। ତୁମ୍ଭେମାନେ ଯଦି ସର୍ବଦା ଠାକୁରଙ୍କୁ ଭାବ , ଦେଖିବ ତାଙ୍କର ଅଗାଧ ଜ୍ଞାନରାଶି ତୁମ୍ଭମାନଙ୍କର ଅଧିଗତ ହେବ , ତୁମ୍ଭେମାନେ ମଧ୍ୟ ଠାକୁର ହୋଇଯିବ,ସେ ବିଷୟରେ କୌଣସି ସନ୍ଦେହ ନାହିଁ। କେବଳ ଦୃଢ଼ ବିଶ୍ବାସ ଦରକାର ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 31/08/2023

Jayguru 🙏🙏🙏
144th Janmostav of Thakur Maharaj 🙏🙏🙏

24/08/2023

Jayguru 🙏🙏🙏 Janmostav 🙏🙏🙏

Photos from Nigamananda Saraswat Sangha Kalyani Nuapur's post 17/08/2023

*ଜୟଗୁରୁ*
*ଅଭୟ ବାଣୀ*

*ମୋର ଶିଷ୍ୟା ନ ହୋଇ ମଧ୍ୟ ଯଦି ମୃତ୍ୟୁ କାଳରେ ମୋର ଦର୍ଶନ ପାଇଥାଏ, ତେବେ ତୁମ୍ଭମାନଙ୍କ ସମ୍ୱନ୍ଧରେ ଆଉ କଥା କଣ ?* *ବିଶ୍ବାସ ହଉ ବା ନ ହେଉ , ମୋର କର୍ତ୍ତବ୍ୟ ମୁଁ ଯଥାସମୟରେ ପାଳନ କରିବି । ଯଥାସମୟରେ ଯଥାସ୍ଥାନରେ ଦର୍ଶନ ଦେଇ ତୁମ୍ଭମାନଙ୍କର ଗନ୍ତବ୍ୟପଥ ନିର୍ଦ୍ଦେଶ କରିଦେବି ।*

*ଶ୍ରୀ ଶ୍ରୀ ଠାକୁର *

17/08/2023

ଜୟଗୁରୁ
ଶ୍ରୀଗୁରୁଦେବଙ୍କ ନିକଟରେ ବ୍ୟାକୁଳ ଭାବରେ ପ୍ରାଣ ଖୋଲି ପ୍ରାର୍ଥନା କଲେ ସମସ୍ତଙ୍କ ବାସନା ନିଶ୍ଚୟ ପୂର୍ଣ୍ଣ ହେବ । ଭଲ ମନ୍ଦ ଯେ କୌଣସି କଥା ମନରେ ଜାଗ୍ରତ ହେଲେ ତାହା ଶ୍ରୀଗୁରୁଦେବଙ୍କ ନିକଟରେ କହିବାକୁ କୁଣ୍ଠାବୋଧ କର ନାହିଁ କିମ୍ବା ଭୟ କର ନାହିଁ । ଅଭୀଷ୍ଟ ଲାଭ ନିମିତ୍ତ ପ୍ରାର୍ଥନା କରିବାକୁ ହେଲେ ନିଜେ ପ୍ରାର୍ଥନା କର, ଅନ୍ୟର ସାହାଯ୍ଯ ଆବଶ୍ଯକ ନାହିଁ । ପ୍ରାଣର ଇଚ୍ଛାକୁ ବ୍ୟାକୁଳତାରେ ମଣ୍ତିତ କରି ଗୋଟିଏ ମାତ୍ର ଦାବୀକୁ ଅବଲମ୍ବନ କରି ପ୍ରାର୍ଥନା କଲେ ଅଚିରେ ସଫଳ ମନୋରଥ ହେବ ।"
—ଠାକୁର ନିଗମାନନ୍ଦ

