ଓଡ଼ିଆ କାହାଣୀ odia kahani

ଓଡ଼ିଆ କାହାଣୀ odia kahani

ଓଡ଼ିଆ କାହାଣୀ ପେଜ୍ ଟି କେବଳ ଗଳ୍ପ, କବିତା, ?

20/01/2024

ଓଡ଼ିଆ କାହାଣୀ ପରିବାର ତରଫରୁ ପବିତ୍ର ସାମ୍ବ ଦଶମିର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା 🙏✨

29/11/2023

*🩸 ⭕🩸ମାର୍ଗଶିର ମାସର ମାହାତ୍ମ୍ୟ 🩸 ⭕🩸*
➖➖➖➖➖➖➖➖➖➖➖➖

*🩸 ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ନିଜର ଭିନ୍ନ ମହତ୍ତ୍ୱ ରହିଛି। ପ୍ରତ୍ୟେକ ମାସ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ ଥାଏ ଏବଂ ସେହି ମାସରେ ସେହି ଦେବତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ର ମୁତାବକ, ମାର୍ଗଶୀର ମାସ ମା’ ଲକ୍ଷ୍ମୀଙ୍କୁ ସମର୍ପିତ ରହିଛି। ଏଥି ସହିତ ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ମଧ୍ୟ ସର୍ବୋତ୍ତମ ବୋଲି ବିଶ୍ୱାସ କରାଯାଏ। କହି ରଖୁଛୁ, ଗୀତାରେ ଶ୍ରୀକୃଷ୍ଣ ନିଜକୁ ମାର୍ଗଶୀର ମାସ ବୋଲି ବର୍ଣ୍ଣନା କରିଛନ୍ତି।*

*🩸 ସ୍କନ୍ଦପୁରାଣ ଅନୁସାରେ, ମାର୍ଗଶୀର ମାସକୁ ଶ୍ରୀକୃଷ୍ଣ ନିଜର ପ୍ରିୟ ମାସ ବୋଲି କହିଛନ୍ତି। ଏହି ସମୟରେ ସକାଳେ ଜଲ୍‌ଦି ଉଠି ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ମାସରେ ନଦୀରେ ସ୍ନାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ଯଦି ପବିତ୍ର ନଦୀରେ ସ୍ନାନ ସମ୍ଭବ ନ ହେଉଛି, ତା’ ହେଲେ ବ୍ୟକ୍ତି ନିୟମିତ ରୂପେ ସ୍ନାନ ପାଣିରେ ଗଙ୍ଗାଜଳ ପକାଇ ମଧ୍ୟ ସ୍ନାନ କରି ପାରିବ। ଏହାଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି।*

*🩸 ମହାଭାରତ ଅଧ୍ୟାୟରେ କୁହାଯାଇଛି କି, ମାର୍ଗଶୀର ମାସରେ ବ୍ୟକ୍ତିକୁ ଗୋଟିଏ ହିଁ ସମୟରେ ଭୋଜନ କରିବା ଦରକାର। ଏହି ଦିନମାନଙ୍କରେ ନିଜର ସାମର୍ଥ୍ୟ ଅନୁସାରେ ମଧ୍ୟ ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା ଉଚିତ୍‌। ଏହି ସବୁ ନିୟମଗୁଡ଼ିକୁ ଅନୁସରଣ କରିବା ଦ୍ୱାରା ସମସ୍ତ ପ୍ରକାର ରୋଗ ଏବଂ ପାପରୁ ମୁକ୍ତି ମିଳିଥାଏ। କୁହାଯାଏ, ଏହି ମାସରେ ବ୍ରତ ରଖିବା ଦ୍ୱାରା ବ୍ୟକ୍ତି ନିରୋଗ ଏବଂ ବଳବାନ ହୋଇଥାଏ। ଏଥି ସହିତ ବ୍ୟକ୍ତିର ଆଗାମୀ ଜନ୍ମ ମଧ୍ୟ ସୁଖମୟ ହୋଥାଏ।*

*🩸 ମାର୍ଗଶୀର ମାସରେ ଚାନ୍ଦି ଏବଂ ଅନ୍ନ ଦାନକୁ ବି ବହୁତ ଶୁଭ ବୋଲି କୁହାଯାଇଛି। ଏହାଦ୍ୱାରା ବ୍ୟକ୍ତିକୁ ଯୌନ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକରୁ ଛୁଟକାରା ମିଳିଥାଏ। ବ୍ୟକ୍ତି ବଳବାନ ହୋଇଥାଏ। ଏହି ମାସରେ ଅନ୍ନ ଦାନ ଦ୍ୱାରା ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ଦୁଃଖର ନାଶ ହୋଇଥାଏ।*
*ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ* *🙏🙏🙏ଜୟ ଜଗନ୍ନାଥ ସ୍ବାମୀ 🙏🙏🙏*

17/10/2023

*🩸 🪷 🩸ମଙ୍ଗଳମୟୀ "ମା' ମଙ୍ଗଳା 🩸 🪷 🩸*
➖➖➖➖➖➖➖➖➖➖➖➖

*🩸 ମଙ୍ଗଳମୟୀ ମା' ମଙ୍ଗଳା ପ୍ରାଚୀ ଗରଭୁ ଆସି। କାକଟପୁରରେ ରହିଲୁ ଭବ୍ଯ ମନ୍ଦିରେ ବସି ॥୧॥*

*🩸 ଲୀଳାମୟୀ ତୋର ଲୀଳାକୁ କହ କିଏ ବୁଝିବ। ଉଷୁନା ଧାନରୁ ଗଜା କି କେବେ ହୋଇ ପାରିବ ॥୨॥*

*🩸ପଦ୍ମ ଆସନେ ବିରାଜିତା ମାତା କରୁଣାମୟୀ। ପଦ୍ମ କଳିକା ପୂର୍ଣ୍ଣଚନ୍ଦ୍ର ହସ୍ତେ ଶୋଭା ଦିଶଇ ॥୩॥*

*🩸ପୂର୍ଣ୍ଣଚନ୍ଦ୍ରମୁଖୀ ଜନନୀ ଜପରତା ନିରତେ। ଜପସଂଖ୍ୟାର ସେ ଗଣନା କରନ୍ତି ବାମହସ୍ତେ ॥୪॥*

*🩸ନାନା ଭୂଷଣେ ବିଭୂଷିତା ଶାନ୍ତା କାନ୍ତା ଜନନୀ। ସର୍ବ ବରପ୍ରଦା ସଭିଙ୍କୁ କୁଶଳା ସୌଭାଗିନୀ ॥୫॥*

