Odia Health Guide

Odia Health Guide

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଓଡ଼ିଆରେ

01/09/2024

ଇମ୍ପେଟିଗୋ (Impetigo)
--------------------------------
- ଇମ୍ପେଟିଗୋ ହେଉଛି ଏକ ଚର୍ମ ରୋଗ ଯାହା ସାଧାରଣତଃ ୨ ରୁ ୫ ବର୍ଷ ବୟସର ଛୋଟ ପିଲା ମାନଙ୍କ ଠାରେ ଦେଖା ଯାଏ, ଯଦିଓ ଏହା ଯେକୌଣସି ବୟସର ବ୍ୟକ୍ତିକୁ ସଂକ୍ରମିତ କରି ପାରେ ।
- ଚର୍ମର ଉପର ସ୍ତରରେ ଜୀବାଣୁ ସଂକ୍ରମଣ ଯୋଗୁଁ ଏହି ରୋଗ ହୋଇ ଥାଏ ।
- ଏହା ମୁଖ୍ଯତଃ ଷ୍ଟାଫାଇଲୋକୋକୋଶ୍ ଅରିୟସ୍ (Staphylococcus aureus) କିମ୍ବା ଷ୍ଟ୍ରେପ୍ଟୋକୋକୋଶ୍ ପାଇୟୋଜେନ୍ (Streptococcus pyogenes) ନାମକ ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇ ଥାଏ ।
- ଏହା ସାଧାରଣତଃ ମୁହଁ, ହାତ, ଏବଂ ଗୋଡରେ ଦେଖା ଯାଇ ଥାଏ ।
- ଇମ୍ପେଟିଗୋ ଦୁଇ ପ୍ରକାରର ହୋଇପାରେ - ୧. ନନ୍-ବୁଲୋସ୍ ଇମ୍ପେଟିଗୋ କିମ୍ଵା ୨. ବୁଲୋସ୍ ଇମ୍ପେଟିଗୋ।

କିପରି ହୋଇ ଥାଏ?
------------------------
- ଚର୍ମରେ କୌଣସି ପ୍ରକାର ଖଣ୍ଡିଆ ବା ଘା ହୋଇ ଥିଲେ ସେହି ମାଧ୍ୟମ ଦେଇ ଜୀବାଣୁ ପ୍ରବେଶ କରି ଏହି ରୋଗ କରି ଥାଆନ୍ତି ।
- ଏହି ରୋଗଟି ଅତ୍ୟଧିକ ସଂକ୍ରାମକ ଅଟେ ।
- ରୋଗୀର ସିଧା ସଳଖ ସଂସ୍ପର୍ଶ ରେ ଆସିଲେ କିମ୍ଵା ରୋଗୀ ବ୍ୟବହାର କରି ଥିବା ଲୁଗା ଓ କପଡା ଇତ୍ୟାଦିକୁ ଅନ୍ୟମାନେ ବ୍ୟବହାର କଲେ ଏହି ରୋଗ ଅତି ସହଜରେ ବ୍ୟାପୀ ଥାଏ ।
- ଜନ ଗହଳି ସ୍ଥାନ ଗୁଡିକରେ ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହି ଥାଏ ।

ଲକ୍ଷଣ
---------
- ନନ୍-ବୁଲୋସ୍ ଇମ୍ପେଟିଗୋ ହୋଇଥିଲେ, ନାକ କିମ୍ଵା ପାଟିର ଚାରି ପଟେ ଛୋଟ ଛୋଟ ପାଣି ଫୋଟକା ଗୁଡ଼ିକ ବାହାରି ଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଫୋଟକା ଗୁଡ଼ିକ ଫାଟି ହଳଦିଆ ରଙ୍ଗ ବା ମହୁ ସଦୃଶ ରଙ୍ଗର ଖୋଳୋପା ରେ ପରିବର୍ତ୍ତିତ ହୋଇ ଥାଆନ୍ତି । ସ୍ଥାନଟି ସାମାନ୍ୟ କୁଣ୍ଡେଇ ହୋଇଥାଏ ।

