Utkala Kala group
ସଂପୂଣ୍ଣ ଚବି ଗୋଡ଼ିକ ଆମର ଜନ୍ମଭୂମି ଉତ୍କଳ କଳା ସଂସ୍କୃତ ରେ ପରୀ ପୂର୍ଣ୍ଣ ।
ରଜ ସଂକ୍ରାନ୍ତି
Odisha is a land of 13 festivals in 12 months. Raja is one of the most important festivals in Odisha
This is one of the most famous festivals in Odisha that pays tribute to the menstruation cycle. It is said that the Vasumati goddess got her mensuration during this time. It is believed that mother earth menstruates during these three days and a ceremonial bath takes place on the fourth day. This day is celebrated by girls wearing new clothes, taking swings, and hanging on the tree branches. Ploughing the fields does not take place and unmarried girls celebrate as it's their day of celebration.
ଅକ୍ଷୟ ତୃତୀୟା
Agrarian festival ‘Akshaya Tritiya’ is being celebrated across Odisha today with farmers performing ‘Akhi Muthi Anukula’, the ceremonial act of sowing seeds in their paddy fields after ploughing. The occasion marks the commencement of agricultural works.
As per rituals, farmers wearing new clothes carry a decorated basket of seeds to their fields where the seeds are offered to Goddess Lakshmi praying for a rich harvest season.
🙌🏻
ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ର ଅନେକ ଅଭିନନ୍ଦନ
Pana Sankranti is a vibrant and colourful festival celebrated with great zeal in the eastern state of Odisha, India. The festival marks the beginning of the Odia new year and is observed on the first day of the month of Baisakha.
People across Odisha, especially in rural areas, celebrate this auspicious day by preparing and sharing a sweet drink called "Pana". The festivities also include the worship of Lord Jagannath, who is believed to have created the Pana drink. The festival is a time for renewal, new beginnings, and togetherness, and its vibrant celebrations truly embody the rich cultural heritage of Odisha.
Happy odisha diwas
❤️
Dol purnima ( ଦୋଳ ପୂର୍ଣ୍ଣିମା )
It is a Hindu festival of paramount importance in Odisha which marks the end of six-day swing festival of Radha and Lord Krishna.
The six-day festival known as Dola Jatra begins from the Falguna Dasami day. The idol of village deities, especially of Lord Krishna, is carried to all the homes in the villages on a decorated Veemana (palanquin). The people carrying the idols and those following it are semared with Abira (dry colours).
The procession is led by village drummers, pipers and the ‘Sankirtana Mandalis’ (a group of singers and musicians). The procession halts in front of each household and the deity is offered ‘Bhog’. On the final day of the Jatra, the celebration culminates in a swing-festival for the deities. The idols carried in Veemanas from a number of villages assemble in an important place (Melana Padia) where swings are fixed on a platform. They are made to swing to the accompaniment of devotional music sung in chorus.
As per ancient texts, one who gets a glimpse of Krisnha swaying in the swing is expiated of all sins.
As people across Odisha remember Biju Babu on his 107th birth anniversary 🙏 The legendary BijuPatnaik's iconic Dakota aircraft is on display for the public at Bhubaneswar airport.
Hon'ble CM unveiled the iconic Dakota (DC-3) Aircraft (VT-AUI) at the BPI Airport today.
Dakota is an incredible piece of history that will continue to inspire generations to come, A fitting tribute to one of the most iconic personalities of Odisha.
Biju Patnaik rescued Muhammad Hatta, the then Vice President of Indonesia & premier Sutan Sjahrir from Dutch imperialists in the Dakota aircraft & brought them to India
The majestic View of Bhagwan Lingaraj Temple, Bhubaneswar, Odisha🤩🙏❤️ One of the India’s oldest hindu temples of Lord Shiva 🔥
Here, Bhagwan Lingaraj is half Shiva & half Vishnu. He is worshipped with both Tulsi & Bela leaves.
