Ravi rout journalist

Om Shanti . Donate Blood : Save Life.

Photos from Ravi rout journalist's post 16/01/2024

ବେଶ କିଛି ଦିନର ବ୍ୟବଧାନ ପରେ ଫେସବୁକ ପୃଷ୍ଠାରେ ଜୁନିୟର ଜହରୀ

16/01/2024

ଆମ ଘରର ନୂଆ କୁଣିଆ ପରୀ । ଆମ ବଂଶର ପ୍ରଥମ ନାତୁଣୀ। ପୁତୁରା ବିକି ଆଉ ପୁତୁରା ବୋହୁ ସାନିଂକର ପ୍ରଥମ ସନ୍ତାନ।

26/12/2023

ଆଜି ରେମୁଣା ଠାରେ ଅନୁଷ୍ଠିତ ନିର୍ବାଚନ ମଣ୍ତଳୀ ସ୍ତରୀୟ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସରେ

22/12/2023

ସବୁବେଳେ ବିନ୍ଦାସ ବେପରବାୟ ଜୀବନ ଜୀଉଥିବା ଆଉ ଥଟ୍ଟା ମଜା ଓ ଅନ୍ୟର ନକଲ (ମିମିକ୍ରୀ)କରି ଆମକୁ ବେଦମ ହସାଉଥିବା ଆମର ପିଲାଦିନର ସହପାଠୀ ବଂଧୁ ସୂର୍ଯ୍ଯନାରାୟଣ ଷଡଂଗୀ ଉଚ୍ଚ ରକ୍ତଚାପ ରୋଗରେ ଗୁରୁତର ଅସୁସ୍ଥ ହୋଇ ଭୂବନେଶ୍ବରରୁ ଚିକିତ୍ସିତ ହୋଇ ଫେରିଛି। ସେ ଏବେ ଘାଟଘରସାହି ଘରେ ଡାକ୍ତରଂକ ନିର୍ଦ୍ଦେଶରେ ଶଯ୍ୟାବନ୍ଦୀ ହୋଇ ରହିଛି ଆଉ ବଂଧୁମାନଂକୁ ଖୋଜୁଛି। ତାର ଦ୍ରୁତ ନିରାମୟ କାମନା କରିବା ସହିତ ଆମେ ସବୁ ବଂଧୁ ମାନେ ଆମ ଆୟୂଷରୁ ଅନ୍ୟୁନ ବର୍ଷେ ଲେଖାଏଁ ସୂର୍ଯ୍ଯକୁ ଦାନ ଦେବା ପାଇଁ ଅଂଗୀକାର ବଦ୍ଧ ହୋଇଛୁ।ସୂର୍ଯ୍ୟ ବେଜାଏ ଖୁସ ଆଉ ଆପଣମାନେ ଖୁସି ତ ?

13/12/2023

ଆମ ମଝିଆ ମାଆ ଗେହ୍ଲେଇ

Photos from Ravi rout journalist's post 08/12/2023

ଆଲବମ ପୃଷ୍ଠାରୁ ଜୁନିୟର ଜହରୀ

07/12/2023
28/11/2023

ଆମ ସମସ୍ତଂକର ଗେହ୍ଲୀ ନାତୁଣୀ ଜହରୀର ରଫ ଖାତା ପୄଷ୍ଠା

Photos from Ravi rout journalist's post 16/11/2023

ଆଜି ନୀଳଗିରି ସାମ୍ବାଦିକ ପ୍ରକୋଷ୍ଠରେ ଆୟୋଜିତ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଅବସରରେ

13/11/2023

ଫଟୋରେ ଥିବା ଭଦ୍ର ମହିଳାଂକ ପରିଚୟ ଜଣାନ୍ତୁ ।ପୁରସ୍କାର ସୁନିଶ୍ଚିତ ।

Photos from Ravi rout journalist's post 05/11/2023

ଆଜି ସକାଳେ ସୋମନାଥପୁରସ୍ଥିତ ଆଇ ଓ ସି ଏଲ ଡିପୋ ପକ୍ଷରୁ ଆୟୋଜିତ ଦୂର୍ନୀତି ନିବାରଣ ସଚେତନତା ଅଭିଯାନର ସାଇକ୍ଲୋଥନ ରାଲି, ଶପଥ ପାଠ କାର୍ଯ୍ୟକ୍ରମରେ କାଶୀମ ଭାଇ, ଧୀର ନନା, ଅନୁ , ଆଇ ଓ ସି ଏଲ ଡିପୋର ଅଧିକାରୀଂକ ଗହଣରେ

26/10/2023

ଆମ ଚାରିପାଖରେ ଅର୍ବୁଦ ଅର୍ବୁଦ ମାନବ !
ଆଉ ଆମ ପାଖରେ ଏତେ କମ ମାନବିକତା ?

