Abhisek Tripathy
A MBBS Doctor by profession
But a writer by passion
•Odia stories | Poems | Articles | microtales
Finally my first two books are been published and ready to be sold on online platforms. Order now from bellow links and give your valuable reviews.
1. MALHARA (ମହ୍ଲାର)
https://amzn.eu/d/5sh1k0W
An collection of stories & poems of different genre and types.
2. SAUNTA SMRUTI (ସାଉଁଟା ସ୍ମୃତି)
https://amzn.eu/d/3LfTO8B
A new age travel story of South India.
Author details -
Dr Abhisek Tripathy
Mbbs, working @ pgimer and capital hospital, Bhubaneswar
Instagram id
Writing page
A special launching discount is going on in prime. Hurry up, order soon by clicking the above links.
Watch complete video here, ⬇️
https://youtu.be/pga5Vz29D1o
Open this link, watch till the end, share your valuable comments. Subscribe to watch new videos, new vlogs regularly.
First time tried a new thing in odia language, a story with cinematic videos in a poetic way. Hope you will show your support and show some love.
(ନିମ୍ନ ରେ ବର୍ଣିତ ଗଳ୍ପ ଟି ସମ୍ପୂର୍ଣ୍ଣ କାଳ୍ପନିକ , କୌଣସି ବ୍ୟକ୍ତି ବିଶେଷଙ୍କ ଅନ୍ତର କୁ ଆଘାତ ଦେବା ମୋ ଉଦ୍ଦେଶ୍ୟ ନୁହେଁ ,ଯଦି କିଏ ଦେହକୁ ନେଲେ ଆଉ ଆଘାତ ପାଇଲେ ,ମୋର ଢ଼ୋ I)
ଏକଦା ଗୋଟିଏ ସାହିତ୍ୟ ସଭା କୁ ନିମନ୍ତ୍ରିତ ହୋଇ ଯାଇଥିଲି I ଜନୈକା ଲେଖିକା ଙ୍କ ଏକ ନୂତନ ପୁସ୍ତକ ଉନ୍ମୋଚନ ପାଇଁ ଉତ୍କଳ ସାହିତ୍ୟ ସଂସଦ ପକ୍ଷ ରୁ ଆୟୋଜିତ କରାଯାଇଥିଲା ସଭା ଟି I ତେବେ ପୁସ୍ତକ ଟି ଆଧୁନିକ ଓଡିଆ ସାହିତ୍ୟ ଏବଂ ଲେଖକ ଙ୍କ ଉପରେ ଲେଖା ଯାଇଥିଲା ,ସୁତରାଂ ମୋ ପରି କିଛି ନୂଆ ଲେଖକ ଙ୍କୁ ଡକା ଯାଇଥିଲା ନିଜର ବେଈଜତି ହେଉ ଥିବାର ନିଜ ଚକ୍ଷୁ ରେ ଦେଖିବାକୁ I
