AISB Odisha
ALL INDIA STUDENTS BLOC- ODISHA
AZAD HIND BAHINI odisha ,ALL INDIA STUDENTS BLOC
ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ସତ ସଲାମ ✊ ।
ଜୟ ହିନ୍ଦ।
𝐀𝐈𝐒𝐁 Karimganj (Assam) district committee's deputation.
#𝐀𝐈𝐒𝐁
#𝐀𝐬𝐬𝐚𝐦
ଆର୍ଥିକ ସଙ୍କଟ ଆଳରେ ନିଯୁକ୍ତି ପ୍ରକ୍ରିୟା ସଂକୋଚନ ପରିବର୍ତ୍ତେ ନୂତନ ନିଯୁକ୍ତିର ରାସ୍ତା ଖୋଲନ୍ତୁ ରାଜ୍ୟ ସରକାର
ଭୁବନେଶ୍ବର,୦୮/୦୭: କରୋନା ମହାମାରୀ ଓ ଏଥିଜନିତ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଯୋଗୁଁ ରାଜ୍ୟର ଅର୍ଥନୈତିକ ଅବସ୍ଥl ରସାତଳଗାମୀ ହୋଇଛି l ଏହାର ଆଳ ଦେଖାଇ ରାଜ୍ୟ ସରକାର ଖର୍ଚ୍ଚ କାଟ କରିବା ପାଇଁ ନେଇଥିବା ନିଷ୍ପତ୍ତିର ଅଂଶବିଶେଷ ରୂପେ ରାଜ୍ୟରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ନକରିବା ପାଇଁ କରିଥିବା ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଅଭିଯୋଗ କରାଯାଇଛି l ଦେଶ ଓ ରାଜ୍ୟରେ ସୃଷ୍ଟ କରୋନା ଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ପ୍ରଵାସୀ ଶ୍ରମିକ ଓ ବେକାର ଯୁବକ ଯୁବତୀମାନଙ୍କ ପାଇଁ ଯେତେବେଳେ ନିଯୁକ୍ତି ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡିଛି, ଠିକ ସେତିକିବେଳେ ରାଜ୍ୟ ସରକାରଙ୍କ ଏଭଳି ଦାଇତ୍ୱହୀନ ନିଷ୍ପତ୍ତି ନିଯୁକ୍ତି ଅପେକ୍ଷାରେ ଥିବା ମଣିଷମାନଙ୍କ ଭିତରେ ହତାଶାଭାବ ସୃଷ୍ଟି କରିବ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି l ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତରେ ରାଜ୍ୟ ସରକାର ରାଜ୍ୟରେ ବନ୍ଦ ପଡ଼ିଥିବା କଳ କାରଖାନା, ଖଣି ଖାଦାନ ତୁରନ୍ତ ଖୋଲିବାର ବ୍ୟବସ୍ଥା କରନ୍ତୁ, ସାରା ରାଜ୍ୟର ସରକାରୀ ଦପ୍ତର ମାନଙ୍କରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ହତୋତ୍ସାହିତ ହୋଇପଡିଥିବା ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରଷାର ଆଧାର ପାଲଟିବାକୁ ଏହି ପ୍ରେସ ଇସ୍ତାହାର ରେ ଫରୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦିଆଯାଇଛି l କରୋନା ମହାମାରୀ କାରଣରୁ ଅନ୍ୟ ରାଜ୍ୟ ସମେତ ବିଦେଶରେ କାମକରୁଥିବା ଓଡ଼ିଶାର ଲକ୍ଷାଧିକ ମଣିଷ ନିଜର ଜୀବନ ଜୀବିକାର ସୁରକ୍ଷା ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି l ରାଜ୍ୟର ବେକାର ଯୁବକ ଯୁବତୀମାନେ ମଧ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟି ଘୋଷଣାକୁ ଚାତକ ଭଳି ଚାହିଁ ରହିଛନ୍ତି l ତେଣୁ ଓଡିଶା ସରକାର ଉପଯୁକ୍ତ ଶାସକର ଦାୟିତ୍ବ ନିର୍ବାହ କରି ନିଯୁକ୍ତି ସମ୍ପର୍କରେ କରିଥିବା ଘୋଷଣାର ପୁନଃ ବିଚାର କରନ୍ତୁ l ଏହି ଘଡ଼ିସନ୍ଧି ସମୟରେ ରାଜ୍ୟରେ ଲକ୍ଷାଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ର ସୁଯୋଗ ସୃଷ୍ଟିକରି ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ l ଓଡିଶା ମାଟିର ପ୍ରାକୃତିକ ସମ୍ପଦ ର ସଫଳ ଓ ମୂଲ୍ୟଯୁକ୍ତ ବିନିଯୋଗ କରି ଓଡିଶାର ମାନବ ସମ୍ବଳର ସୁରକ୍ଷା କରନ୍ତୁ l ଓଡ଼ିଆ ଦାଦନ ଶ୍ରମିକଙ୍କୁ ନିଜ ମାଟି ଉପରେ କର୍ମନିଯୁକ୍ତି ଯୋଗାଇ ଦାଦନ ର ଅନ୍ତ ଘଟାଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରନ୍ତୁ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ଶ୍ରୀ ମହାପାତ୍ର ରାଜ୍ୟ ସରକାର ଙ୍କୁ ଚେତାଇ ଦେଇଛନ୍ତି l
ଛାତ୍ର ଜୀବନ ରୁ ସଂଗ୍ରାମୀ ମାନସିକତାର ମଣିଷ, ସାଧାରଣ ଲୋକ ବିଶେଷ କରି ଦଳିତ ଅବହେଳିତ ମଣିଷଙ୍କ ସାଥୀ, ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଙ୍କ ଅକାଳ ବିୟୋଗ ନିଶ୍ଚିତ ଭାବରେ ଆମ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି l ଆମ ପାର୍ଟି ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ #ଜ୍ୟୋତି ରଞ୍ଜନ ମହାପାତ୍ର #ସାଧାରଣ ସମ୍ପାଦକ #ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ
ବିପ୍ଳବୀ ଗଣନାଥ ପାତ୍ରଙ୍କ ବିୟୋଗରେ AISB odisha ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ଅମ୍ଲାନ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।
ଭୟ ନକରି ମୁକାବିଲା କରିବା ସଚେତନ ହେବା । କରନା କୁ ଡରନା ।
ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ବ୍ଲକ୍ (A.I.S.B) ହେଉଛି ଏକ ଛାତ୍ର ସଂଗଠନ ଯାହା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଦ୍ୱାରା ଅଣୁପ୍ରେରିତ। ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି 'ସମାଜବାଦ', 'ଶାନ୍ତି' ଏବଂ 'ପ୍ରଗତି'। ଭାରତୀୟ ସୋସାଇଟି ପାଇଁ ସୁବାଷ ଚନ୍ଦ୍ର ବୋଷ ଆବଶ୍ୟକ, ଭାରତ ସୋସାଇଟି ଭାରତର ଢ଼ଙ୍ଗରେ ଭାରତୀୟ ସମାଜବାଦ ଆବଶ୍ୟକ କରେ। ଏକ ଭଲ ସମାଜରେ ଭଲ ନାଗରିକ ରହିବା ଉଚିତ୍।ତେଣୁ ଶିକ୍ଷା ଭଲ ନାଗରିକ ଉତ୍ପାଦନ କରିପାରିବ । ଶିକ୍ଷା ଆମକୁ ଆଲୋକ ଦେଇପାରେ।ଶିକ୍ଷା ଆମକୁ ଠିକ କିମ୍ବା ଭୁଲ ମଧ୍ୟରେ ବାଛିବା ପାଇଁ ସୁଯୋଗ ଦେଇଥାଏ।
ALL INDIA STUDENTS BLOC
Bεઽ† ๏ƒ Łυ¢к to all +2 Students....
#ଚାମଚାଗିରିର_ସୀମା_ଟପିଗଲା_ଗୋବରା ! !
ଶାହାକୁ ସର୍ଦ୍ଦାର ପଟେଲ ଭାବେ ଆଖ୍ୟା କଲା ବେଳେ ଏ ବାବୁ ଭାଙ୍ଗ ଖାଇ ଭୁଲିଗଲେ ଯେ ୟାଙ୍କୁ କୋର୍ଟ ତଡିପାର ମୋହର ମାରିଥିଲା ....
ଏ ପ୍ରକାର ଉପାଧୀ ଦେଇ ସେ ପଟେଲଙ୍କୁ ସମ୍ମାନ ଦେଲେ ନା ଅସମ୍ମାନିତ କଲେ ? ?
୨୬୦୦ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ : ଅମର ଶତପଥୀ
ସ୍କୁଲକୁ ପ୍ରଧାନ ଶିକ୍ଷକ ଦେଇ ପାରୁ ନଥିବା ସରକାର ୩ ବର୍ଷରେ ୨.୬ ଲକ୍ଷ ବିଜୁ ଯୁବ ବାହିନୀ କୁ ୪୫୦ କୋଟି ଟଙ୍କା ବାଣ୍ଟିବ
ସରକାରୀ ଶିକ୍ଷା ବ୍ୟବସ୍ଥାର ଗତି କୁଆଡ଼େ ଗଲାଣି ଆପଣ ବିଚାର କରନ୍ତୁ।
ଶିକ୍ଷାକୁ ପ୍ରଧାନ୍ୟ ଦିଅନ୍ତୁ ଏହା 'ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ବ୍ଲକର' ଦାବି...
