Mo Nuapada

Mo Nuapada

ଆମ ସୁନ୍ଦର ନୂଆପଡ଼ା ସହର ପାଇଁ ଆମେ ଲଢ଼ିବା?

12/04/2024

"Elevating Your Brand, Digitally."
Call Us For More Insights @ 8599885544

26/02/2024
Photos from Mo Nuapada's post 19/08/2023

Hello Good Morning

09/03/2023

ଗୁରୁବାର ରେ ମା ଲକ୍ଷ୍ମଙ୍କୁ ଦର୍ଶନ କରି କୃପା ଲାଭ କରନ୍ତୁ ।
ଜୟ ମା ଲକ୍ଷ୍ମୀ।।
ମା ପାଇଁ ଗୋଟେ ଲାଇକ୍।।

17/01/2023

ମଙ୍ଗଳ ବାର ରେ ମା ମଙ୍ଗଳାଙ୍କୁ ଦର୍ଶନ କରି ପୁଣ୍ୟ ଲାଭ କରନ୍ତୁ।।
ଜୟ ମା ମଙ୍ଗଳା ।।

09/01/2023

ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ |
Follow this page if you are a true Jagannath lover

06/01/2023

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ ବିଏମଡବ୍ଲୁକୁ ଜବତ କଲା ଇଡି

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ିକୁ ଉଠାଇଲା ଇଡି। ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା। ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି। ଏ ନେଇ ପୂର୍ବରୁ ଆକାଶ ପାଠକଙ୍କୁ ଇଡି ଜେରା କରି ସାରିଛି।

ଏହି ଗାଡ଼ିକୁ ବିଏମଡବ୍ଲୁ ସୋରୁମରୁ କିଣିଥଲେ ଆକାଶ। ଏନେଇ ଆଗରୁ ସୋରୁମ ମାଲିକ ଚର୍ଚିତ ମିଶ୍ରଙ୍କୁ ଇଡି ପଚରାଉଚରା କରିଥିଲା ଉକ୍ତ ଗାଡ଼ି ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି।

04/01/2023

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜୁନ୍ ୧୨, ୨୦୨୨ରେ କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଜୁନ୍ ୧୮ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏବେ ପୁଣି ଥରେ ତାଙ୍କୁ ସେହି ଡାକ୍ତରଖାନାରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ସୋମବାର ଦିନ ଦିଲ୍ଲୀର କଶ୍ମୀରୀ ଫାଟକରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଗାଜିଆବାଦ ସୀମାରେ ଲୋନି ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ଏଥିପାଇଁ ଗାଜିଆବାଦ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଥିଲା ବୋଲି ସୂଚନା ମିଳିଛି। କଂଗ୍ରେସ ଦଳର ଯାତ୍ରା ପାଇଁ ସ୍ଥିର ହୋଇଥିବା ମାର୍ଗରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଗାଡ଼ି ଛଡ଼ାଯାଉଥିବା ଅନ୍ୟ ମାର୍ଗରେ ଭାରି ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା।

ଗତ ୧୦୮ଦିନ ମଧ୍ୟରେ ଏହି ଯାତ୍ରା ୪୯ଟି ଜିଲ୍ଲା, ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅତିକ୍ରମ କରିଛି। ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ଦେଇ ଏବେ ଉତ୍ତରପ୍ରଦେଶରେ ପ୍ରବେଶ କରିଛି।

Photos from Mo Nuapada's post 02/01/2023

ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କଲେ ଶୃଙ୍ଖଳିତ ଦର୍ଶନ

ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉଦାହରଣ ସାଜିଛି। ଶ୍ରୀମନ୍ଦିର ଭିତରେ ଭିଡ଼ ରହିଥିଲେ ବି ବିନା ବାଧାରେ ଭକ୍ତମାନେ ଦର୍ଶନ କରିଛନ୍ତି। ଦର୍ଶନ ସାରି ଫେରିବା ବେଳେ ବି ବିନା ଅବରୋଧରେ ସୁବିଧାରେ ଫେରିଛନ୍ତି। ଜିଲ୍ଲା ପୁଲିସର ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। କାରଣ ପୂର୍ବରୁ କେବେ ବି ନୂଆବର୍ଷରେ ଏଭଳି ବ୍ୟବସ୍ଥା କରାଯାଇନଥିଲା। ଭକ୍ତମାନେ ଠେଲାପେଲା ଭିତରେ ଦର୍ଶନ କରୁଥିଲେ। ବଡ଼ଦାଣ୍ଡରେ ଚାଲିବା ବେଳେ ଭିଡ଼ରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲେ। ଚଳିତବର୍ଷ ନୂଆବର୍ଷରେ ଏଭଳି ଦର୍ଶନ ବ୍ୟବସ୍ଥା ସମସ୍ତଙ୍କୁ ଅଭିଭୂତ କରିଛି। ତେବେ ନୂଆବର୍ଷରେ ଯଦି ଏଭଳି ବ୍ୟବସ୍ଥା ଆପଣା ଯାଇପାରୁଛି, ସେଠି ଅନ୍ୟ ଦିନମାନଙ୍କରେ କାହିଁକି ନୁହେଁ ବୋଲି ଭକ୍ତ, ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ଉପଲକ୍ଷେ ରବିବାର ଦିନ ମାର୍କେଟ୍‌ ଛକରୁ ସେଡ୍‌ ବ୍ୟବସ୍ଥା କରାଯାଇଥିଲା। ଅଧିକ ଜୋତାଷ୍ଟାଣ୍ଡ୍‌ ସାଙ୍ଗକୁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ବିଶ୍ରାମ ପାଇଁ ସ୍ବତନ୍ତ୍ର ସେଡ୍‌ କରାଯାଇଥିଲା। ସେପଟେ ଅମାନିଆ ଉଠା ଦୋକାନୀମାନେ ମନଇଛା ରାସ୍ତା ଉପରେ ଆସି ବସୁଥିବାରୁ ପ୍ରତିଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିଲା। ଭକ୍ତମାନେ ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ହୋଇଯାଉଥିଲେ। ତଏହା ସହ ଅଟୋ, ବସ ଚଳାଚଳ ଏହି ଭିଡ଼କୁ ଆହୁରି ଯନ୍ତ୍ରଣାଦାୟକ କରି ଦେଉଥିଲା। ଭକ୍ତମାନେ ଯା’ଆସ ପାଇଁ ବାଟ ପାଉନଥିଲେ। କିନ୍ତୁ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ରାସ୍ତା ଉପରେ ବସୁଥିବା ଉଠାଦୋକାନୀଙ୍କୁ ଚଳିତବର୍ଷ ହଟାଇ ଦିଆଯାଇଥିଲା। ଦୁଇଦିନ ଦୋକାନ ବଜାର ବନ୍ଦ ରଖାଯାଇଥିଲା। ମାର୍କେଟ୍‌ ଛକରୁ ସିଂହଦ୍ବାର ଆଡ଼କୁ ଭକ୍ତଙ୍କ ଆଗମନ ଉପଲକ୍ଷେ ତିନିଚକିଆ, ଚାରିଚକିଆ ତ ଦୂରର କଥା ଦୁଇଚକିଆ ବି ପ୍ରବେଶ ଅନୁମତି ଦିଆଯାଇନଥିଲା। ଫଳରେ ଭକ୍ତମା‌ନେ ଆସି ଦର୍ଶନ ପରେ ବିନା ଭିଡ଼ରେ ଫେରିଛନ୍ତି।

ସେପଟେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଭକ୍ତମାନେ ବି ଖୋଲାରେ ସିଂହଦ୍ବାର ଯା’ଆସ କରିପାରିଛନ୍ତି। ଏଭଳି ସ୍ଥିତିରେ ଭକ୍ତମାନେ କହିଛନ୍ତି, ଆମେ ଉଠାଦୋକାନୀଙ୍କୁ ବିରୋଧ କରୁନୁ। କିନ୍ତୁ ଏମାନେ ସେମାନଙ୍କ ସୀମା ରେଖା ଡେଇଁ ଯେଉଁଭଳି ରାସ୍ତା ଉପରେ ଧାଡ଼ି ଧାଡ଼ି ହୋଇ ଆସି ବସୁଛନ୍ତି, ତାହା ଭିଡ଼ର ପ୍ରମୁଖ କାରଣ ସାଜୁଛି। ସେପଟେ ମରିଚିକୋଟ ଛକରେ ମାଳମାଳ ଅଟୋ ବି ଭିଡ଼ ଜମାଉଛନ୍ତି। ଫଳରେ ଭକ୍ତଙ୍କ ପାଇଁ ଯା’ଆସ ରାସ୍ତା ବଳୁନି। ଏଣୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ବରୂପ ଆଜି ‌ଯେଭଳି କଟକଣା ଲଗାଗଲା, ସେଭଳି ସ୍ଥାୟୀ ବ୍ୟବସ୍ଥା କରିବାକୁ ମତ ଦେଇଛନ୍ତି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଆଜି ଭୂଦାନ ଛକ, ତାଳବଣିଆ ଛକ, ପେଣ୍ଠକଟା ଛକ, ମଙ୍ଗଳାଘାଟ ଛକ, ମୋଚିସାହି ଛକ, ବୀରହରେକୃଷ୍ଣପୁର, ମାଳତୀପାଟପୁର ଆଦି ଛକରେ ଚାରିଚକିଆ ଓ ଅନ୍ୟ ବଡ଼ ଗାଡ଼ି ପ୍ରବେଶରେ କଟକଣା ଲଗାଯାଇଥିଲା। ଏହି ପ୍ରମୁଖ ଛକମାନଙ୍କରେ ପୁଲିସ ପହରା ଦିଆଯାଇଥିଲା। ଯେଉଁଥିପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ବି ନିୟନ୍ତ୍ରଣରେ ରହିଥିଲା।

Photos from Mo Nuapada's post 28/12/2022

ଜମ୍ମୁ ଓ କଶ୍ମୀରର ସିଧରାରେ ନିରାପତ୍ତା ବଳ ସହିତ ଗୁଳି ବିନିମୟ କରି ୩ ଆତଙ୍କବାଦୀ ନିହତ

ଆଜି ନିରାପତ୍ତା ବଳଙ୍କ ସହିତ ସ୍ବଳ୍ପ ସମୟ ଗୁଳି ବିନିମୟ ପରେ ଜମ୍ମୁ ଓ କଶ୍ମୀରର ସିଧରାର ଆତ୍ମଗୋପନ କରିଥିବା ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ।

ଜମ୍ମୁ ଓ କଶ୍ମୀର ‘ଏଡିଜିପି’ କହିଛନ୍ତି ଯେ, ଗୁଳି ବିନିମୟ ଘଟିବା ସମୟରେ ଆତଙ୍କବାଦୀମାନେ ଗୋଟାଏ ଟ୍ରକ୍‌ରେ ଥ‌ିଲେ। ଏନ୍‌କଉଣ୍ଟର୍‌ରେ ୩ଜଣଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।

ଉଧମପୁରରେ ଆତଙ୍କବାଦୀ ଆକ୍ରମଣ ଏଡ଼ାଇ ଦିଆଯିବାର ଦିନକ ପରେ ଆଜି ସକାଳୁ ପଞ୍ଜତିର୍ଥୀ- ସିଧରା ରାସ୍ତାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟ ପରେ ପରେ ସେଠାରେ ଗ୍ରେନେଡ୍‌ ବିସ୍ଫୋରଣ ମଧ୍ୟ ଘଟିଥିଲା।

ପୁଲିସ କହିବା ଅନୁସାରେ, ସକାଳ ପ୍ରାୟ ୭.୩୦ରେ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ଘଟଣାରେ ୨/୩ଜଣ ଆତଙ୍କବାଦୀ ସମ୍ପୃକ୍ତ ଅଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରର ଉଧମପୁରରେ ପୁଲିସ ୧୫ କିଲୋ ଓଜନର ‘ଇମ୍ପ୍ରୋଭାଇଜ୍‌ଡ୍‌ ଏକ୍ସ୍‌ପ୍ଲୋସିଭ୍‌ ଡିଭାଇସ୍‌’ (ଆଇଇଡି) ନିଷ୍କ୍ରିୟ କରିଦେବା ଫଳରେ ମାରାତ୍ମକ ଆକ୍ରମଣ ଏଡ଼ାଯାଇ ପାରିଥିଲା।

27/12/2022

ଆମେରିକାରେ ବରଫ ଝଡ଼ ନେଲାଣି ୬୦ ଜୀବନ, ତଳେ ଫଶି ରହିଥିବା ଗାଡ଼ି ଭିତରୁ ଉଦ୍ଧାର ହେଉଛନ୍ତି ଲୋକ

ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁ ଆମେରିକାର ନ୍ୟୁୟର୍କରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂରା ଆମେରିକାରେ ଏବେ ସୁଦ୍ଧା ୬୦ ଜଣଙ୍କ ଜୀବନ ଯାଇ ସାରିଲାଣି। ତେବେ ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି।

ସଡ଼କରେ ଅନେକ ଟ୍ରକ୍‌, ବସ୍‌, କାର୍‌ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଥିବା ବେଳେ ଏ ସବୁକୁ ବି ବାହାରକୁ କାଢ଼ିବାକୁ ଉଦ୍ୟମ ଜାରି ରହିଛି। ତଳେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ପଠାଇବାକୁ ପୂରା ଟିମ୍‌ ସଜାଗ ରହିଛି। ଡାକ୍ତରଖାନାକୁ ଯିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ପକ୍ଷରୁ ଅଧିକ ଲୋକ ଯାଇ ପାରୁଥିବା ଭଳି ଟ୍ରାକ୍ଟର ନିୟୋଜିତ କରାଯାଇଛି।

ନ୍ୟୁୟର୍କର ବିଶେଷ କରି ବଫାଲୋରେ ବରଫ ତଳେ ଚପି ରହିଥିବା କାର୍‌ରେ କିଛି ଶରୀର ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ କାର୍‌ ପରେ କାର୍‌ ‌ସର୍ଚ କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହି ଝଡ଼ ସକାଶେ ୧୫ ହଜାର ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି।

ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । କେତେକ ସ୍ଥାନରେ ପାରା ବିଯୁକ୍ତ ୪୫ ଡିଗ୍ରୀରେ ପହଞ୍ଚିଛି । ପ୍ରାୟ ୨୦ ଲକ୍ଷ ଲୋକ ବିନା ବିଦ୍ୟୁତରେ ରହିଛନ୍ତି । ଆମେରିକାର ୪୮ଟି ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । କାରଣ କେତେକ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।

