BJD Sukinda Assembly Constituency

BJD Sukinda Assembly Constituency

Contact information, map and directions, contact form, opening hours, services, ratings, photos, videos and announcements from BJD Sukinda Assembly Constituency, Political organisation, .

02/12/2023
27/11/2023

ବିଜୁ ଜନତା ଦଳରେ ଯୋଗ ଦେଇଥିବା ଭି.କେ.ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଶ୍ରୀଯୁକ୍ତ ପାଣ୍ଡିଆନଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା,ଓଡ଼ିଶା ବିକାଶରେ ନିଶ୍ଚିତ ସହାୟକ ହେବ।

Photos from BJD Sukinda Assembly Constituency's post 02/10/2023

#ସାଇବର_ସୁରକ୍ଷା_ଅଭିଯାନ
ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ଆଣିବା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଆଜି ଯାଜପୁର ଜିଲ୍ଲା କାର୍ଯ୍ୟଳୟରେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏହି ସୁରକ୍ଷା ରଥକୁ ଉଦଘାଟନ କରିଛନ୍ତି।

28/08/2023

ସର୍ବଦା ଶିଖିବାର କଳା ବଞ୍ଚାଇ ରଖନ୍ତି,ଛାତ୍ରଛାତ୍ରୀ। ସ୍କୁଲ-କଲେଜର ଛାତ୍ରଛାତ୍ରୀଙ୍କ ସହ ମିଶିବାକୁ ‘ସୁଯୋଗ”ଭାବେ ଗ୍ରହଣ କରନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଆଜି ଦାନଗଦୀ ବ୍ଲକ ଝାଡ଼େଶ୍ୱର କଲେଜ ଏବଂ ଡୁବୁରୀ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ସମୟ ବିତାଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼ାଇ।

Photos from BJD Sukinda Assembly Constituency's post 27/08/2023

#ଚାନ୍ଦିଆରେ_କେବଳ_ଶଙ୍ଖ
ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦାନଗଦୀ ବ୍ଲକ *ଚାନ୍ଦିଆ* ପଞ୍ଚାୟତର BJPର 50ରୁ ଉର୍ଦ୍ଧ ସଂଗଠକ,ଆଜି BJDରେ ଯୋଗ ଦେଇଛନ୍ତି।ଶ୍ରୀଯୁକ୍ତ ଘଡାଇ,ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।

26/08/2023
Photos from Pritiranjan Gharai's post 15/08/2023
Photos from BJD Sukinda Assembly Constituency's post 10/08/2023

କଟକ ଲାଇଅନ୍ସ କ୍ଲବ ଆଇ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ୩୦ ତମ ପୂର୍ତ୍ତି ଅଵସରେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଯୋଗଦାନ।

Photos from BJD Sukinda Assembly Constituency's post 08/08/2023

ସାମାଜିକ ଚାଲି-ଚଳଣିର ଦର୍ପଣ ହେଉଛି, ଯାତ୍ରା ମଞ୍ଚ। ପାରିବାରିକ ଜୀବନ ଶୈଳୀକୁ ସୁନ୍ଦର ଭାବେ ଉପସ୍ଥାପନ କରି ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ସୁକିନ୍ଦାର ‘ଦୁର୍ଗା ମନ୍ଦିର’ ଯାତ୍ରା ପାର୍ଟି। ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ‘ଦୁର୍ଗା ମନ୍ଦିର’ର ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହି ଏହି ଯାତ୍ରା ପାର୍ଟି ସମାଜ ସଂସ୍କାରରେ ଗଣ ଆନ୍ଦୋଳନ ସୃଷ୍ଟି କରିବାର ଆଶା ରଖିଛନ୍ତି।

