Biju Janata Dal Brahmapur - BJD

Biju Janata Dal Brahmapur - BJD

Biju Janata Dal (BJD),named after the legendary former Chief Minister late Shri Biju Patnaik. Founde

Photos from Biju Janata Dal Brahmapur - BJD's post 27/10/2023

ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା |ରାୟଗଡା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ଗ୍ରାମର ଆଦିବାସୀ ଏବଂ ଅସହାୟ ପରିବାରକୁ ତାଙ୍କ ପରିବାର କୁନି ସଦସ୍ୟ ମାତ୍ର 2 ବର୍ଷ ବୟସର ଛୁଆ ସିପୁନା ମାଝୀ ଙ୍କ ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ପରିବାର ଲୋକ ଗାଁ କୁ ଯିବା ଲାଗି ଏକ ଆମ୍ବୁଲାନ୍ସ ର ବ୍ୟବସ୍ତା କରିବା କୁ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଅନୁରୋଧ କରିଥିଲେ ବିଧାୟକ ଏକ ଆମ୍ବୁଲାନ୍ସ ର ବ୍ୟବସ୍ଥା କରାଇ ଉକ୍ତ ପରିବାର କୁ ତାଙ୍କ ଗାଁ କୁ ପଠାଇଥିଲି |

24/10/2023

Congratulations sir

06/09/2023

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ,କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡା ଗ୍ରାମ ନିବାସୀ ମା (କୁନି ଗୌଡ଼ )ଏବଂ ପୁଅ (ନିଲୁ ଗୌଡ଼ ) ଏକ ଦୁର୍ଘଟଣାର ଶିକାର ହୋଇ ବ୍ରହ୍ମପୁର ବଡ ମେଡିକାଲ ଆସି ପ୍ରାଥମିକ ଚିକିତ୍ସା ଏବଂ ଟେଷ୍ଟିଙ୍ଗ ପରେ ଡାକ୍ତର ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ହାଏର ସେଣ୍ଟର ରେଫର କରିଥିଲି | ପରିବାର ଲୋକ ଉପାୟ ଶୂନ୍ୟ ହୋଇ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ସାହାଯ୍ୟ ପାଇଁ ଯୋଗାଯୋଗ କରିଥିଲେ | ବିଧାୟକ ବିକ୍ରମ ତାଙ୍କ ଟିମ କୁ ମେଡିକାଲ ପଠାଇ ଡାକ୍ତରଙ୍କ ସହ ଆଲୋଚନା କରିବା ସହିତ ପରିବାର ଲୋକଙ୍କ ଅନୁରୋଧ କ୍ରମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାହାଯ୍ୟରେ ତାଙ୍କୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ହାଏର ସେଣ୍ଟର କୁ ସ୍ଥାନାନ୍ତରିତ କରାଇଥିଲେ | ପରିବାର ଲୋକ ଅସମୟର ଏହି ସାହାଯ୍ୟ ଲାଗି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ |

25/08/2023

ଶଶୀ ଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟଳୟ ଯୁକ୍ତ ଦୁଇ ଛାତ୍ରୀ ସନ୍ଧ୍ୟା ସେଠୀଙ୍କ କଲେଜ ଗଲାବେଳେ ଆସ୍କା ରୋଡ଼ ତାଳୁକା ଠାରେ ଏକ ବସ ଦ୍ଵାରା ସଡକ ଦୁର୍ଘଟଣା ଖବର ପାଇ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଓଡିଶା ମୋ ପରିବାର ଏମ କେ ସି ଜି ସଞ୍ଜଜକ ଗିରିଜା ଶତପଥୀ ଙ୍କୁ ତାଙ୍କ କଥା ବୁଝିବାକୁ ନିର୍ଦେଶ ଦେଇଥିଲେ | ବିଧାୟକଙ୍କ ନିର୍ଦେଶ କ୍ରମେ ଗିରିଜା ମେଡିକାଲ ଯାଇ ଛାତ୍ରୀଙ୍କ ପ୍ରାଥମିକ ଚିକିତ୍ସା ସହ ଏକ୍ସରେ, ସିଟି ସ୍କାନ କରାଇ ତାଙ୍କୁ ସର୍ଜରୀ ୱାର୍ଡ ରେ ଆଡ଼ମିସନ କରାଇଥିଲେ | ଡାକ୍ତର ଙ୍କ ସହ ଆଲୋଚନା କରି ସନ୍ଧ୍ୟା ସୁସ୍ଥ ଏବଂ ସମ୍ପୂର୍ଣ ବିପଦ ମୁକ୍ତ ଅଛନ୍ତି ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ | ପରିବାର ଲୋକ ବିଧାୟକଙ୍କୁ ଏବଂ ଓଡିଶା ମୋ ପରିବାର କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ |

21/08/2023

*ସଦାସର୍ବଦା ଜାରି ରହିଛି, ସର୍ବସ୍ତର ତଥା ଦୁଃଖ ସୁଖରେ ସାହାଯ୍ୟର ହାତ, ସର୍ବଦା ତପ୍ତର ଏବଂ ଜାଗ୍ରତ..., ଅସହାୟଙ୍କ ସହାୟ..,ଆମର ପ୍ରିୟ ମାନ୍ୟବର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା.. ସ୍ଥାନୀୟ ନେତୃବୃନ୍ଦ ତଥା କର୍ପୋରେଟର ମହୋଦୟାଙ୍କୁ ସାଙ୍ଗରେ ନେଇ, ଆଜି ପୁଣି ସ୍ଥାନୀୟ ଲାଞ୍ଜିପଲ୍ଲି ୱାର୍ଡ ନମ୍ବର ୩୬ ର ବାସିନ୍ଦା, ୫୦ ବର୍ଷୀୟ ସୁନିଲ ମଣ୍ଡଳ ନାମକ ବ୍ୟକ୍ତି, କିଡନୀ ଓ ଲିଭର୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା, ଅସହାୟ ଶବକୁ ମୁତ୍ୟୁ ଶଯ୍ୟାରୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ରହି, ଅନ୍ତେଷ୍ଟକ୍ରିୟା ସମାପନ କରି, ଆର୍ଥିକ ତଥା ସର୍ବସ୍ତରରେ ସହାୟକ ହୋଇ, ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଶ୍ରୀପୟରରେ, ପୁଣ୍ୟାତ୍ମାର ସଦଗତି କାମନା କଲେ..।*

19/08/2023

କିଛି ହାତ ହୁଏତ ଆକ୍ରମଣ କରିପାରେ ବା ଷଡ଼ଯନ୍ତ୍ର ରଚିପାରେ। ହେଲେ ଓଡ଼ିଶାର ଲକ୍ଷ ଲକ୍ଷ ମା', ଭଉଣୀଙ୍କ ସ୍ନେହବୋଳା ହାତ ସୁଶାସନର ଏ ରଥକୁ ସୁରକ୍ଷା ଦେଇଆସିଛି। ସେମାନଙ୍କ ପଣତ କାନି ସତ୍ୟର ଢାଲ ସାଜି ଅସତ୍ୟର ମୁକାବିଲା କରିଆସିଛି ଆଗକୁ ମଧ୍ୟ କରିବ।


CMO Odisha

24/07/2023

ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ସ୍ଥିତ ରଙ୍ଗିପୁର ଗ୍ରାମ ନିବାସୀ ସୁମିତ୍ରା ନାହାକ ଏମ କେ ସି ଜି ପ୍ରସୂତି ବିଭାଗ ରେ ଆଡ଼ମିସନ ହେବାପରେ ସହଯୋଗ ପାଇଁ ତାଙ୍କ ଗ୍ରାମର ଅମିତ ଦାସଙ୍କ ଜରିଆରେ ମାନ୍ୟବର ବିଧାୟକ ବ୍ରହ୍ମପୁର ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ | ବିଧାୟକ ବିଳମ୍ବ ନକରି ଓଡିଶା ମୋ ପରିବାର ଏମ କେ ସି ଜି ସଂଯୋଜକ ଗିରିଜା ଶତପଥୀ ଙ୍କୁ ତାଙ୍କ କଥା ବୁଝିବାକୁ ନିର୍ଦେଶ ଦେଇଥିଲେ | ବିଧାୟକଙ୍କ ନିର୍ଦେଶ ପରେ ଗିରିଜା ମେଡିକାଲ ଯାଇ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ସହ ପରିବାର ଲୋକଙ୍କୁ ଧର୍ଯ୍ୟ ଦେଇଥିଲେ | ଶେଷର ସୁମିତ୍ରା ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ | ପରିବାର ଲୋକ ଅସମୟର ଏହି ସାହାଯ୍ୟ ପାଇଁ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ |

04/03/2023
14/11/2022

ଗୋଲାପଲ୍ଲୀ ସାହି ନିବାସୀ 85 ବର୍ଷୀୟା କେ ଚିଲିକାମ୍ମା ଙ୍କ ଏମ କେ ସି ଜି ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ସ୍ଥାନୀୟ କର୍ପୋରେଟର ଆରତୀ ତନ୍ତୀ ଏବଂ ତାଙ୍କ ସ୍ୱାମୀ ମିଟୁ ତନ୍ତୀ ବିଧାୟକଙ୍କୁ ମୃତକଙ୍କ ଶେଷକୃତ୍ୟ ପାଇଁ ସାହାଯ୍ୟ ମାଗିଥିଲେ, ବିଧାୟକ ବିକ୍ରମ ତାଙ୍କ ଟିମକୁ ସମସ୍ତ କଥା ବୁଝିବାକୁ ନିର୍ଦେଶ ଦେଇଥିଲେ | ବିଧାୟକଙ୍କ ନିର୍ଦେଶ କ୍ରମେ ସାହି ଲୋକଙ୍କ ସାହାଯ୍ୟରେ ଅସହାୟ ଚିଲିକାମ୍ମା ଙ୍କ ଶେଷକୃତ୍ୟ ସମ୍ମାନର ସହ ସମ୍ପୂର୍ଣ କରାଯାଇଥିଲା | ଅଞ୍ଚଳ ବାସି ମାନ୍ୟବର ବିଧାୟକ ବ୍ରହ୍ମପୁର ଶ୍ରୀ ବିକ୍ରମ କୁମାର ପଣ୍ଡା, କର୍ପୋରେଟର ଏବଂ ବିଧାୟକଙ୍କ ଟିମ କୁ ଏହି ମହତ କାର୍ଯ୍ୟ ଲାଗି ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ |

Photos from Biju Janata Dal Brahmapur - BJD's post 08/05/2022

ବିଭିନ୍ନ ମଙ୍ଗଳିକ କାର୍ଯ୍ୟକ୍ରମ ରେ ଯୋଗ ଦେବା ଅବସରରେ |

07/04/2022

ପୁରୁଣା ବ୍ରହ୍ମପୁର ସ୍ଥିତ ବାଉରି ସାହିରେ ଥିବା ଏକ ସ୍କୁଲରେ କାମ କରୁଥିବା ବେଳେ ଜଣେ ମହିଳା ମୁଣ୍ଡ ବୁଲେଇ ପଡିଯିବା ଦ୍ବାରା ତାଙ୍କ ମୁଣ୍ଡକୁ ଆଘାତ ଲାଗିଥିଲ। ଉକ୍ତ ମହିଳାଙ୍କୁ ନେଇ 11ନଂ ୱାର୍ଡର କର୍ପେରଟର ଚିତ୍ରସେନ ମହାପାତ୍ର ମେଡିକାଲ ନେବା ସହ ବ୍ରହ୍ମପୁର ମାନ୍ୟବର ବିଧାୟକ ବିକ୍ରମ ପଣ୍ଡାଙ୍କୁ ସବୁ ବିଷୟ ଜଣାଇଥିଲେ ବିଧାୟକ ଭୁବନେଶ୍ୱର ଥିବା ହେତୁ ଗିରିଜା ବାବୁଙ୍କୁ ମେଡିକାଲ ପଠାଇ ଉକ୍ତ ମହିଳାଙ୍କ ସମସ୍ତ କଥା ବୁଝିବାକୁ କହିଥିଲେ | ବିଧାୟକଙ୍କ ନିର୍ଦେଶ ଅନୁଯାଇ ଗିରିଜା ଏବଂ ଚିତ୍ରସେନ ମହିଳାଙ୍କ ସମସ୍ତ ପ୍ରକାର ଚିକିତ୍ସା MKCG ରେ କରାଇଥିଲେ । ବିଧାୟକ ବିକ୍ରମ ଙ୍କ ସାହାଯ୍ୟ ଦ୍ଵାରା ବର୍ତମାନ ମହିଳା ଜଣଙ୍କ ସୁସ୍ଥ ଥିବା ଏବଂ ସିଟି ସ୍କାନ ରୋପୋର୍ଟ ର ଅପେକ୍ଷାରେ ଥିବା କଥା ତାଙ୍କ ପରିବାର ଲୋକ କହିଥିଲେ |

