OBMS TV
We Are Promote in online of All Type Business Advertisement Of Every Company's Product and Software,Hardware Service Also. Then Are You want any services?
For reach to Us :- nine six nine double two three two six zero nine Dear Sir,
We wish to express our sincere thanks to you for choosing our services.Here you will get better assistant full transparency . One Business Multi Solution is a value driven company in the field of Web Design & Development, Software Development, And Online Business Development & Search Engine Optimization. One of the leadi
ଚାରିବର୍ଷ ପରେ, ଯେତେବେଳେ ଅଲମ୍ପିକ୍ ଖେଳିବାପାଇଁ ଲଣ୍ଡନକୁ ଆସିଲେ, ସେତେବେଳେ ବ୍ରିଟେନ ନଅଗୋଟି ଅଲମ୍ପିକ୍ ରେକର୍ଡ଼ ଏବଂ ସାତଗୋଟି ବିଶ୍ୱ ରେକର୍ଡ଼ ସ୍ଥାପିତ କଲା ।
ସେହି ବର୍ଷ, ବ୍ରିଡ଼ଲୀ ବିଗିନ୍ସ, 'ଟୁର୍ ଡ଼ି ଫ୍ରାନ୍ସ'ର ବିଜେତା ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବ୍ରିଟିଶର ସାଇକେଲ୍ ଚାଳକ । ତା ପରବର୍ଷ ତାଙ୍କ ଟିମ୍-ର ସାଥୀ କ୍ରିସ୍ ଫ୍ରୋମ୍ ଏହି ରେସ୍-କୁ ଜିତିଥିଲେ ଏବଂ ଏହିଭଳି ଭାବେ 2015, 2016 ତଥା 2017ରେ ମଧ୍ୟ ବ୍ରିଟିଶ୍ ଟିମ୍ ଛଅବର୍ଷ ମଧ୍ୟରେ ପାଞ୍ଚଥର ''ଟୁର୍ ଡ଼ି ଫ୍ରାନ୍ସ'' ପ୍ରତିଯୋଗିତାରେ ବିଜୟୀ ହୋଇପାରିଥିଲା ।
2007ରୁ 2017 ମସିହା ପର୍ଯ୍ୟନ୍ତ ଦଶବର୍ଷର ଅବଧି ମଧ୍ୟରେ ବ୍ରିଟିସ୍ ସାଇକେଲ୍ ଚାଳକମାନେ 178 ବିଶ୍ୱ ଚ୍ୟାମ୍ପିୟନସିପ୍ ଏବଂ 66ଟି ଅଲମ୍ପିକ୍ ଅବା ପାରାଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ସାଇକ୍ଲିଙ୍ଗର ସବୁଠାରୁ ମୁଖ୍ୟ ପ୍ରତିଯୋଗିତା ''ଟୁର୍ ଡ଼ି ଫ୍ରାନ୍ସ''ରେ 5ଗୋଟି ବିଜୟ ହାସଲ କରିଥିଲେ ।
ଏସବୁ କିପରି ହେଲା ? ପୂର୍ବର ସାଧାରଣ ଆଥଲେଟ୍ ମାନଙ୍କର ଏକ ଟିମ୍, ଛୋଟଛୋଟ ପରିବର୍ତ୍ତନ କରି ବିଶ୍ୱ ଚ୍ୟାମ୍ପିୟନ୍ କିପରି ହୋଇପାରିଲେ ?
କାରଣଟି ସ୍ପଷ୍ଟ ପ୍ରତୀତ ହେଉଛି, ଆଉ ତାହା ହେଉଛି, ''ଅଭ୍ୟାସରେ ଛୋଟଛୋଟ ପରିବର୍ତ୍ତନ !''
ଏହି ଛୋଟଛୋଟ ସୁଧାର ଆଣିବାର ସମ୍ମିଳିତ ପ୍ରଭାବ ଉଲ୍ଲେଖନୀୟ ପରିଣାମସମୂହରେ ପରିବର୍ତ୍ତିତ ହୋଇଥିଲା ।
ସାଧାରଣତଃ ଆମେ ବିଚାର କରୁ କି, ଯେତେବେଳେ ଆମେ ଆମ ଜୀବନକୁ ପରିବର୍ତ୍ତନ କରିବାକୁ ଚାହିଁବା, ସେତେବେଳେ ଆମକୁ କିଛି ବୃହତ୍ ଚିନ୍ତା କରିବା ଆବଶ୍ୟକ କିନ୍ତୁ ବାସ୍ତବରେ ଏହା ଶହ ଶହ ଛୋଟଛୋଟ ପରିବର୍ତ୍ତନର ପ୍ରଭାବ କାରଣରୁ ହିଁ ସମ୍ଭବ ହୋଇଥାଏ ।
ସଫଳତା ଦୈନିକ ଅଭ୍ୟାସର ପରିଣାମ ଅଟେ, ସମ୍ପୂର୍ଣ୍ଣ ଜୀବନରେ ଗୋଟିଏ ଥରରେ କରାଯାଇଥିବା କାର୍ଯ୍ୟର ପରିଣାମ ନୁହେଁ ।
ଏବେ ବିଚାରର କଥା ହେଉଛି, ଆମେ ଏହାକୁ ଆମ ଜୀବନରେ କେଉଁଭଳି ପ୍ରତିଫଳିତ କରିପାରିବା ?
ଶିକ୍ଷା
''ଧ୍ୟାନାଭ୍ୟାସର ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ହେଉଛି ବିବେକ । ଏକ ଧ୍ୟାନକେନ୍ଦ୍ରିତ ମନ ତତ୍କାଳ ଜାଣିନେଇଥାଏ, ''ମୋ ପାଇଁ କଣ କରିବା ଠିକ୍ ହେବ ? ମୋ ପାଇଁ କଣ ବିକାଶଶୀଳ ଅଟେ ? ମୋତେ କଣ ଉନ୍ନତ କରିପାରିବ ? ''ଏଭଳି ସ୍ଥିତିରେ ଅବଗତି କମ୍ ଥିଲେ ମଧ୍ୟ ତତ୍କାଳ ସ୍ପଷ୍ଟ ନିର୍ଣ୍ଣୟ ନେବା ସହଜ ହୋଇଥାଏ ।''
ଆଟୋମିକ୍ ହାବିଟ୍ସର ଶକ୍ତି
ଜୀବନରେ ପରିବର୍ତ୍ତନ ଆଣିବାପାଇଁ କଣ ଆମକୁ ବହୁତ ବଡ଼ ପଦକ୍ଷେପ ନେବାକୁ ପଡ଼ିବ ?
ଆଟୋମିକ୍-ର ଦୁଇଗୋଟି ଅର୍ଥ ରହିଛି, ବହୁତ ଛୋଟ ଅବା ଅପାର ଊର୍ଜାର ସ୍ରୋତ (immense energy source) ଏବଂ ହାବିଟ୍ସର ଅର୍ଥ ହେଉଛି, ସେହି ବସ୍ତୁ ଯାହାକୁ ଆମେ ପ୍ରତ୍ୟେକ ଦିନ ଦୋହରାଇଥାଉ । ବାସ୍ତବରେ କହିଲେ, ଆଟୋମିକ୍ ହାବିଟ୍ସ ହେଉଛି ସେହିସବୁ ଛୋଟଛୋଟ ଅଭ୍ୟାସ, ଯାହା ଆମ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରେ ।
ପ୍ରକୃତରେ ଛୋଟଛୋଟ ପରିବର୍ତ୍ତନ ଜୀବନକୁ ପରିବର୍ତ୍ତିତ କରିଦେଇଥାଏ...
2003 ମସିହାରେ ଦିନେ ବ୍ରିଟିଶ୍ ସାଇକ୍ଲିଙ୍ଗର ଭାଗ୍ୟ ବଦଳିଗଲା । ଗ୍ରେଟ୍ ବ୍ରିଟେନରେ ସାଇକ୍ଲିଙ୍ଗ ସଂଘ ସେ ସମୟରେ ଡେବ୍ ବ୍ରିଲ୍ସଫୋର୍ଡ଼ଙ୍କୁ ତାର ନୂତନ ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦେଲା । ସେପର୍ଯ୍ୟନ୍ତ ଗ୍ରେଟ୍ ବ୍ରିଟେନରେ ବୃତ୍ତିଧାରୀ ସାଇକେଲ୍ ଚାଳକମାନେ ହାରାହାରି 100ବର୍ଷ ପର୍ଯ୍ୟନ୍ତ ସେମାନଙ୍କର କଳା ପ୍ରଦର୍ଶନ କରିସାରିଥିଲେ ।
1908 ମସିହା ପରେ, ବ୍ରିଟିଶ ସାଇକେଲ ଚାଳକମାନେ ଅଲମ୍ପିକ୍ ଖେଳରେ କେବଳ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତି ପାରିଥିଲେ ଆଉ ସାଇକ୍ଲିଙ୍ଗ୍-ର ସବୁଠାରୁ ବଡ଼ ପ୍ରତିସ୍ପର୍ଦ୍ଧା ବା ପ୍ରତିଯୋଗିତା 'ଟୁର୍ ଡ଼ି ଫ୍ରାନ୍ସ'ରେ ସେମାନଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା । ବିଗତ 110ବର୍ଷ ମଧ୍ୟରେ, କୌଣସି ବ୍ରିଟିଶ୍ ସାଇକେଲ୍ ଚାଳକ କେବେ ବି ଏହି ପ୍ରତିଯୋଗିତାର ବିଜେତା ହୋଇପାରି ନଥିଲେ ।
ବାସ୍ତବରେ, ବ୍ରିଟିଶ୍ ସାଇକେଲ୍ ଚାଳକଙ୍କର ପ୍ରଦର୍ଶନ ଏତେ ନିରାଶଜନକ ଥିଲା ଯେ ୟୁରୋପର ଶୀର୍ଷ ବାଇକ୍ ନିର୍ମାତାମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ସାଇକେଲ୍ ବିକ୍ରି କରିବାପାଇଁ ମନା କରିଦେଇଥିଲେ କାରଣ ତାଙ୍କୁ ଡର ଥିଲା ଯେ, ଯଦି ଅନ୍ୟ ବୃତ୍ତିଧାରୀ ସାଇକେଲ୍ ଚାଳକମାନେ ବ୍ରିଟେନ୍ ବାସୀଙ୍କୁ ଏହି କମ୍ପାନୀର ସାଇକେଲ୍-କୁ ଉପଯୋଗ କରୁଥିବାର ଦେଖିନେବେ, ତେବେ ସେମାନଙ୍କ ସାଇକେଲ୍ ବିକ୍ରିରେ ବାଧା ଉତ୍ପନ୍ନ ହେବ ଆଉ ତାଙ୍କୁ କ୍ଷତି ସହିବାକୁ ପଡ଼ିବ ।
ବ୍ରିଲ୍ସଫୋର୍ଡ଼ଙ୍କୁ ବ୍ରିଟିଶ୍ ସାଇକ୍ଲିଙ୍ଗକୁ ଏକ ନୂତନ ଦିଗ ପ୍ରଦାନ କରିବାପାଇଁ ନିଯୁକ୍ତ କରାଯାଇଥିଲା । ଯେଉଁଥିପାଇଁ ସେ ପୂର୍ବତନ କୋଚ୍ ମାନଙ୍କଠାରୁ ଭିନ୍ନ ସାବ୍ୟସ୍ତ ହେଉଥିଲେ, ତାହା ଥିଲା 'ରଣନୀତି ପ୍ରତି ପ୍ରବଳ ପ୍ରତିବଦ୍ଧତା' ଯାହାକୁ ସେ ''ସୀମାନ୍ତ ଲାଭର ଏକତ୍ରୀକରଣ'' ବୋଲି କହିଥିଲେ, ଯାହା ଆମ ଦ୍ୱାରା କୃତ ସମସ୍ତ ପ୍ରକାର କାମରେ ସୁଧାର ଆଣିବାର ଏକ କ୍ଷୁଦ୍ର ପୃଥକତ୍ୱକୁ ଅନୁସନ୍ଧାନ କରୁଥିବା ଏକ ଦର୍ଶନ ଥିଲା ।