Photos from Mo Nuapada's post 26/12/2022

ବିଜେଡି ପ୍ରତିଷ୍ଠା ଦିବସ ସ୍ବତନ୍ତ୍ର: ବୟସ ବଢ଼ୁଛି, ତଥାପି ଅପରାଜେୟ

ବିଜୁ ଜନତା ଦଳକୁ ୨୫ ବର୍ଷ ପୂରିଛି। ଓଡ଼ିଶାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳ ତୁଳନାରେ ବିଜେଡି ହିଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି। ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଗଢ଼ାଯାଇଥିବା ଏହି ଆଞ୍ଚଳିକ ଦଳ ୨୫ ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିସାରିଲାଣି। ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ସଫଳତା ସାଉଁଟି ଚାଲିଛି। ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି। ଏହି ସଫଳତା ବିଜେଡି ଓ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରରେ ରଖିଛି।

୧୯୯୭ ମସିହାରେ ଗଠନ ହେଲା ବିଜେଡି। ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ଓ ହକ୍‌ର ଲଢ଼େଇ ପାଇଁ ଦଳ ଗଠନ ହୋଇଥିଲା। କିନ୍ତୁ ଏହି ଦଳ ଓଡ଼ିଶା ରାଜନୀତିରେ କେତେଦୂର ନିଜ ସ୍ଥିତି ସୁଦୃଢ଼ କରିପାରିବ, ତାହାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ। ପୁଣି ଦଳର ନେତୃତ୍ବ ନେଲେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ପଟ୍ଟନାୟକ। ଆଶା-ଆଶଙ୍କା ଭିତରେ ବିଜେଡି ତା’ର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲା। ୨୦୦୦ ମସିହାରେ ପ୍ରଥମ ଥର ନବୀନଙ୍କ ନେତୃତ୍ବରେ ବିଜେଡି ସାଧାରଣ ନିର୍ବାଚନକୁ ସାମ୍ନା କରିଥିଲା। ସେତେବେଳେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନକୁ ଓହ୍ଲାଇଥିଲା। ପ୍ରଥମ ପଦାର୍ପଣରେ ଦଳର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ଥିଲା। ୭୨ଟି ଆସନ ଦଖଲ କରିଥିଲା ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସଭାପତି ନବୀନ ପଟ୍ଟନାୟକ। ୨୦୦୪ରେ ପୁଣି ବିଜେଡି-ବିଜେପି ମେଣ୍ଟ କ୍ଷମତା ଦଖଲ କଲା। ବିଜେଡି ୨୦୦୦ ମସିହା ତୁଳନାରେ ସିଟ୍ ସଂଖ୍ୟା କମିଥିଲେ ବିଧାନସଭାରେ ବିଜେଡିର ଆସନ ଥିଲା ସର୍ବାଧିକ। ପୁଣି ଥରେ ଶାସନର ମଙ୍ଗ ଧରିଲେ ନବୀନ। ୨୦୦୯ରେ ବିଜେପି ହାତ ଛାଡ଼ିଦେଲା ବିଜେଡି। ଆଉ ମେଣ୍ଟ ନୁହେଁ, ପ୍ରଥମ ଥର ପାଇଁ ଏକାକୀ ୧୪୭ ଆସନରେ ଲଢ଼ିଲା ବିଜେଡି। ଫଳାଫଳ ବି ଥିଲା ଆଶାତୀତ। ୧୦୭ ସିଟ୍ ଦଖଲ କଲା ଦଳ। ତୃତୀୟ ଥର ପାଇଁ ନବୀନ ଓଡ଼ିଶାର ଶାସନର ମଙ୍ଗ ଧରିଥିଲେ। ଏଥର ଆଉ ମେଣ୍ଟ ସରକାର ନଥିଲା। ବିପୁଳ ସଫଳତା ପାଇ ନବୀନ ନିଷ୍କଣ୍ଟକ ଭାବେ ଶାସନ କଲେ।

ଏହା ପରଠାରୁ ସବୁ ନିର୍ବାଚନରେ ବିଜେଡିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। ସବୁ ନିର୍ବାଚନରେ କୌଣସି ରାଜନୈତିକ ଅଙ୍କ ନବୀନଙ୍କ ରଣନୀତି ପାଖରେ କାମ କରୁ ନାହିଁ। ପଞ୍ଚାୟତ, ପୌର ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ଯାଏ, ସବୁଥିରେ ନବୀନଙ୍କ ରଣନୀତି ସଫଳତା ପାଉଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ସରଳତା ଓ ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ହିଁ ବିଜେଡି ପାଇଁ ସବୁଠାରୁ ବଡ଼ ପୁଞ୍ଜି ପାଲଟିଯାଇଛି। ପ୍ରତ୍ୟେକ ନିର୍ବାଚନରେ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖି ବିଜେଡି ନେତାମାନେ ନିର୍ବାଚନ ଲଢ଼ୁଛନ୍ତି। ଆଉ ସାଧାରଣ ଜନତା ଗଭୀର ଆସ୍ଥା ସ୍ଥାପନ କରୁଛନ୍ତି।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ଆହୁରି ବଢ଼ିଲା। ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନବୀନ ଓଡ଼ିଶା ରାଜନୀତିରେ ମାଇଲଖୁଣ୍ଟ ସ୍ଥାପନ କଲେ। ବିରୋଧୀ ଦଳଗୁଡ଼ିକ ସେତିକି ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିଲେନି। ଏହା ମଧ୍ୟରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗ୍ରହଣ କରି ନବୀନ ରାଜ୍ୟବାସୀଙ୍କର ବିଶ୍ବାସଭାଜନ ହୋଇଗଲେ। ଏନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ଯୋଜନାର ପାହାଡ଼ ଖଞ୍ଜିଦିଆଗଲା। ନବୀନଙ୍କ ବିକଳ୍ପ ତ ଦୂରର କଥା, ତାଙ୍କ ପାଖାପାଖି ପହଞ୍ଚିବାକୁ ବି ବିରୋଧୀ ଦଳର କୌଣସି ନେତା ସକ୍ଷମ ହୋଇପାରି ନଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କଲା। ଆସନ ସଂଖ୍ୟା ପୂର୍ବ ୪ ଥର ଅପେକ୍ଷା ଆହୁରି ବଢ଼ିଲା। ବିଜେଡି ପାଇଥିବା ଆସନର ପାଖାପାଖି ମଧ୍ୟ ରହିପାରୁନାହାନ୍ତି ମୁଖ୍ୟ ବିରୋଧୀ ଦଳ। ନିରଙ୍କୁଶ କ୍ଷମତା ପାଇ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲେ ନବୀନ। ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ଦେଶର କିଛି ହାତଗଣତି ନେତାଙ୍କ ତାଲିକାରେ ନବୀନଙ୍କ ନାମ ରହିଲା।

କେବଳ ବିଧାନସଭା ନୁହେଁ, ଲୋକସଭା ନିର୍ବାଚନରେ ବି ବିଜେଡି ଲଗାତର ସଫଳତା ସାଉଁଟି ଚାଲିଛି। ସିଟ୍‌ ସଂଖ୍ୟା କମ୍ ବେଶୀ ହେଉଛି ସତ, କିନ୍ତୁ ବିଜେଡିର ସଫଳତା ବିରୋଧୀଙ୍କ ଠାରୁ ଯଥେଷ୍ଟ ଅଧିକ। ଏପରିକି ୨୦୧୪ ନିର୍ବାଚନରେ ବିଜେଡି ୨୦ଟି ଲୋକସଭା ଆସନ ଦଖଲ କରି ରେକର୍ଡ ସୃଷ୍ଟି କରିଥିଲା। ୨୦୧୯ରେ ଏହି ସଂଖ୍ୟା କମିଥିଲେ ବି ମୁଖ୍ୟ ବିରୋଧୀ ଦଳ ବିଜେପି ଠାରୁ ବିଜେଡି ଆଗରେ ରହିଛି।

