ଅସରନ୍ତି ଅମରେଶ

ଅସରନ୍ତି ଅମରେଶ

AMARESH BISWAL is a fiction writer in Indian Literature who usually writes in his native language OD

27/10/2024

ଛାତି କୋରି ହେଇଗଲା ପରି କବିତାଟିଏ.. ଆହାଃ ଶାନ୍ତି..

OTV Podcast | Episode-2 | ଡ. ସରୋଜିନୀ ସାହୁ | ଲେଖିକା | Sarojini Sahoo | OTV Digital 05/10/2024

କେମିତି ଥିଲା ସେଦିନର ସେ କାଳ ସଂଧ୍ୟା, ଯେଉଁଦିନ ତାଙ୍କ ଆଖି ଆଗରେ ଚାଲିଗଲା ସ୍ୱାମୀ ତଥା ପ୍ରସିଦ୍ଧ ଲେଖକ ଜଗଦୀଶ ମହାନ୍ତିଙ୍କ ଜୀବନ... ମୃତ୍ୟୁ ପୂର୍ବରୁ କ'ଣ କ'ଣ କରିଥିଲେ ଜଗଦୀଶ, ଯାହା ସେ କେବେ କରନ୍ତି ନାହିଁ... ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ପ୍ରସିଦ୍ଧ ଲେଖିକା ଡ.ସରୋଜିନୀ ସାହୁଙ୍କ ସହ ଏଥରର ଓଟିଭି ପଡ଼କାଷ୍ଟ... Click- 👇

OTV Podcast | Episode-2 | ଡ. ସରୋଜିନୀ ସାହୁ | ଲେଖିକା | Sarojini Sahoo | OTV Digital OdishaTV is Odisha's no 1 News Channel. OTV being the first private satellite TV channel ...

ଅମାବାସ୍ୟାର ଚନ୍ଦ୍ର | ଗୋବିନ୍ଦ ଦାସ | Amabasyara Chandra | Govind Das | Part-1 | Odia Novel 24/09/2024

ଅମାବାସ୍ୟାର ଚନ୍ଦ୍ର | ଗୋବିନ୍ଦ ଦାସ | ଭାଗ-୧
ଶୁଣିକି କହିବେ, କାଉଲ୍ ଠିକ୍ ଅଛନ୍ତି ନା ନାହାଁନ୍ତି।

ଅମାବାସ୍ୟାର ଚନ୍ଦ୍ର | ଗୋବିନ୍ଦ ଦାସ | Amabasyara Chandra | Govind Das | Part-1 | Odia Novel ଅମାବାସ୍ୟାର ଚନ୍ଦ୍ର | ଗୋବିନ୍ଦ ଦାସ | Amabasyara Chandra | Govind Das | Part-1 | Odia Novel

Photos from ଅସରନ୍ତି ଅମରେଶ's post 05/08/2024

'ସୂର୍ଯ୍ୟପ୍ରଭା' ଖବରକାଗଜର ରବିବାସରୀୟ ସାହିତ୍ୟ ପୃଷ୍ଠା 'ସାହିତ୍ୟପ୍ରଭା' ଏଥର ବର୍ଷା ସଂଖ୍ୟା ଥିଲା। ଏଥିରେ ମୋର ଏହି ଗପଟିକୁ ସ୍ଥାନ ଦେଇଥିଲେ ଯୁବଲେଖକ ରଶ୍ମୀରଂଜନ। ତାଙ୍କୁ ଧନ୍ୟବାଦ। କାଳେ ପିଡିଏଫ୍ କପିଟି ପଢ଼ିହେବନି, ସେଥିପାଇଁ ଆଉଏକ କପି ଦେଇଛି। ଅସରନ୍ତି ଅମରେଶ Biswal