ବ୍ରିଲ୍ସଫୋର୍ଡ଼ କହିଥିଲେ, ''ସମ୍ପୂର୍ଣ୍ଣ ସିଦ୍ଧାନ୍ତ ଏହି ବିଚାରରୁ ସୃଷ୍ଟି ହୋଇଛି କି, ଯଦି ଆମେ ସେହି ବାଧାକୁ ପାର କରିନେବା ଯାହା ଆମକୁ ଆମ ପ୍ରଦର୍ଶନରେ 1 ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ସୁଧାର ଆଣିଦିଏ ତେବେ ଏହି କ୍ରମାଗତ ଅଭ୍ୟାସ ଆମ ପ୍ରଦର୍ଶନରେ ଉତ୍ତରୋତ୍ତର ଉନ୍ନତି କରିଚାଲିବ ଏବଂ ପରିଣାମସ୍ୱରୂପ ଆମେ ଏକ ମହତ୍ତ୍ୱପୂର୍ଣ୍ଣ ବିରାଟ ଉପଲବ୍ଧି ପ୍ରାପ୍ତ କରିପାରିବା ।''
ବ୍ରିଲ୍ସଫୋର୍ଡ଼ ଏବଂ ତାଙ୍କର ପ୍ରଶିକ୍ଷକମାନେ ଏକ ବୃତ୍ତିଧାରୀ ସାଇକ୍ଲିଙ୍ଗ୍ ଟିମ୍ ଗଠନ କରିବା ନିମନ୍ତେ ଛୋଟଛୋଟ ଉପାୟ କରିବା ଆରମ୍ଭ କରିଦେଲେ । ସେମାନେ ସାଇକେଲ୍ ସିଟକୁ ଆହୁରି ଅଧିକ ଆରାମଦାୟକ କରିବାପାଇଁ ପୁଣିଥରେ ଡିଜାଇନ୍ ଆରମ୍ଭ କରିଦେଲେ ଆଉ ସାଇକେଲ୍ ଟାୟାରରେ ଏଲ୍କୋହଲ୍-ର ପରଖ ଲଗାଇଦେଲେ ଯଦ୍ଦ୍ୱାରା ସେଗୁଡ଼ିକ ରାସ୍ତା ସହିତ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିବ, ଖସିଯିବ ନାହିଁ ।
ଏହା ବ୍ୟତିରେକ ସାଇକ୍ଲିଙ୍ଗ୍ କରିବା ସମୟରେ ମାଂସପେଶୀସମୂହର ଆଦର୍ଶ ତାପମାତ୍ରାକୁ ବଜାୟ ରଖିବାପାଇଁ ସେମାନେ ବିଦ୍ୟୁତ୍ ଊର୍ଜାଭଳି ଉତ୍ତପ୍ତ ରହିଲାପରି ସାର୍ଟର ଚୟନ କରିଥିଲେ । ସେମାନେ ବାୟୋଫିଡ଼ବ୍ୟାକ୍ ସେନ୍ସରର ବ୍ୟବହାର କରିଥିଲେ ଯଦ୍ଦ୍ୱାରା ଏହା ଦେଖିହେବ ଯେ, ପ୍ରତ୍ୟେକ ଆଥଲେଟ୍ କେଉଁଭଳି ପ୍ରଦର୍ଶନ କରିଛନ୍ତି । ତାଙ୍କର ଟିମ୍ ଏକ ବାୟୁପୂର୍ଣ୍ଣ ସୁଡ଼ଙ୍ଗରେ ବିଭିନ୍ନ ବସ୍ତ୍ରର ପରୀକ୍ଷଣ କଲେ ଏବଂ ସେମାନେ ଖୋଲା ସ୍ଥାନରେ ସାଇକ୍ଲିଙ୍ଗ୍ କରିବା ସମୟରେ ପିନ୍ଧିଥିବା ବସ୍ତ୍ରକୁ 'ଇନଡ଼ୋର ରେସିଙ୍ଗ ସୂଟ୍'ରେ ପରିବର୍ତ୍ତିତ କରିଦେଲେ । ଯାହା ହାଲୁକା ଏବଂ ଅଧିକ ଏୟାରୋଡ଼ାୟନାମିକ୍ ସିଦ୍ଧ ହେଲା ।
କିନ୍ତୁ ସେ ଏତିକିରେ ଅଟକି ଗଲେ ନାହିଁ । ବ୍ରିଲ୍ସଫୋର୍ଡ଼ ଏବଂ ତାଙ୍କର ଟିମ୍ ଅନୁସନ୍ଧାନ ଜାରି ରଖିଲେ ଏବଂ ଅଣଦେଖା ତଥା ଅପ୍ରତ୍ୟାଶିତ କ୍ଷେତ୍ରରେ 1 ପ୍ରତିଶତର ସୁଧାର ଆଣିପାରିଥିଲେ । ସେମାନେ ଏହା ଜାଣିବାପାଇଁ ବିଭିନ୍ନ ପ୍ରକାର ମାଲିସ୍ ତୈଳର ପରୀକ୍ଷଣ କରିଥିଲେ କି, କେଉଁ ତୈଳ ଖୁବ୍ ଶୀଘ୍ର ମାଂସପେଶୀ ସମୂହକୁ ଠିକ୍ କରିପାରିବ । ସେ ପ୍ରତ୍ୟେକ ଚାଳକଙ୍କୁ ନିଜ ହାତ ଧୋଇବାର ସବୁଠାରୁ ଉତ୍ତମ ଉପାୟ ଶିଖାଇବା ନିମନ୍ତେ ଜଣେ ସର୍ଜନଙ୍କୁ ରଖିଥିଲେ ଯଦ୍ଦ୍ୱାରା ସେମାନଙ୍କ ହାତ ଯେପରି ଥଣ୍ଡା ଯୋଗୁଁ ଥରି ନ ଉଠୁ । ସେମାନେ ସାଇକେଲ୍ ଚାଳକଙ୍କ ପାଇଁ ଏଭଳି ତକିଆ ଆଉ ଗଦିର ଚୟନ କଲେ ଯାହାଦ୍ୱାରା ସେମାନଙ୍କୁ ରାତିରେ ଭଲ ନିଦ ହେବ ।
ସେମାନେ ସାଇକେଲ୍ ନେଇ ଯାଉଥିବା ଟ୍ରକ୍-ର ଭିତର ପାର୍ଶ୍ୱକୁ ମଧ୍ୟ ଧଳା ରଙ୍ଗରେ ରଙ୍ଗାଇ ଦେଇଥିଲେ, ଯଦ୍ଦ୍ୱାରା ସେମାନେ ଧୂଳିକଣାକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିପାରିବେ, ସାଧାରଣକରି ଯାହା ଉପରେ କେହି ବି ଧ୍ୟାନ ଦେଇ ନଥାନ୍ତି । ହେଲେ ସେହି କ୍ଷୁଦ୍ର ଧୂଳିକଣା ମଧ୍ୟ ସାଇକେଲ୍-ର ସନ୍ତୁଳନକୁ ବିଗାଡ଼ିଦେଇ ପାରେ ।
ଏହିଭଳି ଭାବେ ଟିିକିନିଖି କରି ଶହ ଶହ ଛୋଟଛୋଟ ସୁଧାରସବୁକୁ ପ୍ରୟୋଗ କରିବାପରେ, ସକାରାତ୍ମକ ପରିଣାମ ତୀବ୍ରଗତିରେ ଦେଖାଦେଇଥିଲା, ଯାହାକୁ କେହି ବି କଳ୍ପନା କରିପାରି ନଥିଲେ ।
ବ୍ରିଲ୍ସଫୋର୍ଡ଼ ପାଞ୍ଚବର୍ଷଧରି ପଦଭାର ସମ୍ଭାଳିବା ପରେ, ବ୍ରିଟିଶ୍ ସାଇକ୍ଲିଙ୍ଗ୍ ଟିମ୍ 2008 ମସିହାର ଅଲମ୍ପିକ ଖେଳରେ ସାଇକ୍ଲିଙ୍ଗ୍ ପ୍ରତିଯୋଗିତାରେ ନିଜର ସ୍ଥାନକୁ ସୁଦୃଢ଼ କରିପାରିଥିଲା ଏବଂ ବିଜିଙ୍ଗ୍ ଅଲମ୍ପିକରେ ସେମାନେ ଆଶ୍ଚର୍ଯ୍ୟଜନକ ଭାବେ 60 ପ୍ରତିଶତ ସ୍ୱର୍ଣ୍ଣ ପଦକର ବିଜେତା ହୋଇପାରିଥିଲେ
1. GST Registration
2. GST Nil return Filing
3. MSME Registration
4. FSSAI (Food License)
5. Company, NGO & Partnership Reg.
6. Importer Exporter Code
7. ISO Registration
8. Logo Design
9. WEBSITE DESIGNING
10. Application Development
11. APEDA Registration
12. HACCP-GMP- CE-HALAL- KOSAR. CERTIFICATE
13. DSC
14. Trademark Registration
15. Company Audit/ Tax Audit/ ITR Filling
16. Domain and Best cheapest web hosting available
whatsapp 9692232609 call 9778551116
ONE BUSINESS MULTI SOLUTION WISHES YOU TO ALL
{{{HAPPY
GANESH
POOJA}}}
Welcome To OBMS Software Company,Bhubaneswar,Odisha,India. For Details Call Now : 9692232609 / 9778551116 |
Welcome To OBMS Software Company,Bhubaneswar,Odisha,India. For Details Call Now : 9692232609 / 9778551116 |
ଡିନାମାଇଟ୍
ଲୋକମାନେ ଆମକୁ କେଉଁରୂପେ ମନେ ପକାଇବେ, କେବେ ଏକଥା ଭାବିଛନ୍ତି କି ?
1888 ମସିହାର କଥା, ଜଣେ ବ୍ୟକ୍ତି ସକାଳୁ ଉଠି ଖବର କାଗଜ ପଢ଼ୁଥିଲେ, ଏହି ସମୟରେ ହଠାତ୍ ତାଙ୍କର ଦୃଷ୍ଟି ଏକ ''ଶୋକ ବାର୍ତ୍ତା'' ଉପରେ ପଡ଼ିଲା । ସେ ତାହାକୁ ଦେଖି ସ୍ତବ୍ଧ ହୋଇଗଲେ, କାରଣ ମରିଯାଇଥିବା ବ୍ୟକ୍ତିଙ୍କ ସ୍ଥାନରେ ତାଙ୍କରି ନାମ ଲେଖାଯାଇଥିଲା ।
ନିଜର ନାମ ପଢ଼ି ସେ ଆଶ୍ଚର୍ଯ୍ୟଚକିତ ତଥା ଭୟଭୀତ ହୋଇପଡ଼ିଲେ । ଖବର କାଗଜରେ ତାଙ୍କର ବଡ଼ଭାଇ ଲୁଡ଼ୱିଗଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ସ୍ଥାନରେ ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା କଥାକୁ ସେ ବିଶ୍ୱାସ କରିପାରୁ ନଥିଲେ । କ୍ଷଣକ ପାଇଁ ସେ ବିସ୍ମିତ ହୋଇଗଲେ । ଯାହା ବି ହେଉ, କୌଣସିମତେ ସେ ନିଜକୁ ସମ୍ଭାଳିନେଲେ । ଲୋକମାନେ ତାଙ୍କର ମୃତ୍ୟୁକୁ ନେଇ କେଉଁଭଳି ପ୍ରତିକ୍ରିୟା ସବୁ ଦେଇଛନ୍ତି, ଏହା ଜାଣିବାପାଇଁ ଇଚ୍ଛାକରି ସେ ଖବର କାଗଜଟିକୁ ପଢ଼ିବା ଆରମ୍ଭ କଲେ, ସେଥିରେ ଫ୍ରେଞ୍ଚ୍ ଭାଷାରେ ଲେଖାଥିଲା, ''ମୃତ୍ୟୁର ସୌଦାଗର'' ମରିସାରିଛି ।
ଏହା ତାଙ୍କ ପାଇଁ ଏକ ବିରାଟ ବଡ଼ ଆଘାତ ଥିଲା, ସେ ମନେମନେ ବିଚାର କଲେ, ''କଣ ମୁଁ ମରିବାପରେ ଲୋକମାନେ ମୋତେ ଏହିଭଳି ମନେପକାଇବେ ?''