Har Har Mahadev
ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମନ୍ଦିର, ଭୁବନେଶ୍ୱର 📍
ବର୍ତ୍ତମାନର ମନ୍ଦିରଟି 180 ଫୁଟ ଉଚ୍ଚ l ଏହାକୁ ସୋମବଂଶୀ ସମ୍ରାଟ ଯଯାତି କେଶରୀ ଖ୍ରୀ 1025 ରୁ 1040 ମଧ୍ୟରେ ନିର୍ମାଣ କରିଥିଲେ l
ଲିଙ୍ଗରାଜ ମହାପ୍ରଭୁଙ୍କର ବିଭିନ୍ନ ସମୟରେ ବିଭିନ୍ନ ନାମ ଥିଲା l
ଷଷ୍ଠ ଶତାବ୍ଦୀ ପୂର୍ଵରୁ-
କୃତ୍ତିବାସ
ଅଷ୍ଟମ ଶତାବ୍ଦୀ ବେଳକୁ-
ହରିହର ଏକାମ୍ରେଶ୍ୱର
ନବମ ଶତାବ୍ଦୀ ବେଳକୁ-
ତ୍ରିଭୁବନେଶ୍ୱର
(ଯେଉଁ ନାମରୁ ଭୁବନେଶ୍ୱର ନାମ ଆସିଛି )
ଏକାଦଶ ଶତାବ୍ଦୀ ବେଳକୁ
ଲିଙ୍ଗରାଜ (ବର୍ତ୍ତମାନ ) l
ମନ୍ଦିରଟି ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦୃଷ୍ଟିରୁ ଅନନ୍ୟ l
ଉତ୍କଳୀୟ ଶିଳ୍ପ କଳାର ତତ୍କାଳୀନ ଉତ୍କର୍ଷ ଏଥିରେ ପ୍ରତିଫଳିତ ହୋଇଛି l
ମନ୍ଦିରବେଢାରେ ଛୋଟବଡ଼ ପ୍ରାୟ ପଚାଶଟି ମନ୍ଦିର ରହିଛି l
ଜୟ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ l
Jagara ( ଜାଗର )
The festival is principally celebrated by offerings of Bael or golden apple or Bilva/Vilvam leaves to Lord Shiva, all-day fasting, and an all-night-long vigil (jagarana).
In Odisha, people, both males and females, go fasting through the day until they see Maha Deepa (Sacred earthen lamp with flame) is raised atop Shiva temples in the night. From the evening, devotees sat lighting Deepa in front of the Shiva temples till the Maha Deep rises atop Dadhinauti. Serenity prevails in all households as family members keep praying the lord.
🙏
ବାବା ଲୋକନାଥଙ୍କ ଲିଙ୍ଗରେ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି, କ୍ଷୀର, ଦହି, କଦଳୀ ପଡ଼ିରହି ପଙ୍କ ସଦୃଶ ସୃଷ୍ଟି ହୋଇଥାଏ.. ଏଥିରେ ବୁଡିକି ରହିଥାନ୍ତି ବାବା ଲୋକନାଥ..ଆଜିର ତିଥିରେ ଗମ୍ଭୀରା ଭିତରୁ ଭକ୍ତ ଓ ସେବକମାନେ ମିଶି ପଙ୍କୋଦ୍ଧାର କରିଥାନ୍ତି.. ବର୍ଷକୁ ଥରେ ଭକ୍ତଙ୍କୁ ଏ ଅପୁର୍ବ ସୁଯୋଗ ମିଳିଥାଏ..ଆଜି ହେଉଛି ସେହି ପବିତ୍ର ପଙ୍କୋଦ୍ଧାର ଏକାଦଶୀ
A newly Emami Jagannath temple is a wonderful architectural model of Puri Jagannath temple and Sun temple of Konark.
Jai Jagannath! .Divine, Mesmerising Incredible Experience One should go there once in his life time
It is very nicely maintained by the authorities. Mahaprasad available by paying Rs 50/-. The newly constructed Jagannath temple is a wonderful architechtural model which attracts a good number of visitors to this site Made in the year 2015 with red stone having many side deities in the temple campus All the ritual are being observed as per the Jagannath Temple Puri. The stone curving and the manumental artifact draws the attaction of visitors.
Emami Jagannath temple - Situated at a distance of 7 k.m. from the district headquater of Balasore.
The temple and its history and architecture is simply marvelous beyond doubt! Our God, everyone's God.Most beloved God.