Photos from BJD Sukinda Assembly Constituency's post 07/08/2023

ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏବଂ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଚୁଡା,ଚାଉଳ ଏବଂ ହେଲୋଜିନ୍ ବଟିକା ମହଜୁଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି।
ବିପର୍ଯ୍ୟୟ ପ୍ରଶମନର ଆଜିର ବୈଠକରେ ଯାଜପୁର ଜିଲ୍ଲାର ବିଧାୟକ,ଜିଲ୍ଲା ପରିଷଦ ସଭ୍ଯ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Photos from BJD Sukinda Assembly Constituency's post 06/08/2023

ମା ଏବଂ ନବଜାତ ଶିଶୁଙ୍କ ଯତ୍ନ ପାଇଁ ଦାନଗଦୀ ମେଡିକାଲରେ ନିର୍ମାଣଧିନ ସ୍ୱତନ୍ତ୍ର କୋଠରୀ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।
30 ଶଯ୍ୟା ବିଶିଷ୍ଟ ଏହି 3ମହଲା MCH, ଆସନ୍ତା 2ସପ୍ତାହ ମଧ୍ୟରେ ଲୋକାର୍ପଣ ହେବ।
ଦାନଗଦୀ ଓ କଳିଙ୍ଗ ନଗର ଅନେକ ମହିଳା ଏବଂ ଶିଶୁ, ଉତ୍ତମ ଚିକିତ୍ସା ପାଇପାରିବେ।

Photos from BJD Sukinda Assembly Constituency's post 30/07/2023

#ଶଙ୍ଖ_ଫୁଙ୍କିଲେ_ବିଜେପି_ଓ_କଂଗ୍ରେସ_ସଂଗଠକ
ବିକଶିତ ଓଡ଼ିଶାର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ Naveen Patnaik ବ୍ୟକ୍ତି ନୁହଁନ୍ତି, ଏକ ବିଚାରଧାରା। ସେହି ବିଚାରଧାରା ପ୍ରତି ଆକୃଷ୍ଟ ଏବଂ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ
ଦାନଗଦୀ ବ୍ଲକ #ମାନତିରା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଅଭିମନୁ ଘଡ଼ାଇ, ବିଜେପି ନେତା ରବିନ୍ଦ୍ର ସାମଲ, ବାବାଜୀ ସାମଲ, ଶିବ ପ୍ରସାଦ ପାଳ, ଦଳ ଛାଡି ଆଜି BJDରେ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ଘଡାଇ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।

Photos from BJD Sukinda Assembly Constituency's post 26/07/2023

#କିଆଝର_ବିଜେପି_କର୍ମୀଙ୍କ_ଶଙ୍ଖନାଦ
ଦାନଗଦୀ ବ୍ଳକ କିଆଝର ପଞ୍ଚାୟତର 10 BJP ଯୁବ ସମର୍ଥକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚାରଧାରରେ ଅନୁପ୍ରାଣିତ ହୋଇ,ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପସ୍ଥିତିରେ BJDରେ ସାମିଲ ହୋଇଛନ୍ତି। ଏଭଳି ଦୃଢ଼ ସଙ୍ଗଠକଙ୍କୁ ଶ୍ରୀଯୁକ୍ତ ଘଡ଼ାଇ ସ୍ୱାଗତ କରିଛନ୍ତି।

Photos from BJD Sukinda Assembly Constituency's post 22/07/2023

ସୁକିନ୍ଦାର ବିକାଶ ପାଇଁ DMF ଟ୍ରଷ୍ଟ ବୋର୍ଡରେ ୭୯୧.୬୧ କୋଟି ମଞ୍ଜୁର

Photos from BJD Sukinda Assembly Constituency's post 09/07/2023

#ବୀରମିତ୍ରପୁରରେ_ଶଙ୍ଖନାଦ
ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଜଭୁତ କରିଥିବା BJD କର୍ମକର୍ତ୍ତାଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ବୈଠକ କରିଛନ୍ତି। ରାଉରକେଲା ବିଧାୟକ ଶାରଦା ଭାଇଙ୍କ ସହ ଆଜି ନୂଆଗାଁ, କୁଆଁରମୁଣ୍ଡା ଏବଂ ବିଶ୍ରା ବ୍ଲକରେ ବିଜୁ ଜନତା ଦଳର ସ୍ଥାନୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି।