ଏହି ଦିନଟି ତାଙ୍କ ଜୀବନର କ୍ରାନ୍ତିକାରୀ ପରିବର୍ତ୍ତନର ଦିନ ଥିଲା ଆଉ ସେହି ଦିନ ଠାରୁ ଡିନାମାଇଟିର ଏହି ଆବିଷ୍କାରକ ବିଶ୍ୱ ଶାନ୍ତି ଏବଂ ସମାଜ କଲ୍ୟାଣ ପାଇଁ କାମ କରିବାକୁ ଲାଗିଲେ ତଥା ମୃତ୍ୟୁ ପୂର୍ବରୁ ସେ ତାଙ୍କର ଅଚଳ ସମ୍ପତ୍ତିକୁ ସେହି ଲୋକମାନଙ୍କୁ ପୁରସ୍କାର ଦେବାପାଇଁ ଦାନ କରିଦେଇଥିଲେ, ଯେଉଁମାନେ ବିଜ୍ଞାନ ଏବଂ ସମାଜ କଲ୍ୟାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟ କରିଥାନ୍ତି ।
ସେହି ମହାନ୍ ବ୍ୟକ୍ତିଙ୍କ ନାମ ଥିଲା, ''ଅଲଫର୍ଲଡ଼ ବର୍ନାର୍ଡ଼ ନୋବେଲ'' । ଆଜି ତାଙ୍କରି ନାମରେ ପ୍ରତିବର୍ଷ ''ନୋବେଲ ପ୍ରାଇଜ୍'' ଦିଆଯାଉଛି । ଆଜି କେହି ତାଙ୍କୁ ''ମୃତ୍ୟୁର ସୌଦାଗର'' ରୂପରେ ମନେପକାଉ ନାହାଁନ୍ତି ବରଂ ତାଙ୍କୁ ଜଣେ ମହାନ୍ ବୈଜ୍ଞାନିକ ଏବଂ ସମାଜସେବୀ ରୂପେ ମନେପକାଉଛନ୍ତି ।
ଡିନାମାଇଟର ଶକ୍ତି ଚଟ୍ଟାଣକୁ ଭାଙ୍ଗିଦେଇପାରେ, ହେଲେ ଆମ ବିଚାରସମୂହର ଶକ୍ତି ଡିନାମାଇଟକୁ ବି ଚୂର୍ଣ୍ଣବିଚୂର୍ଣ୍ଣ କରିଦେଇପାରେ ।
ଶିକ୍ଷା
''ଆମର ପ୍ରତିଦିନର ବିଚାର ଅନୁସାରେ ହିଁ ଆମେ ଆମ ଭାଗ୍ୟର ନିର୍ମାଣ କରିଥାଉ । ଆନ୍ତରିକ ସ୍ପଷ୍ଟତା ଏବଂ ସ୍ଥିରତା ପାଇବାପାଇଁ ନିଜ ବିଚାରସମୂହର ନିୟମନ କରନ୍ତୁ ।''
ବିଧିର ବିଧାନ ଅପରିବର୍ତ୍ତନୀୟ
ଏକ ବିଚାର...କିଏ ଅଛନ୍ତି ଯିଏ ଏହି ସୃଷ୍ଟିକୁ ପରିଚାଳିତ କରୁଛନ୍ତି ?
ଭଗବାନ ବିଷ୍ଣୁ ଗରୁଡ଼ ପୃଷ୍ଠରେ ବସି କୈଳାସ ପର୍ବତକୁ ଯାତ୍ରା କଲେ । ଦ୍ୱାରଦେଶରେ ଗରୁଡ଼କୁ ଛାଡ଼ିଦେଇ ସ୍ୱୟଂ ଶିବଙ୍କ ସହିତ ସାକ୍ଷାତ କରିବାପାଇଁ ଭିତରକୁ ଚାଲିଗଲେ । କୈଳାସର ଅପୂର୍ବ ପ୍ରାକୃତିକ ଶୋଭାକୁ ଦେଖି ଗରୁଡ଼ ମନ୍ତ୍ରମୁଗ୍ଧ ହୋଇଗଲେ । ଠିକ୍ ଏହି ସମୟରେ ତାଙ୍କର ଦୃଷ୍ଟି ଏକ କ୍ଷୁଦ୍ର ସୁନ୍ଦର ପକ୍ଷୀ ଉପରେ ପଡ଼ିଲା ।
ପକ୍ଷୀଟି ଏତେ ସୁନ୍ଦର ଥିଲା ଯେ, ଗରୁଡ଼ଙ୍କର ସମସ୍ତ ବିଚାର ସେହି ପକ୍ଷୀ ଦିଗକୁ ଆକର୍ଷିତ ହେବାକୁ ଲାଗିଲା । ସେହି ସମୟରେ କୈଳାସକୁ ଯମ ଦେବତା ଆସିଲେ ଆଉ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେ ସେହି ପକ୍ଷୀଟିକୁ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ।
ଗରୁଡ଼ ବୁଝିଗଲେ ଯେ ସେହି ପକ୍ଷୀଟିର ଅନ୍ତ ସମୟ ଆସିଯାଇଛି ଆଉ ଯମଦେବତା କୈଳାସରୁ ପ୍ରତ୍ୟାବର୍ତ୍ତନ କରିବାମାତ୍ରେ ତାକୁ ତାଙ୍କ ସହିତ ଯମଲୋକକୁ ନେଇଯିବେ ।
ଗରୁଡ଼ଙ୍କୁ ଦୟା ଆସିଲା । ଏତେ କ୍ଷୁଦ୍ର ଆଉ ସୁନ୍ଦର ପକ୍ଷୀଟିର ମୃତ୍ୟୁକୁ ସେ ଦେଖିବାକୁ ଚାହୁଁନଥିଲେ । ଏଥିପାଇଁ ସେ ତାକୁ ନିଜ ପଞ୍ଝାରେ ଦବାଇ କୈଳାସଠାରୁ ହଜାର କୋଷ ଦୂର ଏକ ଜଙ୍ଗଲର ଚଟ୍ଟାଣ ଉପରେ ଛାଡ଼ିଦେଇ କୈଳାସକୁ ଫେରିଆସିଲେ ।
ଯେତେବେଳେ ଯମ ବାହାରକୁ ଆସିଲେ, ସେତେବେଳେ ଗରୁଡ଼ ପଚାରିଦେଲେ ଯେ, ''ସେ ସେହି ପକ୍ଷୀଟିକୁ ଏତେ ଆଶ୍ଚର୍ଯ୍ୟ ଦୃଷ୍ଟିରେ କାହିଁକି ଦେଖୁଥିଲେ ?''
ଯମ କହିଲେ, ''ଗରୁଡ଼, ଯେତେବେଳେ ମୁଁ ସେହି ପକ୍ଷୀଟିକୁ ଦେଖିଲି, ସେତେବେଳେ ମୋତେ ଜ୍ଞାତ ହେଲା କି, ସେହି ପକ୍ଷୀଟି ଅଳ୍ପକିଛି ମୁହୂର୍ତ୍ତ ପରେ ହଜାର କୋଷ ଦୂରରେ ଥିବା ଏକ ନାଗସର୍ପର ଭୋଜନ ହୋଇଯିବ । ମୁଁ ଚିନ୍ତା କରୁଥିଲି, ସେ ଏତେ ଶୀଘ୍ର ଏତେ ଦୂର କିପରି ଯାଇପାରିବ, ହେଲେ ଏବେ ଯେତେବେଳେ ଏଠାରେ ନାହିଁ ତେବେ ନିଶ୍ଚିତ ରୂପେ ସେ ମରି ସାରିଥିବ ।''
ଗରୁଡ଼ ବୁଝିଗଲେ, ''ଯେତେ ଚତୁରତା ଅବଲମ୍ବନ କଲେ ମଧ୍ୟ ମୃତ୍ୟୁକୁ କେହି ଟାଳି ପାରିବେ ନାହିଁ ।''
ଏଥିପାଇଁ ଶ୍ରୀକୃଷ୍ଣ କହିଛନ୍ତି--
ତୁ ଯାହା ଚାହୁଁ, ସେପରି କରିଥାଉ । ହେଲେ ହୁଏ ତାହା ଯେପରି ମୁଁ ଚାହେଁ । ଏବେ ତୁ ତାହା କର ଯେପରି ମୁଁ ଚାହୁଁଛି, ଦେଖିବୁ ତାହାହିଁ ହେବ, ଯେପରି ତୁ ଚାହୁଁଥିବୁ ।
ଶିକ୍ଷା
''ଏହି ସଂସାର ସମ୍ଭାବନାର ସଂସାର ଅଟେ । ନିଃସନ୍ଦେହ, ଏଠାରେ ଏକ ସମ୍ଭାବିତ ଘଟଣା ଘଟିତ ହେବାର ପୂର୍ଣ୍ଣ ସମ୍ଭାବନା ଥାଏ କିନ୍ତୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏକ ଅସମ୍ଭାବିତ ଘଟଣା ସମ୍ଭବ ହେବାର ମଧ୍ୟ ସମ୍ଭାବନା ରହିଥାଏ ।''
Obms TV- https://t.me/OBMSTV
OnebusinessMultiSolution- https://t.me/onebusinessmultisolutionpvtltd
Bhubaneswar Local Business Promotion Hub - https://t.me/+aECpCv-FRW1mZDRl
Berhampur Local Business Promotion Hub- https://t.me/obmsgroup5
Delhi Local Business Promotion Hub - https://t.me/OneBusinessMultiSolutionBBSR
International Business Promotion Hub - https://t.me/obmsgroup8
All Odisha Business Promotion Hub - https://t.me/obmsgroup4
Puri Local Business Promotion Hub - https://t.me/obmsgroup1
All India Business Promotion Hub - https://t.me/obmsgroup7
Odisha Business Promotion Hub Only In(Bhubaneswar_Cuttack_Puri) - https://t.me/obmsgroup6
Cuttack Local Business Promotion Hub - https://t.me/obmsgroup2
ତେବେ ଝଡ଼ି ପଡ଼ିଥିବା ଫୁଲ କାହିଁକି ନୁହେଁ !
ଶିକ୍ଷା
''ନିଜକୁ ଦିବ୍ୟ ଶକ୍ତିର ଅଧୀନରେ ରଖି ପ୍ରେମ ଏବଂ ଦୃଢ଼ ବିଶ୍ୱାସର ସହିତ ସେବା କରନ୍ତୁ, ତାହା ସକ୍ରିୟ ସେବା ହେଉ ଅବା ନିଷ୍କ୍ରିୟ ହେଉ ପର୍ଯ୍ୟାପ୍ତ ଅଟେ । ଏହାର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଯାଏ । ସ୍ୱୟଂକୁ ଅର୍ପଣ କରିବାର ଅନେକ ଉପାୟ ରହିଛି । ସେବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାମାତ୍ରେ ଏହା ଆମର ସ୍ଥିତିକୁ ଉତ୍ତମ କରିଦେଇଥାଏ ।''
ଝଡ଼ିପଡ଼ିଥିବା ଫୁଲ
କୌଣସି ଫୁଲ ଗଛରୁ ତଳେ ପଡ଼ିଗଲେ କଣ ତାହାର ସୁଗନ୍ଧ ଆଉ ସୌନ୍ଦର୍ଯ୍ୟତା କମ୍ ହୋଇଯାଏ ?
ଦୌଡ଼ିବା ଏକ ସାଧାରଣ ପ୍ରକ୍ରିୟା ଅଟେ । ଦୌଡ଼ିବାରେ ମଧ୍ୟ ସୌନ୍ଦର୍ଯ୍ୟତା ନିହିତ ଅଛି । ଏହା ମାଧ୍ୟମରେ ମୁଁ ମୋ ଆଖପାଖର ଜୀବନକୁ ଉତ୍ତମରୂପେ ନିରୀକ୍ଷଣ କରିପାରେ । ପ୍ରତିଦିନ ସକାଳେ ଜଣେ ବୃଦ୍ଧ ସଜ୍ଜନ ଗଛରୁ ଝଡ଼ି ପଡ଼ିଥିବା ଫୁଲଗୁଡ଼ିକୁ ଉଠାଇ ମନ୍ଦିରର ଦର୍ଶନ ପାଇଁ ରଖାଯାଇଥିବା ଫୁଲଝୁଡ଼ିରେ ରଖୁଥିବାର ମୁଁ ଦେଖେ । ତାଙ୍କର ଏହି ଗତିବିଧି ମୋ ମନରେ ଉତ୍ସୁକତା ଭରିଦିଏ ।
ଦିନେ ସକାଳେ ମୁଁ ତାଙ୍କୁ ଏପରି କରୁଥିବା ଦେଖି ନିଜର ଏହି ଜିଜ୍ଞାସାକୁ ଶାନ୍ତ କରିବାପାଇଁ ସେହି ବୃଦ୍ଧଙ୍କୁ ପଚାରିଲି, ଅନ୍ୟ ବୃଦ୍ଧମାନେ ଗଛରୁ ସତେଜ ଫୁଲ ତୋଳିବା ବେଳେ ସେ ଗଛରୁ ଝଡ଼ି ପଡ଼ିଥିବା ଫୁଲକୁ କାହିଁକି ଉଠାନ୍ତି ।
ମୁଁ ତାଙ୍କୁ ପ୍ରଶ୍ନ କଲି, ''ଦାଦାଜୀ, ମୁଁ ଆପଣଙ୍କୁ ସବୁବେଳେ ଭୂମିରେ ପଡ଼ିଯାଇଥିବା ସତେଜ ଫୁଲ ସବୁକୁ ଉଠାଉ ଥିବାର ଦେଖିଥାଏ । ଆପଣ ଏସବୁକୁ ନେଇ କଣ କରନ୍ତି ?''