28/07/2024

ଏଇଥର ଲେଖାଟି ଭଲ ଲାଗିଲା। ପର୍ଫେକ୍ଟ ଉଦାହରଣ, ବୁଝି ହେଲା। କିଛି କିଛି ମନେରହିଲା ପରି ଧାଡି ଅଛି। ଏମିତି ତ ପୁଷ୍ପାଞ୍ଜଳି ନାୟକ ମୋର ଅନ୍ଯତମ ପ୍ରିୟ ଗାଳ୍ପିକା। ତାଙ୍କ ‘କପଟପାଶା’ ଉପନ୍ଯାସ ମୋର ଏବେବି ମନେଅଛି। ଅସରନ୍ତି ଅମରେଶ

24/07/2024

🔴 ଓଡ଼ିଶା ସାପ ଓ ଆଫ୍ରିକା ସାପ କଥୋପକଥନ
🔴 ଅମରେଶ ବିଶ୍ୱାଳ

ଏକ ମୁଣ୍ଡିଆ ଗୁଗୁଲ ସାପ: ଆରେଃ ଭାଇ ତମେ କ‘ଣ ଏଠି? ଏପଟେ କୁଆଡ଼େ ଆସିଥିଲ? ଚା‘ ଫା‘ ପିଇଲଣି ନା, ଆସ ଏଇ ସିରି ଦୋକାନରେ ଟିକେ ମାରିଦେବା.. ଜଳଖିଆ ଖାଇଚ ତ?

ଚାରି ମୁଣ୍ଡିଆ ଗୁଗୁଲ ସାପ: ଆରେ ତମେ ବି ଆସିଛ କି? କୁହନି କୁହନି, ତମର ଏଠି କ’ଣ ଗୋଟେ ଭଣ୍ଡାର ଫଣ୍ଡାର ନିଉଜ୍ ଚାଲିଛି ଯେ, ଏ ଶଳେ ନିଉଜ୍ ଚ୍ୟାନେଲ୍ ବାଲାଏ ମୋ ପ୍ରାଣ ଛଡେଇ ଦେଲେଣି। ଯିଏ ପାରିଲା ସିଏ, ଗୁଗୁଲ୍ ସର୍ଚ୍ଚ କରିକି ଆମକୁ ଟାଣିକି ଆଣି ତା ଫଟୋରେ ଲଗେଇ ଦେଉଛନ୍ତି। ଭାବୁ ନାହାଁନ୍ତି ଯେ, ତମର ଏଠି ସାପ ଅଲଗା, ଆମର ସେଠି ଅଲଗା..

ଏକ ମୁଣ୍ଡିଆ ଗୁଗୁଲ ସାପ: ଆଲୋ ଆଲୋ.. ତମେ ବି ସେଇ ଚକ୍କରରେ ଫସିଛ କି? ସେଇକଥା କହୁନ.. ମୁଁ ଭାବିଲି ତମେ ତ ଆଫ୍ରିକା ଜନ୍ତୁ, ହଠାତ୍ ଓଡ଼ିଶା କେମିତି ପଳେଇ ଆଇଲ। ତମକୁ କ’ଣ କହିବି ଯେ, ମୋର ପା’ ସେଇ ସମାନ ଅବସ୍ଥା। ସପ୍ତାହେ ହେଲାଣି, ଯିଏ ପାଇଲା ସିଏ ଗୁଗୁଲ୍ ସର୍ଚ୍ଚ କରିକି ନାରଖାର୍ କରୁଛନ୍ତି। ବେଶୀ ତ ଏଇ ଟିଭି ଚ୍ୟାନେଲ୍ ପଲକ ଆଉ..

ଚାରି ମୁଣ୍ଡିଆ ଗୁଗୁଲ ସାପ: ଆରେ ସେ ଭଣ୍ଡାର ଗୋଟାଏ କ ‘ଣ ଯେ? ସେଠି ସାପ କାହିଁକି ରହୁଛନ୍ତି? ସେଟା କ’ଣ ଗୋଟାଏ ଜଙ୍ଗଲ ନା କ’ଣ?