- ବୁଲୋସ୍ ଇମ୍ପେଟିଗୋ ହୋଇଥିଲେ, ଦେହ, ହାତ ଏବଂ ଗୋଡ଼ରେ ବଡ଼ ବଡ଼ ପାଣି ଫୋଟକା ଗୁଡ଼ିକ ବାହାରି ଥାଏ । ଏହି ଫୋଟକା ଗୁଡ଼ିକ ଅତି ସହଜରେ ଫାଟି ଯାଆନ୍ତି ଏବଂ ସ୍ଥାନଟି ନାଲି ପଡି ଯାଏ । ସ୍ଥାନଟି ଯନ୍ତ୍ରଣାଦାୟକ ହୋଇପାରେ ।

ଚିକିତ୍ସା
---------
- ସଠିକ୍ ଔଷଧ ଖାଇଲେ ଏହି ରୋଗଟି ଅତି ସହଜରେ ଠିକ୍ ହୋଇ ଯାଏ ।
- ଉପରୋକ୍ତ ଲକ୍ଷଣ ଗୁଡ଼ିକ ଦେଖିବା ମାତ୍ରେ ଅବହେଳା ନ କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ ।

ଏହି ପୋଷ୍ଟ୍ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ୍ ବକ୍ସରେ ମତ ଲେଖନ୍ତୁ ।
ଏହି ପୋଷ୍ଟ ଟିକୁ ସେୟାର୍ କରି "ଇମ୍ପେଟିଗୋ" ବିଷୟରେ ଅନ୍ୟ ମାନଙ୍କୁ ଜଣାନ୍ତୁ । ଧନ୍ୟବାଦ୍ ।

26/08/2024

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା।

25/08/2024

ମଙ୍କି-ପକ୍ସ ର ଲକ୍ଷଣ ଗୁଡିକ ଜାଣନ୍ତୁ । ଏହି ପୋଷ୍ଟ ଟିକୁ ସମସ୍ତଙ୍କୁ ସେୟାର୍ କରନ୍ତୁ।
Know the symptoms of Mpox (Monkeypox). Share this post to everyone.

23/08/2024

ସମାଚାରରେ ଏମ୍-ପକ୍ସ !! ଏମ୍-ପକ୍ସ ରୋଗ ବିଷୟରେ ପ୍ରାଥମିକ ସୂଚନା

22/08/2024

ସଠିକ୍ ଉତ୍ତର କମେଣ୍ଟ ବକ୍ସରେ ଲେଖନ୍ତୁ।

ମଙ୍କି ପକ୍ସ ___________ ।
A) ଏକ ଭୂତାଣୁ ଜନିତ ରୋଗ
B) ଏକ ଜୀବାଣୁ ଜନିତ ରୋଗ
C) ମାଙ୍କଡ କାମୁଡିବା ଦ୍ଵାରା ହୋଇଥାଏ
D) ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହୋଇଥାଏ

Odia Health Guide 21/08/2024

ଡେଙ୍ଗୁ ଜ୍ଵର ବିଷୟରେ ସୂଚନା। ଅନ୍ୟମାନଙ୍କୁ ଶେୟାର କରନ୍ତୁ।

#ଡେଙ୍ଗୁ #ଡେଙ୍ଗୁ_ଜ୍ଵର

Odia Health Guide

19/08/2024

ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ।

#ରାକ୍ଷୀ

29/07/2022

ଭିଡିଓଟିକୁ ଦେଖନ୍ତୁ ଏବଂ ହଇଜା ସଂକ୍ରମଣ ବିଷୟରେ ଅଧିକ ଜାଣନ୍ତୁ |

ହଇଜା (Cholera) - ଏହାର ଲକ୍ଷଣ, ପ୍ରତିରୋଧ ଏବଂ ଚିକିତ୍ସା 25/07/2022

ହଇଜା (Cholera) ହେଉଛି ଏକ ତୀବ୍ର ଡାଇରିଆ ରୋଗ | ଏହି ରୋଗ ସମ୍ବନ୍ଧରେ ଅଧିକ ଜାଣନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଜଣାନ୍ତୁ |

https://www.odiahealthguide.com/2022/07/cholera.html

ହଇଜା (Cholera) - ଏହାର ଲକ୍ଷଣ, ପ୍ରତିରୋଧ ଏବଂ ଚିକିତ୍ସା ହଇଜା ହେଉଛି ଏକ ତୀବ୍ର ଡାଇରିଆ ରୋଗ ଯାହା ଭିବ୍ରିଓ କଲେରା ବ୍ୟାକ୍ଟେରିଆର ଅନ୍ତନଳୀରେ ସଂକ୍ରମଣ ଦ୍ୱାରା ହୋଇଥାଏ | ଏହି ରୋଗ ସାଧାରଣତ...