Photos from Biju Janata Dal Brahmapur - BJD's post 02/04/2022
31/03/2022
18/03/2022

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁରବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ।

05/03/2022

ଆଧୁନିକ ଓଡ଼ିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ପଞ୍ଚାୟତିରାଜ ଦିବସର ଶୁଭେଚ୍ଛା । ସ୍ଵାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଗଣତନ୍ତ୍ରରେ ସାଧାରଣ ଲୋକଙ୍କୁ ସେମାନଙ୍କ ହକ, ଅଧିକାର ପ୍ରଦାନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।

02/03/2022

ବ୍ରହ୍ମପୁର ବିଧାୟକଙ୍କ ଆଉ ଏକ ଜୀବନ ବଞ୍ଚାଇବାକୁ ପ୍ରଚେଷ୍ଟା | ଘଟଣା ହେଲା ପୁରୁଣା ଵ୍ରହ୍ମପୁର ସ୍ଥିତ ନିଲାଞ୍ଚଳ ନଗର ପ୍ରଥମ ଗଳି ନିବାସୀ ଜାଗିଲି ସ୍ବାଇଁଙ୍କ ଝିଅ ରଶ୍ମିତା ସ୍ୱାଇଁ ବୟସ ପ୍ରାୟ 35 ବର୍ଷ ଗତ 22 ତାରିଖ ଦିନ ମୁହଁ ବୁଲେଇ ଗାଡ଼ିରୁ ପଡିଯାଇଥିଲେ | ଘଟଣା ଘଟିବା ପରେ ବ୍ରହ୍ମପୁର ମେଡିକେଲକୁ ଯାଇଥିଲେ , ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉତମ ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ଉପଦେଶ ଦେଇଥିଲେ ପରିବାର ଲୋକ କିଛି ଉପାୟ ନପାଇ ବାଧ୍ୟ ହୋଇ ଵ୍ରହ୍ମପୁର ବିଧାୟକ ସହ ଯୋଗାଯୋଗ କରିଥିଲେ। ବିଧାୟକ ତୁରନ୍ତ ଏକ ଟିମ ପଠାଇ bsky ସ୍ମାର୍ଟ ହେଲଥ କାର୍ଡ ସାହାଯ୍ୟ ରେ ବିଶାଖାପାଟଣା ସ୍ଥିତ ଏକ ଘରେଇ ହସ୍ପିଟାଲ କୁ ସ୍ତନାନ୍ତର କରିଥିଲେ। ବିଧାୟକ ବିକ୍ରମ ପରିବାର ଲୋକଙ୍କୁ ଧର୍ଯ୍ୟ ଓ ସାହସ ସହ ଆମକୁ ଏହି ପରିସ୍ଥିତି କୁ ସାମ୍ନା କରିବାକୁ ହେବ ବୋଲି ବୁଝାଇଥିଲେ | ଅସମୟରେ ସାହାଯ୍ୟ କରିଥିବାରୁ ପରିବାର ଲୋକ ବିଧାୟକଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ଆମେ ସାରାଜୀବନ ଋଣୀ ହୋଇ ରହିବୁ ବୋଲି କହିଥିଲେ | ବିଧାୟକ ତାହାର ପ୍ରତି ଉତ୍ତରରେ କହିଲେ ଏହାର ସମ୍ପୂର୍ଣ ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତାଙ୍କରି ଦୁରଦୃଷ୍ଟି ଏବଂ ଯୁଗାନ୍ତ କାରି ପଦକ୍ଷପ ହେଲା BSKY Health Card, ତେଣୁ ଆପଣମାନଙ୍କ ତରଫରୁ ଏବଂ ସମସ୍ତ ଓଡିଶା ବାସୀଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି |

21/02/2022

*ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ଓଡିଶା ମୋ ପରିବାର ସାହାଯ୍ୟରେ କର୍କଟ ରୋଗୀ ପାଇଲେ ନୂଆ ଜୀବନ। ଘଟଣା ହେଲା କଟକ ବଡ ଡ଼ାକ୍ତରଖାନାର,ବ୍ରହ୍ମପୁର ସହର ସ୍ଥିତ ପୁରୁଣା ବ୍ରହ୍ମପୁର ସାହି ନିବାସୀ ଶ୍ରୀମତୀ କୁନି ବାଡତ୍ୟା ବୟସ ପ୍ରାୟ ୪୫ ବର୍ଷ ସ୍ତନ କର୍କଟ ରୋଗରେ ଆକ୍ରାନ୍ତର ହୋଇ ଅସ୍ତ୍ରପୋଚାର ସକାଶେ କଟକ ବଡ ଡ଼ାକ୍ତରଖାନାର ରେ ଭର୍ତ୍ତି ହୋଇଥିଲେ କିନ୍ତୁ ରକ୍ତ ଅଭାବରୁ ଅସ୍ତ୍ରପୋଚାର ହୋଇ ପାରୁନଥିଲା,ଏହି ବିଷୟ ସେମାନେ ଫୋନ ମାଧ୍ୟମରେ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ,ମାନ୍ୟବର ବିଧାୟକ ମହୋଦୟ, ଓଡିଶା ମୋ ପରିବାର ସାହାଯ୍ୟରେ ଉକ୍ତ ରୋଗୀଙ୍କ ପାଇଁ ୨ ୟୁନିଟ ରକ୍ତ ବ୍ୟବସ୍ଥା କରାଇ ଥିବାରୁ ପରିବାର ବର୍ଗ "ଓଡ଼ିଶା ମୋ ପରିବାର"ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ।

Photos from Biju Janata Dal Brahmapur - BJD's post 21/02/2022

*ପଞ୍ଚାୟତ ନିର୍ବାଚନ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବ୍ୟସ୍ତ ଥାଇ ମଧ୍ୟ ନିଜ କାର୍ଯ୍ୟାଳୟ ଯୁବ ତଥା ସହାୟକ ଗୋଷ୍ଟୀ ଦ୍ଵାରା ପୁଣି ଅସହାୟ କୋରାପୁଟ ଓ ଡେଙ୍ଗାପଦର ଗ୍ରାମର ଦୁଇ ଗରିବ ରୋଗୀଙ୍କୁ "ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ୍ କାର୍ଡ" ଜରିଆରେ ଚିକିତ୍ସା କରାଇବା ପାଇଁ ଆର୍ଥିକ ସାହାଯ୍ୟ ଠୁ ଆରମ୍ଭ କରି,ଖାଇବା,ଚିକିତ୍ସାଳୟକୁ ପରିବହନର ବ୍ୟବସ୍ଥା କରି ମାନବିକତାର ପରିଚୟ ଦେଇଛନ୍ତି | ବିଧାୟକ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ବାସୀ ଯେମିତି ମୌଳିକ ଅଧିକାର ଯଥା ଖାଦ୍ୟ,ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ସେବାରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେବା ସହ ଜାଗ୍ରତ ରହିବା ପାଇଁ ଜନପ୍ରତିନିଧି ଏବଂ ପ୍ରଶାସନ ଅଧିକାରୀ ମାନକୁ ନିର୍ଦ୍ଧେଶ ଦେଇଆସୁଛନ୍ତି ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ତଥା ଗରିବ ଲୋକଙ୍କ ପରିବାର ବର୍ଗ ସଦାସର୍ବଦା ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛନ୍ତି।