ଏକ ମୁଣ୍ଡିଆ ଗୁଗୁଲ ସାପ: ନା ନା ଜଙ୍ଗଲ ନୁହେଁ ମ, ମନ୍ଦିରଟାଏ। ସିଏ ବଡ଼ ଗହନ କଥାରେ ଭାଇ। ମନ୍ଦିର ଭଣ୍ଡାର ଘରେ ବର୍ଷବର୍ଷ ଧରି ସୁନା ଗହଣା ଅଛି। ସେସବୁ ସେଇ ଠାକୁରଙ୍କର। ଭଣ୍ଡାର ଘର ବହୁବର୍ଷ ଧରି ଖୋଲା ହୋଇନଥିବାରୁ, କିଏ କହୁଛି ସେଠି ସାପ ଅଛି, କିଏ କହୁଛି ଭୁତ ଅଛି, କିଏ କହୁଛି ସୁଡ଼ଙ୍ଗ ଅଛି। ଶଳେ ସମସ୍ତେ ପଣ୍ଡିତ। ଏମିତି ବର୍ଣ୍ଣନା କରୁଛନ୍ତି, ଯେମିତି ଶଳେ ଆଠଥର ବୁଲିକି ଆଇଚନ୍ତି। ଏଟା କ’ଣ ନନ୍ଦନ କାନନ?

ଚାରି ମୁଣ୍ଡିଆ ଗୁଗୁଲ ସାପ: ଓହୋ.. ଇଏତ ଗହନ କଥାରେ ଭାଇ.. ଯଦିବି ସାପ ଥିବ, ତାହେଲେ ତମ ଏଠିକା ପ୍ରକାର ସାପ ହେଇଥିବେ ନା, ମୋ ପରି ଚାରିମୁଣ୍ଡିଆ ଆଫ୍ରିକା ସାପ କାହିଁକି ଏଠିକି ଆସିବ ଯେ। କି ଗୋଟେ ଚ୍ୟାନେଲ୍ ତମର ଏଠି ଅଛି ଯେ, ଗୁଗୁଲରୁ ଖାଲି ମୋଓରି ଫଟୋ ଆଣିକି ଲଗେଇଲା ଯେ, ଦିନସାରା ଗୁଡ଼ାଏ ଫୋନ୍ ଫାନ୍ ଆସିକି ମୁଣ୍ଡ ଖରାପ କଲାଣି। ସାଙ୍ଗସାଥୀ, ପିଲା ପରିବାର ଦେଖିକି ଫୋନ୍ କରିକି ପଚାରୁଛନ୍ତି, ତମକୁ କ’ଣ ଆମର ଏଠି ଖାଇବା ଅଭାବ ହେଲା ଯେ, ତମେ ଯାଇକି ଓଡ଼ିଶାରେ କୋଉ ଭଣ୍ଡାର ଭିତରେ ପଶିଲଣି.. ଏଗୁଡ଼ା କି ଲଜ୍ଜାକର କଥା କହିଲ.. ଛ୍ୟାଃ..

ଏକ ମୁଣ୍ଡିଆ ଗୁଗୁଲ ସାପ: ଗୋଟେ ମାଈ ସାପକୁ ଫସେଇବି ବୋଲି, ମଝିରେ ସାଙ୍ଗର ଆଇ-ଫୋନରେ କିଛି ହାଇ-ରିଜୋଲ୍ୟୁସନ୍ ଷ୍ଟାଇଲିସ୍ ଫଟୋ ଉଠେଇକି ଫେସବୁକରେ ଛାଡ଼ିଥିଲି.. ଏ ଶଳେ ମୋର ସେଇ ଫଟୋକୁ ଆଣିକି ଲଗେଇ ଦେଇଛନ୍ତି ଯେ.. ସକାଳୁ ସକାଳୁ ମୋ ସାଙ୍ଗ ଫୋନ୍ କରିକି ବଡ଼ ଖୁସି, କହୁଛି, ଆରେ ମୋ ଫଟୋ କ୍ରେଡିଟ୍ ଦେବାକୁ ଟିଭି ବାଲାଙ୍କୁ କହ। ଗର୍ଲଫ୍ରେଣ୍ଡ ଫୋନ୍ କରିକି କହୁଛି, ଶେଷରେ ତମେ ସେଠି ଯାଇକି ପଶିଲ.. ମହା ପାପ। ସବୁବେଳେ ମୁଁ ସେଇଆ ଭାବେ, ମଝିରେ ମଝିରେ ଇଏ କୁଆଡେ ଗାଏବ୍ ହୋଇ ଯାଉଚନ୍ତି.. ଗାଁରୁ ବି ମାଆ ଫୋନ୍ କରିଥିଲା.. କହିଲା, ଭଣ୍ଡାର ଘରେ ପଶିଛୁ ତ ପଶିଛୁ, ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିକି ସମୁଦ୍ର କୂଳରେ କାତି ଛଡେଇକି ଗାଁକୁ ପଳେଇ ଆଆ.. ପ୍ରଭୁ ହେ ମୋ ପିଲାକୁ ଘଣ୍ଟ ଘୋଡ଼େଇ ରଖିଥା…