*🩸ରଙ୍ଗ ଅବା କଳା ବସନ ପ୍ରିୟା ମନ୍ଦାର ମାଳା। ଗଳାରେ ଲମ୍ବିଛି ମାଆର କରେ ବିଚିତ୍ର ଖେଳା ॥୬॥*

*🩸ଷୋଡଶ ବୟସୀ ବାଳା ସେ ସୁସ୍ଥିର ଯଉବନା। ବିମ୍ବାଧରୀ ସୁଦତ୍ତୀ ଶୁଦ୍ଧା ଶ୍ଵେତପଦ୍ମ ଆନନା ॥୭॥*

*🩸ମଙ୍ଗଳମୟୀ ମା' ମଙ୍ଗଳା ସେ ତ ଜଗତ ଧାତ୍ରୀ। ସର୍ବ ସମର୍ଥା ସେ ସଭିଙ୍କୁ ସର୍ବ ସମ୍ପଦ ଦାତ୍ରୀ ॥୮॥*

*🩸ସଂସାର ସାଗରେ ପୋତ ସ୍ବରୂପା ମଙ୍ଗଳା ମାଆ। ମଙ୍ଗଳମୟୀ ସେ ସଭିଙ୍କୁ ସଦା ହୁଅଇ ସାହା ॥୯॥*

*🩸ସିଂହବାହିନୀ କୃପାଦୃଷ୍ଟି ଥରେ ପଡିଲେ ତାର। ପଙ୍ଗୁ ଲଂଘେ ଗିରି ମୂକ ବାଚାଳ ହୁଏ ଆବର ॥୧୦॥*

*🩸ପରମବୈଷ୍ଣବୀ ମାଆ ମୋ ଉର୍ଦ୍ଧ୍ବପୁଣ୍ଡ୍ର ବହିଛି। କୃପା କଟାକ୍ଷରେ ଜଗତ ଜନ ମନ ମୋହୁଛି ॥୧୧॥*

*🩸ଜଗନ୍ନାଥଙ୍କ ମହାଦାରୁ ଚୟନ ତା କୃପାରୁ। ହୁଅଇ ସ୍ୱପ୍ନାଦେଶ ସିନା ମନ୍ତ୍ର ଜପ କଲାରୁ ॥୧୨॥*

*🩸 ସାଧବ ଝିଅ ତଅପୋଇ କଥା ନଜାଣେ କିଏ ? ମାଆଙ୍କୁ ସୁମରି ଦୁଃଖରୁ ତ୍ରାହି ପାଇଲା ସିଏ ॥୧୩॥*

*🩸ଖୁଲଣା ସୁନ୍ଦରୀ ଚରିତ ସଭିଙ୍କୁ ତ ବିଦିତ। ପୁୁଅ ତା ଶ୍ରୀଧର ଦୁହିଁଙ୍କୁ ସାହା ମଙ୍ଗଳା ମାତ ॥୧୪॥*

*🩸କେତେ କେତେ କଥା ରହିଛି ମାଆଙ୍କ କୃପା ନେଇ। ବିସ୍ତାରି କହିବ ସବୁ କେ ତା ସମ୍ଭବ ନୁହଇ ॥୧୫॥*

*🩸କେତେ ନାମ ଅଛି ମାଆର କହି ପାରିବ କିଏ। ଗ୍ରାମେ ଗ୍ରାମେ ପ୍ରତି ନଗରେ ତାର ପୂଜନ ହୁଏ ॥୧୬॥*

*🩸ମଙ୍ଗଳମୟୀ ମା' ମଙ୍ଗଳା ଦୟାସାଗରୀ ସିଏ। ସକଳ ମଙ୍ଗଳ କାର୍ଯ୍ୟରେ ମାଆ ମଙ୍ଗୁଳା ହୁଏ ॥୧୭॥*

*🩸 ହ୍ରୀଂ ଶ୍ରୀଂ କ୍ଳୀଂ ତ୍ରିବୀଜ ରୂପା ମାଆ ମୋହର। କରୁଣା କଲେ ମୋ ଉପରେ ମୋର ଫିଟିଲା ଗୀର ॥୧୮॥*

*🩸ଶୟନେ ସ୍ୱପନେ ଧ୍ୟାନେ ବା ଜାଗରଣ କାଳରେ। ମଙ୍ଗଳମୟୀ ମା' ମଙ୍ଗଳା ନାମ ହୃଦେ ସୁମରେ ॥୧୯॥*

*🩸ମଙ୍ଗଳମୟୀ ମା' ମଙ୍ଗଳା ଏହିପରି କରୁଣା। କାଳେ କାଳେ ଥାଉ ତୋହର ନହେଉ କେବେ ଊଣା ॥୨୦॥*
*🩸 🪷 🩸 ଜୟ ମା ମଙ୍ଗଳା 🩸 🪷 🩸*

05/07/2023

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀

♾️♾️♾️♾️⭕⭕♾️♾️♾️♾️

ଓଁ ନମୋ ଭଗବତେ ବାସୁଦେବାୟ

ସେ ହରି ଦେଖାଉ ଶରୀର। ଯେ ନୋହେ କରଣେ ଗୋଚର।
ଯା ମୁଖ ଦେଖିବାର ଅର୍ଥେ। ଶରଣ ଗଲୁ ପାଦଗତେ।

ସୁଜନେ କର ଏଣେ ଭାବ। ଯେ ନାବେ ସଂସାରୁ ତରିବ।
କଳି କଳ୍ମଷ ନାଶ ପାଇଁ। ଏ ବିନୁ ଆନଗତି ନାହିଁ।

ବୋଲଇ ଦାସ ଜଗନ୍ନାଥ। ଭାଷା ପ୍ରବନ୍ଧେ ଭାଗବତ।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ, ଅଷ୍ଟମ ସ୍କନ୍ଧ, ପଞ୍ଚମ ଅଧ୍ୟାୟ)