Photos from BJD Sukinda Assembly Constituency's post 09/07/2023

#ଓସ୍ତପାଳ_ବିଜେପି_କର୍ମୀଙ୍କ_ଶଙ୍ଖନାଦ*
ଦାନଗଦୀ ବ୍ଳକ ଓସ୍ତପାଳ ପଞ୍ଚାୟତ ଓସ୍ତାପାଳ ଗ୍ରାମର BJP ଯୁବ ସମର୍ଥକ ୧. ଦୀପକ କୁମାର ରାଉତ, ୨.ଭାଗବତ ମହାନ୍ତି, ୩.ଚଗୁଲୁ କୁମାର ପଲେଇ, ୪.ପ୍ରଭାତ କୁମାର ଡାକୁଆ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚାରଧାରରେ ଅନୁପ୍ରାଣିତ ହୋଇ, ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଉପସ୍ଥିତିରେ BJDରେ ସାମିଲ ହୋଇଛନ୍ତି। ଏଭଳି ଦୃଢ଼ ସଙ୍ଗଠକଙ୍କୁ ଶ୍ରୀଯୁକ୍ତ ଘଡାଇ ସ୍ୱାଗତ କରିଛନ୍ତି।

Photos from BJD Sukinda Assembly Constituency's post 20/06/2023

#ବିଜେପି_ଯୁବ_କର୍ମୀଙ୍କ_ଶଙ୍ଖ_ନାଦ
ଦାନଗଦୀ ବ୍ଳକ #ଦେଉଳକଣ ପଞ୍ଚାୟତର BJP ଯୁବ ସମର୍ଥକ ୧). ଶିବ ପ୍ରସାଦ ନାୟକ, ୨).ଅଭୟ ନାୟକ,୩).ବାବୁ ନାୟକ, ୪).ସନ୍ତୋଷ ମହାନ୍ତ, ୫).ପ୍ରିୟବ୍ରତ ମହାନ୍ତ ୬).ଜିତେନ୍ଦ୍ର ପାତ୍ର,୭).ପିଣ୍ଟୁ ପାତ୍ର,୮).ଅଭିମନ୍ୟୁ ପାତ୍ର,୯).ବୈଷ୍ଣବ ମହାନ୍ତ,୧୦).ବାପୁନୁ ମହାନ୍ତ,୧୧).ଲଷ୍ମୀଧର ମହାନ୍ତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚାରଧାରରେ ଅନୁପ୍ରାଣିତ ହୋଇ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଉପସ୍ଥିତିରେ BJDରେ ସାମିଲ ହୋଇଛନ୍ତି। ଏଭଳି ଦୃଢ଼ ସଙ୍ଗଠକଙ୍କୁ ଶ୍ରୀଯୁକ୍ତ ଘଡାଇ ସ୍ୱାଗତ କରିଛନ୍ତି।

Photos from BJD Sukinda Assembly Constituency's post 15/06/2023

ରଜରେ ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତବାସୀଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ବୋତଲଣ୍ଡା ପିଜୁଳି ବଗିଚାରେ ଗାଁର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂପର୍କରେ ମନ୍ତ୍ରୀ ଓ ବ୍ଲକ ଚେୟାରମ୍ୟାନଙ୍କ ସହ ଆଲୋଚନା ହୋଇଛି।

Photos from BJD Sukinda Assembly Constituency's post 30/05/2023

#ସୁନ୍ଦର_ପୋଖରୀ_ସୁରକ୍ଷିତ_ପରିବେଶ
ଜଳର ସୁଵିନିଯୋଗ ଏବଂ ଗାଁ ପୋଖରୀର ଉପକାରିତା ସମ୍ପର୍କରେ ସୁକିନ୍ଦାଗଡ଼, ଲେମ୍ବୋ, ଦୁଧୁଯୋରୀ,ଆମ୍ପୋଳବା,ରାଂସୋଳ,କୁହିକା ଓ କଳିଆପାଣି ପଞ୍ଚାୟତ ମହିଳାଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ପୋଖରୀ ଜୀବନ୍ତ ରହିଲେ, ଭୂତଳ ଜଳସ୍ତର ବୃଦ୍ଧି ହେବ। ଖଣି ଏବଂ ଶିଳ୍ପାଞ୍ଚଳ ସୁକିନ୍ଦାର, ପରିବେଶ ସୁରକ୍ଷିତ ରହିବ।