ଚାରି ମୁଣ୍ଡିଆ ଗୁଗୁଲ ସାପ: ଶଳା ମାନଇଜ୍ଜତ ହରିବୋଲ୍ ହେଇଗଲାଣି.. ଭାବୁଛି ଏଠୁ ଫେରିଲେ, ମୋ ସୋସିଆଲ୍ ମିଡିଆ ଆକାଉଣ୍ଟ ସବୁ ପ୍ରାଇଭେଟ୍ କରିଦେବି.. ଆରେ ତମ ସାପସାଙ୍ଗମାନେ ହେଲେ ତ ଜାଣିଛନ୍ତି ଯେ, ଭଣ୍ଡାର ଘର କିଛି ଗୋଟେ ଅଛି। ମୋ ସାଙ୍ଗମାନେ ପା ଜାଣିନାହାଁନ୍ତି, ସେମାନେ ଭାବୁଛନ୍ତି ମୁଁ ଗୋଟେ କିଛି ଆନ୍ତର୍ଜାତିକ ସ୍ତରର ଡ଼କାୟତି କରିଦେଇଛି.. ଜଣକ ଘରେ ପଶିବାଟା ଡକାୟତି ନୁହେଁ ଆଉ କଣ.. ଏଗୁଡ଼ା କି କଥା କହିଲ, ଶୂନଟାରେ ବଦନାମ..

ଏଇ ସମୟରେ ପୁଣି କିଏ ଗୋଟେ ଗୁଗୁଲ୍ ସର୍ଚ୍ଚ ଆରମ୍ଭ କରିଦେଲା। ଏହା ଜାଣିପାରି ଦୁହେଁ ବୁଦାମୂଳେ ଲୁଚିଗଲେ। ଚାରିମୁଣ୍ଡିଆ ଗୁଗୁଲ୍ ସାପ ଚୁପୁଚୁପୁକି ଏକମୁଣ୍ଡିଆ ଗୁଗୁଲ୍ ସାପ କାନରେ କହିଲା, ଭାଇ ଆଜି ରାତିରେ ମୋର ଫ୍ଲାଇଟ୍ ଅଛି, ଟିକେ ଓଲା ବୁକ୍ କରିକି ଏୟାରପୋର୍ଟରେ ଛାଡ଼ିବା ବ୍ୟବସ୍ଥା କରିଦେଲୁ, ସପ୍ତାହେ ହେଲା ମୁଁ ଆସି ଏଠି, ସେପଟେ ଘରେ ଖୋଜାଖୋଜି କରୁଛନ୍ତି..

ଶେଷ ଦୃଶ୍ୟ (ଭାଗ-୫) 15/07/2024

ଧାରାବାହିକ ଉପନ୍ୟାସ:
ଶେଷଦୃଶ୍ୟ (ଭାଗ-୫)

ଶେଷ ଦୃଶ୍ୟ (ଭାଗ-୫) ।। ୫ ।। ‘ୟୁ ହାଭ୍ ଟୁ କ୍ୟାଚ୍ ଦ୍ୟାଟ୍ ଦିନବନ୍ଧୁ ମହାନ୍ତି ଷ୍ଟୋରି ମାଇଁ ଡିଅର୍ ଶୁଭକାନ୍ତ । ଆଇ ନିଡ୍ ଆଟ୍‌ଲିଷ୍ଟ ୱାନ୍ ଷ୍ଟୋରି ଡେଲ....