ନିଶ୍ତବ୍ଧ ରାତି ରେ ଚନ୍ଦ୍ର ଙ୍କ ଶୀତଳ ଛାୟା ରେ ବଡ଼ଦେଉଳ
ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍କ୍ଷଣାତ ଭକ୍ତ ଗଜଙ୍କୁ ଆକ୍ରମଣରୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି । ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ । ତତ୍ପରେ କିଛି ବର୍ଷ ପାଇଁ ଏହା ବନ୍ଦ ହୋଇଯାଇଥିଲା । ୧୫୭୫ ମସିହାରେ ରାମଚନ୍ଦ୍ର ଦେବ ଠାକୁରମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃପ୍ରଚଳନ କରାଇଥିଲେ । ବାଲିସାହିରେ ଥିବା ବାସୁଦେବ ମଠର ମହନ୍ତ ବସୁଦେବ ବାବା ଗଜୋଦ୍ଧାରଣ ବେଶ କରାଇ ଆସୁଥିଲେ, ମଠଟିର ଅବଲୁପ୍ତି ପରେ କିଛି ବର୍ଷ ପାଇଁ ମନ୍ଦିର ପ୍ରଶାସନ ଖର୍ଚ୍ଚରେ ଏ ବେଶ ଅନୁଷ୍ଠିତ ହୋଇଥିଲା। ଅଳ୍ପ କିଛିବର୍ଷ ହେବ ଇମ୍ଫା କମ୍ପାନୀର ପରିଚାଳକ ବଂଶୀଧର ପଣ୍ଡାଙ୍କ ଦାନରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି ।
ବେଶ
ଗଜଉଦ୍ଧାରଣ ବେଶ ଦି’ପହର ଧୂପ ସରିବା ପରେ ହୋଇ ସନ୍ଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ । ଉଡ୍ଡୟନରତ ଭଙ୍ଗୀରେ ଥିବା ଦୁଇଟି ପକ୍ଷ ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥାଏ। ପକ୍ଷ ବିସ୍ତାରି ଉଡୁଥିବା ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ବାମ) ଓ ମୂଷଳ (ଦକ୍ଷିଣ) ଧାରଣ କରିଥାନ୍ତି । ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥାନ୍ତି। ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ଧରିଥାଆନ୍ତି ପଦ୍ମ କଳିକାଟିଏ ।ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ । ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ । ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଗଜଟି ଆର୍ତ୍ତ ହରଣ ପାଇଁ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ପ୍ରଦର୍ଶିତ ହୁଏ । ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହସ୍ତୀଟିର ଟେକି ହୋଇଥିବା ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ ।
ଗଜଉଦ୍ଧାରଣ ବେଶରେ ତିନି ଠାକୁରଙ୍କ ମଥାରେ ଚୂଳ ଓ କିରୀଟ ସହ ସୁବର୍ଣ୍ଣ ନିର୍ମିତ ପଦ୍ମମାଳି, କଦମ୍ବମାଳି ପ୍ରଭୃତିରେ ଭୁଷିତ ହୋଇଥାନ୍ତି । ଏହି ବେଶ ସମୟତକ ରତ୍ନସିଂହାସନରେ ଶୋଭା ପାଉଥିବା ଲକ୍ଷ୍ମୀଙ୍କର ସୁବର୍ଣ୍ଣପ୍ରତିମାଙ୍କୁ ଜଗନ୍ନାଥଙ୍କ କୋଳରେ ରଖାଯାଏ ।
