Biplab Mishra Fans
This is a page of the followers, sympathisers and people who love Biplab Mishra.
ଆଜି ଚମ୍ପୁଆ ବ୍ଲକ ର ଦଳିତା ରେ ବ୍ଲକ ଗାଁ ସାଥୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ର ସମସ୍ତ ଗ୍ରାମରୁ ଦୁଇଜଣ ଲେଖାଏଁ ଗାଁ ସାଥୀ ଯୋଗଦେଇଥିଲେ l ଗାଁ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଆସନ୍ତା ଶୁକ୍ରବାର ଦିନ ବ୍ଲକ ଘେରାଉ କରାଯିବା ପାଇଁ ନିଷ୍ପତି ନିଆଗଲା l ଚମ୍ପୁଆ ବ୍ଲକ ଗାଁ ସାଥୀ ସଂଘର ସଭାପତି ପରମାନନ୍ଦ ମହାନ୍ତ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ବ୍ଲକ କଂଗ୍ରେସ ସଭାପତି ରଣଜିତ ବେହେରା, ଜିଲ୍ଲା ଗାଁ ସାଥୀ ସଂଘର ସଭାପତି ଗୋବିନ୍ଦ ମହାନ୍ତ, ବ୍ଲକ ଗାଁ ସାଥୀ ସଂଘ ର ସମ୍ପାଦକ ବିଭୁତି ପ୍ରଧାନ ସମେତ ଶତାଧିକ ଗାଁ ସାଥୀ ଯୋଗ ଦେଇଥିଲେ l ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ବିପ୍ଳବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାଁ ସାଥୀ ମାନଙ୍କ ଏହି ଲଢେଇ ରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ l
ଜାତୀୟ ସମ୍ବିଧାନ ଦିବସ ଅବସରରେ ବାବାସାହେବ ଭୀମରାଓ ଆମ୍ବେଦକର ଙ୍କୁ ସ୍ମରଣ କଲାବେଳେ ଆଜି ଦେଖିବାକୁ ପଡିବ ସ୍ୱାଧୀନତା, ସମାନତା, ଅଖଣ୍ଡତା ଭାଇଚାରା କେତେ ସୁରକ୍ଷିତ l ସାମ୍ବିଧାନିକ ମୂଲ୍ୟବୋଧ କୁ ଆମେ କେତେ ସଂମ୍ମାନ ଦେଉଛନ୍ତି ଏବଂ ପାଳନ କରୁଛନ୍ତି l
Login to your Canva account Login to access and create your next design.
କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର ଙ୍କ ପିତା ଧନୁର୍ଜୟ ମିଶ୍ର ଙ୍କ 97 ବର୍ଷ ବୟସରେ ଆଜି ତିରୋଧାନ ହୋଇ ଯାଇଛି l କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ l ଜଣେ ଆଦର୍ଶ ଶିକ୍ଷକ ଭାବେ ଜଣାଶୁଣା ଶ୍ରୀଯୁକ୍ତ ମିଶ୍ର ଅବସର ପରେ କିଛିଦିନ ପାଇଁ ଦୈନିକ ସମ୍ବାଦ ରେ ସାମ୍ବାଦିକତା କରୁଥିଲେ l ସମାଜ ସେବାରେ ନିଜକୁ ନିୟୋଜିତ କରି ଜୀବନ ର ଶେଷ ପର୍ଯନ୍ତ ନିଜ ଗାଁ ଜ୍ୟୋତିପୁର ର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ l ରାସ୍ତା, ସ୍କୁଲ, ଡାକ୍ତରଖାନା, ମନ୍ଦିର ଇତ୍ୟାଦିର ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥଲେ l ତାଙ୍କ ବିୟୋଗ ରେ ଶୋକର ଛାୟା ଖେଳିଯାଇଛି l
II ହରିଚନ୍ଦନପୁର ବ୍ଲକ କଂଗ୍ରେସ ର ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ll
ତା : 09.02.2023 ରିଖ ଗୁରୁବାର ଦିନ ହରିଚନ୍ଦନପୁର ବ୍ଲକ ର ସମସ୍ତ ପଂଚାୟତ ର କଂଗ୍ରେସ ନେତୃବୃନ୍ଦ ଙ୍କୁ ନେଇ ଠାକୁରପଡା ଠାରେ ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ଅନେକ ଉତ୍ସାହ ଓ ଉଦ୍ଦୀପନା ସହ ସଫଳରୂପେ ଅନୁଷ୍ଠିତ ହୋଇଥିଲା l 500 ରୁ ଉର୍ଦ୍ଧ କର୍ମକର୍ତା ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମ ରେ ହରିଚନ୍ଦନପୁର ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମଣ ମହାନ୍ତ ଅଧ୍ୟକ୍ଷତା କରିଥିଲେ lଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ମୁଖ୍ୟ ଅତିଥି, ହାତ କୁ ହାତ ଯୋଡ ଜିଲ୍ଲା ସଂଯୋଜକ ଉତ୍ତମ କୁମାର ସାହୁ
ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ l ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ବସନ୍ତ ପୃଷ୍ଟି, ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ସୁରଥ ଚନ୍ଦ୍ର ସାହୁ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ର ଜିଲ୍ଲା ସଂଯୋଜକ ସୁଦର୍ଶନ ପାଇକରାୟ, କିସାନ କଂଗ୍ରେସ ର କୈଳାସ ମହାନ୍ତ, ବ୍ଲକ କଂଗ୍ରେସ ସମ୍ପାଦଜ ଶରତ କୁମାର ସାହୁ, ପ୍ରମୋଦ କୁମାର ବେହେରା, ଯୁବ କଂଗ୍ରେସ ର ସୁଧାଂଶୁ ସାହୁ ପ୍ରମୁଖ ନିଜ ବକ୍ତବ୍ୟ ରଖି କଂଗ୍ରେସ କୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ lମୁଖ୍ୟ ଅତିଥି ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ
ମୋଦି ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବେକାରୀ, ଦରଦାମ ଵୃଦ୍ଧି, ଭୁଷୁଡ଼ି ପଡ଼ିଥିବା ଅର୍ଥନୀତି, ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ସ୍ୱାଧୀନତା କୁ ନଷ୍ଟ କରିବା ସମ୍ପର୍କରେ ଆଲୋକପାତ କରିଥିଲେ l କେନ୍ଦ୍ରର ବିଜେପି ଏବଂ ରାଜ୍ୟ ର ବିଜେଡି ସରକାର ଙ୍କ ସାଲାକୁସ୍ତି ସମ୍ପର୍କରେ ବର୍ଣନା କରି ଖୁବ ବର୍ଷି ଥିଲେ l
ଘସିପୁରା ବ୍ଲକ ବରପଦା ଠାରେ ହାତ ରେ ହାତ ଯୋଡ କାର୍ଯ୍ୟକ୍ରମ ଅବସରରେ....
ଘସିପୁରା ବ୍ଲକ ବରପଦା ଠାରେ ଜଂଗ୍ରେସ ର ହାତ ରେ ହାତ ଯୋଡ କାର୍ଯ୍ୟକ୍ରମ ଅବସରରେ....
ସ୍ଥାନୀୟ ଗୁଜୁରାଟୀ ସମାଜ ପରିସରରେ ଜନ ଶିକ୍ଷଣ ସଂସ୍ଥାନ, କେନ୍ଦୁଝର ଦ୍ୱାରା ଆୟୋଜିତ କୌଶଳ ଦୀକ୍ଷାନ୍ତ ସମାରୋହ ରେ ଯୋଗ ଦେଲି l
ଆଜି ଘଟଗାଁ ରେ
କରୋନା ନିୟମାବଳୀ ଅନୁଯାୟୀ ଆଜି ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର । ଏକ ସମୃଦ୍ଧ, ଶକ୍ତିଶାଳୀ ଓଡିଶା ଗଢିବା ପାଇଁ ପ୍ରତ୍ୟେକ ନାଗରିକ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଆହ୍ଵାନ ଦେଇଥିଲେ l
ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀ ସମ୍ମିଳନୀ
Cycle Rally by Congress at Keonjhar protesting against price hike of petrol,diesel,cooking gas & edible oil and demanding minimum support price of paddy to Rs.2930/- and extending the date of paddy procurement to July 25th.
Demonstration in front of a different Block offices all over the district by Congress Party protesting against the skyrocketing price hike on petrol,diesel, cooking gas and edible oil and also demanding to increase the MSP of paddy to Rs. 2930/- and to extend the date of token for procurement of paddy till July 25th. We are thankful for the massive response of people.
ମନ୍ତବ୍ୟ : ବିବାଦରେ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମନ୍ତବ୍ୟ : ବିବାଦରେ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର News is Odisha's fastest-growing news channel ...