କହିରଖେ , ଯଦିଓ ଉକ୍ତ ଲେଖିକା ଙ୍କୁ ମୁଁ ଆଗରୁ ଭଲସେ ଜାଣି ନଥିଲି ,ଥରେ ଅଧେ କଥା ହେଇଥିଲି I ଦୁଇ ଦୁଇଟି ପୁସ୍ତକ ର ରଚୟିତା ସେ I କହିବାକୁ ଗଲେ ପୁସ୍ତକ ଦୁଇଟି ପଢିନି ମୁଁ I କିନ୍ତୁ ତାଙ୍କ ର ଅନେକ ପ୍ରଶଂସକ (ସେ କରୁଥିବା ପୋଷ୍ଟ ମୁତାବକ ମୁତାବକ) I ଆଜିକା ଯୁଗରେ ଯୁବ ପୀଢ଼ି ମାନେ ଯେତେବେଳେ ଓଡିଆ ସାହିତ୍ୟ ଠାରୁ ଦୂରେଇ ଯାଉଛନ୍ତି , ସୋସିଆଲ୍ ମେଡ଼ିଆ ରେ ବେଶ୍ ସକ୍ରିୟ I ପ୍ରାୟ ପଚିଶ ହଜାର ଲୋକ ତାଙ୍କୁ ଫଲୋ କରନ୍ତି I ଆଉ ତାଙ୍କ ପୋଷ୍ଟ୍ ଆସୁ ଆସୁ ଭଲ ହଉ କି ଖରାପ ହଜାର ହଜାର ଲାଇକ୍ ଆଉ କମେଣ୍ଟ I ଅନଲାଇନ୍ ଉତ୍କଳ ସାହିତ୍ୟ ର ମରୁଡି ଭୂମି ରେ ଏକ ଜଳ ବିନ୍ଦୁ ସଦୃଶ ଥିଲେ ସେ I ସୁତରାଂ ଓଡିଆ ସାହିତ୍ୟ ସଂଗଠନ ତାଙ୍କୁ "ଲେଡି ବାହୁବଳୀ" ଭାବିବା ସ୍ୱାଭାବିକ I ପୁଣି ବାରମ୍ବାର ତାଙ୍କ ର ନିଜକୁ ନିଜେ ଶ୍ରେଷ୍ଠ ଲେଖିକା ରୂପେ ପରୋକ୍ଷ ଭାବେ ସୋସିଆଲ ମେଡିଆରେ ଅଭିହିତ କରାଇବା I ତାଙ୍କ ବହି ଏତେ ପପୁଲାର୍ ଯେ ବହି ର ଷ୍ଟକ୍ ଆମାଜନ୍ ରେ ବାରମ୍ବାର ସରିଯାଉଥିବା ର ସୋସିଆଲ୍ ମେଡ଼ିଆ ରେ ପୋଷ୍ଟ କରିବା I ତାଙ୍କ ଫ୍ୟାନ୍ ମାନେ ସେ ଦିନେ କିଛି ନଲେଖିଲେ ତାଙ୍କୁ ମେସେଜ୍ କରି ଲେଖିବାକୁ ଅନୁରୋଧ କରନ୍ତି ବୋଲି ଲେଖି ପୋଷ୍ଟ କରିବା I ଯିଏ ନାହିଁ ସିଏ ନିଶ୍ଚୟ ଭାବିବ ଯେ ବହୁତ ବଡ ଲେଖିକା ଇଏ I ଆଉ ୟାଙ୍କ ଲେଖା ସବୁଠାରୁ ଶ୍ରେଷ୍ଠ I
ମୁଁ ଯେତେବେଳେ ନୂଆ ନୂଆ ଓଡିଆ ରେ ଲେଖା ଲେଖି କରିବା ଆରମ୍ଭ କରିଥିଲି , ବହୁତ ଆଗ୍ରହ ପ୍ରକାଶ ହେଇଥିଲା ପୁସ୍ତକ ପ୍ରକାଶନୀ ଏବଂ ଓଡିଆ ସାହିତ୍ୟ ବିଷୟରେ ଅଧିକ ଜାଣିବାକୁ I ତେଣୁ ତାଙ୍କୁ ମେସେଜ୍ ଟିଏ କରିଥିଲି I ସତରେ ଉଦାରତା ପୂର୍ବକ ସେ ରିପ୍ଲାୟ କରିଥିଲେ I ତେବେ ମୁଁ ପଚାରିଥିଲି ,
"ଆପଣ ମତେ ପୁସ୍ତକ ପ୍ରକାଶନୀ କିପରି କରିଛନ୍ତି କିଛି ଟିପ୍ସ ଦେବେ କି ??"
ତେବେ ସେପଟୁ ଗୋଟିଏ ବାକ୍ୟ ରେ ଉତ୍ତର ଆସିଥିଲା ,
"ପୋଖରୀ କୁ ଡେଇଁପଡ଼ ,ପହଁରା ଆପେ ଆପେ ଶିଖିଯିବ I" ବୋଧ ହୁଏ ମୋ ପରି ଏକ ନୂଆ ଲେଖକ ପାଇଁ ସମୟ ନଷ୍ଟ କରିବା ସେ ଉଚିତ ମଣି ନଥିଲେ I ସେ ଯାହା ଭି ହେଉ ତାଙ୍କ ଉକ୍ତି ଟି ଶତ ପ୍ରତିଶତ ଉପଯୋଗୀ ଥିଲା I ଯାହା ଫଳରେ ମୁଁ ପୋଖରୀ କୁ ଡେଇଁଲି ଆଉ ଏବେ ପହଁରୁଛି ମଧ୍ୟ I କିନ୍ତୁ ତାଙ୍କ ସେଇ ପଦେ କଥାରୁ ମତେ ସେଦିନ ଆତ୍ମଗର୍ବ ଏବଂ ଅହଂ ଭାବ ସ୍ପଷ୍ଟ ରୂପେ ଦେଖା ଯାଇଥିଲା I