26/10/2023

ଚିହ୍ନି ପାରୁଛନ୍ତି ତ ? ପୂଜାରେ ଡାଡୀ ଅଜା ଘରକୁ ଆସିଥିବା ଆପଣମାନଂକର ଅତି ପରିଚିତ କୁଣିଆ ଜୁନିୟର ଜହରୀ !

Photos from Ravi rout journalist's post 26/10/2023

ନୀଳଗିରି ଉପଖଣ୍ତ ହାସପାତାଳର ବାରନ୍ଦା, ବେଂଚରେ ଅତି ଦୟନିୟ ଭାବରେ ଜୀବନ ବିତାଉଥିବା ଆମର ସହପାଠୀ , ପୂର୍ବତନ ସାମ୍ବାଦିକ କୈଳାସ ମହାପାତ୍ରଂକର ଦୁଇ ଦିନ ହେବ ସଂଧାନ ମିଳୁନାହିଁ। କେ ସି ହାଇସ୍କୁଲର ୧୯୭୪ ମ୍ୟାଟ୍ରିକ ବ୍ୟାଚର ବଂଧୁମାନେ କୈଳାସକୁ ବୃଦ୍ଧାଶ୍ରମରେ ଥଇଥାନ କରିବା ପାଇଁ ଦୁଇ ଦିନ ହେବ ଖୋଜୁଛୁ ।କୌଣସି ସହୃଦୟ ବ୍ୟକ୍ତି କୈଳାସର ସଂଧାନ ପାଇଲେ ଜଣାଇବାକୁ ବିନମ୍ର ନିବେଦନ ।ଏହି ପୋଷ୍ଟକୁ ଶେୟାର କରିବାକୁ ଅନୁରୋଧ ।

21/10/2023

ଆଜି ଆମେ ବହୁତ ଖୁସି ।ଏଇ ସଂଧ୍ୟାରେ ନୀଳଗିରିରୁ ଫେରିବା ବେଳେ ସେରଗଡ ନୀଳଗିରି ରାସ୍ତାର ଆମ ଗାଁ ଏମ ଇ ସ୍କୁଲ ସାମ୍ନାରେ ନୂଆ ଲୁଗା ଭର୍ତ୍ତି ବ୍ୟାଗଟିଏ ପାଇଥିଲୁ। ସେଇ ଲୁଗା ସବୁ ନୀଳଗିରିର ସଂଜୟ ଜିନ୍ସରୁ କିଣା ଯାଇଥିଲା । କିଣିଥିବା ବ୍ୟକ୍ତିଂକ ଅସାବଧାନତାରୁ ମୂଲ୍ୟବାନ ଲୁଗା ଭର୍ତ୍ତି ବ୍ୟାଗ ଜନଗହଳି ପୂର୍ଣ୍ଣ ରାଜରାସ୍ତାରେ ପଡି ଯାଇଥିବା ଜାଣି ବିକ୍ରେତା ସଂଜୟ ଜିନ୍ସକୁ ଖବର ଦେବା ପରେ ନୀଳଗିରି ଥାନା ଜଡିବାଲି ଗ୍ରାମର ଅଟୋ ଚାଳକ କାର୍ତ୍ତିକ ଆମ ଘରକୁ ଆସି ତାଂକ ବ୍ୟାଗ ଶ୍ରୀମତୀ ପାଗିଲିଂକ ଠାରୁ ନେଲେ । ମିଳିବାର କୌଣସି ଆଶା ନଥିବା ହଜିଲା ଦରବ ପାଇ କାର୍ତ୍ତିକ ଖୁସି ଆଉ ତାଂକର ଶାରଦୀୟ ପୂଜାର ଆନନ୍ଦକୁ ଫେରାଇବାରେ କିଂଚିତ ଭୂମିକା ଥିବାରୁ ଆମେ ବେଜାଏ ଖୁସି । ସାନ ଝିଅ ଟିପିରି ଫଟୋ ଉଠାଇ ଖୁସି । ଆପଣ ମାନେ ଖୂସି ତ ?