ପ୍ରସଙ୍ଗ - ଅମୃତ ମନ୍ଥନ ଆୟୋଜନ

ଅର୍ଥ - ବେଦବର ବ୍ରହ୍ମା ଭଗବାନଙ୍କୁ ସ୍ତୁତି କରି କହିଲେ , ହେ ପ୍ରଭୁ ! ଯଦିଓ ଆପଣ ଇନ୍ଦ୍ରିୟମାନଙ୍କୁ ଗୋଚର ନୁହନ୍ତି , ଆମ୍ଭେ ଆପଣଙ୍କ ଚରଣରେ ଶରଣାପନ୍ନ ହୋଇଥିବା ସକଳ ଦେବଗଣ ଆତ୍ମାନନ୍ଦ ଲାଭରେ ପରିପୂର୍ଣ୍ଣ ଆପଣଙ୍କର ସ୍ମିତହାସ୍ୟ ଯୁକ୍ତ ପଦ୍ମମୁଖ ଆମ ନେତ୍ରରେ ଦର୍ଶନ କରିବା ଅଭିଳାଷାରେ ଆପଣଙ୍କୁ ପ୍ରାର୍ଥନା କରୁଅଛୁ। ଆପଣ ଆମ୍ଭମାନଙ୍କ ଉପରେ କୃପା କରି ଆମ୍ଭର ଇନ୍ଦ୍ରିୟ ଗୋଚର ହୁଅନ୍ତୁ ଓ ଆମ୍ଭମାନଙ୍କ ନେତ୍ରରେ ଆମ୍ଭଙ୍କୁ ଆପଣଙ୍କର ସ୍ମିତହାସ୍ୟଭରା ପଦ୍ମମୁଖ ଯୁକ୍ତ ସୁନ୍ଦର ସ୍ଵରୂପରେ ଦର୍ଶନ ଦିଅନ୍ତୁ।
ଭାଗବତର ଅଷ୍ଟମ ସ୍କନ୍ଧର ଏହି ପଞ୍ଚମ ଅଧ୍ୟାୟରେ ବେଦବର ବ୍ରହ୍ମାଙ୍କର ସ୍ତୁତି ପ୍ରାକୃତ ଭାଷାରେ ବର୍ଣ୍ଣନା କରି ଅତିବଡ଼ି ଜଗନ୍ନାଥ ଦାସ କହୁଛନ୍ତି କି , ହେ ସୁଜ୍ଞଜନମାନେ ! କଳିର କଳ୍ମଷ ନାଶ ପାଇଁ ଭଗବାନଙ୍କ ପ୍ରତି ଭକ୍ତିଭାବ ବିନା ଆଉ ଅନ୍ୟ କୌଣସି ଗତି ନାହିଁ। ତେଣୁ ହେ ସୁଜ୍ଞଜନମାନେ ! ଭଗବାନଙ୍କ ପାଦପଦ୍ମରେ ଭକ୍ତି କଲେ ସେହି ଭକ୍ତି ରୂପକ ନାବରେ ବସି ତୁମ୍ଭେମାନେ ଏହି ଭବ ସାଗରକୁ ସହଜରେ ପାରି ହୋଇ ଯାଇ ପାରିବ।

ଭାବାର୍ଥ - ଏଠାରେ ଦେବତାମାନଙ୍କୁ ଦର୍ଶନ ଦେବାପାଇଁ ବେଦବର ବ୍ରହ୍ମା ଭଗବାନଙ୍କୁ ସ୍ତୁତି କରୁଅଛନ୍ତି।


ଉପସ୍ଥାପନା - ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୩୩୨

28/06/2023

ତୁମ ବାହୁଡ଼ା ସହ ପ୍ରଭୁ ବାହୁଡିଯାଉ ସଂସାରର ଯାତନା । ଭୟଭାନ୍ତି ଦୂର ହେଇଯାଇ ସତ୍ୟଶାନ୍ତିର ହେଉ ପୁନଃସ୍ଥାପନା ।
ତୁମ ଫେରିବା ସହିତ ପ୍ରଭୁ । ଫେରିଆସୁ ମୈତ୍ରୀର ଭାବନା
ଅକ୍ଷୟହେଉ ପୂଣ୍ୟ ଜଗତେ ସର୍ବତ୍ର ଉଡୁ ପ୍ରଭୁ ତୁମରି ଧର୍ମର ବାନା🚩 🙏🏻ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🏻
ଓଡ଼ିଆ କାହାଣୀ odia kahani

20/06/2023

ହେ ମଧୁସୂଦନ ପ୍ରଭୂ ଜଗନ୍ନାଥ !
ବିଶାଳ ସମୁଦ୍ର କୂଳରେ ଥିବା ସୁନ୍ଦର ନିଳାଚଳ ପର୍ବତର ଶିଖର ଚତୁର୍ଦ୍ଦିଗରେ, ସବୁଠାରୁ ଆନନ୍ଦଦାୟକ ସୁବର୍ଣ୍ଣ ଆରୁ । ଶ୍ରୀ ପୁରୀ ଧାମରେ, ତୁମେ ତୁମର ଶକ୍ତିଶାଳୀ ବଡ଼ ଭାଈ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଙ୍କ ସହିତ ଉଭୟଙ୍କ ମଧ୍ୟରେ ଉପସ୍ଥିତ ରହି ସମସ୍ତ ଦିବ୍ୟ ଆତ୍ମା, ଭକ୍ତ ଏବଂ ସାଧୁମାନ ଙ୍କୁ ସେମାନଙ୍କୁ ଅନୁଗ୍ରହ କୃପା ଦୃଷ୍ଟିର ରସପାନ କରାଉଛ 🙏🏻
ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🏻 ଜୟ ଜଗନ୍ନାଥ 🙏🏻 ଓଡ଼ିଆ କାହାଣୀ odia kahani

04/06/2023

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧାପ୍ରସାରଣ ଓଡ଼ିଆ କାହାଣୀ ରେ

15/05/2023
23/04/2023

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ଓଡିଆ କାହାଣୀ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
#ଓଡିଆ_କାହାଣୀ

19/04/2023

*🚩ଶ୍ରୀ ରାଧାକୃଷ୍ଣ ଶ୍ରୀଜଗନ୍ନାଥ ମନ୍ଦିର🚩*
*ବଡ଼ମ୍ବା ରାଜବାଟୀ ପରିସର, ବଡ଼ମ୍ବା, ଜିଲ୍ଲା କଟକ*

ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା'ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳା ରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ମହାନଦୀ କୂଳରେ ଥିବା ମାଆ ବୃହଦମ୍ବା ବା ମାଆ ଭଟ୍ଟାରିକାଙ୍କ ପୀଠ, ମହାନଦୀ ଗର୍ଭରେ ଥିବା ପ୍ରସିଦ୍ଧ ସିଂହନାଥ ମନ୍ଦିର, ନଦୀ ଆରପଟେ ଥିବା ବୈଦେଶ୍ୱର ଗ୍ରାମର ବୈଦ୍ୟନାଥ ଓ ପାହାଡ଼ ଉପରେ ଥିବା ରାମନାଥ ମନ୍ଦିର ଏବଂ ପାହାଡ଼ ପାଦଦେଶରେ ଥିବା ଖାଖରା ଶୈଳୀର ପ୍ରାଚୀନ ଦୁର୍ଗା ମନ୍ଦିର ପୁଣି
କୁହାଯାଏ କେଶରୀ ନରସିଂହ ଦେବଙ୍କ ଠାରୁ ଶଙ୍ଖ ମହୁରୀ ନାମରେ ଦୁଇଗୋଟି ଗ୍ରାମ ଉପହାର ସ୍ୱରୂପ ପ୍ରାପ୍ତ କରିଥିଲେ ଯୋଦ୍ଧା ହଟକେଶ୍ବର ରାୱତ୍ l ପ୍ରାୟ ତେରଶହ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଆ ବୃହଦମ୍ବାଙ୍କ ନାମାନୁସାରେ ଏଇ ଶଙ୍ଖ ମହୁରୀ ଗ୍ରାମକୁ ନେଇ ବଡ଼ମ୍ବା ରାଜ୍ୟ ସ୍ଥାପନ କରି ଶାସନ କଲେ l ଶଙ୍ଖ ମହୁରୀ ଗ୍ରାମ ଦୁଇଟି ଏବେ ସ୍ଥାନୀୟ ଅଞ୍ଚଳରେ ଶଙ୍ଖାମେରୀ ନାଁରେ ପରିଚିତ l ପରବର୍ତ୍ତୀ କାଳରେ ଏଇ ବଡ଼ମ୍ବା ରାଜ୍ୟ, ଏକ ସୁ ସମୃଦ୍ଧ ରାଜ୍ୟ ରୂପେ ପରିଚୟ ପାଇ ବ୍ରିଟିଶ ଶାସନ ସମୟରେ ଏକ ଗଡ଼ଜାତ ରାଜ୍ୟ ରୂପେ ମାନ୍ୟତା ପାଇଥିଲା l

ବଡ଼ମ୍ବାର ସେଇ ପୁରୁଣା ରାଜବାଟୀ ଏବେବି ସଗର୍ବେ ଦଣ୍ଡାୟମାନ ହୋଇ ରହିଛି l ରାଜବାଟୀ ପରିସର ବାହାରେ ଥିବା ପୁରୁଣା ଦରବାର ହଲ୍ ବା ଅତିଥିଶାଳଟି ଏବେ ଭଗ୍ନ ଓ ଜରାଜୀର୍ଣ୍ଣ ଭାବେ ନିଜ ଅସ୍ତିତ୍ୱ ଜାହିର କରୁଛି l ରାଜବାଟୀରେ ସେ କାଳର ଚହଳ ପହଳ ଆଉ ନାହିଁ l ରାଜପରିବାର ଏବେ ବି ସେଇ ରାଜବାଟୀରେ ରହୁଥିବାରୁ ସେଠାରେ ସାଧାରଣ ଲୋକଙ୍କ ପ୍ରବେଶାଧିକାର ନାହିଁ; ମାତ୍ର ପରିସରରେ ଥିବା ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶାନୁମତି ରହିଛି l

ବଡ଼ମ୍ବା ରାଜବାଟୀ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରଟି ଅତି ପ୍ରାଚୀନ ନ ହେଲେବି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ରେଖ ଶୈଳୀର ବିମାନ ଓ ପୀଢ଼ ଶୈଳୀର ଜଗମୋହନ ଥାଇ ଏକ ସୁନ୍ଦର ମନ୍ଦିର l ରକ୍ଷଣାବେକ୍ଷଣ ଅଭାବରୁ ଟିକେ ମଳିନ ଦିଶୁଛି ଯାହା l ମନ୍ଦିର ଜଗମୋହନରେ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ l ଏହି ମନ୍ଦିର ସମ୍ମୁଖରେ ସମତଳ ଛାତ ବିଶିଷ୍ଟ ଏକ ଆୟତାକାର ମଣ୍ଡପ ମଧ୍ୟ ରହିଛି l ଯାହାକି ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ l

ଦୋଳ, ଝୁଲଣ ଓ ଜନ୍ମାଷ୍ଟମୀ ଆଦି ପର୍ବ ଏଠାରେ ମୁଖ୍ୟ ପର୍ବ ରୂପେ ପାଳନ କରାଯାଏ l ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ରାଧାକୃଷ୍ଣଙ୍କ ପ୍ରତି ଅପାର ଭକ୍ତି ଓ ଶ୍ରଦ୍ଧା ଭାବ ଥିବା ଜଣାଯାଏ l ରାଧାକୃଷ୍ଣ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ଏବଂ ଏକ ଶିବ ମନ୍ଦିର ବି ରହିଛି l

*ଜୟ_ଶ୍ରୀରାଧାକୃଷ୍ଣ*

16/04/2023

कृष्ण और गोपियां 💕

15/04/2023

*ମାତା ଶବରୀ ଙ୍କର ପୂର୍ବ ଜନ୍ମ କଥା*:-🌹
🌿🌿🌿🌿🌿🌿🌿🌿🌿🌿🌿

*ରାମାୟଣ, ଅରଣ୍ୟ କାଣ୍ଡ ରେ ମାତା ଶବରୀ ଙ୍କର କଥା ଉଲ୍ଲେଖ ରହିଛି। ଶବରୀ ଙ୍କ ପୂର୍ବ ଜନ୍ମ ବିଷୟରେ ଅନେକ ଜ୍ଞାନୀ ଭିନ୍ନ ଭିନ୍ନ ମତ ପ୍ରକାଶ କରି ଥିବା ବେଳେ , ମୁଖ୍ୟତଃ କୁହାଯାଏ*;
*ମାତା ଶବରୀ ପୂର୍ବ ଜନ୍ମ ରେ ପରମହିଶି ରାଣୀ ଥିଲେ। ସେ ଅତ୍ୟନ୍ତ ସୁନ୍ଦରୀ ଓ ଗୁଣବତୀ ଥିଲେ। ସେ ଯୋଗୀ ୠଷି ମାନଙ୍କୁ ଦାନ କରୁ ଥିଲେ କିନ୍ତୁ ସେମାନଙ୍କ ସହ ବସି ପ୍ରଭୁଙ୍କ କଥା ଶୁଣି ପାରୁ ନଥିଲେ କି ଚର୍ଚ୍ଚା ରେ ଭାଗ ନେଇ ପାରୁ ନଥିଲେ। କାରଣ ସର୍ବଦା ତାଙ୍କୁ ପରଦା ଆଢୁଆଳରେ ରହି ବାକୁ ପଡୁ ଥିଲା*।