ସେଦିନ ସଭାରେ ଅନେକାନେକ ଲୋକ ଙ୍କ ସମାଗନ ହୋଇଥାଏ I ତେବେ ଏକ ଦାମୀ ବନାରସୀ ଶାଢ଼ୀ ପିନ୍ଧି କରତାଳି ମଧ୍ୟରେ ଷ୍ଟେଜ୍ କୁ ଚଢିଲେ ଲେଖିକା ଜଣକ I ସଭାରେ ଜ୍ୟୋତି ପ୍ରଜ୍ବଳନ ପୂର୍ବକ ତାଙ୍କ ତୃତୀୟ ପୁସ୍ତକ ଟି ଉନ୍ମୋଚନ କଲେ I ପୁସ୍ତକ ର ନାଁ ଦେଇଥିଲେ ,"ମାଙ୍କଡ ହାତରେ ଶାଳଗ୍ରାମ" I ପୁସ୍ତକ ବିଷୟରେ କିଛି କହିବାକୁ ଅନୁରୋଧ କରାଯିବା ରୁ ସେ କହିଥିଲେ , "ଏହି ପୁସ୍ତକ ଟି ବର୍ତମାନ ର ଯୁବପୀଢ଼ି ଏବଂ ସେମାନଙ୍କ ସାହିତ୍ୟ ଜ୍ଞାନ କୁ ନେଇ ରଚନା କରାଯାଇଛି I ବର୍ତ୍ତମାନ ସାହିତ୍ୟ କୁ ପଇସା ସହ ତଉଲା ଯାଉଛି I ଓଡ଼ିଆ ଶବ୍ଦ ର ମାନ୍ୟତା କମି କମି ଯାଉଛି I ପୁରାତନ ସାହିତ୍ୟିକ ଶବ୍ଦାବଳୀ ବ୍ୟବହାର କରାଯାଉନି I ସାହିତ୍ୟ ମଧ୍ୟରେ ଇଂରାଜୀ ଶବ୍ଦ ପ୍ରବେଶ କରାଯାଉଛି ଇତ୍ୟାଦି ଇତ୍ୟାଦି I" ତେଣୁ ସେ ତାଙ୍କ ପୁସ୍ତକ ରେ ଓଡିଆ ସାହିତ୍ୟ କୁ ଶାଳଗ୍ରାମ ଏବଂ ଆମ ପରି ଯୁବ ଲେଖକ ଙ୍କୁ ମାଙ୍କଡ଼ ବୋଲି ଅଭିହିତ କରିଥିଲେ I ତାଙ୍କର ଭାଷଣ ଶୁଣି ସତେ କି ଅବା କପିଲ୍ ଶର୍ମା ଶୋ ଦେଖିଲା ପରି ଦାନ୍ତ ଲେଫେଡ଼େଇ ହସିଥିଲେ ଆଗ ଧାଡି ରେ ବସିଥିବା ମୋଦି ଜ୍ୟାକେଟ୍ ପରିଧାନ କରିଥିବା କିଛି ବୁଢା I
ଖରାପ ତ ଲାଗିଥିଲା ଟିକେ I ଆରେ ଭାଇ ଯଦି ଲେଖିବା ପାଇଁ ଦାମୀ ସାହିତ୍ୟିକ ଶବ୍ଦ ନିହାତି ଜରୁରୀ ,ତାହେଲେ ତ ସମସ୍ତ ଓଡିଆ ସାହିତ୍ୟରେ ପି.ଏଚ.ଡି. ଧାରୀ ଆଜି ବଡ ବଡ଼ ଲେଖକ ହେଇ ବସିଥାନ୍ତେ I ଆଉ ଯଦି ସାହିତ୍ୟ କୁ ବ୍ୟବସାୟ କରିବାକୁ ଚାହୁଁନ ତେବେ ବହି ଛପେଇଲେ ବୁଲିବୁଲି ତାର ପ୍ରଚାର କାହିଁକି କରୁଛ I ଖଣ୍ଡେ ବହି ଛାପି ଚୁପ୍ ଚାପ୍ ନିଜ ଘର ଆଲମାରୀରେ ସାଇତିକି ରଖି ଦଉନ I
ଠିକ୍ ସେତିକି ବେଳେ ମୋ ଆଗ ଧାଡିରେ ବସିଥିବା କିଛି ଲୋକ ଙ୍କ କଥପୋକଥନ ମୋ କାନରେ ପଡିଥିଲା I
୧ମ ଵ୍ୟକ୍ତି "ଭାଇ ଇଏ କଣ ଏତେ ଭଲ ଲେଖନ୍ତି ?"
୨ୟ ବ୍ୟକ୍ତି "ମୁଁ ପଢିନି ରେ ଭାଇ"
ଦ୍ଵିତୀୟ ଲୋକ ଟି ଆଉ ଜଣକୁ ,
"ଭାଇ ତମେ ପଢିଛ?"
୩ୟ ବ୍ୟକ୍ତି "ନାଁ ଭାଇ , ମୁଁ ଭି ପଢିନି I"
ମୁଁ ଚୁପ୍ କିନା ସେଇ ପ୍ରଥମ ବ୍ୟକ୍ତି ଙ୍କ କାନ ପାଖରେ ଯାଇ ପଚାରିଲି ,
"ଭାଇ ପ୍ରାୟ ଲୋକ ତ ପଢିନାହାନ୍ତି ,ତାହେଲେ ତାଙ୍କ ବହିର ଷ୍ଟକ୍ ଆମାଜନ ରେ ବାରମ୍ବାର ସରିଯାଉଥିଲା କେମିତି ?"