Photos from Mo Nuapada's post 24/12/2022

୩୩ କୋଟି ଟଙ୍କା ଲଟେରି ଜିଣିଲେ ଦୁବାଇରେ ଥିବା ଭାରତୀୟ ଡ୍ରାଇଭର୍‌

ଦୁବାଇରେ ରହୁଥିବା ଜଣେ ଭାରତୀୟ ଡ୍ରାଇଭର୍‌ ‘ଏମିରେଟସ୍‌ ଡ୍ର’ ଲଟେରିରେ ୧୫ ନିୟୁତ ଦିରମ୍‌ ବା ଭାରତୀୟ ମୁଦ୍ରାରେ ୩୩ କୋଟି ଟଙ୍କା ଜିଣିଛନ୍ତି।

ଲଟେରି ଜିଣିଛି ବ‌ୋଲି ତଥାପି ମୋର ବିଶ୍ବାସ ହେଉ ନ ଥିବା କଥା ଅଜୟ ଓଗୁଲା ନାମକ ଉକ୍ତ ଡ୍ରାଇଭର୍‌ କହିଥିବା କଥା ‘ସଂଯୁକ୍ତ ଆରବ ଏମିରେଟ୍ସ୍‌’ର ଦୈନିକ ସମ୍ବାଦପତ୍ର ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।

ଦକ୍ଷିଣ ଭାରତ ଅନ୍ତର୍ଗତ ଗୋଟାଏ ଗ୍ରାମର ବାସିନ୍ଦା ଓଲୁଗା କର୍ମସଂସ୍ଥାନ ଅନ୍ବେଷଣରେ ୪ ବର୍ଷ ତଳେ ‘ସଂଯୁକ୍ତ ଆରବ ଏମିରେଟ୍ସ୍‌’କୁ ଆସିଥିଲେ। ସମ୍ପ୍ରତି ଗୋଟାଏ ଅଳଙ୍କାର କମ୍ପାନିରେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରି ସେ ମାସକୁ ୩,୨୦୦ ଦିରମ୍‌ ବେତନ ପାଉଥିବା କଥା ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।

ଓଲୁଗା କହିଛନ୍ତି, ପ୍ରାପ୍ତ ଅର୍ଥରେ ମୁଁ ଦାତବ୍ୟ ଟ୍ରଷ୍ଟ୍‌ କରିବି। ଏହାଦ୍ବାରା ମୋ ଜନ୍ମିତ ନଗରୀ ଓ ଆଖପାଖ ଗାଁଗଣ୍ଡାର ଲୋକେ ଆବଶ୍ୟକ ମୌଳିକ ସୁବିଧା ପାଇ ଉପକୃତ ହେବେ।

ଭାରତରେ ଥିବା ପରିବାର ଲୋକଙ୍କୁ ଲଟେରି ଜିଣି କ‌ୋଟିପତି ହୋଇଥିବା ଖବର ଯେତେବେଳେ ଜଣାଇଲି ମାଆ ଓ ଭାଇଭଉଣୀମାନେ ବିଶ୍ବାସ କଲେନାହିଁ ବୋଲି ଓଲୁଗା କହିଛନ୍ତି।

ଏ ସମ୍ବାଦ ଖବରକାଗଜରେ ବାହାରିବାରୁ ସେମାନେ ଏଥର ନିଶ୍ଚୟ ବିଶ୍ବାସ କରିବେ ବୋଲି ଓଲୁଗା କହିଥିବା କଥା ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।

ଏହି ଲଟେରି ଉଠାଣରେ ପାଉଲା ଲଚ୍‌ ନାମରେ ଜଣେ ୫୦ ବର୍ଷିୟ ବ୍ରିଟିସ୍‌ ନାଗରିକ ୭୭,୭୭୭ ଦିରମ୍‌ ଜିଣିଛନ୍ତି।

Photos from Mo Nuapada's post 22/12/2022

ଭାରତରେ ବାହାରିଲା ଚୀନ୍‌ର ନୂଆ ଭେରିଆଣ୍ଟ୍‌: ଆଜି କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଚୀନ୍‌ରେ ଦ୍ରୁତ ବେଗରେ ସଂକ୍ରମଣ କରାଉଥିବା ଓମିକ୍ରନ୍‌ ଭୂତାଣୁର ସବ୍‌-ଭେରିଆଣ୍ଟ୍‌ ‘ବିଏଫ୍‌.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହେବାରୁ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ।

ଦେଶରେ ଚିହ୍ନଟ କରାଯାଇଥିବା ୪ଟି ‘ବିଏଫ୍‌.୭’ରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିଲା।

ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଦେଶରେ ଥିବା ୧୦ଟି କୋଭିଡ୍‌ ଭେରିଆଣ୍ଟ୍‌ରୁ ‘ବିଏଫ୍‌.୭’ ହେଉଛି ସଦ୍ୟତମ।

ଏହାଛଡ଼ା, ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ମଧ୍ୟ ଦେଶରେ କୋଭିଡ୍‌ ପରିସ୍ଥିତିର ସୀମକ୍ଷା କରି ଜନଗହଳି ସ୍ଥାନରେ ମାସ୍କ୍‌ ପିନ୍ଧିବା, ଟିକା ନେବା ଭଳି କୋଭିଡ୍‌ ନିୟମ ସବୁ ମାନିବାକୁ ଜନସାଧାଣଙ୍କୁ ପରାମର୍ଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, କୋଭିଡ୍‌ର ଅବସାନ ଘଟିନାହିଁ। ସଜାଗ ରହିବା ଓ ସର୍ଭିଲାନ୍‌ସ୍ ସୁଦୃଢ଼ କରିବା ଲାଗି ମୁଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ଏଥିପାଇଁ, ଭୟ କରିବାର କୌଣସି କାରଣ ନାହିଁ।

ଚୀନ୍‌ରେ କଠୋର ଭାବେ ଲାଗୁ କରାଯାଇଥିବା ‘ଜିରୋ-କୋଭିଡ୍‌’ କଟକଣା କୋହଳ କରାଯିବା ପରେ ସେଠାରେ କୋଭିଡ୍‌ ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବ୍ୟାପି ଚାଲିଛି।

Photos from Mo Nuapada's post 21/12/2022

‘ୟୁନେସ୍କୋ’ ବିଶ୍ବ ଐତିହ୍ୟ ପ୍ରାରମ୍ଭିକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ନଗରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ନଗରୀ ଗୁଜରାଟର ଐତିହାସିକ ବଡ଼ନଗର, ମୋଢ଼େରାର ସୂର୍ଯ୍ୟ ମନ୍ଦିର ଓ ତ୍ରିପୁରାର ପାହାଡ଼କାନ୍ଥରେ ଖୋଦିତ ସ୍ଥାପତ୍ୟ ସମେତ ଭାରତର ୩ଟି ନୂତନ ସାଂସ୍କୃତିକସ୍ଥଳୀ ‘ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀର ପ୍ରାରମ୍ଭିକ ତାଲିକାରେ ସ୍ଥାନ ପାଇଥିବା କଥା ମଙ୍ଗଳବାର ଦିନ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ କହିଛି।