*ଥରେ ରାଜାଙ୍କ ସହ ପ୍ରୟାଗ ରାଜ କୁମ୍ଭ ମେଳା ଦେଖି ଯାଇ ଥିଲେ। ରାଜା ନିଜ ସୈନ୍ୟ ସାମନ୍ତ ଙ୍କ ସହ ଶିବିର ଲଗାଇ ଅବସ୍ଥାନ କରୁ ଥିଲେ। ଦିନେ ରାଣୀ ସାଧୁ ସନ୍ଥ ଙ୍କ ନିକଟରେ ବସି ପ୍ରଭୁ କଥା ଶୁଣିବାକୁ ଇଛା ପ୍ରକଟ କରି ବାରୁ ରାଜା ମନା କରି ଦେଇ କହିଲେ ତୁମେ ରାଣୀ ସର୍ବ ସାଧାରଣ ଲୋକଙ୍କ ସହ ମିଶି ପାରିବ ନାହିଁ। ଏ କଥା ରାଣୀ ଙ୍କୁ ବହୁତ ଦୁଃଖ ପହଞ୍ଚାଇ ଥିଲା*।

*ସେଇ ରାତିରେ ସମସ୍ତଙ୍କ ଅଲକ୍ଷ୍ୟରେ ରାଣୀ ସଙ୍ଗମ ସ୍ଥଳ କୁ ଯାଇ ମାତା ଗଙ୍ଗାଙ୍କୁ ନିଜ ଦୁଃଖ ଜଣାଇ କହି ଥିଲେ। ମା ପର ଜନ୍ମ ରେ ମୋତେ ଛୋଟ ଜାତି ଏଵଂ କୁରୁପ କରି ଜନ୍ମ ଦେବ। ଯାହା ଫଳରେ ମୁଁ ମୋ ଲକ୍ଷ୍ୟ ପୁରା କରି ପାରିବି। ଏ କଥା କହି ରାଣୀ ଗଙ୍ଗାରେ ଜଳ ସମାଧି ରେ ଆତ୍ମ ବିସର୍ଜନ କରି ଥିଲେ*।

*ଏଵଂ ଶବରୀ ରୁପେ ଜନ୍ମ ହୋଇ ପ୍ରଭୁଙ୍କ କୃପା ଲାଭ କରି ଥିଲେ। ଯେଉଁ ଦିନ ପ୍ରଭୁ ଶ୍ରୀରାମ ମାତା ଶବରୀ ଙ୍କ ଦ୍ଵାରେ ପହଞ୍ଚି ଥିଲେ। ଶବରୀ ନିଜକୁ ଛୋଟ ଜାତି କହିବାରୁ ପ୍ରଭୁ କହିଥିଲେ*....

*କହେ ରଘୁପତି ସୁନ ଭାମିନି ବାତା*
*ମାନହୁ ଏକ ଭଗତି କର ନାତା*"।

*ଭାମିନୀ ଆଦରଣୀୟ ମହିଳା ମାନଙ୍କ ପ୍ରତି ପ୍ରୟୋଗ କରା ଯାଏ। ରଘୁପତି କହି ଥିଲେ* ;
‌‌ *ଜାତି, କେଉଁ କୁଳରେ ଜନ୍ମ କିମ୍ୱା ତୁମେ କିଏ...... ଏ ସବୁ ମୋ ନିକଟରେ ମୂଲ୍ୟହୀନ। ଯିଏ ମୋତେ ଶ୍ରଦ୍ଧା ଭକ୍ତି ଓ ପ୍ରେମରେ ଭଜେ ମୁଁ ତା ନିକଟରେ ପହଁଚି ଯାଏ। ଏଵଂ ସେଇ ପ୍ରେମ ମୋତେ ତୁମ ନିକଟକୁ ଟାଣି ଆଣିଛି*।

*ତେଣୁ ଏକାଗ୍ର ଚିତ୍ତ ରେ ପ୍ରଭୁଙ୍କ ଆରାଧନା କରି ମାତା ଶବରୀ ଙ୍କ ପରି ପ୍ରଭୁଙ୍କ ଦର୍ଶନ କରି ବାର ସୌଭାଗ୍ୟ ପ୍ରାପ୍ତି କରିବାର ସୁଯୋଗ କଣ ହାତଛଡ଼ା କରିହେବ ...!!! କେବେ ମଧ୍ୟ ନୁହେଁ* 😊🙏
*ଜୟ ଶ୍ରୀରାମ* 🙏

*ଭଗବତକଥା* 🌹🙏
*ଓଁ ନମୋ ଭଗବତେ ବାସୁଦେବାୟ* 🙏

14/04/2023

ଓଡ଼ିଆ କାହାଣୀ ପରିବାର ତରଫରୁ ✨ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 💐✨

13/04/2023

⭕‼️⭕ *ଅଷ୍ଟ ଲକ୍ଷ୍ମୀ* ⭕‼️⭕

*❣️ଲକ୍ଷ୍ମୀଙ୍କର ପ୍ରଥମ ରୂପ ହେଉଛି ଆଦିଲକ୍ଷ୍ମୀ :-*

*ମା ଲକ୍ଷ୍ମୀଙ୍କର ପ୍ରଥମ ରୂପ ହେଉଛି ଆଦିଲକ୍ଷ୍ମୀ, ତାଙ୍କୁ ଧନଲକ୍ଷ୍ମୀ, ଆଦିଶକ୍ତି ମଧ୍ୟ କୁହାଯାଏ । ଶ୍ରୀମଦ ଭାଗବତ ପୁରାଣ ଅନୁସାରେ, ମହାଲକ୍ଷ୍ମୀ ସୃଷ୍ଟିର ଆରମ୍ଭରେ ତ୍ରିଶକ୍ତିବା (ତିନି ଦେବୀ) ଙ୍କୁ ପ୍ରକଟ କରିଥିଲେ ଏବଂ ସେମାନେ ମହାକାଳି ଏବଂ ମହାସରସ୍ୱତୀ ରୂପ ନେଇଥିଲେ । ଜଗତର କଲ୍ୟାଣ ପାଇଁ ଆଦି ଲକ୍ଷ୍ମୀ ନିଜେ ଭଗବାନ ବିଷ୍ଣୁଙ୍କ ସହ ରହିବା ପାଇଁ ସ୍ୱୀକୃତି ଦେଇଥିଲେ। ଏହି ଆଦି ଲକ୍ଷ୍ମୀ ଜୀବଜନ୍ତୁ ମାନଙ୍କୁ ଜୀବନ ଦିଅନ୍ତି,ଏହି ଆଦି ଲକ୍ଷ୍ମୀଙ୍କ ପାଖରୁ ଜୀବନ ଉତ୍ପନ୍ନ ହୋଇଛି । ତାଙ୍କର ଭକ୍ତମାନେ ମୋହ ମଧ୍ୟରୁ ମୁକ୍ତି ପାଇ ପରିତ୍ରାଣ ପ୍ରାପ୍ତ କରନ୍ତି । ଏହି ମାଙ୍କ କୃପାରୁ ସମସ୍ତ ଲୋକ ପରଲୋକ ହେବା ଯାଏଁ ସାଧାରଣ ଜୀବନରେ ସୁଖ ଭୋଗ କରନ୍ତି।*