ଆଉ ଜଣେ ଭଦ୍ର ବ୍ୟକ୍ତି ମୋ ପଛରୁ ଆସିଲେ ଆଉ କହିଲେ ,
"ଭାଇ ଜାଣିନ କି ,ସେଗୁଡା ପରା ପ୍ରମୋସନ୍ ଟ୍ରିକ୍ I ପାଞ୍ଚ ଛ ଟା ବହି ସେଲ୍ ରେ ପକେଇଦିଅ ଆଉ ନିଜ ପରିବାର ଲୋକଙ୍କୁ କହି ଅର୍ଡର୍ କରିଦିଅ ,ବାସ୍ ଷ୍ଟକ୍ ଶେଷ I ତା ପରେ ଲୋକଙ୍କୁ ବୋକା ବନେଇ ଦିଅ ଯେ ବହି ସେଲ ହେଇଗଲା I"
ଆଶ୍ଚର୍ଯ୍ୟ ହେଇ ମୁଁ ଅନେଇଥାଏ ତାଙ୍କୁ I ଏଇଆ ତାହେଲେ ତାଙ୍କ ପପୁଲାରୀଟି I ଆଉ ଏଇମାନେ ତାହେଲେ ତାଙ୍କର ବଡ଼ ଫ୍ୟାନ୍ ,ଯୋଉମାନେ ସବୁବେଳେ ମେସେଜ କରନ୍ତି ତାଙ୍କୁ I କାହିଁକି କେଜାଣି ବହୁତ ହସ ଲାଗିଲା ମତେ I
ଆଉ ଠିକ୍ ସେତିକି ବେଳେ ମାଡାମ୍ କହି ଉଠିଲେ ,
ନିମ୍ନ ତିନି ପ୍ରକାରର ଲେଖକ ଙ୍କୁ ମୁଁ ମୋ ପୁସ୍ତକ ରେ ମାଙ୍କଡ ରୂପେ ଅଭିହିତ କରିଛି ,
"ଏକ ,ଯେଉଁ ମାନେ ସାମାନ୍ୟ କିଛି ଲେଖିଦେଇ ନିଜକୁ ବହୁତ ବଡ଼ ଭାବନ୍ତି I ଆତ୍ମଗର୍ବ ରେ ବୁଡି ଯାଆନ୍ତି I"
ବା.....କାହିଁକି କେଜାଣି ମୋ ହାତ ଆପେ ଆପେ ଉଠିଗଲା ତାଳି ମାରିବାକୁ I
"ଦୁଇ , ଯେଉଁମାନେ ସାହିତ୍ୟ କୁ ବ୍ୟବସାୟ ବୋଲି ଭାବନ୍ତି I ଆଉ ସାହିତ୍ୟ କୁ ବିକିବା ପାଇଁ କିଛି ଭି କରିପାରନ୍ତି I"
ଓ ହୋ...ହୋ........ମୋ ପାଟିରେ ଭାଷା ନଥିଲା ସେଦିନ ତାଙ୍କ ପ୍ରଶଂସା କରିବାକୁ I ଆହୁରି ଜୋରରେ ତାଳି ମାରିବା ଆରମ୍ଭ କରିଦେଲି I
"ତିନି , ଯେଉଁ ମାନେ ନିଜ ଲେଖା କୁ ଶ୍ରେଷ୍ଠ ବୋଲି ଭାବନ୍ତି ଆଉ ନିଜେ ତାହାର ପ୍ରଶଂସା କରନ୍ତି I"
କିଛି କ୍ଷଣ ପରେ ସମସ୍ତ ଲୋକ ମତେ ଅନେଇବା ଆରମ୍ଭ କରୁଥିଲେ I କାରଣ ଏହି ତୃତୀୟ ଡାଇଲଗ୍ ଟା ପରେ ମୁଁ ନିଜ କୁ କଂଟ୍ରୋଲ୍ ନକରି ପାରି ହୁଇସିଲ୍ ଟିଏ ମାରି ଦେଇଥିଲି I
କହିବା ବାହୁଲ୍ୟ ଯେ ,ସେଦିନ ମତେ ସେ ଷ୍ଟେଜ୍ ଉପରେ ଆତ୍ମଗର୍ବୀ ମାଙ୍କେଡ଼ି ଟିଏ ଦେଖିବାକୁ ମିଳିଥିଲା , ଯିଏ ନିଜ ହାତରେ ଧରିଥିବା ନିଜ ବହିର ସେ ଓଡିଆ ସାହିତ୍ୟ ମତେ ଶାଳଗ୍ରାମ ପରି ପ୍ରତୀତ ହୋଇଥିଲା I
ଗଣେଶ ଚତୁର୍ଥୀ ର ଶୁଭେଚ୍ଛା ଓ ଶୁଭକାମନା I
ଅଶେଷ ଅଶେଷ ଧନ୍ୟବାଦ ଗଳ୍ପ ଓ ଏକାଂକିକା I
**ସ୍ୱାଧୀନତା ର ଇସ୍ତାହାର!!!**
ଦିନେ ଖାଇଲେ ଦି ଦିନ ମୁଁ ଉପାସ
ଯେତେ ସରକାରୀ ଯୋଜନା ସବୁ,
ମୋ ପାଇଁ ମୂଲ୍ୟହୀନ ତୁଚ୍ଛା ଉପହାସ I
କାଗଜାରେ ଲେଖା ହେଇ ସବୁ ତ ଆସେ