Photos from Nigamananda Saraswat Sangha Kalyani Nuapur's post 11/06/2023

*ଜୟଗୁରୁ*
*ବାଣୀ*

*କେହି କାହାରି ଭାଗ୍ଯ ପାଇଁ ଦାୟୀ ନୁହନ୍ତି । ସମସ୍ତେ ନିଜ ନିଜ କର୍ମଫଳ ଭୋଗ କରନ୍ତି । କର୍ମାନୁଯାୟୀ ବିଧାତା ଆତ୍ମୀୟ‐ ସ୍ବଜନସହ ସଂଜୋଜନା କରନ୍ତି ମାତ୍ର । କର୍ମଫଳରେ ଯାହା ଅଛି, ତାହା ଅବଶ୍ଯ ଭୋଗ କରିବାକୁ ହେବ । କେହି ଖଣ୍ଡନ କରିପାରିବେ ନାହିଁ ।*

*ଶ୍ରୀ ଶ୍ରୀ ଠାକୁର*

11/06/2023

*ଜୟଗୁରୁ*
*ବାଣୀ*

*" ମୁଁ ବିପୁଳ ଶକ୍ତି ନେଇ ଜଗତକୁ ଆସିଛି । ତୁମେମାନେ କରୁଣାବତାର ରାମକୃଷ୍ଣଦେବଙ୍କର କଥା ତ ଜାଣିଛ । ସେ ଜଣେ ମାତ୍ର ଗିରୀଶ ଘୋଷର ଭାର ନେଇଥିଲେ । ତୁମେ ଯେତେ ଶହ ଶହ ଗିରୀଶ ଘୋଷ ଅଛ ମୋ ନିକଟକୁ ଆସ । ମୁଁ ସମସ୍ତଙ୍କର ଭାର ନେବି । ମୁଁ ସମସ୍ତଙ୍କର ବିଷ ଶୋଷଣ କରି ସମସ୍ତଙ୍କୁ ଅମୃତମୟ କରିଦେବି ।"*

*ଶ୍ରୀ ଶ୍ରୀ ଠାକୁର *

Photos from Nigamananda Saraswat Sangha Kalyani Nuapur's post 11/06/2023

*ଜୟଗୁରୁ*
*ବାଣୀ*

*" ମୁଁ ବିପୁଳ ଶକ୍ତି ନେଇ ଜଗତକୁ ଆସିଛି । ତୁମେମାନେ କରୁଣାବତାର ରାମକୃଷ୍ଣଦେବଙ୍କର କଥା ତ ଜାଣିଛ । ସେ ଜଣେ ମାତ୍ର ଗିରୀଶ ଘୋଷର ଭାର ନେଇଥିଲେ । ତୁମେ ଯେତେ ଶହ ଶହ ଗିରୀଶ ଘୋଷ ଅଛ ମୋ ନିକଟକୁ ଆସ । ମୁଁ ସମସ୍ତଙ୍କର ଭାର ନେବି । ମୁଁ ସମସ୍ତଙ୍କର ବିଷ ଶୋଷଣ କରି ସମସ୍ତଙ୍କୁ ଅମୃତମୟ କରିଦେବି ।"*

*ଶ୍ରୀ ଶ୍ରୀ ଠାକୁର*

Photos from Nigamananda Saraswat Sangha Kalyani Nuapur's post 04/06/2023

*ଜୟଗୁରୁ*
*ବାଣୀ*

*"ବିଶ୍ବାସ ହିଁ ସବୁର ମୂଳ । ବିଶ୍ବାସ ନଥିଲେ କୌଣସି ପଥରେ ସୁଫଳ ମିଳେ ନାହିଁ । ବିଶ୍ବାସହୀନର ଜୀବନ ଧାରଣ ବିଡ଼ମ୍ବନା ମାତ୍ର ।ଏକମାତ୍ର ଦୃଢ଼ ବିଶ୍ବାସ ବଳରେ ହିଁ ସର୍ବାର୍ଥସିଦ୍ଧ ହେବ । ତେଣୁ ବିଶ୍ବାସ ଓ ନିର୍ଭରତା ସାଧକଙ୍କର ପ୍ରଧାନ ଅବଲମ୍ବନ । ନିର୍ଭରତା ଥିଲେ, ତୁମମାନଙ୍କୁ ଅନ୍ଯ କିଛି କରିବାକୁ ପଡ଼ିବ ନାହିଁ । ତୁମ୍ଭମାନଙ୍କର ଯଦି କିଛି ଉନ୍ନତି ହୋଇଥାଏ, ତେବେ ତାହା ସାଧନା ଦ୍ବାରା ହୋଇନାହିଁ ; କେବଳ ମୋ ପ୍ରତି ନିର୍ଭରତା ଓ ଅକପଟ ସୁଖ ପାଇବା ଫଳରେ ସିଦ୍ଧ ହୋଇଛି ।*