*❣️ଲକ୍ଷ୍ମୀଙ୍କର ଦ୍ୱିତୀୟ ରୂପ ଧନ ଲକ୍ଷ୍ମୀ:-*

*ମା ଲକ୍ଷ୍ମୀଙ୍କର ଅନ୍ୟ ଗୋଟେ ରୂପ ମା ଧନଲକ୍ଷ୍ମୀ । ଏହି ମା ଧନ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କୁବେରଙ୍କ ଋଣରୁ ମୁକ୍ତ କରିବା ପାଇଁ ସେ ଏହି ରୂପ ନେଇଥିଲେ। ଏହି ମା ପ୍ରଭୁ ଭେଙ୍କଟେଶଙ୍କ ସହ ଜଡିତ, ଯିଏ ଭଗବାନ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଏ। ମା ପଦ୍ମାବତୀଙ୍କୁ ବିବାହ ପାଇଁ ପ୍ରଭୁ ଭେଙ୍କଟେଶ କୁବେରଙ୍କଠାରୁ ଋଣ ନେଇଥିଲେ।ଭଗବାନଙ୍କୁ ଏହି ଋଣ ପରିଶୋଧ କରିବାରେ ସାହାଯ୍ୟ କରିବାକୁ ମା ଲକ୍ଷ୍ମୀ ଧନଲକ୍ଷ୍ମୀ ଭାବରେ ଦେଖାଦେଇଥିଲେ। ତାଙ୍କ ପାଖରେ ଧନରେ ଭରପୂର କଳସ ଏବଂ ଅନ୍ୟ ଗୋଟିଏ ହାତରେ ପଦ୍ମ ଫୁଲ ଥିଲା । ଏହି ମା ଧନ ଲକ୍ଷ୍ମୀଙ୍କୁ ପୂଜା କଲେ ଏବଂ ଭକ୍ତି କଲେ ଆର୍ଥିକ ଅସୁବିଧା ଏବଂ ଋଣରୁ ମୁକ୍ତି ହୋଇଥାଏ । ଋଣ ଜନିତ ଅସୁବିଧାରେ ପଡ଼ିଥିବା ଲୋକମାନେ ଲକ୍ଷ୍ମୀଙ୍କ ଏହି ଧନ ଲକ୍ଷ୍ମୀ ରୂପକୁ ପୂଜା କରିବା ଦରକାର।*

*❣️ଲକ୍ଷ୍ମୀ ଙ୍କର ତୃତୀୟ ରୂପ ଅନ୍ନ ଲକ୍ଷ୍ମୀ:-*

*ମାଆଙ୍କର ତୃତୀୟ ରୂପ ଅନ୍ନ ଲଷ୍ମୀ । ଅନ୍ନର ଅର୍ଥ ହେଉଛି ଶସ୍ୟ ଧନ । ମା ଲକ୍ଷ୍ମୀଙ୍କ ଏହି ରୂପ ଖାଦ୍ୟ ଶସ୍ୟର ଭଣ୍ଡାରକୁ ବଜାୟ ରଖେ । ସେ ମଧ୍ୟ ମାତା ଅନ୍ନପୂର୍ଣ୍ଣାଙ୍କର ରୂପ ବୋଲି ବିବେଚନା କରାଯାଏ । ଏହି ମା ପ୍ରତ୍ୟେକ ଘରେ ଅନ୍ନ ରୂପରେ ବିରାଜ ମାନ କରନ୍ତି । ତାଙ୍କୁ ଖୁସି କରିବାର ଏକ ସରଳ ଉପାୟ ହେଉଛି ଘରେ ଖାଦ୍ୟ ନଷ୍ଟ ନକରିବା,ଯେଉଁ ଘରେ ଖାଦ୍ୟ ପ୍ରତି ଅପମାନ ହୁଏ ନାହିଁ, ଏହି ମା ସେହି ଘରେ ଖୁସି ପୂର୍ବକ ରୁହନ୍ତି ଏବଂ ଧାନ ଧନ୍ୟରେ ଭଣ୍ଡାର ହୋଇ ରହିଥାଏ।*

*❣️ଲକ୍ଷ୍ମୀଙ୍କର ଚତୁର୍ଥ ରୂପ ହେଉଛି ଗଜ ଲକ୍ଷ୍ମୀ:-*

*ଗଜଲକ୍ଷ୍ମୀ ମା ଙ୍କର ଚତୁର୍ଥ ରୂପ ଅଟେ । ମା ଲକ୍ଷ୍ମୀଙ୍କୁ ତାଙ୍କର ଚତୁର୍ଥ ରୂପରେ ଗଜଲକ୍ଷ୍ମୀ ଭାବରେ ପୂଜା କରାଯାଏ। ଏହି ରୂପରେ ମା ପଦ୍ମ ଫୁଲ ଉପରେ ହାତୀ ଉପରେ ବସିଛନ୍ତି ଏବଂ ଏହାର ଉଭୟ ପାର୍ଶ୍ୱରେ ହାତୀମାନେ ଶୁଣ୍ଢରେ ପାଣି ନେଇ ମାଙ୍କୁ ଅଭିଷେକ କରନ୍ତି। ମାଙ୍କର ଚାରିଟି ବାହୁ ଅଛି, ଯେଉଁଥିରେ ମା ପଦ୍ମଫୁଲ,ଅମୃତ କଳସ, ଘଣ୍ଟି ଏବଂ ଶଙ୍ଖ ଧାରଣ କରିଛନ୍ତି । ମା ଗଜଲକ୍ଷ୍ମୀଙ୍କୁ କୃଷି ଏବଂ ଉର୍ବରତାର ଦେବୀ ବୋଲି ମାନାଯାଏ। ଏହି ମା ଗଜଲକ୍ଷ୍ମୀ ରାଜାଙ୍କୁ ସମୃଦ୍ଧି ପ୍ରଦାନ କରନ୍ତି ବୋଲି ତାଙ୍କୁ ରାଜଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ। ଏହି ମା ସନ୍ତାନ ସୁଖ ମଧ୍ୟ ପ୍ରଦାନ କରନ୍ତି। କୃଷି ସହିତ ଜଡିତ ବ୍ୟକ୍ତି ମାନେ ଏବଂ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ମା ଗଜଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।*