କ୍ଷୀରି ଓ ଅମାଲୁ ସ୍ୱତନ୍ତ୍ର ଭୋଗ ରୂପେ ଅର୍ପିତ ହୋଇଥାଏ ।
*ଗଜ ଉଵାଚ*
~~~~~~~~~~~~~~~~~~
ନମସ୍ତେ ପ୍ରଭୁ ଭଗବାନ । ଅଶେଷ ବ୍ରହ୍ମାଣ୍ଡ ଜୀବନ । । ୫
ତୋର ମହିମା ଚିଦାତ୍ମକ । ଅନାଦି ପୁରୁଷ ବିବେକ ।।୬
ଜୀବର ଆଦିବୀଜ ତୁହି । ପରମଶେରେ ନମେ ମୁହିଁ ।।୭
ଯାହାର ଦେହେ ବିଶ୍ବ ବସେ । ଯା ତହୁଁ ଏ ବିଶ୍ବ ପ୍ରକାଶେ ।।୮
ଏ ବିଶ୍ବ-ସର୍ଜନା ଯହିଁରେ । ସ୍ବୟଂ ଯେ ବିଶ୍ବରୂପ ଧରେ ।୯
କାର୍ଯ୍ୟ-କାରଣରୁ ଯେ ପର । ତୁ ବ୍ରହ୍ମ ଶରଣସୋଦର ।।୧୦
ଏ ଯେ ସଂସାର ମାୟାବଳେ । ଆତ୍ମାରୁ କଳ୍ପେ ଯେ ନିଶ୍ଚଳେ ।।୧୧
ପ୍ରକାଶ କରି ତିରୋହିତ । କରଇ ଊର୍ଣ୍ଣନାଭିବତ ।।୧୨
ମଧ୍ୟ ଦେଖଇ ସାକ୍ଷୀ ରୂପେ । କ୍ରୀଡା କରଇ କହ୍ନେ କଳ୍ପେ ।।୧୩
ସେ ହରି ରଖୁ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ।।୧୪
କାଳେ ସକଳ ଜୀବଧରି । ଅନ୍ତକ ରୂପେଣ ସଂହରି ।।୧୫
ସକଳ ହେତୁ କରେ ଅନ୍ତ । ତମ-ନିବିଡ ଘୋରପଥ ।।୧୬
ସେ ତମ ପରେ ସେହୁ ବସେ । ବିରାଜରୂପେ ପରକାଶେ ।।୧୭
ତାର ମହିମା ବିଚାରଣେ । ଏ ଯେତେ ଦେବେ ଋଷିଗଣେ । ।୧୮
କେହି ନଜାଣେ ପ୍ରଭୁ ତୋତେ । ଅନେକ-ଶାସ୍ତ୍ର-ଯୋଗମତେ । ।
କେ ପ୍ରାଣୀ ତତ୍ତ୍ଵ ତୋ ଜାଣିବ । ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ । ।୨୦
ନଟ-ଆକୃତି ପ୍ରାୟେ ଖେଳେ । ଏ ମାୟା-ଗହନ-ଶୟଳେ ।।୨୧
ମନ-କର୍ମରୁ ଦୂର ଯେହି । ସେ ହରି ରଖୁ ମୋର ଦେହୀ ।।୨୨
ଯାର ମହିମା ମୁନିଜନେ । ସକଳ-ଶାସ୍ତ୍ର ଅନୁମାନେ ।।୨୩
ବିମୁକ୍ତ-ସଙ୍ଗ ସାଧୁଜନେ । ତପ ସାଧନ୍ତି ଘୋରବନେ ।।୨୪
ଭୂତଙ୍କ ଆତ୍ମଭୂତ ଯେହୁ । ସେ ହରି ମୋର ଗତି ହେଉ ।।୨୫
ଯାହାର ଜନ୍ମକର୍ମ ନାହିଁ । ଅପର ଗୁଣଦୋଷ କାହିଁ ।।୨୬
ତଥାପି ଲୋକରକ୍ଷା ଅର୍ଥେ । ଆପେ ସମ୍ଭବ ଏ ଜଗତେ ।।୨୭
ସ୍ବମାୟାବଳେ ଏ ଜଗତ । ସ୍ଥିତି ପାଳନ କରେ ଅନ୍ତ ।।୨୮ ଅରୂପରୂପ ଯେ ଅଦ୍ଭୁତ । ଆତ୍ମା ପ୍ରଦୀପ ସାକ୍ଷୀମତ ।।୨୯
ମନ-ବଚନେ ଅଗୋଚର । ପରମଆତ୍ମା ସୁଖଘର ।।୩୦
ସୂକ୍ଷ୍ମ-ନିର୍ମଳ ରୂପ ଯାର । ପଣ୍ଡିତଜନଙ୍କ ଗୋଚର ।।୩୧
ଯାହାକୁ ସତ୍ତ୍ୱଗୁଣେ ପାଇ । ନିଷ୍କାମଚିତ୍ତେ ଯେବା ଧ୍ୟାୟି ।।୩୨
କୈବଲ୍ୟନାଥ ନମୋସ୍ତୁତେ । ନିବରାଣସୁଖ ଯା ଉଦିତେ ।।୩୩
ତୁ ନାଥ ଶାନ୍ତ ଘୋରରୂପୀ । ମୃଢ଼ଧର୍ମେଣ ବିଶ୍ବବ୍ୟାପୀ । ।୩୪
ଯେ ନିର୍ବଶେଷ ସାମ୍ୟରୂପ । ନମସ୍ତେ ଜ୍ଞାନ-ଘନ-ରୂପ । ।୩୫
କ୍ଷେତ୍ରଜ୍ଞରୂପୀ ନମୋନମ । ସର୍ବଜ୍ଞ ସାକ୍ଷୀ ନିଜଧାମ । ।୩୬
ସେ ଏ ଜଗତ ଆଦିମୂଳ । ମୂଳ ପ୍ରକୃତି ସୂକ୍ଷ୍ମସ୍ଥୂଳ ।।୩୭