*ଟ୍ରମ୍ପଙ୍କ ବହୁପ୍ରଚାରିତ ଭାରତ ଗ୍ରସ୍ତରୁ ଆମର କଣ ଲାଭ ହେଲା ?*
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗ୍ରସ୍ତ ନେଇ ଗତ କିଛି ଦିନ ଧରି କେନ୍ଦ୍ରର ବିଜେପି ସରକାର ଓ ମୁଖ୍ୟ ଧାରାର ଗଣମାଧ୍ୟମ ପକ୍ଷରୁ ଅନେକ ପ୍ରଚାର କରାଯାଇଥିଲା । ଭାରତୀୟ ଦ୍ରବ୍ୟ ପାଇଁ ବାଣିଜ୍ୟ ରିହାତି, ଭିସା କୋହଳ, ପୁଞ୍ଜିନିବେଶ ଆଦି ନେଇ ବଡ ବଡ ପ୍ରଚାର କରାଯାଇଥିଲା । କିନ୍ତୁ ହାତୀ ......ଫୁସ୍ ପରି ଟ୍ରମ୍ପଙ୍କ ଗ୍ରସ୍ତରୁ ଭାରତକୁ କିଛି ବି ଲାଭ ମିଳିନି । ବରଂ ଆମକୁ ତିନି ବିଲିଅନ ଡଲାରର ଯୁଦ୍ଧାସ୍ତ୍ର ବିକ୍ରୀର ରାଜିନାମା କରି ଟ୍ରମ୍ପ ନିଜକୁ ଜଣେ ଭଲ ବେପାରୀ ବୋଲି ପ୍ରମାଣିତ କରି ଦେଇଛନ୍ତି । ସଙ୍କଟର ସାମନା କରୁଥିବା ଆମେରିକାର ପ୍ରତିରକ୍ଷା ଶିଳ୍ପକୁ ଏହା ଏକ ବଡ ରିହାତି ଯୋଗାଇବା ସହ ସେମାନଙ୍କ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇବ । ଅନ୍ୟ ପଟେ ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଗଲେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ଖର୍ଚ୍ଚ କରୁଥିବା ବେଳେ ଟ୍ରମ୍ପଙ୍କ ଗ୍ରସ୍ତ ପାଇଁ ଭାରତ ସରକାର ଓ ଗୁଜରାଟ ସରକାର ମିଳିତ ଭାବେ ଶହେ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି । କିନ୍ତୁ ଏଥିରୁ ଆମକୁ ମିଳିଲା କଣ ? ଭରତରେ ଆମେରିକୀୟ କମ୍ପାନୀମାନେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଇଁ ସରକାର ଆଶା ରଖିଥିବା ବେଳେ ଟ୍ରମ୍ପ ନିଜ ସାଥିରେ ତ ତାଙ୍କ ଦେଶର ବାଣିଜ୍ୟ ପ୍ରତିନିଧି ମଣ୍ଡଳୀକୁ ଜାଣିଶୁଣି ଆଣି ନାହାନ୍ତି ବରଂ ଆମ ଦେଶର ଶିଳ୍ପପତିମାନଙ୍କୁ ଭେଟି ଆମେରିକାରେ ପୁଞ୍ଜିନିବେଶ ପାଇଁ ଆହ୍ଵାନ କରିଛନ୍ତି । ବର୍ତ୍ତମାନ ଆମ ଦେଶ ଭୟଙ୍କର ଆର୍ଥିକ ସଙ୍କଟର ସାମନା କରୁଥିବା ବେଳେ, ଦେଶରେ ବେରୋଜଗାରୀ ଚରମ ସୀମାରେ ପହଁଚିଥିବା ବେଳେ ସରକାର କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିପୁଳ ଅର୍ଥ ବିନିଯୋଗ କରି ଚାହିଦା ସୄଷ୍ଟି କରିବା ଆବଶ୍ୟକ ଥିବା ବେଳେ ଆମେରିକାକୁ ଖୁସି କରିବାକୁ ସେମାନଙ୍କ ଅସ୍ତ୍ରଶସ୍ତ୍ର କିଣିବାରେ ବିପୁଳ ବିନିଯୋଗ କରିବା କେତେଦୂର ଯଥାର୍ଥ ଅଟେ ?
ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମର ୪ଜଣ ନାବାଳକ ନାବାଳିକା ନିଆଁ ଲାଗି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ।ତିନି ଜଣଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ପରିବାରକୁ ସମବେଦନା ଜଣାଉଛୁ - AISB
ଘରୋଇ ସ୍କୁଲ ଗାଡିରୁ ଖସି ଦିଗପହଣ୍ଡିରେ ଜଣେ ଛାତ୍ରଙ୍କ ମୂର୍ତ୍ୟୁକୁ ଘଟଣାକୁ ସରକାର ଗୁରୁତ୍ୱର ସହ ଗ୍ରହଣ କରନ୍ତୁ ଛାତ୍ରଙ୍କ ଭବିଷ୍ୟତ ଆଉ ଜୀବନ ସହ ଖେଳୁଥିବା ଅନୁଷ୍ଠାନ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ।।
ମାଟ୍ରିକ ପରୀକ୍ଷା ଦେଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛୁ
-AISB
ମାଟ୍ରିକ ପରୀକ୍ଷା ଦେଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛୁ...
ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ବ୍ଲକ(AISB) ତରଫରୁ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜାର ଅଗ୍ରୀମ ଶୁଭେଚ୍ଛା ଓ ଅଭିନନ୍ଦନ🙏🏻
ନେତାଜୀଙ୍କ ଜୟନ୍ତୀ ଅବସରରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ଵର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଅଂଶଗ୍ରହଣ କରିଥିବା ଶିଶୁ କଳାକାର,କଣ୍ଠ ଶିଳ୍ପୀ ଓ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ବାସ,ରାଜ୍ୟ ସାଧାରଣ ସଂପାଦକ ଜ୍ଯୋତି ରଞ୍ଜନ ମହାପାତ୍ର,ସ୍ତମ୍ଭକାରକ ତୁଶାର ଶତପଥୀ,ରାଜ୍ୟ ସଂପାଦକ ସର୍ବେଶ୍ବର ମିଶ୍ର,ରାଜ୍ୟ ସଂପାଦକ ଜିତେନ୍ଦ୍ରିୟ ବେହେରା ଓ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
All India students Bloc.
ନେତାଜୀ ଜୟନ୍ତୀ ଅବସରରେ ଭୁବନେଶ୍ବରସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ଯ ଅର୍ପଣ କରାଯାଇଥିଲା। ଏଥିସହ ନେତାଜୀ ଜୟନ୍ତୀକୁ ଦେଶ ପ୍ରେମ ଦିବସ ଘୋଷଣା କରିବା ପାଇଁ ଦାବୀ କରାଯାଇଥିଲା ।
SALUTE TO NETAJI SUBHASH CHANDRA BOSE, THE GREAT HERO OF INDIAN FREEDOM STRUGGLE ON HIS BIRTH ANNIVERSARY. ALL INDIA STUDENTS BLOC APPEALS EACH INDIVISUAL OF THIS COUNTRY TO OBSERVE NETAJI JAYANTI AS DESH PREM DIVAS AND ALSO APPEAL BOTH THE CENTRAL AND STATE GOVT. TO DECLARE THIS DAY AS DESH PREM DIVAS AND ALSO DECLARE IT AS HOLIDAY
ନେତାଜୀ ସୁଭାଷଙ୍କ ଆଦର୍ଶ ହିଁ ଏକ ମାତ୍ର ବିକଳ୍ପ l
ନେତାଜୀ ସୁଭାଷଙ୍କ ଦଳ - ସଂଘର୍ଷରତ ମଣିଷ ର ବଳ l
#ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ
Salute ...
Join All India Students Bloc(AISB)
Click here to claim your Sponsored Listing.
Category
Website
Address
4th Floor(North West), OCAC Tower, Plot No-N-1/7D, Acharya Vihar
Bhubaneswar, 751013
Reseapro Scientific Services (P) Limited is a leading research service based company specializing in
Rasulgarh
Bhubaneswar, 751022
We Provide the Qualified and Trained Teachers of one of the best Teacher Training institute in India
Bhubaneswar
C, C++,Java8, Oracle, MySQL, Spring,Microservice, Lambada Expression,Angular,Java Script,RestAPI
Mayurbhanj
Bhubaneswar, 757034
Hello friends ,Welcome to my page EK EDUCATION ODISHA .Here you can watch education,current events and life related information which will be helpful for healthy living .Stay conne...
Bhubaneswar
sure Success a education institute at Bhubaneswar that provides curses like B.Ed , B.P.Ed , B.H.Ed ,
HIG/18
Bhubaneswar, 751013
The objective of forming this community is to empower and equip the entire student fraternity with essential skills set, positive image building, and influential and persuasive mor...