Photos from BJD Sukinda Assembly Constituency's post 17/05/2023

#ଆଦିବାସୀଙ୍କୁ_ଜମିପଟ୍ଟା_ପ୍ରଦାନ
ପିଢ଼ୀ ପରେ ପିଢ଼ୀ ଜଙ୍ଗଲ ଇଲାକାରେ ବସବାସ କରୁଛନ୍ତି ଆଦିବାସୀ। ସରଳ ଆଦିବାସୀଙ୍କୁ ସେମାନେ ରହୁଥିବା ଭୂମିର ମାଲିକ କରିବା ଉଦ୍ଦେଶ୍ୟରେ ଜମି ପଟ୍ଟା ପ୍ରଦାନ ଉତ୍ସବର ଆୟୋଜନ।ଆଜି ଚାନ୍ଦିଆ ପଞ୍ଚାୟତ ଅଙ୍କୁରାପାଳର ୮୧ ଓ ଭାରଡ଼ାପସି ଗାଁର 59 ଟି ଆଦିବାସୀ ପରିବାରକୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଗଲା।

Photos from BJD Sukinda Assembly Constituency's post 15/05/2023

ାହୁଡ଼ି_ଶଙ୍ଖ_ଫୁଙ୍କିଲେ
ଦାନଗଦୀ ବ୍ଳକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗ୍ରାମର #କୈଳାଶ_ମାଝୀ BJDକୁ ପୁଣି ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ମନ୍ତ୍ରୀ ତଥା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ସାମିଲି ହୋଇଛନ୍ତି । ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି ତାଙ୍କୁ ଦଳୀୟ ଉତାରୀୟ ଦେଇ ସ୍ୱାଗତ କରିଛନ୍ତି।

Photos from BJD Sukinda Assembly Constituency's post 03/05/2023

#କୁମ୍ଭୀର_ଗାଡ଼ିଆରେ_ଘରେ_ଘରେ_ଶଙ୍ଖ
ଜନସଂପର୍କ ଏବଂ ଜନସେବା ହିଁ ବିଜୁ ଜନତା ଦଳର ବିଚାରଧାରା। ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିକାଶ ମୂଳକ ରାଜନୀତିରେ ଆକୃଷ୍ଟ ହୋଇ,କୁମ୍ଭୀର ଗାଡ଼ିଆ ପଞ୍ଚାୟତର BJP ସମର୍ଥକମାନେ ବିଜେଡି ବିଚାରଧାରାକୁ ଗ୍ରହଣ କରିଛନ୍ତି। ଶ୍ରୀଯୁକ୍ତ ଘଡ଼ାଇଙ୍କ ଉପସ୍ଥିତିରେ #ଦାମୋଦରପୁର ଗାଁର ମୁରବୀମାନେ ଆଜି ଶଙ୍ଖନାଦ କରିଛନ୍ତି।

Photos from BJD Sukinda Assembly Constituency's post 01/05/2023

ସୁକିନ୍ଦା ବ୍ଲକ ରାସୋଁଳ ମେଡିସିନାଲ୍ ପାର୍କ ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଯଦିଓ ପାର୍କଟି ଲୋକାର୍ପଣ ହୋଇନାହିଁ, କିନ୍ତୁ ଏହା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଲାଣି। ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଲୋକଙ୍କ ସହ ଭେଟି ନିର୍ମାଧିନ ପାର୍କ ସଂପର୍କରେ ବୁଝିଛନ୍ତି।