ବୃଦ୍ଧ ଜଣକ ଅତ୍ୟନ୍ତ ଶାନ୍ତ ଭାବରେ ଉତ୍ତର ଦେଲେ, ''ଏହି ଫୁଲକୁ ନେଇ ମୁଁ ମୋ ଘରେ ଥିବା ଦେବୀଦେବତାଙ୍କ ଚରଣରେ ଅର୍ପଣ କରିଥାଏ ।''
ମୁଁ ଏହା ପ୍ରଥମଥର ପାଇଁ ଶୁଣିବାକୁ ପାଇଲି । ପୂର୍ବରୁ ଏଭଳି କଥା କେବେ ବି ଶୁଣି ନଥିଲି । ଏଥିପାଇଁ ମୁଁ ପୁଣିଥରେ ତାଙ୍କୁ ପଚାରିଲି, ''ଯଦି ଆପଣ ଖରାପ ନ ଭାବନ୍ତି, ତେବେ କଣ ମୁଁ ଜାଣିପାରେ କି, ଗଛରେ ଏତେସବୁ ଫୁଲ ଫୁଟିଛି, ସେସବୁକୁ ନତୋଳି ଆପଣ ଗଛରୁ ତଳେ ଖସିପଡ଼ିଥିବା ଫୁଲକୁ ନେଇ କାହିଁକି ଈଶ୍ୱରଙ୍କୁ ଅର୍ପଣ କରନ୍ତି ?''
ବୃଦ୍ଧ କହିଲେ, ''ଫୁଲଗୁଡ଼ିକୁ ସେମାନଙ୍କ ଅନ୍ତିମ ଦିନରେ ଭଗବାନଙ୍କ ସହିତ ରହିବା ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାରେ ମୁଁ ସହାୟତା କରିଥାଏ । ସେମାନଙ୍କ ପାଖରେ ବି ଜୀବନ ଅଛି, ସେମାନେ ମଧ୍ୟ ତାଙ୍କର ଅନ୍ତିମ ଦିନରେ ଆପଣଙ୍କ ଭଳି ତଥା ମୋଭଳି ପରମେଶ୍ୱରଙ୍କ ସହିତ ରହିବାପାଇଁ ଚାହାଁନ୍ତି, ହଁ ନାଁ ନାହିଁ ?'' ମୁଣ୍ଡ ହଲାଇ ମୁଁ ବୃଦ୍ଧଙ୍କ ପ୍ରଶ୍ନର ଉତ୍ତର ଦେଲି । ଏହାପରେ ସେ ମୋତେ କହିଲେ, ''କିଛି ଲୋକ ସେହି କଢ଼ ଗୁଡ଼ିକୁ ତୋଳି ପକାନ୍ତି, ଯେଉଁଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଫୁଟି ନଥାନ୍ତି, ଆଉ କିଛି ଲୋକ ସଙ୍ଗେ ସଙ୍ଗେ ଫୁଟିଥିବା କଢ଼ ଗୁଡ଼ିକୁ ତୋଳିପକାନ୍ତି, ସେମାନଙ୍କୁ ନିଜର ସୁଗନ୍ଧ ବିତରଣ କରିବାପାଇଁ ମଧ୍ୟ ଦେଇନଥାନ୍ତି । ପ୍ରତ୍ୟେକ ଲୋକ ସୁନ୍ଦର ଫୁଲଟିକୁ ତୋଳିଥାନ୍ତି । ଗଛରୁ ତାର ସୌନ୍ଦର୍ଯ୍ୟତାକୁ ଛଡ଼ାଇ ନିଅନ୍ତି । ଦେଖନ୍ତୁ, ଏ ଗଛ ଗୁଡ଼ିକ କେତେ ରଙ୍ଗହୀନ ଆଉ ଶୂନ୍ୟ ଦିଶୁଛନ୍ତି ।''
ସେ ପୁଣି ଆଗକୁ କହିଲେ, ''ପ୍ରତ୍ୟେକ ଫୁଲର ଏକ ଉଦ୍ଦେଶ୍ୟ ଥାଏ, ତାହା ହେଉଛି, ଭଗବାନଙ୍କ ସହିତ ରହିବା । ସମସ୍ତେ ଗଛରେ ଲାଗି ରହିଥିବା ଫୁଲଗୁଡ଼ିକୁ ତୋଳିନିଅନ୍ତି ହେଲେ ମୁଁ ସେମାନଙ୍କୁ ଆଣି ନଥାଏ । ଏହା ସେହି ଫୁଲମାନଙ୍କର ଭୁଲ ନୁହେଁ ଯେଉଁଗୁଡ଼ିକ ତଳେ ପଡ଼ିଯାଇଛନ୍ତି । ସେମାନେ ମଧ୍ୟ ଭଗବାନଙ୍କ ସହିତ ରହିବାପାଇଁ ଯୋଗ୍ୟ ଅଟନ୍ତି । ଆପଣ ମଧ୍ୟ ଏହିଭଳି କରନ୍ତୁ, ଏପରି କଲେ ଆପଣଙ୍କୁ ଶାନ୍ତି ଏବଂ ଆନନ୍ଦ ମିଳିବ । ମୋତେ ମିଳିଛି, ଏଥିପାଇଁ ମୁଁ ଏପରି କହୁଅଛି । ମୁଁ ଏହି ବୃଦ୍ଧ ବୟସରେ ତ କାହାରିକୁ ସାହାରା ଦେଇପାରିବି ନାହିଁ, ସେଥିପାଇଁ ଏହି ଫୁଲଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ପୁରା କରିବାରେ ସାହାଯ୍ୟ କରୁଛି ।''
ମୁଁ କେବଳ ମୁଣ୍ଡ ହଲାଇ ସମ୍ମତି ଦେଲି, ଟିକିଏ ହସିଦେଲି ଆଉ ତାଙ୍କର ଶୁଭକାମନା କରି ନିଜର ଦୌଡ଼କୁ ଜାରୀ ରଖିଲି ।
ମୁଁ ଦୌଡ଼ୁଥିବା ସମୟରେ ମୋର ମନ ମଧ୍ୟ ଦୌଡ଼ୁଥିଲା । ଏକ ନୂତନ ପ୍ରେରଣା ଏବଂ ବିଚାର ସହିତ, ମୁଁ ନିର୍ଣ୍ଣୟ ନେଲି କି, ମୋତେ ମଧ୍ୟ ପୂଜା ପାଇଁ ତଳେ ପଡ଼ିଯାଇଥିବା ଫୁଲଗୁଡ଼ିକୁ ସଂଗ୍ରହ କରିବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ ।
ମୁଁ ଏକ ଜବାକୁସୁମ ବୃକ୍ଷକୁ ପାର କରି ଯିବା ସମୟରେ ଦେଖିଲି, ବୃକ୍ଷ ତଳେ କିଛି ଫୁଲ ପଡ଼ିଛି । ମୁଁ ସେହି ଫୁଲଗୁଡ଼ିକୁ ଉଠାଇବାପାଇଁ ପ୍ରୟାସ କରିବା ସମୟରେ ମୋତେ ଏକ ଶବ୍ଦ ଶୁଣାଗଲା ।
''ତୁମେ ତଳେ ପଡ଼ିଯାଇଥିବା ଫୁଲକୁ ଭଗବାନଙ୍କୁ ଦେଇପାରିବ ନାହିଁ ।'' ଏକଥା ଯେପରି ମୋ ମାଆ ମୋ ମନରେ କହିଥିଲେ, ଯେଉଁଥିପାଇଁ ମୁଁ ଅଟକି ଯାଇଥିଲି ।
''ଭଗବାନ କେବଳ ଆପଣଙ୍କର ଭାବନା ଏବଂ ଭକ୍ତିକୁ ଖୋଜନ୍ତି, ଏଥିପାଇଁ ଆଗକୁ ବଢ଼ ଆଉ ଉଠାଅ ।'' ଏକଥା ମୋ ମନ ଯେପରି ମୋ ମାଆଙ୍କୁ କହିଥିଲା ।
ମନର ଏଭଳି ଭାବନାର କିଛି ସମୟ ପରେ ମୁଁ ଫୁଲକୁ ଉଠାଇଲି ଆଉ ନିଜ ହାତରେ ଧରିଲି । ଯେମିତି ମୁଁ ଫୁଲକୁ ଉଠାଇ ହାତରେ ଧରିଛି, ମୋ ଲୋମ ଟାଙ୍କୁରୀ ଉଠିଲା ଏପରିକି ମୋ ହୃତ୍ ସ୍ପନ୍ଦନ ମଧ୍ୟ ବଢ଼ିଗଲା । ଏହା ଏକ ଭିନ୍ନ ପ୍ରକାର ଭଲପାଇବା ଥିଲା ଯାହାକୁ ମୁଁ ଏହି ଫୁଲ କାରଣରୁ ମୋ ଶରୀର ମଧ୍ୟରେ ଅନୁଭବ କରିପାରୁଥିଲି ।
ମୁଁ ସେହି ଫୁଲଗୁଡ଼ିକୁ ଘରକୁ ନେଇଗଲି, ସେଗୁଡ଼ିକୁ ଧୋଇଦେଲି ଆଉ ଭଗବାନଙ୍କ ଚରଣରେ ଅର୍ପଣ କରିଦେଲି ।
ମୋର ଏହି ଅନୁଭବ ଅଲୌକିକ ଥିଲା । ମୁଁ ଆତ୍ମସନ୍ତୋଷ ପ୍ରାପ୍ତ କରୁଥିଲି । ମୋତେ ଏଭଳି ଲାଗୁଥିଲା, ଯେପରି ମୁଁ କାହାର ଜୀବନ ବଞ୍ଚାଇଛି ଅଥବା କାହାକୁ ଦୁଃଖରୁ ମୁକ୍ତ କରିବାପାଇଁ ସାହାଯ୍ୟ କରିଛି । ମୁଁ ଫୁଲମାନଙ୍କ ସହିତ ଏଭଳି ସନ୍ତୋଷ ପୂର୍ବରୁ କେବେ ଅନୁଭବ କରିପାରି ନଥିଲି । ମୁଁ ଭାବିଲି, ''ଆଗକୁ ବି ମୁଁ ଠିକ୍ ଏହିଭଳି କରିବି । ଯାହା ଝଡ଼ି ପଡ଼ିଛି ତାହାକୁ ଉଠାଇବି ଆଉ ପ୍ରଭୁଙ୍କ ଚରଣରେ ଅର୍ପଣ କରିବି ।''
ଜୀବନରେ ଆମେମାନେ ସର୍ବଦା ଉତ୍ତମ ଏବଂ ସୁନ୍ଦର ଲୋକମାନଙ୍କ ଆଖପାଖରେ ରହିବାପାଇଁ ଇଚ୍ଛାକରୁ । ଆମେ ନିଜକୁ ସେହି ଲୋକମାନଙ୍କ ସହିତ ଦେଖିବାପାଇଁ ଚାହୁଁ, ଯେଉଁମାନେ ଆମ ସହିତ ସମାନତା ରକ୍ଷା କରନ୍ତି, ଆମ ସହ କାନ୍ଧକୁ କାନ୍ଧ ମିଶାଇ ଚାଲିପାରନ୍ତି । ସେମାନଙ୍କୁ ଅଣଦେଖା କରୁ ଯେଉଁମାନେ ଆମଠାରୁ କମ୍ ଯୋଗ୍ୟତା ସମ୍ପନ୍ନ ହୋଇଥାନ୍ତି ।
କିନ୍ତୁ, ପ୍ରକୃତ ସନ୍ତୋଷ ତ ସେତେବେଳେ ପ୍ରାପ୍ତ ହୋଇଥାଏ, ଯେତେବେଳେ ଆମେ କାହାକୁ ସାହାଯ୍ୟ କରୁ ଆଉ ତାଙ୍କ ଜୀବନକୁ ଉତ୍ତମ ରୂପେ ଗଢ଼ିତୋଳିଥାଉ । ସେ ମନୁଷ୍ୟ ହୁଅନ୍ତୁ ଅବା ପଶୁ, ପକ୍ଷୀ ଅବା ଜୀବନର ଅନ୍ୟ କୌଣସି ରୂପ !
ସଫଳତାର ପ୍ରାଚୀର
ଜୀବନର ସବୁଠାରୁ ମୂଲ୍ୟବାନ୍ ପୁଞ୍ଜି କଣ ?