‘ୟୁନେସ୍କୋ’ର ପ୍ରାରମ୍ଭିକ ଐତିହ୍ୟ ତାଲିକାରେ ରାଷ୍ଟ୍ରମାନେ ସୂଚନା ଦେବାକୁ ଚାହୁଁଥିବା ଐତିହ୍ୟସ୍ଥଳୀଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। କିନ୍ତୁ, ଏହା ଯେ, ‘ୟୁନେସ୍କୋ’ର ଚୂଡ଼ାନ୍ତ ତାଲିକାରେ ସାମିଲ କରାଯିବ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

‘ବିଶ୍ବ ଐତିହ୍ୟ ତାଲିକା’ରେ ସାମିଲ କରାଯିବା ନିମନ୍ତେ ସଦାସର୍ବଦା ଅଧିକ ସ୍ମାରକୀ ଓ ସ୍ଥାନ ନିରୂପଣ କରୁଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ ଧନ୍ୟବାଦ ଜଣାଇଛନ୍ତି।

ରେଡ୍ଡୀ କହିଛନ୍ତି, ବଡ଼ନଗର ମୁନିସପାଲିଟି ହେଉଛି ବହୁସ୍ତରୀୟ ଐତିହାସିକ ନଗରୀ। ଏହାର ଇତିହାସ ପ୍ରାୟ ଖ୍ରୀଷ୍ଟପୂର୍ବ ୮ମ ସମୟର। ଏହି ନଗରୀରେ ଏବେ ମଧ୍ୟ ବିଦ୍ୟମାନ ଥିବା ବହୁସଂଖ୍ୟକ ଐତିହାସିକ ଅଟ୍ଟାଳିକା ବିଶେଷକରି ଧାର୍ମିକ ଓ ଆବାସିକ ଶ୍ରେଣୀର।

ଉପରୋକ୍ତ ୩ଟି ସ୍ଥଳୀକୁ ମିଶାଇ ‘ୟୁନେସ୍କୋ’ର ପ୍ରାରମ୍ଭିକ ତାଲିକାରେ ସାଂସ୍କୃତିକ ବିବିଧତା ଓ ପ୍ରାକୃତିକ ଐଶ୍ବର୍ଯ୍ୟସମ୍ପନ୍ନ ଭାରତର ୫୨ଟି ସ୍ଥାନ ରହିଛି। ଗତବର୍ଷ ମଧ୍ୟ ଉକ୍ତ ତାଲିକାରେ ଭାରତ ୬ଟି ସ୍ଥାନ ଅନ୍ତର୍ଭୁକ୍ତ କରାଇଥିଲା। ସେଗୁଡ଼ିକ ହେଉଛି, ସାତପୁରା ବ୍ୟାଘ୍ର ସଂରକ୍ଷଣ, ନଦୀ ତଟରେ ଅବସ୍ଥିତ ପ୍ରଖ୍ୟାତ ଐତିହାସିକ ବାରାଣସୀ ନଗରୀ, ହିରେ ବେଙ୍କାଲ୍‌ର ମେଗାଲିଥିକ୍‌ ସ୍ଥଳୀ, ମହାରାଷ୍ଟ୍ରର ମରାଠା ସାମରିକ ଭାସ୍କର୍ଯ୍ୟ, ଜବଲପୁର ନର୍ମଦା ଉପତ୍ୟକାରେ ଥିବା ଭେଡ଼ାଘାଟ-ଲାମେତାଘାଟ ଏବଂ କାଞ୍ଚିପୁରମ୍‌ର ମନ୍ଦିରମାଳା।

20/12/2022

ଜମ୍ମୁ-କଶ୍ମୀରରେ ୩ ଲସ୍କର ଆତଙ୍କବାଦୀକୁ ନିପାତ କଲେ ସୁରକ୍ଷାକର୍ମୀ

ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ଭୋର ସମୟରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଏଯାବତ୍‌ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ।

ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ଆଗରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅପରେସନ ଚାଲିଥିବା ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

19/12/2022

ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ: ସାଢ଼େ ୧୧ଟାରୁ ଟିକେଟ ବିକ୍ରି ଆରମ୍ଭ, ଭୋର ୪ଟାରୁ କାଉଣ୍ଟର ଆଗରେ ଲମ୍ବାଧାଡ଼ି

ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଜନସାଧାରଣ ଉତ୍ସାହିତ ଅଛନ୍ତି। ଟିକେଟ ପାଇବା ଲାଗି ଭୋର ୪ଟାରୁ ଲୋକେ ଲମ୍ବାଧାଡ଼ି ଲଗାଇଛନ୍ତି। ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦିନ ସାଢ଼େ ୧୧ଟା ରୁ ଟିକେଟ ବିକ୍ରି ହେବ। ଭୋର ୪ଟା ରୁ ଉଭୟ ପୁରୁଷ ଓ ମହିଳାଙ୍କ ଲମ୍ବା ଲାଇନ ଲଗାଇ ସାରିଲାଣି।

ଆଜି(ଡିସେମ୍ବର ୧୯) ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟରେ ହକି ଟିକେଟ୍ ମିଳିବ। ସେହିପରି ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ପାଇପାରିବେ।

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ସେହିଭଳି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଓ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପାଇଁ ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦ ଆଉ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ହକି ବିଶ୍ବକପରେ ଭାରତ ଜାନୁଆରି ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ।

Photos from Mo Nuapada's post 17/12/2022

ଘରେ ପହଞ୍ଚି କୋଟିପତି ହେଲା ଦର୍‌ଘାରେ ଭିକ ମାଗି ଚଳୁଥିବା ୧୦ ବର୍ଷିୟ ବାଳକ

ରୁଡ଼କୀ ନିକଟସ୍ଥ ପିରାନ୍‌ କାଲିୟାର୍‌ ଶରୀଫ୍‌ ପରିସର ଭିତରେ ଓ ବାହାରେ ଭିକ୍ଷାମାଗି ଚଳୁଥିବା ଜଣେ ମଳିମୁଣ୍ଡିଆ ବାଳକ ସମ୍ପ୍ରତି ଘରକୁ ଫେରି କୋଟିପତି ହୋଇଯାଇଛି।

ସଂଗୃହୀତ ସୂଚନା ଅନୁସାରେ, ସେ ବାଳକଜଣକ ହେଉଛି ବର୍ଷେରୁ ଅଧିକ ହେବ ହଜି ଯାଇଥିବା ୧୦ ବର୍ଷିୟ ଶାହଜେବ୍‌ ଆଲାମ୍‌।

ଶାହଜେବ୍‌ ହେଉଛି ଉତ୍ତର ପ୍ରଦେଶର ସହାରଣପୁର ଜିଲ୍ଲା ଅନ୍ତର୍ଗତ ପଣ୍ଡୌଲୀ ଗ୍ରାମର ବାସିନ୍ଦା ମହମ୍ମଦ୍‌ ନୱେଦ୍‌ ଓ ଇମ୍‌ରାନା ବେଗମ୍‌ଙ୍କର ଏକମାତ୍ର ସନ୍ତାନ। ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୯ରେ ମହମ୍ମଦ୍‌ ନୱେଦ୍‌ଙ୍କର ମୃତ୍ୟୁ ଘଟିଥିଲା। ନୱେଦ୍‌ଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ଇମ୍‌ରାନା ପୁଅ ଶାହଜେବ୍‌କୁ ନେଇ ଯମୁନାନଗରରେ ଥିବା ବାପଘରେ ରହୁଥିଲେ। ପରେ ସେ ରୋଜଗାର ଆଶାରେ ପିରାନ୍‌ କାଲିୟାର୍‌କୁ ଯାଇ ଏଣୁତେଣୁ କାମ କରି ଗୁଜରାଣ ମେଣ୍ଟାଇଲେ।