ସୋରିୟାସିସ୍ | ଏହାର ଲକ୍ଷଣ ଏବଂ ଚିକିତ୍ସା | Psoriasis | Sign & Symptoms | Treatment and Management | 24/07/2022

ଏବେ ଆମେ ଆସି ଯାଇଛୁ ୟୁଟିୟୁବ (YouTube) ମାଧ୍ୟମକୁ |
ଚ୍ୟାନେଲ ର ପ୍ରଥମ ଭିଡିଓ ଅପଲୋଡ ହୋଇ ସାରିଛି | ତଳେ ଦିଆ ଯାଇ ଥିବା ଲିଙ୍କରେ ଯାଇ ଭିଡିଓଟିକୁ ଦେଖନ୍ତୁ | ଭଲ ଲାଗିଲେ ଗୋଟେ ଲାଇକ କରିବେ ଏବଂ ସାଙ୍ଗ ସାଥି ମାନଙ୍କୁ ସେୟାର କରିବେ | ଚ୍ୟାନେଲଟିକୁ ସବସକ୍ରାଇବ କରିବାକୁ ଭୁଲିବେ ନାହିଁ | ଧନ୍ୟବାଦ |
https://youtu.be/Lyn7cX6H3lI

ସୋରିୟାସିସ୍ | ଏହାର ଲକ୍ଷଣ ଏବଂ ଚିକିତ୍ସା | Psoriasis | Sign & Symptoms | Treatment and Management | ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ। ଏହା ସାଧାରଣତଃ ଆଣ୍ଠୁ, କହୁଣୀ, ପେଟ ଓ ପିଠି ଏବଂ ମୁଣ୍ଡର ତ୍ୱଚା ଅଂଶକୁ ପ୍ରଭାବିତ କରି ଥାଏ। ସୋରିୟ...

ସୋରିୟାସିସ୍ 18/07/2022

ସୋରିୟାସିସ୍ (ଚର୍ମ ରୋଗ)

ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ। ଏହା ସାଧାରଣତଃ ଆଣ୍ଠୁ, କହୁଣୀ, ପେଟ ଓ ପିଠି ଏବଂ ମୁଣ୍ଡର ତ୍ୱଚା ଅଂଶକୁ ପ୍ରଭାବିତ କରି ଥାଏ। ସୋରିୟାସିସ୍ ର ସାଧାରଣ ଲକ୍ଷଣ ଗୁଡିକ ହେଲା - ପ୍ରଭାବିତ ସ୍ଥାନ ଶୁଖି ଯିବା, ଅଧିକ ମାତ୍ରାରେ କୁଣ୍ଡେଇ ହେବା, ଏବଂ ସେହି ସ୍ଥାନରୁ ଚୋପା ଛାଡିବା। ସୋରିୟାସିସ୍ ପାଞ୍ଚ ପ୍ରକାରର ହୋଇ ଥାଏ। ସେ ଗୁଡିକ ହେଲା ପ୍ଲେକ୍ ସୋରିୟାସିସ୍, ଗୁଟ୍ଟେଟ୍ ସୋରିୟାସିସ୍, ଇନଭର୍ସ ସୋରିୟାସିସ୍, ପୁସ୍ଚୁଲାର ସୋରିୟାସିସ୍, ଏବଂ ଏରିଥ୍ରୋଡର୍ମିକ୍ ସୋରିୟାସିସ୍।

ତଳେ ଦିଆ ଯାଇ ଥିବା ଲିଙ୍କରେ ଯାଇ ସୋରିୟାସିସ୍ ବିଷୟରେ ଅଧିକ ପଢନ୍ତୁ |

https://www.odiahealthguide.com/2022/07/psoriasis.html

ସୋରିୟାସିସ୍ ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ | ସୋରିୟାସିସ୍ ର ସାଧାରଣ ଲକ୍ଷଣ ଗୁଡିକ ହେଲା ପ୍ରଭାବିତ ସ୍ଥାନ ଶୁଖି ଯିବା, ଅଧିକ ମାତ୍ରାରେ କୁଣ୍ଡ....