ସର୍ବ-ଇନ୍ଦ୍ରିୟଗଣ ଦ୍ରଷ୍ଟା । ସର୍ବ ବିଷୟ ଆଦିସ୍ରଷ୍ଟା ।। ୩୮
ଅଭକ୍ତ ଜନେ ଅପ୍ରକାଶ । ଭକତପଦେ ରବିତ୍ରାସ ।।୩୯
ଅସ୍ଥୂଳକାରଣ-ସ୍ବରୂପୀ । ଅଦ୍ଭୁତ ରୂପେ ବିଶ୍ବବ୍ୟାପୀ । ।୪୦
ସର୍ବ-ଆଗମ ବେଦସ୍ଥାନ । ନମସ୍ତେ ମୋକ୍ଷପରାୟଣ ।। ୪୧
ସ୍ବୟଂପ୍ରକାଶ ଗୁଣପାଶେ । ବନ୍ଧନ ନୋହୁ ତୁ ବିଶେଷ ।୪୨
ତୁ ଅପବର୍ଗ-ପରାୟଣ । ନମଇଁ ତୋହର ଚରଣ । ।୪୩
ତୁ ନାଥ କରୁଣାସାଗର । ତୋ ପାଦେ ଶରଣ ମୋହର । ।୪୪
ଅଶେଷ-ଜନ୍ତୁ ହୃଦଗତେ । ତୋର ପ୍ରକାଶ ଆତ୍ମାମତେ । ।୪୫
ସକଳ ଦେଖୁ ନାଥ ତୁହି । ତୋ ଅନୁଭବ କେ ଜାଣଇ ।।୪୬
ତୁ ବ୍ରହ୍ମ ପରମମଙ୍ଗଳ । ନମସ୍ତେ ପ୍ରଭୁ ଆଦିମୂଳ । ।୪୭
ତୁ ନାଥ କରୁଣାସ୍ବରୂପୀ । ତୃଣ-କାଷ୍ଠରେ ଅଛୁ ବ୍ୟାପୀ ।।୪୮
ମୋହର ପ୍ରାୟ ପଶୁଗଣ । ବିପଦ ପାଈଁ କର ତ୍ରାଣ ।।୪୯
ଆତ୍ମା-ଆତ୍ମଜ-ଗୃହ-ବିତ୍ତେ । ମମତା କରେ ଦୃଢ଼ଚିତ୍ତେ ।।୫୦
ଯେ ପ୍ରାଣୀ ଗୃହବନ୍ଧେ ମଜେ । ସେ ତୋତେ କେବେହେଁ ନ ଭଜେ।।୫୧
ଯେ ମୁକ୍ତସଙ୍ଗ ଏ ଜଗତେ । ସେ ତୋତେ ଭଜେ ଅବିରତେ ।।୫୨
ଏଣୁ ବିବେକୀ ପ୍ରାଣୀଙ୍କର । ତୁ ନାଥ ଶୁଭ-ସୁଖଘର ।। ୫୩
ହେ ଜ୍ଞାନାତ୍ମକ ଭଗବାନ । ସର୍ବ-ଈଶ୍ବର ନମୋନମ । । ୫୪
ଧର୍ମାର୍ଥ-କାମ-ଲୋଭ ମୁକ୍ତ । ନିଷ୍କାମେ ଭଜେ ଅବିରତ ।। ୫୫
ଅନ୍ତେ ଲଭନ୍ତି ଇଷ୍ଟଗତି । ଦୁଃଖେ ସଙ୍କଟେ ନ ପଡନ୍ତି । । ୫୬
ଅବ୍ୟୟସ୍ଥାନେ ରହେ ମନ । ଏଣୁ ଲଭନ୍ତି ଦିବ୍ୟଜ୍ଞାନ ।୮୫୭
ମୁଁ ଏବେ ଶରଣ ତୋହର । ଏ ଗ୍ରାହ-ମୁଖୁ କର ପାର ।।୫୮
ଏକାନ୍ତ ଚିତ୍ତେ ଯେ ଭଜନ୍ତି । ବିଷୟ-ସୁଖ ନ ବାନ୍ତି ।।୫୯
ତୋ ଜ୍ଞାନ-ସୁଧା-ରସ ପାଇ । ଅଧିକ ବ। ତାଙ୍କ ନାହିଁ ।।୬୦
ଅତି ଅଦ୍ଭୁତ ତୋ ଚରିତ । ଆନନ୍ଦ ରୂପେ ସୁଲଳିତ ।।୬୧
ତୋ କଥା-ସୁଧା-ସିନ୍ଧୁ-ଜଳେ । ଅବଗାହନ ସୁଖଭୋଳେ ।। ୬୨ କରି ତରନ୍ତି ଦିବ୍ୟଦେହୀ । ଏଣୁ ତୋ ମହିମା କେ କହି ।।୬୩ ଅକ୍ଷୟ କ୍ଷୟ ନାହିଁ ଯାର । ଯେ ବ୍ରହ୍ମ ପରମ ଈଶ୍ବର ।।୬୪
ଅବ୍ୟକ୍ତ ଅଧ୍ୟାତ୍ମ ସ୍ବରୂପୀ । ପରମ-ଯୋଗବଳେ ବ୍ୟାପୀ ।। ୬୫ ଏଣୁ ଯେ ଅତିଦୂରେ ରହେ । ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୋଏ ।।୬୬ ଅନନ୍ତ ଆଦି ପରିପୂର୍ଣ୍ଣ । ସେ ହରି ରଖୁ ମୋ ଜୀବନ ।।୬୭ ମନବଚନ ତା ଚରଣେ । ନିବେଦନ ମୋ ଅନୁକ୍ଷଣେ ।।୬୮ ଏ ଘୋର-ଗ୍ରାହ-ବନ୍ଧ-ପାଶୁ । ଉଦ୍ଧରି ସେ ମୋତେ ଆଶ୍ବାସୁ ।।୬୯ ଯାର ଅଳପ କଳା ଘେନି । ବ୍ରହ୍ମାଦି ଦେବେ ସୁରମୁନି ॥୭୦ ସଂସାର ଚରାଚର ଯେତେ । ପ୍ରକାଣ୍ଡ ନାମ ରୂପ ମତେ ॥୭୧
ଅଗ୍ନି ସବିତା ଜ୍ୟୋତି ଯେହ୍ନେ । ପ୍ରକାଶି ପ୍ରବେଶନ୍ତି ତେହ୍ନେ ।।