*❣️ଲକ୍ଷ୍ମୀଙ୍କର ପଞ୍ଚମ ରୂପ ସନ୍ତାନଲକ୍ଷ୍ମୀ:-*

*ସନ୍ତାନଲକ୍ଷ୍ମୀ ମାଙ୍କର ପଞ୍ଚମ ରୂପ ଅଟେ । ଶ୍ରୀମଦ ଭଗବତ ପୁରାଣଙ୍କ ଅନୁସାରେ ମା ଆଦିଶକ୍ତି ପଞ୍ଚମ ରୂପ ହେଉଛି ସ୍କନ୍ଦମାତା, ଯିଏ କି ତାଙ୍କ କୋଳରେ ବାଳକ କୁମାର ସ୍କନ୍ଦଙ୍କୁ ବସେଇଛନ୍ତି। ମା ସନ୍ତାନ ଲକ୍ଷ୍ମୀଙ୍କର ରୂପ ସ୍କନ୍ଦମାତା ସହିତ ସମାନ ଏବଂ ଏହା ମାଲକ୍ଷ୍ମୀଙ୍କ ପଞ୍ଚମ ରୂପ, ସେଥିପାଇଁ ସ୍କନ୍ଦମାତା ଏବଂ ସନ୍ତାନ ଲକ୍ଷ୍ମୀ ସମାନ ଭାବରେ ବିବେଚନା କରାଯାଏ।ମା ସନ୍ତାନଲକ୍ଷ୍ମୀ ଙ୍କର ଚାରିଟି ବାହୁ ଅଛି, ଯେଉଁଥିରେ ମା ଦୁଇ ବାହୁରେ କଳସ ଧରିଛନ୍ତି ଏବଂ ତଳେ ଦୁଇ ହାତରେ ଖଣ୍ଡା ଏବଂ ଢାଲ ଧରିଛନ୍ତି। ଏହି ମା ତାଙ୍କ ପିଲାମାନଙ୍କ ଭଳି ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି। ଏହି ମାଙ୍କୁ ପୂଜା କଲେ ସେମାନଙ୍କର ଯୋଗ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ । ପିଲାମାନଙ୍କ ପାଇଁ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ।*

*❣️ଲକ୍ଷ୍ମୀଙ୍କର ଷଷ୍ଠ ରୂପ ବୀର ଲକ୍ଷ୍ମୀ:-*

*ବୀରଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଷଷ୍ଠ ରୂପ । ଏହାର ନାମ ଅନୁଯାୟୀ ଏହି ମା ବୀର ଏବଂ ସାହସୀ ଲୋକମାନଙ୍କ ପାଇଁ ଆରାଧ୍ୟ ଦେବୀ ଅଟନ୍ତି। ଏହି ମା ଯୁଦ୍ଧରେ ବିଜୟ ପ୍ରଦାନ କରନ୍ତି। ତାଙ୍କର ଆଠଟି ବାହୁ ଅଛି, ଯେଉଁଥିରେ ଦେବୀ ବିଭିନ୍ନ ଅସ୍ତ୍ର ଧରିଛନ୍ତି। ମାତା ବୀର ଲକ୍ଷ୍ମୀ ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି ଏବଂ ସେମାନଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି | ତାଙ୍କ ଅନୁଗ୍ରହ ଦ୍ୱାରା ଜଣେ ଶୁଭଫଳ ଏବଂ ସମୃଦ୍ଧତା ପାଏ | ସେ ମଧ୍ୟ ମାତା କାତ୍ୟାୟିନିଙ୍କ ରୂପ ବୋଲି ବିବେଚନା କରାଯାଏ, ଯିଏ ମହିଷାସୁରଙ୍କୁ ବଧ କରି ଭକ୍ତମାନଙ୍କୁ ସୁରକ୍ଷା ଦେଇଥିଲେ।*

*❣️ଲକ୍ଷ୍ମୀଙ୍କର ସପ୍ତମ ରୂପ ବିଜୟଲକ୍ଷ୍ମୀ:-*

*ବିଜୟଲକ୍ଷ୍ମୀ ମା ଲକ୍ଷ୍ମୀଙ୍କର ସପ୍ତମ ରୂପ ଅଟେ। ମାଙ୍କର ସପ୍ତମ ରୂପ ହେଉଛି ବିଜୟଲକ୍ଷ୍ମୀ। ତାଙ୍କୁ ଜୟଲକ୍ଷ୍ମୀ ମଧ୍ୟ କୁହାଯାଏ । ଏହି ରୂପରେ ମା ସମସ୍ତ ପ୍ରକାରର ବିଜୟ ପ୍ରଦାନ କରିଥାନ୍ତି । ଏହି ଅଷ୍ଟଭୁଜି ମା ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି । କୋର୍ଟ- କୋଚେରୀ ଝାମଲା ହେଉ କିମ୍ବା ଆପଣ କୌଣସି କ୍ଷେତ୍ରରେ ଅସୁବିଧାରେ ପଡ଼ିଛନ୍ତି ତାହେଲେ ମାଆଙ୍କର ଏହି ରୂପକୁ ପୂଜା କରିବା ଦରକାର।*

*❣️ଲକ୍ଷ୍ମୀ ଙ୍କର ଅଷ୍ଟମ ରୂପ ବିଦ୍ୟାଲକ୍ଷ୍ମୀ:-*

*ବିଦ୍ୟାଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଅଷ୍ଟମ ରୂପ ଅଟେ । ମା ଲକ୍ଷ୍ମୀଙ୍କ ଅଷ୍ଟମ ରୂପ ଯିଏ ଶିକ୍ଷା ଏବଂ ଜ୍ଞାନ ମାଧ୍ୟମରେ ସମୃଦ୍ଧତା ପ୍ରଦାନ କରିଥାଆନ୍ତି । ତାଙ୍କର ଏହି ସ୍ୱରୂପ ମାତା ଦୂର୍ଗାଙ୍କ ଦ୍ଵିତୀୟ ସ୍ୱରୂପ ବ୍ରହ୍ମଚାରିଣୀ ମାତାଙ୍କ ସହିତ ମିଶି ଯାଇ ଥାଏ । ତାଙ୍କ ସାଧନା ଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ଓ ଜ୍ଞାନ ବୃଦ୍ଧି ହୋଇଥାଏ । ଏହି ମାତାଙ୍କ ସାଧକ ନିଜର ବୁଦ୍ଧି ଓ ଜ୍ଞାନରେ ପ୍ରସିଦ୍ଧ ହୋଇ ଥାନ୍ତି ।*