Photos from Ravi rout journalist's post 20/10/2023

ପ୍ରାକ ଦୂର୍ଗାପୂଜା ଫଟୋ ସେଶନରେ ପ୍ରିୟ ନାତି ଟୋକା ସ୍ବୟମ । ଆପଣ ମାନେ ଖୁସି ତ ?

17/10/2023

I've just reached 500 followers! Thank you for continuing support. I could never have made it without each one of you. 🙏🤗🎉

17/10/2023

ସ୍କୁଲକୁ ଆସିବା ବେଳେ ସେରଗଡ‐ନୀଳଗିରି ରାସ୍ତାର ବାଲିଗୋହିରୀ ଠାରେ ସଡକ ଦୂର୍ଘଟଣାରେ ଛାତ୍ରଟି ଗୁରୁତର ଆହତ ହୋଇଛି । ତାକୁ ନୀଳଗିରି ହାସପାତାଳରେ ଭର୍ତ୍ତି କରି ତାର ଚିକିତ୍ସା ବ୍ୟବସ୍ଥା କରିଛୁ ।ପରମାତ୍ମାଂକ କୃପାରୁ ଶୀଘ୍ର ଆରୋଗ୍ୟ ହେବ ବୋଲି ବିଶ୍ବାସ ।

11/10/2023

ଅମ ଗେହ୍ଲୀ ନାତୁଣୀ ଜୁନିୟର ଜହରୀ ତାର ମାମା ଠାରୁ ଶୁଣି ଏବେ ପକ୍ଷୀଂକର ନାମ କହିବାର ପ୍ରୟାସ କରୁଛି।

09/10/2023

ଆମର ଜଣେ ଦୀର୍ଘଦିନର ରାଜନୈତିକ ବଂଧୁ ଦରଦୀ ପ୍ରାଣ ଶ୍ରମିକ ନେତା, ବସନ୍ତ ସ(ବାବୁଲା)ର ବିୟୋଗରେ ଗଭୀର ଶ୍ରଦ୍ଧାଂଜଳି

Photos from Ravi rout journalist's post 04/10/2023

ଏବେବି ପ୍ରଶାସନ, ଲୋକସଂପର୍କ ବିଭାଗ, ବହୁ ସାମ୍ବାଦିକ ସଂଘ ଆଉ ନୀଳଗିରିର ସଦା ସର୍ବଦା ସଚେତନ ନାଗରିକ ବୃନ୍ଦ, ଅତ୍ୟୁତ୍ସାହୀ ଗଣ ସଂଗଠନ ଗୁଡିକର ଦୃଷ୍ଟି ଆଢୁଆଳରେ ନୀଳଗିରି ଉପଖଣ୍ତ ଚିକିତ୍ସାଳୟର ବାରନ୍ଦାରେ, ଚଟାଣରେ ଭୋକ ଉପାସରେ ଅଲୋଡା, ପରିତ୍ୟକ୍ତ ଜୀବନ ବିତାଉଛି ଆମର ବାଲ୍ୟବଂଧୁ,ପୂର୍ବତନ ସାମ୍ବାଦିକ କୈଳାସ ମହାପାତ୍ର । ଆଜି ଭେଟିଲୁ ଆଉ ତା ମୁହଁରେ ଚେନାଏ ହସ ଫୁଟାଇବାର କ୍ଷୁଦ୍ର ପ୍ରୟାସ କଲୁ ।

Photos from Ravi rout journalist's post 02/10/2023

ଏକ୍ସିସ ବ୍ୟାଂକ, ନୀଳଗିରି ଶାଖା ପରିସରରେ ନୀଳଗିରି ଉପଖଣ୍ତ ରକ୍ତ ଦାତା ସଂଘ ସହଯୋଗରେ ଆଜି ପବିତ୍ର ଗାଂଧୀ ଜୟନ୍ତୀରେ ଆୟୋଜିତ ରକ୍ତ ଦାନ ଶିବିର

Photos from Ravi rout journalist's post 14/09/2023

ସାନ ଜହରୀକୁ ଶାସ୍ତି ଦେଇ ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହେବାପରେ ଏବେ ପୁଣି ତା'ର ମାମାର ସେ ନୟନ ପିତୁଳା । ଆଜି ପୁରା ରିଲାକ୍ସ ମୁଡରେ ସାନ ଜହରୀ ।