ଅନେକ ଦିନ ପୂର୍ବର କଥା, ଜଣେ ବିଖ୍ୟାତ ଋଷି ଗୁରୁକୁଳରେ ବାଳକମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ତାଙ୍କ ଗୁରୁକୁଳରେ ସାଧାରଣ ପରିବାରର ବାଳକମାନଙ୍କ ଠାରୁ ନେଇ ବଡ଼ ବଡ଼ ମହାରାଜାଙ୍କ ପୁତ୍ରମାନେ ମଧ୍ୟ ପଢ଼ୁଥିଲେ ।
ଦୀର୍ଘବର୍ଷ ଧରି ଶିକ୍ଷା ପ୍ରାପ୍ତ କରିଆସୁଥିବା ଶିଷ୍ୟମାନଙ୍କର ଶିକ୍ଷା ଆଜି ପୂର୍ଣ୍ଣ ହେଉଛି ଆଉ ସମସ୍ତେ ଅତ୍ୟନ୍ତ ଉତ୍ସାହର ସହିତ ନିଜ ନିଜ ଘରକୁ ଫେରିବାପାଇଁ ପ୍ରସ୍ତୁତ ହେଉଛନ୍ତି । ଠିକ୍ ଏହି ସମୟରେ ଋଷି ଉଚ୍ଚ ସ୍ୱରରେ କହିଲେ, ''ତୁମେମାନେ ସମସ୍ତେ ଏକତ୍ର ହୋଇଯାଅ ।'' ଆଦେଶ ଶୁଣିବା ମାତ୍ରେ ଶିଷ୍ୟମାନେ ଗୋଟିଏ ସ୍ଥାନରେ ଯାଇ ଏକତ୍ରିତ ହୋଇଗଲେ ।
ଋଷିବର କହିଲେ, ''ପ୍ରିୟ ଶିଷ୍ୟଗଣ, ଆଜି ଏହି ଗୁରୁକୁଳରେ ତୁମମାନଙ୍କର ଅନ୍ତିମ ଦିବସ । ମୁଁ ଚାହୁଁଛି କି, ଏଠାରୁ ପ୍ରସ୍ଥାନ କରିବା ପୂର୍ବରୁ ତୁମେମାନେ ସମସ୍ତେ ଏକ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କର । ଏହା ଏକ ବାଧା ଯୁକ୍ତ ଦୌଡ଼ ଅଟେ, ଯେଉଁଥିରେ ତୁମମାନଙ୍କୁ କେଉଁଠାରେ ଲମ୍ଫ ଦେବାକୁ ପଡ଼ିବ ତ କେଉଁଠାରେ ଜଳ ମଧ୍ୟରେ ଦୌଡ଼ିବାପାଇଁ ପଡ଼ିବ । ଏହାର ଶେଷ ଭାଗରେ ତୁମମାନଙ୍କୁ ଏକ ଅନ୍ଧକାର ସୁଡ଼ଙ୍ଗ ମଧ୍ୟ ଦେଇ ଗତି କରିବାପାଇଁ ପଡ଼ିବ । ତାହେଲେ କଣ ତୁମେମାନେ ସମସ୍ତେ ପ୍ରସ୍ତୁତ ଅଛ ?''
''ହଁ, ଆମେମାନେ ସମସ୍ତେ ପ୍ରସ୍ତୁତ ଅଛୁ ।'' ଶିଷ୍ୟମାନେ ଉତ୍ସାହର ସହିତ ଏକ ସ୍ୱରରେ କହିଲେ ।
ଦୌଡ଼ ଆରମ୍ଭ ହେଲା । ସମସ୍ତେ ତୀବ୍ର ବେଗରେ ଦୌଡ଼ିବାକୁ ଲାଗିଲେ । ସେମାନେ ସମସ୍ତ ବାଧାକୁ ଅତିକ୍ରମ କରି ଶେଷରେ ସୁଡ଼ଙ୍ଗ ପାଖରେ ପହଁଞ୍ଚିଲେ । ସେଠାରେ ବହୁତ ଅନ୍ଧକାର ଥିଲା ଆଉ ଯେତେବେଳେ ଶିଷ୍ୟମାନେ ସେ ସ୍ଥାନଦେଇ ଯାଉଥିଲେ, ସୁଡ଼ଙ୍ଗ ମଧ୍ୟରେ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବି ପଡ଼ିଥିଲା, ଯାହା ପାଦରେ ଫୋଡ଼ି ହୋଇଯାଉଥିବା କାରଣରୁ ଶିଷ୍ୟମାନଙ୍କୁ ଅସହଣୀୟ ପୀଡ଼ାର ଅନୁଭବ ହେଉଥିଲା । ସମସ୍ତେ ଅସମଞ୍ଜସ ସ୍ଥିତିରେ ପଡ଼ିଗଲେ, ଯେଉଁଠାରେ ସମସ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ସମାନ ଭାବରେ ଦୌଡ଼ି ଆସିଥିଲେ, ସେଠାରେ ଏବେ ସମସ୍ତେ ପୃଥକ୍ ପୃଥକ୍ ବ୍ୟବହାର କରିବାକୁ ଲାଗିଲେ !
ଯାହା ବି ହେଉ, ସମସ୍ତେ ଦୌଡ଼ ଶେଷ କରି ଋଷିବରଙ୍କ ନିକଟରେ ଏକତ୍ରିତ ହେଲେ । ଋଷିବର ପ୍ରଶ୍ନ କଲେ, ''ପୁତ୍ରଗଣ ! ମୁଁ ଦେଖୁଅଛି ଯେ, ତୁମମାନଙ୍କ ମଧ୍ୟରୁ କେତେଜଣ ଶୀଘ୍ର ଦୌଡ଼ ଶେଷ କରିନେଲ ଆଉ କେତେଜଣ ବିଳମ୍ବରେ କଲ, ଏମିତି କାହିଁକି ହେଲା ?''
ଏହାଶୁଣି ଜଣେ ଶିଷ୍ୟ କହିଲେ, ''ଗୁରୁଦେବ, ଆମେମାନେ ସମସ୍ତେ ପ୍ରାୟ ଏକସଙ୍ଗରେ ଦୌଡ଼ୁଥିଲୁ, ହେଲେ ସୁଡ଼ଙ୍ଗରେ ପହଁଞ୍ଚିବା ମାତ୍ରେ ସ୍ଥିତି ବଦଳିଗଲା...କେହି ଅନ୍ୟଜଣକୁ ଧକ୍କା ଦେଇ ଆଗକୁ ବଢ଼ିବାପାଇଁ ଚେଷ୍ଟା କରୁଥିଲା ତ ପୁଣି କେହି ସମ୍ଭାଳି ସମ୍ଭାଳି ଆଗକୁ ବଢ଼ୁଥିଲା...ଆଉ କେତେଜଣ ଏଭଳି ମଧ୍ୟ ଥିଲେ, ଯେଉଁମାନେ ପାଦରେ ଫୁଟିଯାଉଥିବା ପଥରକୁ ଉଠାଇ ନିଜ ପକେଟରେ ରଖୁଥିଲେ ଯଦ୍ଦ୍ୱାରା ପରେ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ଯେପରି ପୀଡ଼ା ନହେଉ । ଏଥିପାଇଁ ସମସ୍ତେ ଭିନ୍ନ ଭିନ୍ନ ସମୟରେ ଦୌଡ଼ ପୂର୍ଣ୍ଣ କଲେ ।''
ଋଷିବର ଆଦେଶ ଦେଲେ, ''ଠିକ୍ ଅଛି ! ଯେଉଁମାନେ ପଥର ଉଠାଇଛନ୍ତି, ସେମାନେ ଆଗକୁ ଆସି ମୋତେ ସେହି ପଥର ଦେଖାନ୍ତୁ ।'' ଆଦେଶ ଶୁଣିବାମାତ୍ରେ କେତେକ ଶିଷ୍ୟ ସମ୍ମୁଖକୁ ଆସି ପଥର ବାହାର କରିବାକୁ ଲାଗିଲେ, ହେଲେ ଏ କଣ ? ଯାହାକୁ ସେମାନେ ପଥର ମନେକରୁଥିଲେ ପ୍ରକୃତରେ ତାହା ଥିଲା ବହୁମୂଲ୍ୟର ହୀରା !
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଋଷିବରଙ୍କୁ ଅନାଇଲେ ।
ଋଷିବର କହିଲେ, ''ମୁଁ ଜାଣିଛି, ତୁମେମାନେ ଏହି ହୀରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛ । ବାସ୍ତବରେ ଏଗୁଡ଼ିକୁ ମୁଁ ହିଁ ସେହି ସୁଡ଼ଙ୍ଗରେ ରଖିଆସିଥିଲି । ଯେଉଁ ଶିଷ୍ୟମାନେ ଅନ୍ୟ ଶିଷ୍ୟମାନଙ୍କ ବିଷୟରେ ଭଲ ଚିନ୍ତା କରିଛନ୍ତି ସେମାନଙ୍କୁ ମୁଁ ଏହି ହୀରା ପୁରସ୍କାର ସ୍ୱରୂପ ପ୍ରଦାନ କରୁଅଛି ।
ପୁତ୍ରଗଣ ! ଏହି ଦୌଡ଼ ଜୀବନର ଦୌଡ଼କୁ ଦର୍ଶାଉଅଛି, ଯେଉଁଠାରେ ସମସ୍ତେ କିଛି ନାଁ କିଛି ପାଇବାପାଇଁ ଦୌଡ଼ୁଛନ୍ତି । ହେଲେ ପରିଶେଷରେ ସେ ହିଁ ସବୁଠାରୁ ସମୃଦ୍ଧ ହୋଇଥାନ୍ତି, ଯେଉଁମାନେ ଏହି ବ୍ୟସ୍ତତାର ଦୌଡ଼ ଭିତରେ ବି ଅନ୍ୟମାନଙ୍କ ବିଷୟରେ ଚିନ୍ତାକରିବା ଏବଂ ଅନ୍ୟମାନଙ୍କର ଭଲ କରିବାକୁ ଭୁଲିଯାଆନ୍ତି ନାହିଁ । ଅତଃ ଏଠାରୁ ଯିବା ସମୟରେ ଏକଥାକୁ ନିଜ ହୃଦୟରେ ଆତ୍ମସାତ୍ କରିନିଅ କି, ଆମେ ଆମ ଜୀବନରେ ସଫଳତାର ଯେଉଁ ପ୍ରାଚୀର ଠିଆ କରିବା, ସେଥିରେ ପରୋପକାରର ଇଟା ଲଗାଇବାକୁ କଦାପି ଭୁଲିଯିବା ନାହିଁ, ଅନ୍ତତଃ ତାହା ତୁମମାନଙ୍କର ସବୁଠାରୁ ମୂଲ୍ୟବାନ୍ ଜମା-ପୁଞ୍ଜି ହେବ ।''
ଶିକ୍ଷା
''ଯେ କୌଣସି ବିଦ୍ୟା ଶିକ୍ଷା କରିବା ନିମନ୍ତେ ଜନୈକ ଉତ୍ତମ ଶିକ୍ଷକ ଅବା ଗାଇଡ଼ଙ୍କ ସାନ୍ନିଧ୍ୟ ଲାଭ ହେବା ଏକ ଆଶୀର୍ବାଦ ଅଟେ, କାହିଁକି ନାଁ ସେ କୌଣସି ଏକ ବିଷୟରେ ସଫଳତା ହାସଲ କରିବାରେ ଆମର ସହାୟତା କରିଥାନ୍ତି ।''
ସକାରାତ୍ମକ ବିଚାର
ଜଣଙ୍କୁ ରୋଗ ମୁକ୍ତ କରିବାପାଇଁ କିଛି ପ୍ରତିଶତ ଔଷଧର ଯୋଗଦାନ ତ ରହିଥାଏ, ଏହା ବ୍ୟତିରେକ ଆଉ କଣ ଥାଏ ?
ଏହି ଘଟଣାଟି ଲଣ୍ଡନର ଏକ ଚିକିତ୍ସାଳୟର । ଜଣେ ନର୍ସ ଜଣେ ରୋଗୀଙ୍କଅପରେଶନର ଦୁଇ ଘଣ୍ଟା ପୂର୍ବରୁ ତାଙ୍କ କୋଠରୀକୁ ଯାଇ ସେଠାରେ ରଖାଯାଇଥିବା ଏକ ଫୁଲତୋଡ଼ାକୁ ସଜାଇବାକୁ ଲାଗିଲେ ।
ନର୍ସ ଜଣକ ଫୁଲତୋଡ଼ାକୁ ମନଧ୍ୟାନ ଦେଇ ସଜାଇବା ସମୟରେ ସେହି ରୋଗୀଙ୍କୁ ପଚାରିଲେ, ''ସାର୍, ଆପଣଙ୍କ ଅପରେଶନ କେଉଁ ଡକ୍ଟର କରୁଛନ୍ତି ?''
ନର୍ସକୁ ନ ଚାହିଁ ରୋଗୀ ଉତ୍ତର ଦେଇଥିଲେ, ''ଡ. ଜବସନ୍ ।''
ନର୍ସ ଜଣକ ଡକ୍ଟରଙ୍କ ନାମ ଶୁଣି ଆଶ୍ଚର୍ଯ୍ୟ ହୋଇ ନିଜର କାମ ଛାଡ଼ିଦେଇ ରୋଗୀ ପାଖରେ ପହଁଞ୍ଚି ପଚାରିଲେ, ''ସାର୍, କଣ ବାସ୍ତବରେ ଡ. ଜବସନ୍ ଆପଣଙ୍କ ଅପରେଶନ କରିବାପାଇଁ ରାଜି ହୋଇଯାଇଛନ୍ତି ?''
ରୋଗୀ ଉତ୍ତର ଦେଲେ, ''ହଁ, ମୋର ଅପରେଶନ ସେହିଁ କରୁଛନ୍ତି ।''
ନର୍ସ କହିଲେ, ''ବଡ଼ ଅଜବ କଥା, ବିଶ୍ୱାସ ହେଉନାହିଁ !'' ଚିନ୍ତିତ ଅବସ୍ଥାରେ ରୋଗୀ ପଚାରିଲେ, ''କିନ୍ତୁ ଏଥିରେ ଏତେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?''