ହେଲେ କେଜାଣି କେମିତି ଅଧା ରାସ୍ତାରୁ,
ଅଦୃଶ୍ୟହେଇ ଆଉ କାହା ପକେଟରେ ପଶେ I
ସ୍ୱାଧୀନ ହେଇ ଭି ମୁଁ ଗୋଲାମ ଆଜି ଦୁର୍ନୀତିର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର,
ମୁଁ ଗୋଟେ ସ୍ୱାଧୀନ ଗରିବ, ଆଉ ଏହା ମୋର ଇସ୍ତାହାର II
ମାଟି ମୋ ମା, କୃଷି ମୋର ବେଉସା
ଅନ୍ୟ ର ଥାଳିରେ ଆହାର ଦେଇ,
ଖୁସି ପାଉଥିବା ମଣିଷ ଟେ, ମୁଁ ଚଷା I
ହେଲେ ମୋ ଥାଳି ଶୂନ୍ୟ ଆଜି,ମୁଁ ଆଜି ନିଃସ୍ୱ
ଗାଁ ମୁଣ୍ଡର ବରଗଛ ଟାରେ ଝୁଲୁଥିବ କାଲି,
ମୋ ମୃତ ଶରୀର, ଦେଖିବ ପୁରା ବିଶ୍ୱ I
ସ୍ୱାଧୀନ ହେଇ ଭି ମୁଁ ଗୋଲାମ ଆଜି ଭୋକର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର,
ମୁଁ ଗୋଟେ ସ୍ୱାଧୀନ କୃଷକ, ଆଉ ଏହା ମୋର ଇସ୍ତାହାର II
ଯତ୍ର ନାର୍ଯ୍ୟାସ୍ଥୁ ପୂଜ୍ୟତେ ତତ୍ର ରମ୍ୟନ୍ତେ ଦେବଃ
ମୁଁ କାହା ମା, କାହା ପତ୍ନୀ, କାହା ବାନ୍ଧବୀ ତ କାହା ଭଗ୍ନୀ,
ହେଲେ ଆଜି ଭି ସବୁ ରାତି ମୋ ପାଇଁ ଦୁର୍ବିସହ I
ଅଜିଭି ରାସ୍ତାରେ ଅନେଇ ବସିଛି ଭୋକିଲା କୁକୁର
ଏକା ପାଇଲେ ଖିନ ଭିନ କରି କରି କାମୁଡି ପକାଏ,
ଯାଓ ଦେଖିବ ରାସ୍ତା କଡରେ ପଡିଛି ମୋ ଉଲଗ୍ନ ଶରୀର I
ସ୍ୱାଧୀନ ହେଇ ଭି ମୋ ଇଜ୍ଜତ ଆଜି ଗୋଲାମ ଦୁଷ୍କର୍ମର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର,
ମୁଁ ଗୋଟେ ସ୍ୱାଧୀନ ଧର୍ଷିତା, ଆଉ ଏହା ମୋର ଇସ୍ତାହାର II
ନିଜ ପରିବାର କୁ ପର କରି କରିଥିଲି ଦେଶକୁ ନିଜର
ଦିନେ ନିଜ ରକ୍ତ ଦେଇ କରିଥିଲି ଏଇ ଦେଶକୁ ସ୍ୱତନ୍ତ୍ର,
ନୁହେଁ ଏହା ମୋ ସ୍ୱପ୍ନର ସ୍ଵରାଜ୍ୟ, ମୂଲ୍ୟ ମୋ ରକ୍ତର I
ଦିନେ ଗର୍ବରେ "ଫର ଫର" ହେଇ ଉଡ଼ୁଥିଲା ତ୍ରିରଙ୍ଗା
ହେଲେ ଆଜି ସେ ଉଡୁନି, ଝୁଲିଛି ଫାଶୀଖୁଣ୍ଟରେ,
ଦେଶର ଦୁର୍ଦ୍ଦଶା ଦେଖି ସାଜିଛି ଆଜି ସେ ବେରଙ୍ଗା I
ସ୍ୱାଧୀନ ହେଇଭି ମୋ ଦେଶ ଶୀକାର ଦୁଃସ୍ଥ ରାଜନୀତି ର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତା ର,
ମୁଁ ଗୋଟେ ସ୍ୱାଧୀନ ଭାରତୀୟ, ଆଉ ଏହା ମୋର ଇସ୍ତାହାର II