ଶାହଜେବ୍‌ର ଦୁର୍ଯୋଗକୁ ୨୦୨୧ରେ ଇମ୍‌ରାନାଙ୍କର କ‌ୋଭିଡ୍‌-୧୯ ଯୋଗୁଁ ମୃତ୍ୟୁ ଘଟିଲା। ତେଣୁ, ପଡ଼ୋଶୀମାନେ ଶାହଜେବ୍‌ଙ୍କୁ ପରାମର୍ଶ ଦେଲେ କି, ସେ ଯାଇ ପିରାନ୍‌ କାଲିୟାର୍‌ ଶରୀଫ୍‌ ଦର୍‌ଘାରେ ଆଶ୍ରୟ ନେଉ। ଶେଷରେ ବାପାମାଆ ଛେଉଣ୍ଡ ଶାହଜେବ୍‌ ତାହାହିଁ କଲା ଓ ଭିକମାଗି ଚଳିଲା।

କିନ୍ତୁ, ଶାହଜେବ୍‌କୁ ଜଣା ନ ଥିଲା ଯେ, ତା’ର ଜେଜେ ମହମ୍ମଦ୍‌ ୟାକୁବ୍‌ ତାଙ୍କ ସ୍ଥାବର ସମ୍ପତ୍ତିରୁ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ତା’ ନାଁରେ (ଶାହ୍‌ଜେବ୍‌) ‘ୱିଲ୍‌’ କରିଯାଇଛନ୍ତି ବୋଲି। ୨୦୨୧ରେ ଜେଜେ ୟାକୁବ୍‌ଙ୍କ ମୃତ୍ୟୁ ପରେ ଆଇନଗତ ଭାବେ ଗୋଟାଏ ୨ ତାଲା କୋଠା ଓ ୫ ଭିଗା ଜମି ଶାହ୍‌ଜେବ୍‌ ନାଁକୁ ଗଲେ ବି ଶାହ୍‌ଜେବ୍‌ର ପତ୍ତା ମିଳୁ ନ ଥିଲା।

ବାଧ୍ୟ ହୋଇ ଶାହ୍‌ଜେବ୍‌ର ଆତ୍ମୀୟମାନେ ଚାରିଆଡ଼େ ଏ ଖବର ପ୍ରଘଟ କରିଦେବା ପରେ ଗତ ବୁଧବାର ଦିନ ଜାଣିଲେ ସେ ପିରାନ୍‌ କାଲିୟାର୍‌ରେ ଭିକମାଗି ଚଳୁଛି। ତୁରନ୍ତ ସେମାନେ ଆସି ଶାହ୍‌ଜେବ୍‌କୁ ସାଥିରେ ନେଇଗଲେ।

ଶାହ ଆଲାମ୍‌ ନାମରେ ଶାହ୍‌ଜେବ୍‌ଙ୍କର ଜଣେ ଆତ୍ମୀୟ କହିଛନ୍ତି, ଶାହ୍‌ଜେବ୍‌କୁ ଫେରି ପାଇଥିବାରୁ ଆମ ପରିବାରରେ ମହୋତ୍ସବ ପାଳନ ହେବା ପରି ଲାଗୁଛି। ଆମେ ତାକୁ ପାଇବାର ସବୁ ଆଶା ଛାଡ଼ିଦେଇଥିଲୁ।

16/12/2022

ଜର୍ମାନି : ବିଶାଳ ଆକ୍ବାରିୟମ ଫାଟିଯିବାରୁ ରାସ୍ତାରେ ବନ୍ୟା, ବୁଲିଲେ ୧୫ ଶହ ମାଛ

ଜର୍ମାନିରେ ଏକ ଅଜବ ଘଟଣା ଘଟିଛି । ଗୋଟିଏ ହୋଟେଲରେ ଥିବା ଏକ ଆକ୍ବାରିୟମ ଫାଟିଯିବାରୁ ସେଥିରେ ଥିବା ପାଣି ବାହାରି ହୋଟେଲ ଓ ପାଖରେ ଥିବା ରାସ୍ତାରେ ଏକ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଥିଲା । ପୁଣି ଆକ୍ବାରିୟମରେ ଥିବା ପ୍ରାୟ ୧୫୦୦ ମାଛ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖାଯାଇଥିଲା ।

ଘଟଣାଟି ଘଟିଛି କେନ୍ଦ୍ରୀୟ ବର୍ଲିନରେ । ସେଠାରେ ଥିବା ରାଡିସନ କଲେକ୍ସନ ହୋଟେଲରେ ଏକ ବୃହତ୍ ଆକ୍ବାରିୟମ ଥିଲା । ଏତେ ବହତ ଯେ ତାହାର ଉଚ୍ଚତା ପ୍ରାୟ ୫୨ ଫୁଟ ହେବ ଅର୍ଥାତ ଗୋଟିଏ ୫ ମହଲା କୋଠା ପରି ଉଚ୍ଚା ହେବ । ଶୁକ୍ରବାରଦିନ ତାହା ହଠାତ ଫାଟିଯିବାରୁ ସେଥିରେ ଥିବା ପାଣି ହୋଟେଲର ଲବିକୁ ଭସାଇନେବା ସହ ହୋଟେଲ ଆଗ ରାସ୍ତାରେ ଏକ ସାମୟିକ ବନ୍ୟା ସୃଷ୍ଟି କରିଥିଲା । ଏଥିରେ ଥିବା ପ୍ରାୟ ୧୫୦୦ ମାସ ବାହାରି ଆସିବା ସହ ହୋଟେଲର ଲବି ଓ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖାଯାଇଥିଲା ।

ଏହି ଘଟଣାରେ ୨ଜଣ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନିୟନ୍ତ୍ରଣ କରିବାକୁ ହୋଟେଲ ପକ୍ଷରୁ ପ୍ରାୟ ୧୦୦ ଜଣ ଦମକଳ କର୍ମୀ ଓ ସହାୟତା କର୍ମୀଙ୍କୁ ଡକାଇବାକୁ ପଡ଼ିଥିଲା । କେଉଁ କାରଣରୁ ଏହି ଆକ୍ବାରିୟମଟି ଫାଟିଯାଇଥିଲା ତାହାର ତଦନ୍ତ କରାଯାଉଛି ।

15/12/2022

ଜାନୁଆରି ୧ରୁ ଶ୍ରୀମନ୍ଦିର ଭିତରକୁ କେହି ବି ନେଇପାରିବେନି ମୋବାଇଲ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପରିଚାଳନା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ସେବାୟତ ଓ କର୍ମଚାରୀମାନେ ମଧ୍ୟ ମୋବାଇଲ ଫୋନ୍‌ ଶ୍ରୀମନ୍ଦିର ଭିତରକୁ ନେଇ ପାରିବେ ନାହିଁ। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଜନସାଧାରଣ, ପୁଲିସ,‌ ସେବାୟତ ଓ କର୍ମଚାରୀଙ୍କୁ ମୋବାଇଲ ଫୋନ୍‌ ବାହାରେ ରଖିବାକୁ ପଡ଼ିବ। ମୋବାଇଲ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ନିୟମ ଉଲ୍ଲଂଘନ କରି ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେଇକି ‌ଯିବେ, ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଜିରବୈଠକରେ ଜିଲ୍ଲପାଳ ସମର୍ଥ ବର୍ମା, ଏସ୍‌ପି କେ ବିଶାଳ ସିଂ, ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