ନର୍ସ କହିଲେ, ''ପ୍ରକୃତରେ ଏହି ଡକ୍ଟର ବର୍ତ୍ତମାନ ସୁଦ୍ଧା ଏକହଜାର ଅପରେଶନ କରିସାରିଛନ୍ତି । ତାଙ୍କ ଅପରେଶନରେ ସଫଳତାର ଅନୁପାତ 100ପ୍ରତିଶତ ଅଟେ । ସେ ସବୁବେଳେ ବ୍ୟସ୍ତ ରହୁଥିବାରୁ ତାଙ୍କପାଇଁ ସମୟ ବାହାର କରିବା ବଡ଼ କଠିନ ହୋଇଥାଏ । ମୁଁ ତ ଆଶ୍ଚର୍ଯ୍ୟ ହୋଇଯାଉଛି, ଆପଣଙ୍କ ଅପରେଶନ କରିବାପାଇଁ ତାଙ୍କ ପାଖରେ ସମୟ ଆସିଲା କେଉଁଠୁ ? ସେ ଯାହା ହେଉ, ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।''
ନର୍ସଙ୍କର ଏହି ଶବ୍ଦ ଶୁଣି ରୋଗୀଙ୍କ ମୁଖମଣ୍ଡଳରେ ସନ୍ତୋଷ ଏବଂ ପ୍ରସନ୍ନତାର ଭାବ ସ୍ପଷ୍ଟ ପ୍ରତିଭାତ ହେଲା । ରୋଗୀ ଜଣକ ନର୍ସଙ୍କୁ କହିଲେ, ''ମୋର ବଡ଼ ଭାଗ୍ୟ ଯେ ଡକ୍ଟର ଜବସନଙ୍କୁ ସମୟ ମିଳିଛି ମୋର ଅପେଶନ କରିବାପାଇଁ ।''
ନର୍ସ ପୁଣିଥରେ କହିଲେ, ''ବିଶ୍ୱାସ ହେଉନାହିଁ, ଦୁନିଆର ସବୁଠାରୁ ଉତ୍ତମ ଡକ୍ଟର ଆପଣଙ୍କ ଅପରେଶନ କରୁଛନ୍ତି, ଏହା ଜାଣି ମୁଁ ଏବେ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛି !''
ଏହି ବାର୍ତ୍ତାଳାପ ଭିତରେ ରୋଗୀଙ୍କୁ ଅପରେଶନ ଥିଏଟରରେ ପହଁଞ୍ଚାଇଦିଆଗଲା । ରୋଗୀଙ୍କ ଅପରେଶନ ସଫଳ ହେଲା ଆଉ ଏବେ ରୋଗୀ ଆନନ୍ଦରେ ଜୀବନ ଅତିବାହିତ କରୁଛନ୍ତି ।
ସେହି ରୋଗୀଙ୍କ କୋଠରୀକୁ ଆସିଥିବା ମହିଳା ଜଣକ କୌଣସି ସାଧାରଣ ମହିଳା ନଥିଲେ ବରଂ ସେହି ଚିକିତ୍ସାଳୟର ମନୋବୈଜ୍ଞାନିକ ମହିଳା ଡକ୍ଟର ଥିଲେ, ଯାହାଙ୍କର କାର୍ଯ୍ୟ ଥିଲା ରୋଗୀମାନଙ୍କୁ ମାନସିକ ଏବଂ ମନୋବୈଜ୍ଞାନିକ ରୂପେ ଏଭଳି ପୋଷିତ କରିବା, ଯଦ୍ଦ୍ୱାରା ରୋଗୀ ଆଦୌ ଶଙ୍କାଗ୍ରସ୍ତ ହେବେନାହିଁ । ରୋଗୀଙ୍କ ମନରୁ ଭୟ ଦୂର ହୋଇଯିବ ଆଉ କୌଣସି ପ୍ରକାର ଆଶଙ୍କା ରହିବନାହିଁ । ଏଥର ସେହି ମହିଳା ଡକ୍ଟର ଜଣକ ନିଜର ମନୋବୈଜ୍ଞାନିକ କାର୍ଯ୍ୟକୁ ରୋଗୀଙ୍କ କୋଠରୀରେ ସ୍ଥିତ ଫୁଲତୋଡ଼ାକୁ ସଜାଇବା ଦ୍ୱାରା କରିଦେଲେ ଆଉ ଖୁବ୍ ସୁନ୍ଦର ଭାବରେ ରୋଗୀର ହୃଦୟ ତଥା ମସ୍ତିଷ୍କରେ ଏଭଳି ଚେତନା ଭରିଦେଲେ ଯେ, ଯେଉଁ ଡକ୍ଟର ତାଙ୍କର ଅପରେଶନ କରିବେ, ସେ ଦୁନିଆର ପ୍ରସିଦ୍ଧ ଏବଂ ସବୁଠାରୁ ସଫଳ ଡକ୍ଟର ଅଟନ୍ତି ଯାହାଙ୍କର ପ୍ରତ୍ୟେକ ଅପରେଶନ ସଫଳ ଅପରେଶନ ଅଟେ । ଏପରି କରିବାଦ୍ୱାରା ରୋଗୀ ସକାରାତ୍ମକ ଭାବନା ପୋଷଣ କରି ଆରୋଗ୍ୟ ଲାଭ କରିଥିଲେ ।
ଆଜି ବିଜ୍ଞାନ ସିଦ୍ଧ କରିଦେଇଛି ଯେ, ରୋଗୀ ଯେତେ ଦୃଢ଼ତାର ସହିତ ରୋଗକୁ ନିୟନ୍ତ୍ରିତ କରିବାପାଇଁ ପ୍ରୟାସ କରିବ, ସେତିକି ଦୃଢ଼ତାର ସହିତ ରୋଗ ଉପରେ ବିଜୟ ପ୍ରାପ୍ତ କରିପାରିବ । ଯଦି କୌଣସି ବ୍ୟକ୍ତି ସଂକଳ୍ପ ନିଅନ୍ତି, ତେବେ ପ୍ରତ୍ୟେକ ସମସ୍ୟାର ସମାଧାନ ବାହାର କରିପାରିବେ ।
ଯେତେବେଳେ କୌଣସି ବ୍ୟକ୍ତି ଡର ଆଉ ଭୟରେ ବଞ୍ଚିଥାନ୍ତି, ସେତେବେଳେ ସେ ନିଜ ଭିତରର ଭାବନାକୁ ନେଇ ଭ୍ରମ ଉତ୍ପନ୍ନ କରିବାକୁ ଲାଗନ୍ତି । ଯୋଗ ଆମର ଚେତନାକୁ ସର୍ବଦା ଜାଗ୍ରତ ରଖିବାରେ ସାହାଯ୍ୟ କରିଥାଏ । ଏକ ଜାଗ୍ରତ ଏବଂ ନିଷ୍ପକ୍ଷ ହୃଦୟ ତଥା ଏକ ଜାଗ୍ରତ ଏବଂ ନିଷ୍ପକ୍ଷ ମାନସିକତା ଯୁକ୍ତ ବ୍ୟକ୍ତି କଣ ଠିକ୍ ଆଉ କଣ ଭୁଲ, କଣ ଲାଭପ୍ରଦ ଆଉ କଣ ଲାଭପ୍ରଦ ନୁହଁ, ଏହା ମଧ୍ୟରେ ଥିବା ପାର୍ଥକ୍ୟକୁ ସଠିକ୍ ଭାବରେ ଜାଣିପାରନ୍ତି ।
ଶିକ୍ଷା
''ମାନବ ହୃଦୟ ଏବଂ ମାନବ ମନର ଅପାର କ୍ଷମତା କାରଣରୁ ଆମ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମ ବିଚାରସମୂହର ଶକ୍ତି ଏବଂ ସମସ୍ତଙ୍କ ହୃଦୟକୁ ଜୟ କରିବା ପାଇଁ ଆମ ହୃଦୟରେ ପ୍ରେମର ଶକ୍ତି, ଆମ ଭାଗ୍ୟକୁ ପରିବର୍ତ୍ତନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।''
ବିଜୟ
ଆମର ବିଜୟ କଣ କେବଳ ଆମ ପ୍ରତିଭା ଉପରେ ନିର୍ଭର କରେ ?
ଅନେକ ଗୁଡ଼ିଏ ତୀରଚାଳନା ପ୍ରତିଯୋଗିତାରେ ବିଜୟ ହେବାପରେ ଜନୈକ ନବଯୁବକ ନିଜକୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ବୋଲି ଭାବୁଥିଲା । ସେ ଯେଉଁ ସ୍ଥାନକୁ ଯାଉଥିଲା, ସେଠାରେ ଅନ୍ୟ ଧନୁର୍ଦ୍ଧରଙ୍କୁ ନିଜ ସହ ପ୍ରତିଯୋଗିତା କରିବା ପାଇଁ ଆହ୍ୱାନ ଦେଉଥିଲା ଆଉ ସେମାନଙ୍କୁ ହରାଇ ସେମାନଙ୍କର ପରିହାସ ମଧ୍ୟ କରୁଥିଲା ।
ଦିନେ ସେ ଜଣେ ପ୍ରସିଦ୍ଧ ମାଷ୍ଟରଙ୍କୁ ଆହ୍ୱାନ ଦେବାପାଇଁ ନିର୍ଣ୍ଣୟ ନେଲା ଆଉ ସକାଳୁ ସକାଳୁ ପାହାଡ଼ ମଝିରେ ସ୍ଥିତ ତାଙ୍କ ମଠରେ ଯାଇ ପହଁଞ୍ଚିଗଲା ।
ନବଯୁବକ ଜଣକ କହିଲା, ''ମାଷ୍ଟର ସାହେବ, ମୁଁ ଆପଣଙ୍କୁ ମୋ ସହିତ ତୀରଚାଳନା ପ୍ରତିଯୋଗିତା କରିବାପାଇଁ ଆହ୍ୱାନ ଦେଉଅଛି'' । ମାଷ୍ଟର ସାହେବ ନବଯୁବକର ଏହି ଆହ୍ୱାନକୁ ସ୍ୱୀକାର କରିନେଲେ ।
ପ୍ରତିଯୋଗିତା ଆରମ୍ଭ ହେଲା ।
ନବଯୁବକ ନିଜର ପ୍ରଥମ ପ୍ରୟାସରେ ହିଁ ଦୂରରେ ସ୍ଥିତ ଲକ୍ଷ୍ୟର ଠିକ୍ ମଝିରେ ତୀର ଭେଦ କରିଥିଲା । ଆଉ ପରବର୍ତ୍ତୀ ତୀର ଦ୍ୱାରା ସେହି ଲକ୍ଷ୍ୟ ଉପରେ ଭେଦ କରିଥିବା ପ୍ରଥମ ତୀରକୁ ହିଁ ଭେଦ କରିପକାଇଥିଲା ।
ନିଜର ଯୋଗ୍ୟତା ଉପରେ ଗର୍ବ କରିବାପୂର୍ବକ ନବଯୁବକ ଜଣକ କହିଲା, ''କୁହନ୍ତୁ ମାଷ୍ଟର, କଣ ଆପଣ ଏହାଠାରୁ ଭଲ କରି ଦେଖାଇପାରିବେ ?'' ଯଦି 'ହଁ' ତେବେ କରିକି ଦେଖାନ୍ତୁ, ଯଦି 'ନାଁ' ତେବେ ପରାଜୟକୁ ସ୍ୱୀକାର କରିନିଅନ୍ତୁ ।''
ମାଷ୍ଟର କହିଲେ, ''ପୁତ୍ର, ମୋ ପଛରେ ଆସ !''
ମାଷ୍ଟର ଚାଲି ଚାଲି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଁଞ୍ଚିଲେ । ନବଯୁବକ ଏହି ସ୍ଥାନ ଦେଖି ବିଚଳିତ ହୋଇ ମାଷ୍ଟରଙ୍କୁ କହିଲେ, ''ମାଷ୍ଟର ସାହେବ, ଆପଣ ମୋତେ କେଉଁଠାକୁ ନେଇ ଯାଉଛନ୍ତି ?''