*🙏🙏ମୋ ବୋଉ ଲକ୍ଷ୍ମୀ ଠାକୁରାଣୀ🙏🙏*

08/04/2023

🙏🚩जय बजरंगबली 🚩🙏

01/04/2023

My everything 🥰💖✨🙏

29/03/2023

जिनके मन में श्री राम है, भाग्य में उसके वैकुण्ठ धाम है. उनके चरणो में जिसने जीवन वार दिया, संसार में उसका कल्याण है ।✨🌸आप सभिको रामनबमिकी सुभकमनाए🙏

27/03/2023

जय सीता राम 💕✨🙏

27/03/2023

O mere kanha✨❤️

Photos from ଓଡ଼ିଆ କାହାଣୀ odia kahani's post 21/03/2023

MY RADHA RANI❤️✨🌸🥰🙏

19/03/2023

RADHA RANI🌸✨💕🙏

Photos from ଓଡ଼ିଆ କାହାଣୀ odia kahani's post 19/03/2023

NETAJI SUBHAS CHANDRA BOSE🙏🇮🇳❤️

17/03/2023

JAY SHREE RAM ❤️🌍✨🙏JAY HANUMAN

Photos from ଓଡ଼ିଆ କାହାଣୀ odia kahani's post 15/03/2023

Jay shree radhe krishna ❤️🌍🙏
ଓଡ଼ିଆ କାହାଣୀ odia kahani Rasmita Das

14/03/2023

Lord Vishnu with Lakshmi on Sheshnag...✨❤️

13/03/2023

Crown Women portrait ❤️👑👸
ଓଡ଼ିଆ କାହାଣୀ odia kahani Rasmita Das

11/03/2023

Woman With White Jewels, African Woman Portrait...🖤 ଓଡ଼ିଆ କାହାଣୀ odia kahani Rasmita Das

10/03/2023

Mahadev watercolour painting 🎨 💙
ଓଡ଼ିଆ କାହାଣୀ odia kahani Rasmita Das
🙏❤️✨

08/03/2023

ହୋଲିର ଶୁଭ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶୁଭେଚ୍ଛା 🙏🏻 ହୋଲିର ରଙ୍ଗରେ ଆପଣଙ୍କ ସବୁ ସ୍ୱପ୍ନରେ ରଙ୍ଗ ଭରିଯାଉ 🙏🏻 ଓଡ଼ିଆ କାହାଣୀ odia kahani

03/08/2022

ଯେତେ ଲୁଚିଲେବି ଯମ ପାଖରୁ କେବେ ବଞ୍ଚି ପାରିବେନି |

https://youtu.be/h16AJjeNOhQ

Want your establishment to be the top-listed Arts & Entertainment in Bhubaneswar?
Click here to claim your Sponsored Listing.

Videos (show all)

ଓଡ଼ିଆ କାହାଣୀ ପରିବାର ତରଫରୁ ପବିତ୍ର ସାମ୍ବ ଦଶମିର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା 🙏✨
ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧାପ୍ରସାରଣ ଓଡ଼ିଆ କାହାଣୀ ରେ
Sukoon sirf krishna💙❤️🥰✨
Meri Krishna ❤️🥰🙏
ଆମକୁ ସକରାତ୍ମକ ଚିନ୍ତା ଧାରା ରଖିବା ନିହାତି ଦରକାର 🙏🏻😊ଓଡ଼ିଆ କାହାଣୀ odia kahani Subhasmita Das Subha #facebookpost #facts #fami...
Subhasmita Das Subha ଓଡ଼ିଆ କାହାଣୀ odia kahani .....#facebookreels #facebookpost #face #viral #viralreels #own #ownvoice ...
#ଆମୂକୁ ଆମ ନଜର୍ ବଦଳେଇବା ନିହାତି ଦରକାର 🙏❤️#m_subhasmita_official#subhasmitavoice#ownvoice #odiamotivation #facebookreels #f...
ମହା ଶିବରାତ୍ରୀ special 🙏🏻❤️ ଓଡ଼ିଆ କାହାଣୀ odia kahani Thank you for watching 🙏🏻❤️#facebookreels #facebookpost #face #Faceb...
କିଛି ଲୋକ ପ୍ରାର୍ଥନା ପରି ଯାହାକି 👆❤️@msubhasmitaofficial.........#FacebookReelsContest #facebookreels #true #motivation #sh...
କମ୍ ବୟସରୁ ମିଳିଥିବା ଦୁଃଖ ମଣିଷକୁ ❤️@msubhasmitaofficial........#Sikhaya #manisa #garib #facebookreels #motivation #motivat...
ମହାଦେବଙ୍କର ଆଠଟି ପ୍ରତୀକ ❤️🙏🏻@msubhasmitaofficial 👈 follow for more videos....#facebookreels #facebookpost #FacebookLive #...
ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଜେକି @msubhasmitaofficial 👈 follow for more videos ❤️#facebookreels #facebookpost #Facebo...

Category

Address

Bhubaneswar
751010
Other Art Galleries in Bhubaneswar (show all)
Gunjan The Artistic Thinker Gunjan The Artistic Thinker
Bhubaneswar

this page about my painting and arts

Sanju_Zone Sanju_Zone
Bhubaneswar

Art dhruti Art dhruti
Bhubaneswar

art lover.creative drawing.motivational

azim_khan1230 azim_khan1230
Bhubaneswar

Follow karo fill mast kare ge

Scientific fact Scientific fact
Bhubaneswar

�FACTS WORLD �

Saumya Sarita ARTS Saumya Sarita ARTS
Bhubaneswar

Refined Bliss Refined Bliss
Bhubaneswar

Welcome to "Refined Bliss" . I thought of starting this page to keep my Artwork reach out to world. Follow me in this amazing journey of Art and Craft.

Palettenira Palettenira
Gouri Nagar
Bhubaneswar, 751002

An engineer turned self learned artist

Digital Arts by a Cosmic Nomad Digital Arts by a Cosmic Nomad
Bhubaneshwar
Bhubaneswar, 751030

Am amalgamation of creative and abstract photography with a digital touch.Little philosophy and facts

blaze_x_Art blaze_x_Art
Bhubaneswar

Message for paid Portrait.

Abhikhya Art Gallery ECoR BBS Abhikhya Art Gallery ECoR BBS
Mancheswar , Rail Kutir, Chandrasekharpur
Bhubaneswar

Abhikhya Art Gallery under East Coast Railway is situated in Rail Auditorium, Mancheswar.

Bhuvi artwork Bhuvi artwork
Bhubaneswar, 751016

Dm us for handmade pencil sketch drawing portrait