14/12/2022

ଭଲ ଖବର: ସ୍କୁଲ୍‌ମୁହାଁ ହେଲେ ଦାଦନ ପିଲା

ବାପାମା’ ଦାଦନ ଖଟିବାକୁ ଗୋଆ କି ମୁମ୍ବାଇ ଯାଇଛନ୍ତି, ଠିକ୍‌ରେ ଜାଣି ନଥିଲା ଦୀପା। ବାଲିଶଙ୍କରା ବ୍ଲକ୍‌ ଛତିଶଗଡ଼ ସୀମାନ୍ତ ତିଲେଇକାନି ପଞ୍ଚାୟତର ଏକ ବଣପାହାଡ଼ ଘେରା ଗାଁ ବନୁଯୋରରେ ଏକ ଝାଟିମାଟି କୁଡ଼ିଆରେ ଆଖିକୁ ଦିଶୁ ନଥିବା ବୁଢ଼ୀଆଈ ଓ ୫ ବର୍ଷର ସାନଭଉଣୀ ସହ ରହୁଥିଲା ୯ ବର୍ଷର ଝିଅ ଦୀପା। ପଢ଼ିବାକୁ ଭାରି ଇଚ୍ଛାଥିଲା ତା’ର। ହେଲେ ଘରେ ବହୁତ କାମ, ବହୁତ ଦାୟିତ୍ବ। କଅଁଳକାନ୍ଧରେ ବୁଢ଼ୀଆଈ ଓ ୫ ବର୍ଷର ସାନଭଉଣୀର ଭାର। ତେଣୁ ସକାଳୁସଞ୍ଜ ଯାବତୀୟ ଘରକାମରେ ବ୍ୟସ୍ତ ଥିବା ଦୀପା ଭାଗ୍ୟରେ କେବେ ନୀଳଫ୍ରକ୍‌ ଓ ବହିବସ୍ତାନି ଜୁଟୁ ନଥିଲା। ଗରିବ କପାଳରେ ପାଠନାହିଁ କହି ନିରୀହ ମନକୁ ବୁଝାଇ ଦେଉଥିଲା। କେବଳ ଏକା ଦୀପା ନୁହେଁ, ଗାଁର ଅନେକ କୁନିଝିଅଙ୍କ କାନ୍ଧରେ ଏମିତି ଘରର ବୋଝ ଲଦି ହୋଇଥିଲା। ଏବେ କେବଳ ଦୀପା ନୁହେଁ, ଅନ୍ୟ ଦାଦନ ପିଲା ଏବେ ସ୍କୁଲ୍‌ ମୁହଁା ହୋଇଛନ୍ତି।

ସେତେବେଳେ ସହରୀ ସଭ୍ୟତାଠାରୁ ବହୁଦୂରରେ ଥିଲା ବନୁଯୋର। ଜଙ୍ଗଲ ଭିତରେ ଏଠିସେଠି ପୁଞ୍ଜା ପୁଞ୍ଜା ଝାଟିମାଟିର ଘରକୁ ନେଇ ଗଢ଼ି ଉଠିଥିବା ଦୁଇଶହ ପରିବାରର ଗାଁ। ଜୀବନଜୀବିକା ପାଇଁ ଯୁଝୁଥିଲେ ଗଁାର ଲୋକମାନେ। ଘରେ କୁନିପିଲା ଓ ବୁଢ଼ାବୁଢ଼ୀଙ୍କୁ ଛାଡ଼ି ବାପାମା’ ଦାଦନ ଖଟିବାକୁ ଚାଲି ଯାଉଥିଲେ। ଭୋକ ସହ ଯୁଝୁଥିବାବେଳେ ପାଠର ମୂଲ୍ୟ ବୁଝିବାକୁ ସେମାନଙ୍କ ପାଖରେ ସମୟ ବା କେଉଁଠି ଥିଲା! ଦିନେ ଦୀପା ଓ ଅନ୍ୟପିଲାଙ୍କ ପାଖରେ ପହଞ୍ଚିଥିଲେ କୁଞ୍ଜଲତା ଓ ଜୟନ୍ତୀ। ବନୁଯୋର ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ। ନାଳକଡ଼େ ଥିବା ଘରଘର ବୁଲି ପିଲାଙ୍କ କାନ୍ଧରେ ବହିବସ୍ତାନି ଦେଇଥିଲେ ଦୁହେଁ। ଏହାପରେ, ଘରେ ସାନପିଲାଙ୍କୁ ସମ୍ଭାଳୁଥିବା ପୁଅଝିଅ ବିଦ୍ୟାଳୟମୁହାଁ ହୋଇଥିଲେ।

୧୯୭୨ରେ ତତ୍କାଳୀନ ସରପଞ୍ଚ ସ୍ବର୍ଗତ କଲୀନ୍ଦ୍ର ସେଠ୍ ଓ ୱାର୍ଡସଭ୍ୟ ସିରିଲ ଲାକଡ଼ାଙ୍କ ଉଦ୍ୟମରେ ମାତ୍ର ୧୦-୧୫ ପିଲାଙ୍କୁ ନେଇ ଜଣକ ଘରବାରଣ୍ଡାରେ ଆରମ୍ଭ ହୋଇଥିଲା ଏହି ବିଦ୍ୟାଳୟ। ୧୯୮୯ରେ ସରକାରୀ ଅନୁଦାନରେ ଦୁଇବଖରାର ଏକ ଆଜ୍‌ବେଷ୍ଟସ୍‌ ଶ୍ରେଣୀଗୃହ ତିଆରି ହୋଇଥିଲା। କିନ୍ତୁ, ୨୦୦୦ ମସିହାରେ ପିଲାସଂଖ୍ୟା କମ୍ ଥିବା ଦର୍ଶାଇ ସରକାର ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ। ୧୨ ବର୍ଷ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଗଲା। ବହୁ ଦାବିପରେ ୨୦୧୨ରେ ପୁଣି ବିଦ୍ୟାଳୟର ତାଲା ଫିଟିଲା। ସେହିବର୍ଷ ଯୋଗଦେଇଥିବା ଶିକ୍ଷୟିତ୍ରୀ ଜୟନ୍ତୀ ମିଞ୍ଜ ଓ କୁଞ୍ଜଲତା ବିଦ୍ୟାଳୟକୁ ବଞ୍ଚାଇବାକୁ ଅଣ୍ଟାଭିଡ଼ିଲେ। ଏଥିସହିତ, ଦାଦନପିଲାଙ୍କୁ ପାଠପଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଜୟନ୍ତୀଙ୍କ ବଦଳି ପରେ ଏକା ହୋଇଯାଇଥିଲେ କୁଞ୍ଜଲତା। ନିଜର ଉଦ୍ୟମ ଜାରି ରଖିବା ସହିତ, ବଣମୁଲକରେ ମଣିଷ ଗଢ଼ୁଛନ୍ତି ସେ।

13/12/2022

କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଚିହ୍ନଟ; ଜାଣନ୍ତୁ କ’ଣ ଏହି ଭାଇରସ୍‌ ଓ କିପରି ବ୍ୟାପେ?

କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ରାଇଚୁର୍‌ ଜିଲ୍ଲାରେ ଜଣେ ୫ ବର୍ଷୀୟା ଝିଅ ନିକଟରେ ଏହି ଭାଇରସ୍‌କୁ ଗତକାଲି (ସୋମବାର) ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍‌ ମାମଲା।

ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାର ଏହି ଭ‌ାଇରସ୍‌ ବିରୋଧରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ ଆଶ୍ବାସନା ଦେଇଛନ୍ତି।

ଏହା ପୂର୍ବରୁ ଡିସେମ୍ବର ୮ ତାରିଖରେ ପୁଣେରେ ଏକ ଜିକା ଭାଇରସ୍‌ ମାମଲା ଚିହ୍ନଟ ହୋଇଥିଲା। ୫ ତାରିଖରେ ପରୀକ୍ଷା ପାଇଁ ୩ଟି ନମୁନା ପଠାଯାଇଥିବା ବେଳେ ସେଥିରୁ ୨ଟି ନେଗେଟିଭ୍‌ ଆସିଥିଲା ଓ ଜଣଙ୍କ ଶରୀରରେ ଜିକା ଭାଇରସ୍‌ ଚିହ୍ନଟ ହୋଇଥିଲା।

ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ବାରା ଜିକା ସଂକ୍ରମଣ ହୁଏ, ଯେଉଁ ମଶା ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜିକା ଭୂତାଣୁ ସଂକ୍ରମଣର ଲକ୍ଷଣ ମଧ୍ୟରେ ଅଛି ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି। ଡେଙ୍ଗୁ ଭଳି ଅନ୍ୟ ରୋଗରେ ବି ଅନୁରୂପ ଲକ୍ଷଣ ପ୍ରକାଶ ପାଇଥାଏ। ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ।

Photos from Mo Nuapada's post 12/12/2022

ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ; ଯୋଗ ଦେବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ୨୦୦ ସାଧୁ

ଆଜି ବହୁ ବିଶିଷ୍ଟ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ ଶପଥ ଗ୍ରହଣ କରିବେ।

ତାଙ୍କ ପରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରାୟ ୨୫ଜଣ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ।

ଗାନ୍ଧୀନଗରରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରୀ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ।

ସେହିପରି, ‘ବିଜେପି’ ଶାସିତ ରାଜ୍ୟ ଓ ତା’ର ମେଣ୍ଟ ଦଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭୂପେନ୍ଦ୍ର ପଟେଲ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଏହି ତାଲିକାରେ ଅଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସମାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ।

ଗୁଜରାଟରେ ନିର୍ବାଚନ ପ୍ରଚାର କରିଥିବା ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା, ବରିଷ୍ଠ ନେତା ବି. ଏଲ୍‌. ସନ୍ତୋଷ ଏବଂ ସାଂସଦମାନେ ବି ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ।

ଗାନ୍ଧୀନଗରସ୍ଥିତ ହେଲିପ୍ୟାଡ୍‌ ହେଉଛି ଶପଥ ଗ୍ରହଣ ସ୍ଥଳୀ। ସେଠାରେ ୩ଟି ବିଶାଳ ମଞ୍ଚ ନିର୍ମାଣ କରାଯାଇଛି। ମଝିରେ ଅବସ୍ଥିତ ମଞ୍ଚରେ ବସିବେ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍‌।

ମୁଖ୍ୟ ମଞ୍ଚର ବାମପାର୍ଶ୍ବରେ ପ୍ରସ୍ତୁତ ମଞ୍ଚରେ ଉପବିଷ୍ଟ ହେବେ ରାଜ୍ୟରୁ ଆସିଥିବା ୨୦୦ ସାଧୁସନ୍ଥ। ସେମାନଙ୍କୁ ସ୍ବତନ୍ତ୍ର ଭାବେ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।

ଦର୍ଶକ ଭାବେ ସବୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଥିଲେ ବି ପଟିଦାର, ଅନ୍ୟାନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୨୦୨୪ ଲୋକସଭା ଏବଂ ୨୦୨୬ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରତି ଧ୍ୟାନ ଦିଆଯାଇ ଏସବୁ ବ୍ୟବସ୍ଥା କରାଯାଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ।

10/12/2022

ଘରେ ପଶି ୨୪ ବର୍ଷୀୟ ଯୁବତୀଙ୍କ ଅପହରଣ କରିନେଲେ ଶତାଧିକ ଯୁବକ; ୧୬ ଗିରଫ

ଶୁକ୍ରବାର ଦିନ ତେଲେଙ୍ଗାନା ରାଜଧାନୀର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଅତିବଲା ଅଞ୍ଚଳରେ ଥିବା ବାସଭବନରେ ଅନ୍ୟୂନ ୧୦୦ଜଣ ଯୁବକ ବଳପୂର୍ବକ ପ୍ରବେଶ କରି ଅପହରଣ କରି ନେଇଥିବା ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ତେଲେଙ୍ଗାନା ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କ ମଧ୍ୟରୁ ଏଯାବତ୍‌ ୧୬ଜଣଙ୍କୁ ଗିରଫ କରାଯାଇଛି ଏବଂ ଅପହୃତା ଯୁବତୀଙ୍କୁ ୬ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଛି। ବାକି ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗରିଫ କରାଯିବ। ଅଭିଯୁକ୍ତମାନଙ୍କ ନାମରେ ନରହତ୍ୟା ଓ ଅପହରଣ ଅଭିଯୋଗ ହୋଇଛି। ଅପହୃତା ଯୁବତୀଜଣକ ଦନ୍ତରୋଗ ବିଶେଷଜ୍ଞା।

ଯୁବତୀଙ୍କ ପିତାମାତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୦୦ଜଣ ଯୁବକ ଜବରଦସ୍ତି ତାଙ୍କ ଘରେ ପ୍ରବେଶ କରି ଝିଅ ବୈଶାଳୀକୁ ଉଠାଇ ନେବା ସହିତ ଘର ଭଙ୍ଗାରୁଜା କରିଛନ୍ତି।

ଏହି ଘଟଣାର ଗୋଟାଏ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯୁବକମାନେ ଉକ୍ତ ଯୁବତୀଙ୍କ ଆତ୍ମୀୟମାନଙ୍କୁ ମାରଧର କରୁଥି‌ବା ଦୃଶ୍ୟ ସେଥିରେ ରହିଛି।

ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ନବୀନ ରେଡ୍ଡୀ ପୁଲିସକୁ କହିଛନ୍ତି ଯେ, ବୈଶାଳୀ ଓ ସେ ବିବାହ କରିସାରିଥିଲେ। କିନ୍ତୁ, ବୈଶାଳୀ ଦନ୍ତ ଚିକିତ୍ସକ ହେବା ପରେ ତା’ର ବାପାମାଆଙ୍କ ମନୋଭାବ ବଦଳିଗଲା।

ସୂଚନା‌ଯୋଗ୍ୟ, ୨୬ ବର୍ଷିୟ କେ. ନବୀନ ରେଡ୍ଡୀଙ୍କର ସହରର ବିଭିନ୍ନ ପ୍ରାନ୍ତରେ ‘ଚେନ୍‌ ଟି ଆଉଟ୍‌-ଲେଟ୍‌’ (ଚା ଦୋକାନ) ରହିଛି।

Videos (show all)

Bismaya balika

Website