ମାଷ୍ଟର କହିଲେ, ''ଆଦୌ ଭୟଭୀତ ହୁଅନାହିଁ ପୁତ୍ର, ଆମେ ପ୍ରାୟ ସେହି ସ୍ଥାନରେ ପହଁଞ୍ଚି ସାରିଛୁ, ବାସ୍ ଏବେ ଆମକୁ ଏହି ଝୁଲନ୍ତା ପୋଲର ଠିକ୍ ମଝିକୁ ଯିବାର ଅଛି ।''
ନବଯୁବକ ଦେଖିଲା, ଦୁଇ ପାହାଡ଼କୁ ଯୋଡ଼ିବା ପାଇଁ କେହିଜଣେ କାଠ ସାହାଯ୍ୟରେ ଏକ କାମଚଳା ପୋଲର ନିର୍ମାଣ କରିଛନ୍ତି ଆଉ ମାଷ୍ଟର ସାହେବ ତା ଉପରେ ଯିବାପାଇଁ କହୁଛନ୍ତି ।
ଏଥର ମାଷ୍ଟର ସାହେବ ପୋଲର ଠିକ୍ ମଝିରେ ପହଁଞ୍ଚିଲେ, କମାଣରୁ ତୀର ବାହାର କଲେ ଆଉ ଦୂରରେ ଥିବା ଏକ ବୃକ୍ଷ ଉପରେ ସଠିକ୍ ଲକ୍ଷ୍ୟଭେଦ କଲେ । ଲକ୍ଷ୍ୟଭେଦ କରିବାପରେ ମାଷ୍ଟର ସାହେବ କହିଲେ, ''ଆସ ପୁତ୍ର, ଏବେ ତୁମେ ମଧ୍ୟ ସେହି ବୃକ୍ଷକୁ ଲକ୍ଷ୍ୟ କରି ତୀର ଚଳାଅ ଆଉ ଲକ୍ଷ୍ୟଭେଦକରି ନିଜର ଦକ୍ଷତାକୁ ସିଦ୍ଧ କର ।''
ନବଯୁବକ ଡରି ଡରି ଆଗକୁ ବଢ଼ିଲା ଆଉ ବହୁତ କଷ୍ଟରେ ପୋଲର ଠିକ୍ ମଝିରେ ପହଁଞ୍ଚିଗଲା । ଏହାପରେ କୌଣସି ପ୍ରକାରେ କମାଣରୁ ତୀର ବାହାରକରି ଲକ୍ଷ୍ୟଭେଦ କଲା, ହେଲେ ଲକ୍ଷ୍ୟ ସଠିକ୍ ସ୍ଥାନରେ ଭେଦ କରିବ କଣ ତାର ଆଖପାଖରେ ମଧ୍ୟ ଭେଦ ନକରି ଅନ୍ୟତ୍ର ଚାଲିଗଲା ।
ନବଯୁବକ ନିରାଶ ହୋଇଗଲା ଆଉ ନିଜର ପରାଜୟକୁ ସ୍ୱୀକାର କଲା ।
ଏହାଦେଖି ମାଷ୍ଟର ସାହେବ କହିଲେ, ''ପୁତ୍ର, ତୁମେ ଧନୁର୍ବିଦ୍ୟାରେ ପାରଙ୍ଗତ ହୋଇସାରିଛ, ହେଲେ ବର୍ତ୍ତମାନ ସୁଦ୍ଧା ତୁମର ମନ ଉପରେ ନିୟନ୍ତ୍ରଣ ଆଣିପାରିନାହଁ, ଯାହା ଯେକୌଣସି ପରିସ୍ଥିତିରେ ବି ଲକ୍ଷ୍ୟଭେଦ କରିବାପାଇଁ ଆବଶ୍ୟକ ହୋଇଥାଏ ।
ପୁତ୍ର, ଏ କଥାକୁ ସବୁବେଳେ ଧ୍ୟାନରେ ରଖିବ କି, ଯେତେବେଳ ଯାଏଁ ମନୁଷ୍ୟ ଭିତରେ ଶିଖିବାର ଜିଜ୍ଞାସା ରହିଛି, ସେତେବେଳ ଯାଏଁ ତାର ଜ୍ଞାନରେ ବୃଦ୍ଧି ହୋଇଥାଏ...କିନ୍ତୁ ଯେତେବେଳେ ତା ମନରେ ସର୍ବଶ୍ରେଷ୍ଠ ହେବାର ଅହଙ୍କାର ଆସିଯାଏ, ସେତେବେଳେ ତାହାର ପତନ ଆରମ୍ଭ ହୋଇଯାଏ ।''
ନବଯୁବକ ଜଣକ ମାଷ୍ଟରଙ୍କ କଥା ବୁଝିସାରିଥିଲା, ସେ ଅନୁଭବ କରିପାରିଲା ଯେ ତାର ଧନୁର୍ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ କେବଳ ଅନୁକୂଳ ପରିସ୍ଥିତିମାନଙ୍କରେ ହିଁ କାର୍ଯ୍ୟକରିପାରେ । ଏବେ ତ ତାକୁ ଆହୁରି ବହୁତ କିଛି ଶିଖିବାର ଅଛି । ସେ ସଙ୍ଗେ ସଙ୍ଗେ ନିଜର ଅହଙ୍କାର ପାଇଁ ମାଷ୍ଟରଙ୍କୁ କ୍ଷମା ମାଗିଲା ଆଉ ସବୁଦିନ ପାଇଁ ଏକ ଶିଷ୍ୟ ରୂପରେ ଶିକ୍ଷା ଆହରଣ କରିବା ତଥା ନିଜ ଜ୍ଞାନକୁ ନେଇ ଗର୍ବ ନ କରିବାର ଶପଥ ନେଇଥିଲା ।
ମିତ୍ରଗଣ, ଆମେମାନେ ମଧ୍ୟ ଶାରୀରିକ କ୍ଷେତ୍ରରେ ବଳବାନ୍ ହୋଇପାରୁ, ଅନେକ ପ୍ରତିଭାରେ ନିପୁଣ ମଧ୍ୟ ହୋଇପାରୁ, ହେଲେ ଯଦି ଆମର ହୃଦୟ ସବୁପ୍ରକାର ପରିସ୍ଥିତିକୁ ସ୍ୱୀକାର କରିବାପାଇଁ ପ୍ରସ୍ତୁତ ନାହିଁ, ତେବେ କଣ ଆମେ ସଫଳ ଜୀବନ ଅତିବାହିତ କରିପାରିବା ?
ଶିକ୍ଷା
''ଅହଂ ଭାବର ଉପଯୋଗ କାହାର ହୃଦୟକୁ ଦୁଃଖ ଦେବାପାଇଁ କରିବା ଉଚିତ ନୁହେଁ । ଏପରି କହିବା ଆବଶ୍ୟକ କି, 'ଠିକ୍ ଅଛି, ମୁଁ ଏହାକୁ ପୂର୍ବଠାରୁ ମଧ୍ୟ ଆହୁରି ଭଲ ଭାବରେ କରିପାରିବି' ।''
ଏହା ଜଣେ ଆଦର୍ଶ ବ୍ୟକ୍ତିତ୍ୱ ବିଶିଷ୍ଟ ନିଃସ୍ୱାର୍ଥ ଶିକ୍ଷକ ଶ୍ରୀ ସୁଜୀତ ଚଟ୍ଟୋପାଧ୍ୟାୟଙ୍କ କାହାଣୀ ଅଟେ । ସେ 77 ବର୍ଷୀୟ ଗ୍ରାମୀଣ ସ୍କୁଲର ଶିକ୍ଷକ, ଯିଏ 'ମାଷ୍ଟର୍ ମୋଶାଈ' ନାମରେ ଲୋକପ୍ରିୟ ଅଟନ୍ତି, ଶିକ୍ଷାର ପ୍ରସାର ପାଇଁ ଦୀର୍ଘବର୍ଷ ଧରି କଠିନ ପ୍ରୟାସ କରୁଛନ୍ତି, ବିଶେଷକରି ଆଦିବାସୀ ଛାତ୍ରମାନଙ୍କ ଶିକ୍ଷା ନିମନ୍ତେ । ତାଙ୍କୁ ନଭେମ୍ବର, 2021 ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଦର୍ଶ ନାଗରିକଙ୍କୁ ଗଢ଼ିତୋଳିବା ନିମନ୍ତେ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପିତ କରିଦେଇଛନ୍ତି । ତାଙ୍କର ଅସାଧାରଣ ସତ୍ୟନିଷ୍ଠା ଏବଂ ସହିଷ୍ଣୁତା ନିକଟରେ ଦେଶ ମଥାନତ କରେ । ଇଏ ଭାରତର ସେହି ଅକୀର୍ତ୍ତିତ ନାୟକ ଅଟନ୍ତି ଯାହାଙ୍କ ପ୍ରୟାସକୁ ସମଗ୍ର ଦେଶରେ ପ୍ରଶଂସା କରାଯିବା ଆବଶ୍ୟକ ।
ଏହି ଦେଶରେ ଏଭଳି ଅନେକ ଲୁକ୍କାୟିତ ନାୟକ ରହିଛନ୍ତି, ଯେଉଁମାନେ ନିଜ ଜୀବନକୁ ଅନ୍ୟମାନଙ୍କ ପାଇଁ ସମର୍ପିତ କରିଦେଇଛନ୍ତି ଏବଂ କୌଣସି ସ୍ୱାର୍ଥ ଅବା ପ୍ରତିଦାନର ଆଶା ନରଖି ସମାଜର ସେବା କରିଚାଲୁଛନ୍ତି । ଏହି ସଂସାରକୁ ଅଧିକ କରୁଣାମୟୀ ଏବଂ ସୁନ୍ଦର କରିବାପାଇଁ ଆଜି ଏହିଭଳି ଲୋକମାନଙ୍କର ବହୁତ ଆବଶ୍ୟକତା ରହିଛି । କେବଳ ସେମାନଙ୍କୁ ଚିହ୍ନିବାର ଆବଶ୍ୟକତା ରହିଛି । ଯେତେବେଳେ ଆମେ ସେମାନଙ୍କୁ ଉନ୍ମୁକ୍ତ ହୃଦୟ ଏବଂ ଉନ୍ମୁକ୍ତ ମନରେ ଖୋଜିବାପାଇଁ ପ୍ରୟାସ କରିବା, ସେତେବେଳେ ଆମେ ସେମାନଙ୍କୁ ଆମ ସମ୍ମୁଖରେ ପାଇପାରିବା ।
ଶିକ୍ଷା
''ଜଣେ ପ୍ରକୃତ ଗୁରୁ ଶିଷ୍ୟଠାରୁ କିଛି ବି ଆଶା କରନ୍ତି ନାହିଁ, ବାସ୍ତବରେ ଗୁରୁ କେବଳ ମାନବତାର ସେବା କରିବାପାଇଁ ଜୀବନ ଉତ୍ସର୍ଗ କରିଥାନ୍ତି । ସେ ନେବାପାଇଁ ନୁହେଁ ବରଂ କେବଳ ଦେବାପାଇଁ ଜନ୍ମ ନେଇଥାନ୍ତି ।''
ଅନୁକରଣୀୟ ଜୀବନଶୈଳୀ
ପ୍ରକୃତ ଗୁରୁ କିଏ ଅଟନ୍ତି ?
ଯେଉଁଦିନ ମୁଁ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କଲି, ତା'ପରଠାରୁ ମୁଁ ଏକ ମିନିଟ୍ ସମୟ ବି ନଷ୍ଟ କରିନାହିଁ । ଶିକ୍ଷକ ହେବାପାଇଁ ମୋ ଗାଁ ପଶ୍ଚିମବଙ୍ଗର ଔସଗ୍ରାମକୁ ଫେରିଗଲି । ହଁ, ମୋ ପାଖରେ ବଡ଼ ସହରର ସ୍କୁଲଠାରୁ ଅଧିକ ବେତନ ପାଇବାର ପ୍ରସ୍ତାବ ଥିଲା, ହେଲେ ମୋପାଇଁ 169ଟଙ୍କା ବେତନର ପ୍ରସ୍ତାବ ଯାହା ମୋତେ ମୋ ଗାଁ ସ୍କୁଲଠାରୁ ପ୍ରାପ୍ତ ହେଉଥିଲା, ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା । ମୁଁ ମୋ ଗାଁର ସେହି ପିଲାମାନଙ୍କୁ ପଢ଼ାଇବାପାଇଁ ବହୁତ ଉତ୍ସୁକ ଥିଲି, ଯେଉଁମାନଙ୍କୁ ଉତ୍ତମ ଶିକ୍ଷକଙ୍କର ସବୁଠାରୁ ଅଧିକ ଆବଶ୍ୟକତା ଥିଲା ।
ମୁଁ ମୋ ସ୍କୁଲରେ 39ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲି ଆଉ ତାପରେ ମୁଁ 60ବର୍ଷ ବୟସରେ ସେବାରୁ ନିବୃତ୍ତି ନେଇଥିଲି । ହେଲେ ମୋ ମନ ବହୁତ ବିଚଳିତ ଥିଲା, ମୁଁ ସେବାରୁ ନିବୃତ୍ତି ହେବାପାଇଁ ଚାହୁଁନଥିଲି । ଏଥିପାଇଁ ମୁଁ ବାରମ୍ବାର ମୋତେ ପ୍ରଶ୍ନ କରୁଥିଲି, ''ଏବେ ମୁଁ କଣ କରିବି ?'' କିଛି ଦିନ ପରେ ମୋତେ ମୋ ପ୍ରଶ୍ନର ଉତ୍ତର ମଧ୍ୟ ମିଳିଯାଇଥିଲା ।
ଥରେ ସକାଳ 6:30 ସମୟ ହୋଇଥାଏ, ମୁଁ ଦେଖିଲି, 3ଟି ଝିଅ ମୋ ଘର ଆଡ଼କୁ ଆସୁଛନ୍ତି । ମୁଁ ସେମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି, ଯେତେବେଳେ ସେମାନେ କହିଲେ ଯେ, ସେମାନେ ସେହି ଶିକ୍ଷକଙ୍କୁ ଦେଖିବାପାଇଁ ଦୀର୍ଘ 23କିଲୋମିଟରରୁ ଅଧିକ ବାଟ ସାଇକେଲ ଚଲାଇ ଆସିଛନ୍ତି ଯିଏ କି ବର୍ତ୍ତମାନ ସେବା ନିବୃତ୍ତି ହୋଇସାରିଛନ୍ତି ! ସେମାନେ ଥିଲେ ଆଦିବାସୀ ଯୁବତୀ, ଯେଉଁମାନେ କିଛି ପଢ଼ିବାପାଇଁ ଆଉ ଶିଖିବାପାଇଁ ବଡ଼ ବ୍ୟସ୍ତ ହେଉଥିଲେ । ସେମାନେ ହାତଯୋଡ଼ି ପଚାରିଲେ, ''ସାର୍, କଣ ଆପଣ ଆମମାନଙ୍କୁ ପଢ଼ାଇବେ ?'' ମୁଁ ସାଙ୍ଗେସାଙ୍ଗେ ସମ୍ମତି ଜଣାଇ କହିଲି, ''ମୁଁ ତୁମମାନଙ୍କୁ ପଢ଼ାଇପାରିବି କିନ୍ତୁ ତୁମମାନଙ୍କୁ ମୋ ସ୍କୁଲର ପୁରା ବର୍ଷର ଫିସ୍ ଦେବାପାଇଁ ପଡ଼ିବ । ତୁମେମାନେ କଣ ଦେବାପାଇଁ ପ୍ରସ୍ତୁତ ଅଛ ?''