ଶ୍ରୀ ଶ୍ରୀ ଠାକୁର

Photos from Nigamananda Saraswat Sangha Kalyani Nuapur's post 28/05/2023

*ଜୟଗୁରୁ*
*ବାଣୀ*

*ତର୍ପଣର ତିନୋଟି ଉଦ୍ଦେଶ୍ଯ ଅଛି । ପ୍ରଥମ ହେଉଛି, ମନୁଷ୍ୟ ମରିବା ସଙ୍ଗେ ସଙ୍ଗେ ଅଜ୍ଞାନ ହୋଇଯାଏ । ସେତେବେଳେ ତାହାର ସୁଖ ଦୁଃଖ ଜ୍ଞାନ ନ ଥାଏ । ଆଦ୍ଯଶ୍ରାଦ୍ଧ ଦିନ ପୂରକ ପିଣ୍ତ ହୋଇଗଲେ, ସେ ପ୍ରେତ ଦେହ ପ୍ରାପ୍ତ ହୁଏ ଓ କର୍ମଫଳ ଭୋଗ କରେ । ବାଳକ ଓ ପଶୁପକ୍ଷୀଙ୍କ ବ୍ୟତୀତ ଅନ୍ଯମାନଙ୍କୁ ପ୍ରେତଦେହ ଧାରଣ କରିବାକୁ ହୁଏ । ପ୍ରେତ ଶରୀର ଯେଉଁ ଲୋକରେ ବାସ କରେ, ତାହାକୁ ଭୁବଲୋକ କୁହାଯାଏ । ଏହି ଭୁବଲୋକ ପୁଣି ଦୁଇ ଭାଗରେ ବିଭକ୍ତ— ପ୍ରେତଲୋକ ଓ ପିତ୍ରୁଲୋକ । ଜୀବ ଏହି ସ୍ଥାନରେ କିଛିଦିନ ବାସ କରି କ୍ରମମୁକ୍ତି ପଥରେ ମହର୍ଲୋକ ପର୍ଯ୍ଯନ୍ତ ଗମନ କରି ସେଠାରୁ ଅଜ୍ଞାନ ହୋଇ ପୁନରାୟ ଜନ୍ମଗ୍ରହଣ କରେ । ତେବେ କେତେ ଦିନ ପରେ ପୁଣି ଜନ୍ମ ଗ୍ରହଣ କରିବ, ତାହାର ନିଶ୍ଚୟତା ନ ଥିବାରୁ ମୃତ ଆତ୍ମୀୟମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରାଯାଏ । କେହିକେହି ବାର୍ଷିକ ଶ୍ରାଦ୍ଧପରେ ଜନ୍ମ ଗ୍ରହଣ କରନ୍ତି, କାହାରି କାହାରି ଗୋଟିଏ ପୁରୁଷ ପରେ ଜନ୍ମ ହୁଏ । ତେଣୁ ହିନ୍ଦୁ ଶାସ୍ତ୍ରକାରମାନେ ଚାରି ପୁରୁଷ ପର୍ଯ୍ଯନ୍ତ ଶ୍ରାଦ୍ଧର ବ୍ୟବସ୍ଥା କରିଦେଇ ଯାଇଛନ୍ତି । ଚାରି ପୁରୁଷ ମଧ୍ୟରେ ନିଶ୍ଚୟ ଜନ୍ମ ହୋଇଥାଏ ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

25/05/2023

*ଜୟଗୁରୁ*
*ବାଣୀ*

*" ସଂସାରରେ ସୁଖୀ କରିବାକୁ ଗୁରୁ ଶିଷ୍ଯ ଗ୍ରହଣ କରନ୍ତି ନାହିଁ ।ସଂସାରର ଅନିତ୍ଯତା ବୁଝାଇଦେଇ ଶିଷ୍ଯମାନଙ୍କୁ ଶାନ୍ତି ରାଜ୍ଯର ବାଟ ଦେଖାଇଦେବା ସଦ୍ ଗୁରୁଙ୍କ କାର୍ଯ୍ଯ । ଆଶୀର୍ବାଦ କରୁଛି, ତୁମମାନଙ୍କର ସାଂସାରିକ ମୋହ ଦୂର ହୋଇ ମାଆଙ୍କ ଚରଣରେ ଦୃଷ୍ଟି ନିପତିତ ହେଉ ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 25/05/2023