ଅସ୍ତଗାମୀ ସୂର୍ଯ୍ୟ ର ଦିଗବଳୟ ରେ ଠିଆ ହେଇଛି ଆଠ ବର୍ଷ ର ଛୋଟ ଝିଅ ଟେ, କଣ୍ଢେଇ ଟେ ଧରି I ଚାରିଆଡେ ସୂର୍ଯ୍ୟାସ୍ତ ର ସେଇ ରଙ୍ଗୀନ ଆଭା I ଅସୀମ ବ୍ୟାପ୍ତ ଏକ ବିଶାଳ ତୃଣ ଭୂମି I ଝିଅ ଠାରୁ ଅନତି ଦୂରରେ ଏକ ଅସାଧାରଣ ଅଲୌକିକ ବିଶାଳ ବୃକ୍ଷ I ବୃକ୍ଷ ତଳେ ଠିଆ ହେଇଛି ସମବୟସ୍କା ଆଉ ଗୋଟିଏ ଝିଅ ଟିଏ I ଦେହରେ ଧଳା ରଙ୍ଗର ଫ୍ରକ୍ I ଫ୍ରକ୍ ରେ ସ୍ଥାନେ ସ୍ଥାନେ ଲାଗିରହିଛି ରକ୍ତ ର ଛିଟା I ତଳକୁ ଅନେଇ ଠିଆ ହେଇଛି I ମୁହଁ ଆଗରେ ସାମାନ୍ୟ ଓଦାଳିଆ ଲମ୍ବା ଚୁଟି, ମୁହଁ କୁ ସମ୍ପୂର୍ଣ ଘୋଡାଇ ରଖିଛି I ହାତ ସାରା ରକ୍ତ ଆଉ ଧୂଳିର ଏକ ଆସ୍ତରଣ I ହାତରେ ଧରିଛି ଛୁରୀଟିଏ I କିଛି କ୍ଷଣ ର ନୀରବତା ପରେ ଚିତ୍କାର କରି ଝିଅ ଟି ଆଡକୁ ଦଉଡି ଆସିଛି ସେଇ ଭୟଙ୍କର ଝିଅ ଟି I ଛାତିରେ ଭୁସି ଚାଲିଛି ଛୁରୀ ରକ୍ତ ମୁଖା ସାଜି, ଆଉ କହୁଛି, "ମତେ କାହିଁକି ମାରିଲୁ ତୁ..... କଣ ଭୂଲ ମୁଁ କରିଥିଲି....କାହିଁକି ମୋ ମା ଠାରୁ ଅଲଗା କଲୁ ମତେ...... "
ଚିହିଁକି ଉଠିଲା ଛୋଟ ଝିଅଟେ ନିଦରୁ I ଉଠି କାନ୍ଦିବା ଆରମ୍ଭ କରିଦେଲା I ଝିଅ ଟିର କନ୍ଦରେ ଉଠିପଡ଼ିଲେ ଅଭି ଆଉ ଅନୁ I
ଅଭି - "କଣ ହେଲା ମା... ମୋ ଧନ କାନ୍ଦୁଛି କାହିଁକି?"
ଅନୁଭା(ଛୋଟ ଝିଅ ଟି) - "ସେ ମତେ ମାରିଦବ ଡାଡି.... ମରିଯିବି ମୁଁ....ମୋ ଛାତିରେ ଛୁରୀ ଭୁସିକି ମାରିଦବ ଡାଡି I"
ପ୍ରତିଷ୍ଠିତ ବିଜନେସମ୍ୟାନ୍ ଅଭିନାଶ ଆଉ ଅନୁ ଙ୍କ ଗୋଟେ ବୋଲି ଝିଅ, ଅନୁଭା I ବେଶ୍ ଅଲିଅଳୀ ଝିଅ ଟିଏ I ଅଚଳାଚଳ ସମ୍ପତି, ଗୋଟିଏ ବୋଲି ଝିଅ I ଝିଅ ଟି ଅଭିନାଶ ବାବୁଙ୍କ ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ I
କିନ୍ତୁ କାହିଁକି କେଜାଣି ପିଲା ଦିନୁ, ରାତିରେ ଏମିତି ଦୁଃସ୍ବପ୍ନ ଦେଖି ଉଠି କାନ୍ଦେ ଅନୁଭା I କେଜାଣି ଦିନ ବେଳ ଟାରେ କାହା ସହ ମନେ ମନେ କଥା ହୁଏ I ମନେ ମନେ କାହା ସହ ବସି ଖେଳେ I ପଚାରିଲେ କହେ ମୋ ସାନ ଭଉଣୀ I ଆଶ୍ଚର୍ଯ୍ୟ ହେଇ ଯାନ୍ତି ଅଭି ଆଉ ଅନୁ I
ବହୁତ ବଡ ବଡ ଡାକ୍ତର ଦେଖେଇଛନ୍ତି, ହେଲେ କୌଣସି ଫଳପ୍ରଦ ହେଉନାହିଁ I କିଏ କହୁଛି ଝିଅ ଟି "ସିଜୋଫ୍ରେନିଆ" ରେ ଆକ୍ରାନ୍ତ, ତ କିଏ କହୁଛି ମା ବାପା ଦୁହେଁ କାମକୁ ଚାଲିଯାଉଥିବାରୁ ଝିଅ ଟି ନିଃସଙ୍ଗ ହେଇ ମାନସିକ ଚାପ ଗ୍ରସ୍ତ I ନିଜ ଅଲିଅଳୀ ଝିଅ ପାଇଁ ବାଧ୍ୟ ହେଇ ଚାକିରୀ ଛାଡିଛନ୍ତି ଅନୁ ମାଡାମ୍ I