Poem | ତନୁଲତା ଗାଁରେ ମେଘ | ସୁନୀଲ ପୃଷ୍ଟି | Tanulata Gaonre Megha | Sunil Prusty | Voice-Amaresh Biswal 16/06/2024

କବିତାଟି ଯେତିକି ଛଳଛଳ, ବୋଧହୁଏ ଏହାର ପ୍ରତିବେଦନ ସେତିକି ଛଳଛଳ ହୋଇପାରିଲା ନାହିଁ। ଶୁଣିକି କହିବେ କ'ଣ ଭୁଲ୍ ରହିଲା, ଆଉ କେମିତି ହେଲେ ଅଧିକ ଭଲ ହୋଇପାରିବ।

Poem | ତନୁଲତା ଗାଁରେ ମେଘ | ସୁନୀଲ ପୃଷ୍ଟି | Tanulata Gaonre Megha | Sunil Prusty | Voice-Amaresh Biswal | ତନୁଲତା ଗାଁରେ ମେଘ | ସୁନୀଲ ପୃଷ୍ଟି | Tanulata Gaonre Megha | Sunil Prusty | Voice-Amaresh Biswal

Chhota Chhota Jibana 12/06/2024

https://www.amazon.in/Chhota-Jibana-Amaresh-Biswal/dp/1645601552

Chhota Chhota Jibana ମୋ ପେସାରେ, ମୁଁ ଅନେକ ବଡ଼ବଡ଼ ଘଟଣା ଦେଖିଛି ଓ ସେସବୁ ଘଟଣା ସହ ଦିନଦିନ ରହିଛି । ପ୍ରଥମେ ଗପ ଲେଖିଲା ବେଳେ ବଡ଼ କାନଭାସ୍ ନେଇ କାମ କରି ସଫଳ...

Rumal Chori | Amaresh Biswal | ରୁମାଲ ଚୋରି | ଅମରେଶ ବିଶ୍ଵାଳ | ପ୍ରେମକଥା ସିରିଜ (୧୪) 12/06/2024

https://www.amazon.in/Rumal-Amaresh-Biswal-%E0%AC%AC%E0%AC%BF%E0%AC%B6%E0%AD%8D%E0%AC%B5%E0%AC%BE%E0%AC%B3-%E0%AC%AA%E0%AD%8D%E0%AC%B0%E0%AD%87%E0%AC%AE%E0%AC%95%E0%AC%A5%E0%AC%BE/dp/9395682655

Rumal Chori | Amaresh Biswal | ରୁମାଲ ଚୋରି | ଅମରେଶ ବିଶ୍ଵାଳ | ପ୍ରେମକଥା ସିରିଜ (୧୪) ଅମୃତା ଆଇସ୍‌କ୍ରିିମ୍ ଖାଇ ସାରି ଅନେଇଥିଲା ଦୂର ଦିଗ୍‌ବଳୟ ଆଡେ। ତା ଆଖି ଯୋଡ଼ିକ ଲୁହରେ ଟୁଳୁଟୁଳୁ। ଶେଷ ପଦକ କଥା ସେ ଖୁବ୍ କଷ୍ଟରେ କ.....