ସେହି ଝିଅମାନେ ସାଙ୍ଗେସାଙ୍ଗେ ଉତ୍ତର ଦେଲେ, ''ଆଜ୍ଞା ସାର୍, ଆମେ ଯେମିତି ହେଲେ ପଇସା ଯୋଗାଡ଼ କରିଦେବୁ ।''
ଏଥର ମୁଁ କହିଲି, ''ଠିକ୍ ଅଛି, ମୋର ସମ୍ପୂର୍ଣ୍ଣ ବର୍ଷକର ଫିସ୍ ହେଉଛି 1ଟଙ୍କା ।'' ଏହାଶୁଣି ସେହି ଆଦିବାସୀ ଝିଅମାନେ ଏତେ ଖୁସି ହୋଇଗଲେ ଯେ ମୋତେ ଗଳାରେ ଲଗାଇ କହିଲେ, ''ଆଜ୍ଞା ସାର୍, ଆମେ ଆପଣଙ୍କୁ 1ଟଙ୍କା ସହିତ 4ଗୋଟି ଚକୋଲେଟ୍ ବି ଦେବୁ ।''
ମୋତେ ଏଭଳି ଲାଗୁଥିଲା ଯେମିତି ମୋତେ ପୁଣିଥରେ ବଞ୍ଚିବାର ଉଦ୍ଦେଶ୍ୟ ମିଳିଯାଇଛି, ଏଥିପାଇଁ ସେମାନେ ଯିବା ପରେ ମୁଁ ମୋ ପୋଷାକ ପରିବର୍ତ୍ତନ କରି ସିଧା ମୋ ସ୍କୁଲକୁ ଚାଲିଗଲି । ସ୍କୁଲରେ ପ୍ରଧାନଶିକ୍ଷକଙ୍କୁ ସେହି ଆଦିବାସୀ ଝିଅମାନଙ୍କୁ ପଢ଼ାଇବାପାଇଁ ଏକ କୋଠରୀର ବ୍ୟବସ୍ଥା କରିଦେବାକୁ ଅନୁରୋଧ କଲି...ପ୍ରଧାନଶିକ୍ଷକ ମୋତେ ସାହାଯ୍ୟ କରିବାପାଇଁ ମନା କରିଦେଲେ । କିନ୍ତୁ ଏବେ ମୁଁ ଆଉ ନିଜକୁ ରୋକିପାରିଲି ନାହିଁ । 39ବର୍ଷ ପଢ଼ାଇବାପରେ ବି ମୋ ଭିତରେ ପଢ଼ାଇବାର ଆହୁରି ଊର୍ଜା ବାକି ଥିଲା । ଏଥିପାଇଁ ଘରକୁ ଫେରିବା ପରେ ମୁଁ ମୋ ବାରଣ୍ଡାକୁ ସଫା କରି ସେଠାରେ ପଢ଼ା ଆରମ୍ଭ କରିବାପାଇଁ ନିର୍ଣ୍ଣୟ ନେଲି ।
ଏହା 2004ମସିହାର କଥା । ମୋର ପାଠଶାଳା ସେହି 3ଗୋଟି ଝିଅଙ୍କୁ ନେଇ ଆରମ୍ଭ ହୋଇଥିଲା ହେଲେ ଆଜି ମୋ ପାଖକୁ ପ୍ରତିବର୍ଷ 350 ଛାତ୍ର ଆସୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଯୁବତୀ ଅଟନ୍ତି । ମୁଁ ପାଠଶାଳାର ପିଲାମାନଙ୍କ ଆଗ୍ରହ ଅନୁସାରେ ମୋ ପାଠଶାଳାର ଫିସକୁ 1ଟଙ୍କା ବୃଦ୍ଧି କରିଦେଲି ।
ମୋର ଦିନ ଆଜି ମଧ୍ୟ ସକାଳ 6ଘଣ୍ଟା ସମୟରେ ଗାଁରେ ଭ୍ରମଣ କରିବା ସହିତ ଆରମ୍ଭ ହେଉଛି । ଏହାପରେ ମୁଁ ମୋ ଘରର ଦ୍ୱାରକୁ ପାଠ ପଢ଼ିବାପାଇଁ ଆସୁଥିବା ଛାତ୍ରମାନଙ୍କ ନିମନ୍ତେ ଖୋଲିଦେଉଛି-- କେତେକ ଝିଅ 20କିଲୋମିଟରରୁ ଅଧିକ ଦୂର ବାଟ ଚାଲିଚାଲି ଆସନ୍ତି । ସେହି ଆଦିବାସୀ ଝିଅମାନଙ୍କୁ ଦେଖି ମୋତେ ଲାଗେ, ଯେପରି ମୋେତ ସେମାନଙ୍କଠାରୁ ବହୁତ କିଛି ଶିଖିବାର ଅଛି ।
ଏହି ବର୍ଷ, ମୋର ଛାତ୍ର ପ୍ରୋଫେସର, ବିଭିନ୍ନ ବିଭାଗର ପ୍ରମୁଖ ଏବଂ ଆଇ.ଟି କମ୍ପାନିମାନଙ୍କରେ ଇଞ୍ଜିନିୟର ହୋଇଛନ୍ତି...ସେମାନେ ସବୁବେଳେ ମୋତେ ଫୋନ କରି ସେମାନଙ୍କ ସଫଳତାର ବାର୍ତ୍ତା ଜଣାଇଥାନ୍ତି ଆଉ ସବୁବେଳ ଭଳି ମୁଁ ସେମାନଙ୍କୁ କିଛି ଚକୋଲେଟ ଦେବାପାଇଁ କୁହେ । ଯେଉଁଦିନ ମୋତେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଗଲା, ସେଦିନ ମୋର ଫୋନ ବାଜିବା ଆଦୌ ବନ୍ଦ ହେଲା ନାହିଁ । ସମ୍ପୂର୍ଣ୍ଣ ଗାଁ ମୋ ସହିତ ଉତ୍ସବମୁଖର ହୋଇଉଠିଥିଲା । ଏହା ସମସ୍ତଙ୍କ ପାଇଁ ଏକ ଖୁସିର ଦିନ ଥିଲା ହେଲେ ସେଦିନ ବି ମୁଁ ମୋ ଛାତ୍ରମାନଙ୍କୁ ପାଠଶାଳାରୁ ଛୁଟି ଦେଇନଥିଲି ।
ମୋ ପାଠଶାଳାର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା । କେତେବେଳେ ବି କେହି ବି ମୋ ପାଠଶାଳାକୁ ଆସିପାରୁଥିଲା । ଆମ ଗାଁ ବହୁତ ସୁନ୍ଦର ଆଉ ମୋର ସମସ୍ତ ଛାତ୍ରମାନଙ୍କର ଭବିଷ୍ୟତ ମଧ୍ୟ ଖୁବ୍ ଉଜ୍ଜ୍ୱଳ ଅଟେ...ମୋର ପୁରା ବିଶ୍ୱାସ ଯେ, ଆମେ ସମସ୍ତେ ତାଙ୍କଠାରୁ ଅନେକ କିଛି ଶିଖି ପାରିବା ।
ତେବେ ଏହା ମୋର କାହାଣୀ ଅଟେ-- ମୁଁ ପଶ୍ଚିମବଙ୍ଗର ଜଣେ ସାଧାରଣ ଶିକ୍ଷକ ଅଟେ, ଯିଏ ସନ୍ଧ୍ୟା ସମୟରେ ଚା' ଆଉ କିଛି ଜଳଖିଆର ଆନନ୍ଦ ନେଇଥାଏ । ମୋ ଜୀବନର ମୁଖ୍ୟ ଆକର୍ଷଣ ହେଉଛି, ମୋତେ ମାଷ୍ଟର୍ ମୋଶାଈ କହନ୍ତି...ମୁଁ ମୋର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ପଢ଼ାଇବାକୁ ଚାହେଁ । ଏହା ସେହି କାମ ଅଟେ ଯାହା କରିବାପାଇଁ ମୋତେ ଏ ଦୁନିଆକୁ ପଠାଯାଇଛି ।
ପ୍ରତିବିମ୍ବ
Best Marketing Tools For Business Grow
LATEST UPDATED! BULK WHATSAPP SENDER This software is 100% safe and reliable and easy to use.
Buy Now +919692232609
BULK WHATSAPP SOFTWARE FEATURES
Smooth way of sending messages
SMS Scheduling Feature
Auto - Reply Chatbots
Multiple Account Supported
Allows Unlimited Messages
Numbers Filter Module
Anti Block Functionality With Multi text message
WhatsApp Groups Contacts Extractor Module
Account Switching in Running Campaign
On-Time Campaign Reports
Sleep Control Feature
Speed Control Feature
Delay Control Feature
Groups Verifier Module
Dynamic Messages Creation
Spin Text Module
Allows Unlimited Multi-multimedia message (Images, Videos, PDF, Docs, PPT)
Instant Download
True Caller Verified
90 – 95% Accurate
Welcome To OBMS Software Company,Mancheswar,Bhubaneswar,Odisha,India.
Click here to claim your Sponsored Listing.
Videos (show all)
Category
Contact the business
Telephone
Address
Bhubaneswar
751010
Opening Hours
Monday | 9:45am - 6pm |
Tuesday | 9:45am - 6pm |
Wednesday | 9:45am - 6pm |
Thursday | 9:45am - 6pm |
Friday | 9:45am - 6pm |
Saturday | 9:45am - 6pm |
Bharatpur
Bhubaneswar, 751003
Field Service Management Company Corporate Support: 90 90 33 00 99 Domestic Support: 90 90 22 00 99
Satyavihar
Bhubaneswar, 751010
SR Telesystems & Services is a company deals with various types of CCTV Camera , EPBX , Boimatrix Deviecs , Security Alaram & All Networking Device sales & service.
115, 1st Floor, DLF CYBER CITY, CHANDAKA INDUSTRIAL Estate, CHANDRASEKHARPUR, Patia
Bhubaneswar, 751024
At Reflekt Vision, we understand the importance of staying connected with your customers.
609, Utkal Signature, Pahala, Odisha
Bhubaneswar, 752101
Qtonix is a complete web solution provider in multi-dimensional IT service such as digital marketing design solutions and software development services for companies across the wor...
Vani Vihar, OD
Bhubaneswar, 751004
A forum of Cyber Security Expert of Odisha..
Patia
Bhubaneswar, 751024
💻 | We design and develop web for small & large businesses ⌛️ | Professionals and Experts ?
Unique Plaza, 3rd Floor, Plot No. 53/1384/1828, Unit/31, Laxmisagar
Bhubaneswar, 751006
Futuristic Windows and Doors Manufacturing Software
Bhubaneswar, 751021
We provide training on AWS, Azure, Google Cloud, CCNA, CCNP, Cisco Nexus 9K, SD-WAN, Palo Alto, Check Point, Cisco FirePower, JuniperSRX, VMware, Linux, Splunk.