Photos from Ravi rout journalist's post 18/07/2023

ସ୍କୁଲ ଯିବା ପାଇଁ ଏବେ ପ୍ରାକ ପ୍ରସ୍ତୁତିରେ ଜୁନିୟର ଜହରୀ । ବୟସ ମାତ୍ର ବର୍ଷେ ତିନି ମାସ ହୋଇଥିବାରୁ ଆଡମିଶନ ପାଇଁ ମନା କରିଛନ୍ତି ସାର

Photos from Ravi rout journalist's post 01/07/2023

ଅରଖ ନୂଆ ଷ୍ଟାଇଲ, ଲୁକ ଓ ପୋଜରେ ଆମ ଫେଭରିଟ ହିରୋଇନ ଜୂନିୟର ଜହରୀ । ଜବରଦସ୍ତ ଲାଇକ ଆଉ ମନଛୁଆଁ କମେଣ୍ଟ ନମିଳିଲେ ସବୁ ଅଜା ଆଈ,ମାମୁଁ ମାଇଁ ଓ ଜେଜେବାପା, ଜେଜେମା, କକା ଖୁଡୀ, ଭାଇ ଭଉଣୀଂକ ସାଂଗରେ ତାର କଟି ।

29/06/2023

ଆଜି ଆମ ସାନ ଝିଅ ନୀରଜା (ଟିପିରି)ର ଜନ୍ମ ଦିନ ଏବଂ ସଂଯୋଗ କ୍ରମେ ବିବାହ ବାର୍ଷିକୀ । ଜୀବନ ଯାତ୍ରାର ,ଦାଂପତ୍ୟ ଜୀବନର ସବୁ ଝଡ ଝଂଜା ଓ ଆହ୍ବାନର ସଫଳ ମୁକାବିଲା ପାଇଁ ପରମାତ୍ମା ପରମେଶ୍ବର ଉଭୟଂକୁ ଅସୀମ ଶକ୍ତି, ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ।

28/06/2023

ବାହୁଡା ରଥ ଯାତ୍ରା ଦେଖାଇବାକୁ ବାବା କିଂବା ବାପା (ଜେଜେ ବାପା) ନେଉନାହାନ୍ତି ବୋଲି ଗୁମାନ କରିଛି ନାତି ଟୋକା ସ୍ବୟମ

Want your public figure to be the top-listed Public Figure in Balasore?
Click here to claim your Sponsored Listing.

Videos (show all)

ଚିହ୍ନି ପାରୁଛନ୍ତି ତ ? ପୂଜାରେ ଡାଡୀ ଅଜା ଘରକୁ ଆସିଥିବା ଆପଣମାନଂକର ଅତି ପରିଚିତ କୁଣିଆ ଜୁନିୟର ଜହରୀ !
I've just reached 500 followers! Thank you for continuing support. I could never have made it without each one of you. 🙏...
ଅମ ଗେହ୍ଲୀ ନାତୁଣୀ ଜୁନିୟର ଜହରୀ ତାର ମାମା ଠାରୁ ଶୁଣି ଏବେ ପକ୍ଷୀଂକର ନାମ କହିବାର ପ୍ରୟାସ କରୁଛି।
ଭବିଷ୍ୟତର ସମ୍ଭାବନାମୟ ବାଦ୍ୟ ଶିଳ୍ପୀକୁ ଟିକିଏ ତାରିଫ କରନ୍ତୁ

Category

Telephone

Website

Address

At/Po-Bahal, Dist./Balasore-756060(Odisha)
Balasore
756060

Other Journalists in Balasore (show all)
Durgamadhab ojha Durgamadhab ojha
Balasore, 756182

ଆପଣଙ୍କ ପାଖରେ ସବୁ ସମୟରେ

MadhuriMohanty_Nilam MadhuriMohanty_Nilam
Balasore

Journalist

Parivartan k 7 odisha Parivartan k 7 odisha
Balasore, 756001

एक ही सपना एक ही चाहत । बदलेगा ओडिशा बदलेगा भारत ।

Satyashiba Das Satyashiba Das
C/O-KABI SANSAR, AT/PO-ARUHABRUTTI, VIA-DAHAMUNDA
Balasore, 756079

Senior Journalist,Poet & Writer,Social Worker, Activist.Who serves as an example of integrity & loya

Seitho Arambha Seitho Arambha
NAYABAZAR
Balasore, 756001

daily odia newspaper, from Balasore, odisha