*ଜୟଗୁରୁ*
*ବାଣୀ*

*" ସଂସାରରେ ସୁଖୀ କରିବାକୁ ଗୁରୁ ଶିଷ୍ଯ ଗ୍ରହଣ କରନ୍ତି ନାହିଁ ।ସଂସାରର ଅନିତ୍ଯତା ବୁଝାଇଦେଇ ଶିଷ୍ଯମାନଙ୍କୁ ଶାନ୍ତି ରାଜ୍ଯର ବାଟ ଦେଖାଇଦେବା ସଦ୍ ଗୁରୁଙ୍କ କାର୍ଯ୍ଯ । ଆଶୀର୍ବାଦ କରୁଛି, ତୁମମାନଙ୍କର ସାଂସାରିକ ମୋହ ଦୂର ହୋଇ ମାଆଙ୍କ ଚରଣରେ ଦୃଷ୍ଟି ନିପତିତ ହେଉ ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 21/05/2023

*ଜୟଗୁରୁ*
*ବାଣୀ*

*ବତ୍ସ ! ଗୁରୁ ବାକ୍ଯରେ ବିଶ୍ବାସ କରି ତାଙ୍କ ଉପରେ ସମସ୍ତ ଭାର ଦେଇ ନିଶ୍ଚିନ୍ତ ମନରେ ସଂସାର କରିଯାଅ, କୌଣସି ବିପଦ ତୁମକୁ ସ୍ପର୍ଶ କରିପାରିବ ନାହିଁ । ଦାୟିତ୍ବ କେତେବେଳେ ଖାଣ୍ଟି ହୁଏ ? ‐ ଯେତେବେଳେ ନିଜର ସମସ୍ତ କାର୍ଯ୍ଯ ଶ୍ରୀଭଗବାନଙ୍କୁ ଅର୍ପଣ କରାଯାଏ ।*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 14/05/2023

*ଜୟଗୁରୁ*

*ବାଣୀ*
*" ଇଶ୍ବର କୌଣସି ବିଶେଷ ସ୍ଥାନରେ ନାହାନ୍ତି । ତାଙ୍କୁ ପାଇବାକୁ ହେଲେ, ଆଗେ ଏଇ ନିଜ ଭିତରେ ହିଁ ପାଇବାକୁ ହେବ । ନିଜ ଭିତରେ ନ ପାଇଲେ ଆଉ ପାଇବ କେଉଁଠି ? ସେ ଯେ ଅନ୍ତରରେ, ବାହାରରେ, ଦୂରରେ, ନିକଟରେ ସବୁ ଜାଗାରେ, ସବୁ ସମୟରେ ବିଦ୍ଯମାନ ରହିଛନ୍ତି । ବହୁ ଜନ୍ମ‐ ଜନ୍ମାନ୍ତରର ସଂସ୍କାରରେ ଚିତ୍ତ ମଳିନସତ୍ତ୍ବ ହୋଇଛି ବୋଲି ତାହା ଜାଣି ପାରୁ ନାହାଁନ୍ତି । ଶୁଦ୍ଧସତ୍ତ୍ବ ହେଲେ ତାଙ୍କର ସ୍ବରୂପ ଫୁଟି ଉଠିବ ।"*

*ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ*

Photos from Nigamananda Saraswat Sangha Kalyani Nuapur's post 14/04/2023

Jayguru 🙏🙏🙏
Happy Pana Sankranti and Happy Odia Naba Barsha to all 🙏🙏🙏

Photos from Nigamananda Saraswat Sangha Kalyani Nuapur's post 19/03/2023

Jayguru 🙏🙏🙏
Nigamananda Saraswat Sangha Kalyani Nuapur

14/03/2023

Jayguru 🙏🙏🙏

14/03/2023

Jayguru 🙏🙏🙏
Purna Bhai nka gruhadi besan 🙏🙏🙏

Photos from Nigamananda Saraswat Sangha Kalyani Nuapur's post 13/03/2023

Jayguru 🙏🙏🙏
Purna Bhai nka gruhadi besan 🙏🙏🙏
Date 12th March 2023

Photos from Nigamananda Saraswat Sangha Kalyani Nuapur's post 05/03/2023

Jayguru 🙏🙏🙏

Photos from Nigamananda Saraswat Sangha Kalyani Nuapur's post 18/02/2023

Jayguru 🙏🙏🙏 Om Namah Shivaya 🙏🙏🙏🙏 Happy Mahashivratri to all 🙏🙏🙏

SADGURU NIGAMANANDA JIBAN DARPAN 18/02/2023

Jayguru 🙏🙏🙏

SADGURU NIGAMANANDA JIBAN DARPAN

Want your organization to be the top-listed Non Profit Organization in Balasore?
Click here to claim your Sponsored Listing.

Videos (show all)

*ଜୟଗୁରୁ*                        *ବାଣୀ*         *ତୁମେମାନେ ସାଧନ ଜଗତରେ ଅତି ଶିଶୁ । ତେଣୁ ଶିଶୁର ଆବଶ୍ଯକ ଭଳି ସାଧନପଥ ତୁମମାନଙ୍କୁ ଦ...
Jayguru 🙏🙏🙏Jay Maa 🙏🙏🙏Kali Puja 🙏🙏🙏
*ଜୟଗୁରୁ*                           *ବାଣୀ*    *" ମୁଁ ବିପୁଳ ଶକ୍ତି ନେଇ ଜଗତକୁ ଆସିଛି । ତୁମେମାନେ କରୁଣାବତାର ରାମକୃଷ୍ଣଦେବଙ୍କର କଥା...
*ଜୟଗୁରୁ*                            *ବାଣୀ*          *" ସଂସାରରେ ସୁଖୀ କରିବାକୁ ଗୁରୁ ଶିଷ୍ଯ ଗ୍ରହଣ କରନ୍ତି ନାହିଁ ।ସଂସାରର ଅନିତ୍ଯ...
Jayguru 🙏🙏🙏
Jayguru 🙏🙏🙏Purna Bhai nka gruhadi besan 🙏🙏🙏

Telephone

Address

Balasore
756044
Other Community Organizations in Balasore (show all)
Gaming and Moves Gaming and Moves
Balasore, 756024

VNX-SHADOW free fire ��

Utkal Youth Social Workers Utkal Youth Social Workers
Balasore, 756126

"YOUTH FOR DEVELOPMENT" . NUMBER OF YOUTHS JOINTS THEIR HANDS TOGETHER FOR THE BETTERMENT OF OUR SOC

Balasore District Association of the Deaf Balasore District Association of the Deaf
Balasore
Balasore

Balasore Deaf Association

Hoooooo Bhakate Hoooooo Bhakate
BALASORE
Balasore

JANATA GARAGE

Balasore Adiwasi Students Association Balasore Adiwasi Students Association
Balasore

��� johar ���

RK Jena Foundation RK Jena Foundation
Highland Health Hub
Balasore, 756001

The foundation is primarily founded for the community service to need people.

Khanti BalesOria Khanti BalesOria
Balasore, 756001

Like _share_post_comments

Adibasi Juwan Semled & Kishore Club Adibasi Juwan Semled & Kishore Club
AT/PO-SOVARAMPUR
Balasore, 756001

Balasore Development Forum - BDF Balasore Development Forum - BDF
VIP Colony, Chidia Polo
Balasore

BDF represents the interests of Balasore and its people. We take up issues that impact the development of Balasore

Balasore Maheswari Yuva Sanghatan Balasore Maheswari Yuva Sanghatan
Maheshwari Bhawan, Nuasahi
Balasore, 756001

This is Official facebook Page of Maheswari Yuva Sanghtan, Balasore, Odisha... you can always share your toughts, views & exchange you idea in the page..

Bijupattnaik Student Organisation ,Balasore Bijupattnaik Student Organisation ,Balasore
Balasore
Balasore

it is a engineering student assosiation under bput odisha..

BZS Confessions BZS Confessions
Balasore, 756001

we all have secrets in BZS. Lets share it secretly. Send in your anonymous confession to https://doc