SoulfulSaa
Contact information, map and directions, contact form, opening hours, services, ratings, photos, videos and announcements from SoulfulSaa, Musician/Band, .
SoulfulSaa presents its first odia song "Bapa Tume" a song on father’s love & sacrifice.
ବାପା ତୁମେ
ଆଜି ଅନ୍ଧାର ଗଳିରେ ହାଥ ଧରିବାକୁ ତୁମେ ନାହଁ
ମୋ ଅଝଟ ଅଳିକୁ ଆଜି ଶୁଣିବାକୁ କାଇଁ ତୁମେ ନାହଁ..
ତୁମ ସେଜ କହୁଥାଏ କେତେ ବୋଝ ଜୀବନର
କେତେ ସତ କେତେ ମିଛ କିଏ ନିଜ କିଏ ପର
ତୁମ ନିଦ ଦେଖିଯାଏ କେତେ ରାତି ଉଜାଗର
କେତେ ଆଶା କେତେ ଭାଷା ଅଧଭଙ୍ଗା ସପନର
ବାପା ତୁମେ ସବୁକିଛି ଶିଖେଇଲ
ନିଜେ ହାରି କାଇଁ ମୋତେ ଜିତେଇଲ
******* ******* ******** ********
କିଛି କୁହ ,ତୁମ ଆଖିରୁ ବହେ ନାହିଁ କାଇଁ ଲୁହ
କୁହ ,କେତେ ଲୁଚାଅ ଛାତିରେ ନିଜ କୋହ
କୁହ,ତୁମ ମନରେ ମୋପାଇଁ କେତେ ମୋହ
କୁହ,କାଇଁ ମୋପାଇଁ ଜାଳିଛ ନିଜ ଦେହ
କାହିଁକି……..…….
ଜାଳିଛ
ଜାଳିଛ ନିଜ……….
ଦେହ...
ଆଜି ଆଦେଖା ବାଟରେ ଚଲେଇ ନବାକୁ
ତୁମେ ନାହଁ,...
ଆଜି ଅବୁଝା ବେଳରେ ବୁଝେଇ ଦବାକୁ
ତୁମେ ନାହଁ..
ତୁମ ପାଦ ଦେଖୁଥାଏ କେତେ ସଂଘର୍ଷ
କେବେ ପଡ କେବେ ଉଠ ଝାଡ଼ିଦେଇ ନିଜଡର
ତୁମ ଛାଇ କହୁଥାଏ କେତେ ସତ ସମୟର
ଏଇ ଅଛି ଏଇ ନାହିଁ ସତେ ଅବା ବାଲି ଘର
ବାପା ତୁମେ ସବୁକିଛି ଶିଖେଇଲ
ନିଜେ ହାରି କାଇଁ ମୋତେ ଜିତେଇଲ
This beautiful song is sung by Jagannath Das, written by Aptakam Rath, and composed by Biswajit Das.
Mixing & Mastering: Promusic Audio Lab.
Music Arrangement: Krishna Sourav
Tabla: Jadish Dora
Production Management: Portray Media
Producer: Dr. Md Washim Raja