Photos from BJD Sukinda Assembly Constituency's post 01/05/2023

ାଁ_ପୋଖରୀ_ଭାରି_ସୁନ୍ଦର
ସୁକିନ୍ଦା ବ୍ଲକ କାଙ୍କଡ଼ପାଳ,ରାଂସୋଳ,ଚିଙ୍ଗୁଡ଼ିପାଳ ପଞ୍ଚାୟତର ପ୍ରାକୃତିକ ଜଳାଶୟର ପୁନଃଋଦ୍ଧାର କାମର ଶୁଭ ଦେଇଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଗାଁ ପୋଖରୀରୁ ପଙ୍କ ଉଦ୍ଧାର ଏବଂ ଚାରିପାଖ ସଫେଇ-ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକ୍ରମ ସଚେତନତାର ବାର୍ତ୍ତାବହ ହେବ।

Photos from BJD Sukinda Assembly Constituency's post 01/05/2023

ଯାଜପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବ୍ୟାସଦେବ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଶ୍ରମ ଦିବସ ପାଳିତ। ଜିଲ୍ଲା ସ୍ତରୀୟ ଶ୍ରମ ଦିବସ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇ ବିଶ୍ୱ ଗଠନରେ ଶ୍ରମିକ ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

Photos from BJD Sukinda Assembly Constituency's post 30/04/2023

#ଶଙ୍ଖନାଦ
ସଂଗଠନକୁ ବୃଦ୍ଧି ଏବଂ ମଜଭୁତ କରିବାରେ ବିଶ୍ୱାସ ରଖେ ବିଜୁ ଜନତା ଦଳ । ବିଜେଡିର ବିଚାରଧାରା ମଧ୍ୟ ଭିନ୍ନ ଚିନ୍ତାଧାରାର ବ୍ୟକ୍ତିଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ଯୁବବର୍ଗଙ୍କ ପ୍ରେରଣା, ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ଆଜି ଯୋଡି ହୋଇଛନ୍ତି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଯାଜପୁର ଜିଲ୍ଲା ସଂଯୋଜକ (Start up India) #ଅଶୋକ_କୁମାର_ଦାସ(ଚିକୁ) ଏବଂ ଦାନଗଦି ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ୬ନଂ ୱାର୍ଡ ମେମ୍ବର #ଗାର୍ଦୀ_ଚାତାର ବିଜେଡ଼ିରେ ଯୋଗ ଦେଇଛନ୍ତି।ଶ୍ରୀଯୁକ୍ତ ଘଡାଇ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।

Photos from BJD Sukinda Assembly Constituency's post 29/04/2023

ବିଦ୍ୟାଳୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସୁକିନ୍ଦା ବ୍ଲକରେ ବିଭିନ୍ନ ହାଇସ୍କୁଲରେ ନିର୍ମାଣ କାର୍ଯ୍ୟ ଚାଲିଛି। 5Tରେ ବାରଗାଡ଼ିଆ ପଞ୍ଚାୟତର ହିଙ୍ଗୁଳା ହାଇସ୍କୁଲର ରୂପାନ୍ତରଣ ହେଉଛି। ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ସମିତି ସଭ୍ୟ ମୃତ୍ୟୁଞ୍ଜୟ ଦେଓ, ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ହିଙ୍ଗୁଳା ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

Photos from BJD Sukinda Assembly Constituency's post 29/04/2023

ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ।
ନୂତନ ପ୍ରସୂତି କାଳୀନ ଓ ଶିଶୁ ସ୍ୱାସ୍ଥ୍ୟ ଭବନ,ମିଶନ ଶକ୍ତି ଗୃହ ଏବଂ ମାଲ୍ୟଗିରି କଲେଜର ନୂତନ ଶ୍ରେଣୀଗୃହ ଲୋକାର୍ପଣ ହୋଇଛି। ଏହି ଲୋକାର୍ପଣ ଉତ୍ସବରେ ବିଧାୟକ ମୁକେଶ ପାଲ ଓ ସାଂସଦ ମହେଶ ସାହୁ ଉପସ୍ଥିତ ଥିଲେ।