24/05/2024

ଆପଣ ଅମରେଶ, ମୁଁ ମଧ୍ୟ ଅମରେଶ। ଗୋଟିଏ ଫ୍ରେମରେ ଦୁଇଜଣ ଅମରେଶ। ସେଥିପାଇଁ ଆମର ଦେଖାହେଲା ମାନେ ଆପଣ କୁହନ୍ତି, ଏଇ ଅମରେଶ, ଗୋଟେ ଫଟୋ ହେଉଯାଉ। କିନ୍ତୁ ଆପଣ ରାମଚନ୍ଦ୍ର, ଆଉ ମୁଁ ହେଲି ରାମିଆ। ଆଜି ଆପଣଙ୍କ ଶୁଭ ଜନ୍ମଦିନ। ମତେ ଲାଗେ, ଆପଣ ସାମ୍ୟବାଦୀ ମଣିଷ, ଏଇଥିରେ ବିଶ୍ୱାସ ରଖନ୍ତି ନାହିଁ। କିନ୍ତୁ ମୁଁ ରଖେ। ସେଥିପାଇଁ ଆପଣଙ୍କୁ ଓଡ଼ିଆ ସାହିତ୍ୟ ତରଫରୁ ଜନ୍ମଦିନର ଶୁଭେଚ୍ଛା ଜଣେଇଲି। ଆପଣ ସବୁବେଳେ ଆମଠାରୁ ଅଧିକ ସବୁଜ ଲାଗନ୍ତୁ। ବିନୀତ Amaresh Biswal ଅସରନ୍ତି ଅମରେଶ

Photos from Sahitya Akademi's post 13/03/2024

କବିଙ୍କୁ ଶୁଭେଚ୍ଛା..

12/03/2024

ସ୍ମୃତି ସବୁ ଲଟକିଛି.. ଧାଡ଼ି ଧାଡ଼ି ଦୂର ତାଳବଣେ..
ସାକ୍ଷୀ ଅଛି ଗାଁ ବିଲମାଳ.. ତୁ ମତେ କେତେ ଭଲପାଉ..
ସବୁ ସିଏ ଜାଣେ.. #ଗାଁଚିତ୍ର #ଗାଁଗୀତ Amaresh Biswal

09/03/2024

II ଅନନ୍ତ ବାବୁଙ୍କ କାନ୍ଦ II
II ଅମରେଶ ବିଶ୍ୱାଳ II

ଦେଶର ରାଜଧାନୀରେ ହେବାକୁ ଥିବା, କୋଉ ଗୋଟେ ବଡ଼ ଜାକଜମକିଆ ସରକାରୀ ସଭାକୁ ଯିବାକୁ, ଓଡ଼ିଆ ନେଖକଙ୍କର ଗୋଟେ ସୌଦାତାଲିକା ବାହାରିଲା। ଅନନ୍ତ ବାବୁଙ୍କର ସେଥିରେ ନାଁ ନଥିଲା।

ତେଣୁ ସେ ବୁହେ କାନ୍ଦିଲେ।

ପତ୍ନୀ କହିଲେ- ତମେ କି ଚୋପା ନେଖକ କିହୋ.. ଦିନରାତି ନେଖୁଚ.. ରାତିସାରା ବସିକି ନେଖୁଚ ନା ଝିଅଙ୍କ ସହ ଚାଆଟ୍ କରୁଚ ? ଆଜିଠୁ ସେ ଗପ ଉପନ୍ୟାସ ଛାଡ଼, ଆଠ ଧାଡ଼ିଆ କବିତା ନେଖ, ଆଉ ରାତିରେ ଆରାମରେ ଶୁଅ।

ପତ୍ନୀଙ୍କ କଥା ଅନନ୍ତ ବାବୁଙ୍କୁ ଭାରି ବାଧିଲା। ସେ ପୁଣି ବୁହେ କାନ୍ଦିଲେ।

ଏହି ସମୟରେ ଜଣେ ସୁନ୍ଦରୀ ଜୁନିୟର୍ ଲେଖିକା ଫୋନ୍ କଲେ। ପଚାରିଲେ- ସାଆର୍ ଆପଣ ଏତେବଡ଼ ସଜନା ଗଛ ଭଳିଆ ଲେଖକ, କେତେ ଲେଖିଛନ୍ତି, ଲେଖି ଲେଖି କାଗଜ ଚିରି ପକେଇଛନ୍ତି, ଅଥଚ ତାଲିକାରେ ଆପଣଙ୍କ ନାଁ ବି ନାହିଁ !! କି ଆଶ୍ଚର୍ଯ୍ୟର କଥା। କିଛି ଗୋଟେ କରନ୍ତୁ।