Photos from Biju Janata Dal Brahmapur - BJD's post 10/02/2022

ବ୍ରହ୍ମପୁର ବିଧାୟକ ଏବଂ ଓଡିଶା ମୋ ପରିବାର ସାହାଯ୍ୟରେ ବ୍ରହ୍ମପୁର ଜଗନ୍ନାଥ ବିହାର ନିବାସୀ ରାମଚନ୍ଦ୍ର ମହାରଣାଙ୍କ ଚିକିତ୍ସା ଜନିତ ସାହାଯ୍ୟ ପ୍ରଥମେ SCB ମେଡିକାଲ କଲେଜ କଟକ, ଏବଂ ସେଠାରୁ AIIMS ଭୁବନେଶ୍ୱର ଠାରେ ସମସ୍ତ ଵେବସ୍ତା କରିବାପରେ ସେ କିଛି ମାତ୍ରା ରେ ସୁସ୍ଥ ହୋଇ ବ୍ରହ୍ମପୁର ଫେରିଥିଲେ | ଆର୍ଥିକ ସ୍ଥିତି ସ୍ଵଛଳ ନଥିବା ହେତୁ ମେଡ଼ିସିନ କିଣିବା ପାଇଁ ବିଧାୟକଙ୍କ ସାହାଯ୍ୟ ଲୋଡ଼ିଥିଲେ, ବିଧାୟକ ବିକ୍ରମ ଡାକ୍ତର ଲେଖିଥିବା ସମସ୍ତ ମେଡ଼ିସିନ କିଣି ଆଜି ତାଙ୍କ ଘରକୁ ପଠାଇଥିଲେ ଏବଂ ସମସ୍ତ ସୁବୁଦ୍ଧି ଅସୁବିଧା ବୁଝିଥିଲେ | ଆଗକୁ ମଧ୍ୟ ଯେକୌଣସି ଆବଶ୍ୟକ ପଡିଲେ ମୁଁ ଆପଣଙ୍କ ସହ ଅଛି ଓ ରହିବି ବୋଲି ପ୍ରତିଶୃତି ଦେଇ ଅସହାୟ ବାରିବାରକୁ ଧର୍ଯ୍ୟ ଓ ସାହସ ଯୋଗାଇଥିଲେ |

05/02/2022

କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି 🙏

Photos from Biju Janata Dal Brahmapur - BJD's post 02/02/2022

ଆଜି ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ନିର୍ଦେଶ କ୍ରମେ ବିଜିପୁର 25 ନମ୍ବର ୱାର୍ଡର ସାନ ବାଉରୀ ସାହି, ସୁନାରୀ ବନ୍ଧ ସାହି, କେନାଲ ସାହି ର ନାଳ ନର୍ଦମା ଗୁଡିକ ସଫେଇ କାମ ଚାଲୁ ରହିଛି।

01/02/2022

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଭୟ କବଚ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ସଂକଳ୍ପ ଯୋଗୁଁ ଆଜି ବ୍ରହ୍ମପୁର ବିଜିପୁର ନିବାସୀ ଜୟନ୍ତୀ ସେଠି ଙ୍କ ସ୍ୱାସ୍ଥ୍ୟଗତ ଅସୁବିଧା ସାକେଶେ ଅସ୍ତ୍ରଉପଚାର ପାଇଁ BSKY ଯୋଜନା ମାଧ୍ୟମରେ ରେ ଅମିତ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ତା କରାଗଲା.

Videos (show all)

*ସଦାସର୍ବଦା ଜାରି ରହିଛି, ସର୍ବସ୍ତର ତଥା ଦୁଃଖ ସୁଖରେ ସାହାଯ୍ୟର ହାତ, ସର୍ବଦା ତପ୍ତର ଏବଂ ଜାଗ୍ରତ..., ଅସହାୟଙ୍କ ସହାୟ..,ଆମର ପ୍ରିୟ ମାନ୍ୟ...
କିଛି ହାତ ହୁଏତ ଆକ୍ରମଣ କରିପାରେ ବା ଷଡ଼ଯନ୍ତ୍ର ରଚିପାରେ। ହେଲେ ଓଡ଼ିଶାର ଲକ୍ଷ ଲକ୍ଷ ମା', ଭଉଣୀଙ୍କ ସ୍ନେହବୋଳା ହାତ ସୁଶାସନର ଏ ରଥକୁ ସୁରକ୍ଷ...
No tagline

Telephone

Website

Opening Hours

Monday 09:00 - 22:00
Tuesday 09:00 - 22:00
Wednesday 09:00 - 22:00
Thursday 09:00 - 22:00
Friday 09:00 - 22:00
Saturday 09:00 - 22:00
Sunday 09:00 - 22:00