ହେଲେ ଦିନକୁ ଦିନ, ଏଇ ସବୁ ଜିନଷ ବଢ଼ିବାରେ ଲାଗିଛି I ଚିନ୍ତା ଗ୍ରସ୍ତ ହେଇପଡ଼ିଛନ୍ତି ଅନୁ ଆଉ ଅଭି I ସ୍ୱାଭାବିକ ମଧ୍ୟ I ଯଦି ନିଜର ଗୋଟେ ବୋଲି ଝିଅ ବାରମ୍ବାର ମରିବା କଥା କହିବ, ଡର ଲାଗିବା ସ୍ୱାଭାବିକ I
ସେଦିନ ଥାଏ ରବିବାର I ଛୁଟି ଦିନ I ପୂର୍ବ ପରି ସେମିତି ଅନୁଭା କାହା ସହ କଥା ହେଉଛି I ଅନ୍ୟମନସ୍କା ହେଇ କଣ୍ଢେଇଟା ଧରି କାହା ସହ ଖେଳୁଛି I ସେପଟେ ପେପର ଟା ଧରି ବସିଛନ୍ତି ଅଭିନାଶ ଆଉ ଫୋନ୍ ରେ କାହାସହ ବ୍ୟସ୍ତ ଅଛନ୍ତି ଅନୁ I କିଛି କ୍ଷଣ ପରେ ଅନୁଙ୍କ ନଜର ପଡ଼ିଯାଏ ଅନୁଭା ଘରେ ନାହିଁ I ବ୍ୟସ୍ତ ହେଇ ପଡିଛନ୍ତି ଅନୁ I ଅଭି ଆଉ ଅନୁ ଦୁହେଁ ଅନୁଭା କୁ ଖୋଜିବାରେ ଲାଗିପଡିଛନ୍ତି I ତେବେ ଛାତକୁ ଥିବା ସିଡିରେ ଅନୁଭା ର କଣ୍ଢେଇ ଟା ଦେଖିଛନ୍ତି ଅଭି I ଦଉଡି ଯାଇଛନ୍ତି ଦୁହେଁ ଛାତ ଉପରକୁ I ଉପରେ ଯାଇ ଦେଖନ୍ତି ତ..... ଛାତର ବାଡ଼ ଉପରେ ଠିଆ ହେଇଛି ଅନୁଭା I କାହାକୁ ଗୋଟେ ଦେଖି ହସୁଚି I ଆଉ କହୁଛି, "ମୁଁ ଆସୁଛି ଆନଭି.... ମୁଁ ତୋ ପାଖକୁ ଆସୁଛି......I"
ଅନୁଭା ପାଟିରୁ ଆନଭି ନାଁ ଶୁଣି ପରସ୍ପର କୁ ଅନେଇଛନ୍ତି ଦୁଇଜଣ, କିଛି ଭାବିବା ଆଗରୁ ତଳକୁ ଡେଇଁ ପଡିଛି ଅନୁଭା I ସେମିତି ଅବାକ୍ ହେଇ ଚାହିଁ ରହିଛନ୍ତି ଅନୁ ଆଉ ଅଭି I କିଛି ସମୟ ରେ "ଧଡ଼ାକ୍" ଶବ୍ଦରେ ଗୁଂଜରିତ ହେଇଉଠିଛି ସେଇ ନିଶବ୍ଦ ପରିବେଶ I
*****************************************
ଦଶ ବର୍ଷ ପୂର୍ବେ,
ଅଲଟ୍ରାସାଉଣ୍ଡ୍ ପରେ ଡାକ୍ତର କହିଛନ୍ତି, ଅନୁ ଯାଆଁଳା ଛୁଆ ଙ୍କ ମା ହେବାକୁ ଯାଉଛି I ଅଭି ଆଉ ଅନୁଙ୍କ ଖୁସି କହିଲେ ନସରେ I ତାଙ୍କ ଛୋଟ ପରିବାର କୁ ଆସିବେ ଦୁଇଟି ନୂଆ ସଦସ୍ୟ I ତାଙ୍କ କୁଆଁ କୁଆଁ କାନ୍ଦ ରେ ପୁରି ଉଠିବ ତାଙ୍କ ଛୋଟ ଘର I
ବହୁତ ହସ ଖୁସିରେ କଟୁଥିଲା ସମୟ I ଅଭି ଅନୁ କୁ ବେଡ଼୍ ରୁ ଓହ୍ଲେଇ ବାକୁ ମଧ୍ୟ ଦେଉନଥିଲା I ଧୀରେ ଧୀରେ ସମୟ ଗଡି ଚାଲିଥାଏ I ଇତି ମଧ୍ୟରେ, ଦିନେ ରାତିରେ ଶୋଇବା ଆଗରୁ ଅଭି ଅନୁ କୁ କହିଥିଲା,
"ଦେଖିବ ଅନୁ ମୋର ଦି ଟା cute cute ଝିଅ ହେବେ, ତାଙ୍କ ସହ ସବୁବେଳେ ଖେଳିବି ମୁଁ I କାମ ଦାମ ସବୁ ଛାଡ଼ିଦେବି, ଜଣକ ନାଁ ଦେବି ଅନୁଭା.... ଆଉ ଜଣକ ନାଁ ଦେବି ଆନଭି.......I"