The New Me - A Guidebook to Perfect Health 16/07/2022

ନମସ୍କାର ବନ୍ଧୁଗଣ, ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ମୁଁ ଏକ ସୁନ୍ଦର ପୁସ୍ତକଟିକୁ ଆପଣ ମାନଙ୍କ ସହ ସେୟାର କରିବାକୁ ଚାହିଁବି। ସୁସ୍ଥମୟ ଜୀବନ କିପରି ଭାବେ ଆପଣ ନିଜେ ଗଠନ କରି ପାରିବେ ତାହା ଏହି ବହିରେ ଅତି ସରଳ ଏବଂ ସୁନ୍ଦର ଭାବେ ଲେଖା ହୋଇ ଅଛି।

ବହିର ନାମ - "The New Me - A Guidebook to Perfect Health".

ତଳେ ଦିଆ ଯାଇ ଥିବା ଲିଙ୍କ ମାଧ୍ୟମରେ Amazon ଅନଲାଇନ ଷ୍ଟୋରରୁ ସିଧା ସଳଖ ବହିଟିକୁ କିଣି ପାରିବେ। ଧନ୍ୟବାଦ।
https://amzn.to/3ckodzN

The New Me - A Guidebook to Perfect Health The New Me - A Guidebook to Perfect Health

15/07/2022

ଆପଣ ଯାହା ଜାଣିବାକୁ ଚାହିଁବେ ତା ବିଷୟରେ ଆର୍ଟିକିଲ ପୋଷ୍ଟ କରା ଯିବ। ଧନ୍ୟବାଦ।

Videos (show all)

ଜାଣନ୍ତୁ ବାର୍ଡ ଫ୍ଲୁ ବିଷୟରେ ଅତି ସଂକ୍ଷିପ୍ତରେ । ଲାଇକ୍ କରନ୍ତୁ ଏବଂ ସେୟାର୍ କରି ଅନ୍ୟ ମାନଙ୍କୁ ଜଣାନ୍ତ । #birdflu #birdflusymptoms ...
ଜାଣନ୍ତୁ ବାର୍ଡ ଫ୍ଲୁ ବିଷୟରେ ଅତି ସଂକ୍ଷିପ୍ତରେ । ଲାଇକ୍ କରନ୍ତୁ ଏବଂ ସେୟାର୍ କରି ଅନ୍ୟ ମାନଙ୍କୁ ଜଣାନ୍ତ । #birdflu #birdflusymptoms ...
ଜାଣନ୍ତୁ ବାର୍ଡ ଫ୍ଲୁ ବିଷୟରେ ଅତି ସଂକ୍ଷିପ୍ତରେ । ଲାଇକ୍ କରନ୍ତୁ ଏବଂ ସେୟାର୍ କରି ଅନ୍ୟ ମାନଙ୍କୁ ଜଣାନ୍ତ । #birdflu #birdflusymptoms ...
ଜାଣନ୍ତୁ ବାର୍ଡ ଫ୍ଲୁ ବିଷୟରେ ଅତି ସଂକ୍ଷିପ୍ତରେ । ଲାଇକ୍ କରନ୍ତୁ ଏବଂ ସେୟାର୍ କରି ଅନ୍ୟ ମାନଙ୍କୁ ଜଣାନ୍ତ । #birdflu #birdflusymptoms ...
ଏହି ସବୁ କାରଣରୁ ହୋଇ ପାରେ ଆପଣଙ୍କ ପେଟ ଦରଜ। ଅସହ୍ୟ ପେଟ ବ୍ୟଥା ରହୁ ଥିଲେ ନିକଟସ୍ଥ ଡାକ୍ତରଖାନାକୁ ତୁରନ୍ତ ଯାଆନ୍ତୁ। #StomachAches #sto...
Prevention is Better than Cure | ଜାଣନ୍ତୁ ପାଇଲ୍ସ ହେବାରୁ ବଞ୍ଚିବେ କିପରି !! #pilesprevention #hemorrhoidprevention
ଏହି ୯ ଟି କାରଣରୁ ହୋଇଥାଏ ପାଇଲ୍ସ । କାରଣ ଜାଣନ୍ତୁ ଏଵଂ ନିଜକୁ ପାଇଲ୍ସ ରୁ ରକ୍ଷା କରନ୍ତୁ। #piles #pilesproblem #pilescauses
ଭିଡିଓଟିକୁ ଦେଖନ୍ତୁ ଏବଂ ହଇଜା ସଂକ୍ରମଣ ବିଷୟରେ ଅଧିକ ଜାଣନ୍ତୁ |

Website