Photos from BJD Sukinda Assembly Constituency's post 28/04/2023

କିଆଝର ପଞ୍ଚାୟତ ବୁରୁଡ଼ି ସାହି, ଚାନ୍ଦ ତାରସ୍ ୟୁଥ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଆଦିବାସୀ ନାଟକ ମହୋତ୍ସବକୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି।
ଆଦିବାସୀ ନୃତ୍ୟ-ସଙ୍ଗୀତକୁ ସୁଦୂର ପ୍ରସାରି କରୁଥିବା ଏହି ମହୋତ୍ସବରେ ବ୍ଲକ ଉପାଧ୍ୟକ୍ଷ ଅଜୟ ବିନ୍ଧାଣି, ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ର,ସମିତି ସଭ୍ୟା ଗୌରୀ ମୁର୍ମୁ, ବ୍ଲକ ଯୁବ ବିଜେଡି ସଭାପତି ଚନ୍ଦନ କର ଯୋଗ ଦେଇଛନ୍ତି।

Photos from BJD Sukinda Assembly Constituency's post 25/04/2023

ଲେଖନୀ ମୁନରେ ସମାଜର ପରିବର୍ତ୍ତନ ଆଣୁଥିବା ଲେଖକମାନେ ସର୍ବଦା ନମସ୍ୟ। ସେହି ମହାନ ଲେଖକଙ୍କ ବହୁମୁଲ୍ୟ ଲେଖାକୁ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ‘ଚଲାପଥ’ ପତ୍ରିକା। ‘ଚଲାପଥ’ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଲେଖକ ମାନଙ୍କୁ ସମ୍ମାନିତ କରିବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

Photos from BJD Sukinda Assembly Constituency's post 25/04/2023

#ସୁକିନ୍ଦା_ଦାନଗଦୀର_ଉନ୍ନୟନ_ମୂଳକ_ପ୍ରକଳ୍ପର_ସମୀକ୍ଷା_କଲେ_ମନ୍ତ୍ରୀ_ଇଂ_ପ୍ରୀତିରଞ୍ଜନ_ଘଡ଼ାଇ
• କଳିଙ୍ଗ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ସ୍ଥାନୀୟ ଯୁବବର୍ଗଙ୍କୁ କୁଶଳୀ କରାଯିବ।
• ପ୍ରଦୂଷଣ ରୋକିବା ପାଇଁ ଦାନଗଦୀ ଛକରୁ ଡୁବୁରୀ ପର୍ଯ୍ୟନ୍ତ ସଫେଇ ଏବଂ ପାଣି ସିଞ୍ଚନ ହେବ।
• କଳିଙ୍ଗ ନଗର ଟ୍ରାଫିକ୍ ଏବଂ ଗଣ୍ଡଗୋଳ ରୋକିବା ପାଇଁ ସିସିଟିଭି ସ୍ଥାପନ ହେବ।
• ଡୁବୁରୀ ବସଷ୍ଟାଣ୍ଡ ଏବଂ ମାର୍କେଟ କଂପ୍ଲେକ୍ସ ନିର୍ମାଣକୁ ତ୍ୱରାନିତ କରାଯିବ।
• ସୁକିନ୍ଦା ଛକର ବଙ୍ଗଳା ନିକଟରେ ଶୌଚ୍ଚାଳୟ ପ୍ରତିଷ୍ଠା ହେବ।
• ଦାନଗଦୀ ଏବଂ ସୁକିନ୍ଦା ବ୍ଲକ ଅଫିସ ନିକଟରେ କଳିଙ୍ଗ କିଚେନ୍ ନାଁରେ 2ଟି କାଫେ ପ୍ରତିଷ୍ଠା ହେବ। ଯାହର ପରିଚାଳନା ଦାୟିତ୍ୱ ମିଶନ ଶକ୍ତିକୁ ପ୍ରଦାନ କରାଯିବ।
• ସୁକିନ୍ଦା ଛକ ଠାରୁ ହରିପୁର ରାସ୍ତାକୁ ଚାରି ଥାକିଆ ରାସ୍ତା କରାଯିବ,
• ବଙ୍ଗଳା ଛକ ଠାରୁ ହରିପୁର କଲେଜ ମଧ୍ୟରେ ଅନାବଶ୍ୟକ ହମ୍ପସକୁ ହଟାଯିବ।
• ଜଙ୍ଗଲ ବିଭାଗର ସହଯୋଗରେ ପ୍ରତି ପଞ୍ଚାୟତର ଗ୍ରୀନ୍ ପାର୍କ ନିର୍ମାଣ ଯଥାଶୀଘ୍ର ଆରମ୍ଭ ହେବ।