ଆଉ କିଏ କହିଥିଲେ ଅନନ୍ତ ବାବୁଙ୍କୁ ବାଧି ନଥାନ୍ତା। ସୁନ୍ଦରୀ ଲେଖିକାଙ୍କ କଥାଟା ତାଙ୍କ ପନିର୍ ଭଳିଆ ନରମିଆ ଲେଖକ ହୃଦୟକୁ ଭାରି ବାଧିଲା। ତେଣୁ ସେ ପୁଣି ବୁହେ କାନ୍ଦିଲେ।

ଏହାପରେ, ତାଲିକାରେ ବିଭ୍ରାଟ ହେଇଚି ବୋଲି, ଜଣେ ବଡ଼ ସାହିତ୍ୟିକ ଲେଖିଲେ। ସେଥିରେ ଆଉକିଛି ସାହିତ୍ୟିକଙ୍କ ନାଁ ଯୋଡ଼ାହେବା ଉଚିତ ବୋଲି କହି, ସେ କୋଡ଼ିଏ ଲେଖକଙ୍କ ନାଁ ଦେଲେ। କିନ୍ତୁ ସେଥିରେ ବି ଅନନ୍ତ ବାବୁଙ୍କର ନାଁ ନଥିଲା।

କଥାଟି ତାଙ୍କୁ ଭାରି ବାଧିଲା। ତେଣୁ ସେ ପୁଣି ବୁହେ କାନ୍ଦିଲେ।

ଜଣେ ସମଧର୍ମା ଲେଖକ, ଅନନ୍ତ ବାବୁଙ୍କୁ ଉସୁକେଇଲେ। କହିଲେ- ତମେ ବି ଏହା ବିରୋଧରେ ଲେଖ। ଏ ମାମଲାରେ ଏତେଟା ଥଣ୍ଡା ପଡ଼ିବା ଉଚିତ ନୁହେଁ। ନହେଲେ ସାହିତ୍ୟିକ ବଦବୀଟା ହାତରୁ ଖସିଯିବ। ବିରୋଧ କରିକି ଲେଖୁନ ବୋଲି ତମକୁ କେହି ଗୁରୁତ୍ୱ ଦେଉନାହାଁନ୍ତି। ବୁଝିଲ?

ସକାଳୁ ଆସି ସଂଜ ହେଲା, ଅନନ୍ତ ବାବୁ ଫେସବୁକ୍ ଖୋଲିକି ବସିଛନ୍ତି କିଛି ଗୋଟେ ଲେଖିକି ଓଲଟେଇ ଦେବେ ବୋଲି, କିନ୍ତୁ ଦୁଇଟି ଅକ୍ଷର ମଧ୍ୟ ଲେଖିପାରିଲେ ନାହିଁ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ପରି ତାଙ୍କ ଅବସ୍ଥା। ସମସ୍ତେ ତାଙ୍କୁ ନିଜର ଲାଗିଲେ। ତେଣୁ ସେ ଲେଖିପାରିଲେ ନାହିଁ।

ଏହି କଥାକୁ ନେଇ ଅନନ୍ତ ବାବୁ ପୁଣି ବୁହେ କାନ୍ଦିଲେ।

(ଏହି ଲେଖାଟି ସଂପୂର୍ଣ୍ଣ ରୂପେ କଳ୍ପନା ପ୍ରସୂତ। ବାସ୍ତବ ଦୁନିଆର ଘଟଣା ଓ ଚରିତ୍ର ସହ ଏହାର କୌଣସି ସଂପର୍କ ନାହିଁ। ଯଦି କୌଣସି ଘଟଣା ଓ ଚରିତ୍ର ସହ ଏହା ମେଳ ଖାଉଥାଏ, ତେବେ ତାହା କେବଳ ଏକ ସଂଯୋଗ ମାତ୍ର।)

