Odisha Bahare Odia
A quarterly magazine published in Odisha, with an intention to connect people around the world stayi Bring together the Odias staying outside Odissa
ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ଶବ ବୋହିବା ଘଟଣା, କ୍ଷତି ପୂରଣ ଦାବି କଲା ଆମ୍ ଆଦମୀ ପାର୍ଟି ଅନୁଗୁଳ: ସ୍ଥାନୀୟ ବଲାସିଂହା ଗ୍ରାମରେ ଗତକାଲି ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସେବା ନ ମିଳିବାରୁ ବାଇକରେ ବୁହା ହେଇ .....
ପବିତ୍ର #ଦୋଳ_ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା....
-ସମ୍ପାଦିକା
'କାଦମ୍ବିନୀ' ଓ 'କୁନିକଥା'
ଆକାଶବାଣୀ କଟକ କେନ୍ଦ୍ରର 'ଶିଶୁ ସଂସାର' କାର୍ଯ୍ୟକ୍ରମର ବଡ ଭାଇ ତଥା ଓଡିଶାର ପ୍ରଖ୍ୟାତ ଶିଶୁ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି ଙ୍କ ସ୍ଵର୍ଗବାସ ରେ ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଉଛି | ଶ୍ରୀ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା , ତାଙ୍କ ଆତ୍ମା ର ସଦ୍ଗତି ହେଉ | ତାଙ୍କ ପରିବାର ର ସଦସ୍ୟ ମାନଙ୍କୁ ଧର୍ଯ୍ୟ ଓ ସାନ୍ତ୍ଵନା ଦିଅନ୍ତୁ |
ଓଡ଼ିଆ ମୌଖିକ ଶିଶୁ ଶବ୍ଦକୋଷ:
ବହୁ ଓଡ଼ିଆ ମୌଖିକ ଶିଶୁ ଶବ୍ଦ ଏବେ ଅପ୍ରଚଳିତ ହେତୁ ଲୋପ ପାଇ ଗଲାଣି | କେତେକ ବାପା ମା' ମଧ୍ୟ ବୁଝି ପାରୁ ନାହାନ୍ତି | ତେଣୁ ଏହିପରି ଏକ ଶବ୍ଦକୋଷ ର ଆବଶ୍ୟକତା ଅନୁଭବ କରାଯାଉଛି | ଏ ପ୍ରରିପ୍ରେକ୍ଷୀ ରେ 'ଓଡ଼ିଆ ମୌଖିକ ଶିଶୁ ଶବ୍ଦକୋଷ' ଏକ ଅଭିନବ ଉଦ୍ୟମ | କେହି ଆଗ୍ରହୀ ବ୍ୟକ୍ତି ଏହି ଯୋଜନା ରେ ସାହାଯ୍ୟ କରିବାକୁ ଚାହିଁଲେ ନିମ୍ନ ଲିଖିତ ଠିକଣା ରେ ସହ ଯୋଗାଯୋଗ କରିବାକୁ ଅନୁରୋଧ |
ମନୀନ୍ଦ୍ର ମହାନ୍ତି
ସଞ୍ଚାଳକ
ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ
9238506263
[email protected]
ଉତ୍କଳ ସାଂସ୍କୃତିକ ଶିବିର/2020
ଓଡିଶା ର ବିଛିନାଞ୍ଚଳ ରେ ସପ୍ତଦଶ (17th) ପଦଯାତ୍ରା
2004 ମସିହାରୁ ଭଦ୍ରକରେ ପ୍ରତିଷ୍ଠିତ 'ଉତ୍କଳ ସାଂସ୍କୃତିକ ଶିବିର' ପ୍ରତିବର୍ଷ ଓଡିଶାର ଏକ ବିଛିନାଞ୍ଚଳରେ ତ୍ରିଦିବସୀୟ ସାଂସ୍କୃତିକ ପଦଯାତ୍ରା କରି ଆସୁଛି ⃒I ଏହି ତିନି ଦିନିଆଁ ଶିବିର ରେ କେତେ ଜଣ ଆଗ୍ରହୀ ଓଡ଼ିଆ, ଓଡ଼ିଆ ଧର୍ମଗ୍ରନ୍ଥ , ପୁରାଣ , ଓଷା ଓ ବ୍ରତ କାହାଣୀ , ଗଳ୍ପ , କବିତା , ପିଲାଙ୍କ ପାଇଁ ବହି ଆଦି ସହିତ ଓଡିଶା ର ମନୀଷୀ ଓ ଦେବ ଦେବୀଙ୍କ ଚିତ୍ର ଓଡ଼ିଆମାନଙ୍କ ଗହଣରେ ବିତରଣ କରିଥାନ୍ତି I ଚଳିତ ବର୍ଷ ଏପ୍ରିଲ ମାସ ରେ ଓଡିଶା ସଂଲଗ୍ନ ପଶ୍ଚିମ ବଙ୍ଗଳା ର ବିଛିନାଞ୍ଚଳ ରେ ( ଜଳେଶ୍ବର ନିକଟବର୍ତ୍ତୀ ଅଞ୍ଚଳ ) ଓଡ଼ିଆ ପୁସ୍ତକ, ପତ୍ର ପତ୍ରିକା , ଚିତ୍ର ଓ ଓଡ଼ିଆ ଭଜନ ସିଡି ମାନ ବିତରଣ କରା ଯିବ I ତେଣୁ ଯେଉଁ ଓଡ଼ିଆ ଆଗ୍ରହୀ ବ୍ୟକ୍ତି ମାନେ ଏଥି ପାଇଁ ପୁସ୍ତକ ଦାନ କରିବାକୁ ଚାହାନ୍ତି ସେମାନେ ଶିବିରର ସଞ୍ଚାଳକଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ I
ସଞ୍ଚାଳକଙ୍କ ଠିକଣା - ଡ. ମନୀନ୍ଦ୍ର ମହାନ୍ତି
ଫୋନ : 9238506262
ଇମେଲ : [email protected]
October 2019 : Edition 21