୭୨ ଗୁଣ ପ୍ରବାହ ଏ ସଂସାର । ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର ।।୭୩ ଶରୀର ଆଦି ଏହିମତେ । ପ୍ରବେଶ ହୋନ୍ତି ତାର ଗାତ୍ରେ ।।୭୪ ଯେ ନୋହେ ଦେବାସୁର ମର୍ତ୍ତ୍ୟ । ନ ସ୍ଥିରୀ ନ ପୁରୁଷ ଗାତ୍ର । । ୭୫ ଜନ୍ମ ଶରୀର ପଶୁ ଆଦି । ରୂପେ ଅରୂପେ ନ ସମ୍ପାଦି ।।୭୬ କେବେହେଁ ନୋହେ କର୍ମଗୁଣ । ସତ୍ୟ ଅସତ୍ୟ ନୋହେ ଜାଣ ।।୭୭
ନିଃଶେଷ ଶେଷ ପରିପୂର୍ଣ୍ଣ । ଏଣୁ ଏ ଅନାଦି କାରଣ ।।୭୮ ନମସ୍ତେ ନମସ୍ତେ ଅନନ୍ତ । ଅସହ୍ୟ ବେଗ ବଳବନ୍ତ ।।୭୯
ଯାହାର ଅଟେ ଶକ୍ତି-ତ୍ରୟ । ଅଞ୍ଚଳ ବୁଦ୍ଧି ଗୁଣମୟ । ।୮୦ ପ୍ରପନ୍ନଜନ ଯେ ପାଳଇ । ଦୁରନ୍ତ ଶକ୍ତି ଯାର ଦେହୀ ।।୮୧
କୁତ୍ସିତ ଇନ୍ଦ୍ରିଗଣେ ଯାର । ମାର୍ଗ ନ କରାନ୍ତି ଗୋଚର ।୮୨
ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ । ଆତ୍ମା ଶରୀର ନ ଜାଣଇ ।।୮୩
ଯେ ହରି ସଂସାର-କାରଣ । ତା ପାଦେ ପଶିଲି ଶରଣ ।।୮୪
ରଖୁ ନ ରଖୁ ସେ ଜାଣଇ । ତା ବିନୁ ଆନଗତି ନାହିଁ ।। ୮୫ ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ ।।୮୬
ଶୁକ ଉବାଚ
ଏମନ୍ତେ ଗଜରାଜ ସ୍ତୁତି । ଗୋବିନ୍ଦ ପାଦେ ଦେଇ ମତି ।।୮୭
ଇନ୍ଦ୍ରାଦି ଦେବେ ଗମ୍ୟ ନୋହେ । ଯେ ପୂର୍ବଭାଗ୍ୟର ଉଦୟେ ।।
ଗଜ ବିକଳ ଶୁଣି ହରି । ସତ୍ଵରେ ଚିତ୍ତେ ମୋଦଭରି ।।୮୯
ଯେ ହରି ସର୍ବ-ଦେବମୟେ । ଅଶେଷ ବିଶ୍ବ ଯାର ଦେହେ ।।୯୦
ସର୍ବଦେବତା ମିଳି ସଙ୍ଗେ । ସ୍ତୁତି କରନ୍ତି ନାନାରଙ୍ଗେ ।।୯୧
ଗରୁଡ ପୃଷେ ବିଜେ କରି । କରେ ପ୍ରଚଣ୍ଡ-ଚକ୍ର ଧରି ।।୯୨
ବେଗେ ମିଳିଲେ ଗଜ ପାଶେ । ବିବୁଧେ ଦେଖନ୍ତି ଆକାଶେ ।।୯୩
ଗଜନ୍ଦେ ସରୋବର ଜଳେ । ଗ୍ରାହଗ୍ରସିତ ପାଦମୂଳେ ।।୯୪
ଦେଖଇ ଗରୁଡ-ପୁଷ୍ପର । ଆକାଶେ ବିଜେ ଚକ୍ରଧର ।।୯୫
ପଦ୍ମ ଗୋଟିଏ ଘେନି ହସ୍ତେ । ଊର୍ଷେ ଚାହିଁଲା ଶୂନ୍ୟପଥେ ।।୯୬
ବେଗେ ନମିଲା ଶୁ ତୋଳି । ଦେଖନ୍ତେ ପ୍ରଭୁ ବନମାଳୀ ।।୯୭
ଚକ୍ର ବିରାଜେ ଦକ୍ଷକରେ । ସୂର୍ଯ୍ୟ କି ଉଦିତ ଅମ୍ବରେ ।।୯୮
ଡାକଇ ଆରତଭଞ୍ଜନ । ଭୋ ନାଥ ରଖ ମୋ ଜୀବନ ।।୯୯
ହେ ନାରାୟଣ ବିଶ୍ବଗୁରୁ । ଆରତଜନ ଦୁଃଖ ହରୁ ।।୧୦୦
ନମସ୍ତେ ପ୍ରଭୁ ଭଗବାନ । ତୁ ନାଥ ଜଗତ-ଜୀବନ ।।୧୦୧
ଗ୍ରାହ-ପୀଡିତ ଗଜ ଦେଖ୍ । ତକ୍ଷଣେ ଗରୁଡ ଉପକ୍ଷେ ।।୧୦୨
ଜଳେ ପଶିଲେ ଚକ୍ରପାଣି । ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ।।୧୦୩
କୁମ୍ଭୀର ମୁଖୁଁ ବନମାଳୀ । ହସ୍ତୀ ଚରଣ ହସ୍ତେ ତୋଳି ।।୧୦୪
ଦେଖନ୍ତି ଶୂନ୍ୟ ଦିଗପାଳେ। ଗଜକୁ ଘେନି ବିଜେ କୂଳେ ।।୧୦୫