Photos from BJD Sukinda Assembly Constituency's post 23/04/2023

ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟାଳୟର ରୂପାନ୍ତରଣ ହୋଇଛି। ଶଙ୍ଖ ଭବନରେ ନାମିତ ବିଜେଡି କାର୍ଯ୍ୟାଳୟରେ ବିଜୁ ଜନତା ଦଳ ସଭାପତି ତଥା ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେଡି ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

Photos from BJD Sukinda Assembly Constituency's post 23/04/2023

ସମୃଦ୍ଧିର ପର୍ବ ଅକ୍ଷୟ ତୃତୀୟାରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ। ଅନ୍ନଦାତା ଭାଇ ଆଜି ଠାରୁ କୃଷି କାର୍ଯ୍ୟ ଶୁଭାରମ୍ଭ କରୁଛନ୍ତି। କାଳିଆ ଠାକୁରଙ୍କ ରଥ ନିର୍ମାଣ ଆରମ୍ଭ ହେଉଥିବା ପବିତ୍ର ଅକ୍ଷୟ ତୃତୀୟା ତିଥି,ସମସ୍ତଙ୍କ ଜୀବନରେ ସୁଖ-ଶାନ୍ତି ଭରି ଦେଉ।

21/04/2023

.....
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି(ଟୁଲିଆ ଭାଇ)ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

20/04/2023

ଯୁବବର୍ଗଙ୍କ ଆକାଂକ୍ଷା, Odisha Skill Conclaveର ଉଦଘାଟନୀ ଉତ୍ସବରେ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଭିଭାଷଣ।

Photos from BJD Sukinda Assembly Constituency's post 20/04/2023

ଯୁବବର୍ଗଙ୍କ ଆକାଂକ୍ଷା-Odisha Skill Conclaveକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀ,ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି କରି,ବିଶ୍ୱସ୍ତରୀୟ କୁଶଳୀ ଭାବେ ଗଢ଼ିବାରେ ଓଡ଼ିଶା ସରକାର ପ୍ରୟାସ କରୁଛନ୍ତି। ରାଜ୍ୟର, ଦେଶର ଏବଂ ବିଶ୍ୱର ଦକ୍ଷ ଏବଂ କର୍ମଠ ମାନବ ସମ୍ବଳ ସୃଷ୍ଟି ଲକ୍ଷ୍ୟରେ Skill Conclave ମାଇଲଖୁଣ୍ଟ ହେବ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି। ସିଙ୍ଗାପୁର ଛାତ୍ରଛାତ୍ରୀ, ବିଶ୍ୱର ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ସହ ଆଲୋଚନା କରିବାରେ Skill Conclave ମାଧ୍ୟମ ସାଜିଲା। ଛାତ୍ରଛାତ୍ରୀଙ୍କ ଉନ୍ନତ ମାନର ପ୍ରୋଜେକ୍ଟ ପ୍ରଦର୍ଶନ, Skill Conclaveର ମର୍ଯ୍ୟାଦା ବୃଦ୍ଧି କରୁଛି।