Photos from ଅସରନ୍ତି ଅମରେଶ's post 06/02/2024

ଏହା ଭଦ୍ରକ ଜିଲ୍ଲାର ଧାମନଗର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପାଚେରୀରେ ଲେଖା ଯାଇଥିଲା। (ଭଦ୍ରକ ହେଉଛି ଡ଼ ମହତାବଙ୍କ ନିଜ ଜିଲ୍ଲା)। ପ୍ରୟାସଟି ଭଲ, କିନ୍ତୁ କୌଣସି ଜ୍ଞାନ ଥିବା ବ୍ୟକ୍ତି ଏହାକୁ ମନିଟର୍ କରିବାର ଥିଲା। ବିରୋଧ ହେବାପରେ, ବୋଧହୁଏ ସ୍ଥାନୀୟ ବିଜେପି କର୍ମୀମାନେ ଯାଇ 'ମହାନ୍ତି' ଜାଗାରେ ରଙ୍ଗ ମାରି 'ମହତାବ' ଲେଖିଛନ୍ତି। ଦଳ ଓ ସରକାର ଯାହାର ବି ହେଉ, ଆମେ ଆମ ଇତିହାସ ଓ ପରମ୍ପରାର ବିକୃତି ଗ୍ରହଣ କରିବା ନାହିଁ।

Amaresh Biswal ଅସରନ୍ତି ଅମରେଶ

05/12/2023

ଭୁବନେଶ୍ୱରରେ ଚାଲିଥିବା ‘ଅକ୍ଷର’ ପୁସ୍ତକମେଳା-୨୦୨୩ରୁ ମୋର ଏହିସବୁ ବହି ସଂଗ୍ରହ କରିବାକୁ ଚାହୁଁଥିଲେ ଆପଣ ନିମ୍ନଲିଖିତ ଷ୍ଟଲ୍ କିମ୍ବା ମୋ ଫୋନ୍ ନମ୍ୱର 9861415377ରେ ଯୋଗାଯୋଗ କରିପାରିବେ।

ପ୍ରେମିକାର ସାନଭଉଣୀ (ଗଳ୍ପ): ପଶ୍ଚିମା ପବ୍ଲିକେଶନ
ସ୍ପେଶାଲ୍ ରିପୋର୍ଟ (ଗଳ୍ପ): ଟାଇମ୍ ପାସ୍
ଛୋଟ ଛୋଟ ଜୀବନ (ଛୋଟଗପ): ବ୍ଲାକ୍ ଇଗଲ୍ ବୁକ୍ସ
ଆତ୍ମନ (ଗଳ୍ପ): ପକ୍ଷୀଘର ପ୍ରକାଶନୀ
ମଧ୍ୟବିତ୍ତ (ଉପନ୍ୟାସ): ପକ୍ଷୀଘର ପ୍ରକାଶନୀ
ପ୍ରଣତିର ପ୍ରେମିକମାନେ (ଉପନ୍ୟାସିକା): ପ୍ରାପ୍ତି- ବର୍ଷା ପବ୍ଲିକେଶନ୍ସ ଷ୍ଟଲ୍
ପାପ (ଉପନ୍ୟାସିକା): ପ୍ରାପ୍ତି- ବର୍ଷା ପବ୍ଲିକେଶନ୍ସ ଷ୍ଟଲ୍
ହ୍ୟାଙ୍ଗଓଭର (କବିତା): ପ୍ରାପ୍ତି- ବର୍ଷା ପବ୍ଲିକେଶନ୍ସ ଷ୍ଟଲ୍
ବୟସ୍କ ଲୋକର ସମୟ (ଗଳ୍ପ): ପ୍ରାପ୍ତି-ବର୍ଷା ପବ୍ଲିକେଶନ୍ସ ଷ୍ଟଲ୍
ଅବକ୍ଷୟମୁଖୀ ଜାତୀୟ ଚରିତ୍ର (ପ୍ରବନ୍ଧ): ପ୍ରାପ୍ତି-ବର୍ଷା ପବ୍ଲିକେଶନ୍ସ ଷ୍ଟଲ୍

Videos (show all)

ଦୁଃଖର ଭାଗମାପ ॥ ଅମରେଶ ବିଶ୍ୱାଳ

Telephone

Website