ଅଶେଷ ହରିର ମହିମା । କେ କହିପାରେ ଗୁଣସୀମା ।।୧୦୬
ଗଜକୁ ରଖିଲେ ଯେମନ୍ତେ । ଅଷ୍ଟମ ସ୍କନ୍ଧ ଭାଗବତେ ।।୧୦୭
ଭାଷା-ପ୍ରବନ୍ଧେ ହରି ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।।୧୦୮
ବୋଲଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏ ଚରିତ ।।୧୦୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଅଷ୍ଟମସ୍କନ୍ଧ ଗଜନ୍ଦ୍ର ମୋକ୍ଷଣେ ତୃତୀୟୋଽଧ୍ୟାୟଃ ॥
Ame Odia Ama Jagannath
*📝ଅଗ୍ନି ଉତ୍ସବ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଅାଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।*
*ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି-'ଘର ପୋଡ଼ିଠାରୁ ବିପତ୍ତି ନାହିଁ ।’ ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ ।*
ନେପାଳ ର କାଳୀ ଗଣ୍ଡୁକୀ ନଦୀରୁ ମିଳିଥିବା ସାଢେ 6କୋଟି ବର୍ଷ ପୁରୁଣା ଦୁଇଟି ଶାଳଗ୍ରାମ ଶାଳଗ୍ରାମ ରେ ଗଢ଼ା ହେବେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ 🚩
ଜୟ ଶ୍ରୀରାମ 🙏🏻🙏🏻❤️
ଶ୍ରୀମନ୍ଦିର ଅଁଳା ବେଢାରେ ଚୂନରା ସେବକ ଙ୍କ ଦ୍ଵାରା ଚୂନ ଧଉରା ଏବଂ ଗେରୁ ରଙ୍ଗ ପ୍ରଲେପ ନୀତି
ଆସନ୍ତା କାଲି ମକର ସଂକ୍ରାନ୍ତି ନିମନ୍ତେ ମା ଆଲାମ ଚଣ୍ଡୀ ମନ୍ଦିର ରୁ ଶ୍ରୀମନ୍ଦିର କୁ ମକର ତାଡ଼ ବିଜେ ।
The FIH Odisha Hockey Men’s World Cup Bhubaneswar – Rourkela Trophy Tour reached Rourkela and was greeted with a stunning Odissi dance performance by 250 students on the Brahmani Bridge. The city welcomed the tour with open arms.
🏑🇮🇳
Kalinga Stadium road is decked up fabulously with colourful lights which gives the capital city a different look.
Come to have a joyful experience and enjoy Olly's Land at the Kalinga Stadium in Bhubaneswar 😍
CM today visited 'Ollyland' at Kalinga Stadium which was chock-a-block with hockey enthusiasts
'Olly' is the mascot of this edition of Men's World Cup Hockey 🤗 🤗
All eyes on Rourkela which is beautifully decorated for hosting the Men’s Hockey World Cup 2023 to be held at both Rourkela and Bhubaneswar from 13-19 Jan, 2023.