20/04/2023
Photos from BJD Sukinda Assembly Constituency's post 17/04/2023

#ସେବାରେ_ଆନନ୍ଦ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ, ଜନସେବାର ପ୍ରତୀକ। ସେହି ମହାନ ଜନନାୟକଙ୍କ ଶ୍ରାଦ୍ଧ ଦିବସରେ, ଦାନଗଦୀ ମେଡିକାଲର ସଫେଇ, ରୋଗୀଙ୍କ ଫଳ ବଣ୍ଟନ କରାଯାଇଛି। ଏହାସହ କଳିଙ୍ଗ ନଗରର ପ୍ରତିଷ୍ଠାତା ବିଜୁ ବାବୁଙ୍କ ସ୍ମରଣରେ ପଥଚାରୀଙ୍କ ପାଇଁ ଦାନଗଦୀ ଠାରେ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ।
Pritiranjan Gharai
Biju Janata Dal Odisha
Naveen Patnaik

Videos (show all)

ସର୍ବଦା ଶିଖିବାର କଳା ବଞ୍ଚାଇ ରଖନ୍ତି,ଛାତ୍ରଛାତ୍ରୀ। ସ୍କୁଲ-କଲେଜର ଛାତ୍ରଛାତ୍ରୀଙ୍କ ସହ ମିଶିବାକୁ ‘ସୁଯୋଗ”ଭାବେ ଗ୍ରହଣ କରନ୍ତି ମନ୍ତ୍ରୀ ଇଂ...
#ଜାପାନରୁ_ବୋହୁଛି_ନିବେଶର_ସାଗର#ନୂତନ_ଓଡ଼ିଶା_ଛୁଇଁବ_ସମୃଦ୍ଧିର_ଶିଖର
ଜାପାନର ପୁଞ୍ଜି-ନିବେଶକାରୀଙ୍କ ସହ ମିଟିଂ କରିବାକୁ ଯାଉଥିବା,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସିଙ୍ଗାପୁର ଏୟାର ପୋର୍ଟରେ। ରାଜ୍ୟର ଯୁ...
ଜାଣିଛି ଦେଶ, ଜାଣିଛି ବିଶ୍ୱ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ।#NaveenOdisha #BJDDigitalWing
ଟମକା,ବୀଣାପାଣି ୟୁଥ କ୍ଲବର ୪୦ ତମ ରାଜେଶ ମେମୋରିଆଲ କ୍ରୀଡ଼ା ପ୍ରତିଯୋଗିତାରେ, ମନ୍ତୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସଭା ସ୍ଥଳୀକୁ ପାଛୋଟି ନେ...
ଗଣେଶ ମହାପ୍ରଭୁଙ୍କୁ ଦର୍ଶନ କରି ଛାତ୍ରମାନଙ୍କୁ ଭୋଗ ବାଣ୍ଟିଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ।
#ଜୁହାରନୂଆଁଖାଇ #ଭେଟଘାଟ ଉତ୍ସବରେ ବଣାଇରେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ
#ଆମର_ଗର୍ବ_ଶ୍ରୀମତୀ_ଦ୍ରୋପଦୀ_ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ...
#6Tମନ୍ତ୍ରଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ ପାଇଁ ସାରା ଓଡ଼ିଶା ବୁଲିବୁ।
#ବିକାଶର_ପ୍ରତୀକ_BJDଆସନ୍ତା ୩୧ ତାରିଖରେ ବ୍ରଜରାଜ ନଗର ବିଧାନସଭା କ୍ଷେତ୍ରର ୨,୧୫,୮୭୮ ଭୋଟର,ମତଦାନ କରିବେ।ବ୍ରଜରାଜ ନଗର ଅଞ୍ଚଳର ସାମଗ୍ରିକ ...
#BJDର_ସଂକଳ୍ପ_ବ୍ରଜରାଜ_ନଗରର_ବିକାଶଉପ-ନିର୍ବାଚନ ପାଇଁ ବ୍ରଜରାଜ ନଗର ବିଧାନସଭା କ୍ଷେତ୍ରର କନକତୁରା ଠାରେ BJDର ନିର୍ବାଚନ ପରିଚାଳନା କାର୍ଯ୍...

Website