The photos are courtesy the twitter handles of Odisha Sports and Rourkela Municipal Corporation.
This steel city of Odisha, famous for several things, including the National Institute of Technology, Rourkela Steel Plant, Hanuman Vatika (one of the tallest Hanuman statues in the state and country) has now added not one, but two more feathers in its cap.
1. It’s now the home to one of the world’s largest hockey stadiums with about 21,000 seating capacity
2. It now has an airport which is recently inaugurated with RKL-BBS flight
Did you know that Odisha’s Sundargarh district, who headquarters town is Rourkela, can be called as the cradle of Hockey in Odisha (and may be the country too) because here the popularity of the sports crosses all barriers. It is also the home to the largest number of National Level Hockey players that the state of Odisha has produced.
🙏 If you love this post or learnt something new, please encourage us by giving a ❤️ and following this page. Also if you feel like, kindly share this with friends.
ରଣବୀରଙ୍କ ସହ ନାଚିଲା ଓଡିଶା
ଝୁମିଲା କଟକ, ତ୍ରିରଙ୍ଗା ତ୍ରିରଙ୍ଗା ଦିଶିଲା ବାରବାଟୀ ଛାତି
Click here to claim your Sponsored Listing.
Videos (show all)
Category
Contact the establishment
Telephone
Address
Bhadrak
Bhadrak
I'm on Instagram as @prakruta_satya. Install the app to follow my photos and videos. https://www.instagram.com/invites/contact/?i=be9ld1njuzyj&utm_content=lv1n0is
Maitapur
Bhadrak, 756111
Hello My Dear friend I'm your basanta I'm trying to entertain all friend please support me
Rahania, Ranigadia
Bhadrak, 756120
entertainment, funny, Facebook reels, entertainment funny video, viral shorts, trending reels