ସାତ ମାସ୍ ଚାଲିଥିବା ବେଳେ ଦିନେ ହଠାତ, ଅନୁକୁ ବହୁତ ଯନ୍ତ୍ରଣା ଅନୁଭବ ହେଲା ତଳି ପେଟରେ I ଅସହ୍ୟ ଯନ୍ତ୍ରଣା ସହି ନପାରି ଅଭି କୁ କଲ୍ କରି ଡକେଇଥିଲା ଅଫିସି ରୁ I ଅନୁ କୁ ଧରି ତୁରନ୍ତ ହସ୍ପିଟାଲ୍ ନେଇଯାଇଥିଲା ଆକାଶ I
ଅନୁ କୁ ଦେଖି ଡାକ୍ତର କହିଥିଲେ, ତୁରନ୍ତ ଅପରେସନ୍ କରିବାକୁ ପଡିବ, ନଚେତ୍ ମା ଆଉ ଛୁଆ ଙ୍କ ବଂଚିବା ଅସମ୍ଭବ I
ଡାକ୍ତର ଙ୍କ କହିବା ମୁତାବକ, ଅପରେସନ ପାଇଁ ରାଜି ହେଇଥିଲା ଅଭି I ହେଲେ ଅପରେସନ ପରେ, ଗୋଟେ ଶିଶୁ କନ୍ୟା ଧରି ବାହାରକୁ ଆସିଥିଲେ ନର୍ସ ଆଉ କହିଥିଲେ,
"ଅଭିନନ୍ଦନ ଅଭିନାଶ ବାବୁ, ଆପଣ ଗୋଟେ ସୁନ୍ଦର କନ୍ୟା ସନ୍ତାନ ର ବାପା ହେଇଛନ୍ତି I ମା ଆଉ ଝିଅ ଦୁହେଁ ସୁସ୍ଥ ଅଛନ୍ତି I"
ଖୁସିରେ ଫାଟି ପଡିଥିଲେ ଅଭିନାଶ I ପାଖକୁ ଯାଇ ଝିଅ ଟିର ମୁଣ୍ଡରେ ହାତ ବୁଲେଇଥିଲା ଆଉ ଟା ପାଟିରୁ ବାହାରି ଯାଇଥିଲା, "ମୋ ଅନୁଭା..... I"
କିଛି କ୍ଷଣ ପରେ ଚିନ୍ତା ଗ୍ରସ୍ତ ହେଇ ପାଖରେ ଥିବା ଡାକ୍ତର ଙ୍କୁ ପଚାରିଥିଲେ, "ହେଲେ ମୋ ଆନଭି???? ମୋ ଆନଭି କାଇଁ??? "
ଡାକ୍ତର - (ଅଭିନାଶ ଙ୍କ କାନ୍ଧରେ ହାତ ରଖି, ଟିକେ ଆଶ୍ୱାସନା ଦେଇ) "ଦେଖନ୍ତୁ ଅଭିନାଶ ବାବୁ, vanishing twin syndrom, ନାଁ ରେ ଗୋଟିଏ ଦୁର୍ଲଭ ରୋଗ ଅଛି I ଏଇ ରୋଗ କେବଳ ସେହି ଗର୍ଭବତୀ ମହିଳା ମାନଙ୍କୁ ହେଇଥାଏ, ଯେଉଁ ମନେ ଯାଆଁଳା ଛୁଆ ଜନ୍ମ କରନ୍ତି I ଆଜିଯାଏ ବିଶ୍ବରେ ବହୁତ କମ୍ କେସ୍ ଦେଖାଯାଇଛି ଏହି ରୋଗରେ I ଏହି ରୋଗରେ , ଯାଆଁଳା ଛୁଆ ଙ୍କ ମଧ୍ୟ ରୁ ଜଣେ ମାତ୍ରାଧିକ ଆକ୍ଟିଭ ଥାଏ ଆଉ ଜଣେ କମ୍ ଆକ୍ଟିଭ I ଯାହାର ଫଳ ସ୍ୱରୂପ ଅଧିକ ଆକ୍ଟିଭ ଥିବା ଶିଶୁ ଟି ଆର ଶିଶୁର ଖାଦ୍ୟ ନିଜେ ଖାଇଦିଏ, ଏବଂ ଧୀରେ ଧୀରେ ଆର ଶିଶୁଟି ଖାଦ୍ୟ ଅଭାବରୁ ମା ପେଟରେ ହିଁ ମରିଯାଏ I ଶେଷରେ ସେ ମୃତ ଶିଶୁର ଅବଶିଷ୍ଟାଂଶ କୁ ମଧ୍ୟ ଆବସର୍ଭ(ଶୋଷଣ) କରିଦିଏ ଏବଂ ଖୁବ ଶୀଘ୍ର ବଡହେଇ ପ୍ରସବ ପୀଡା ଦେବା ଆରମ୍ଭ କରିଦିଏ I ଅପଣ ଙ୍କ ପତ୍ନୀ ମଧ୍ୟ ସେଇ ରୋଗରେ ପୀଡିତ ଥିଲେ, ଏବଂ ଆପଣଙ୍କ ଗୋଟିଏ ଶିଶୁ ଅନ୍ୟ ଜଣକ ଶରୀର କୁ ଆବସର୍ଭ କରି ତାକୁ ମାରିଦେଇଛି I"
#ଅସରନ୍ତି ରାସ୍ତାର ସାଥି ଟିଏ!!!!
ବାସ୍ତବ ରେ ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ, ଭୂତ ପ୍ରେତ ଇତ୍ୟାଦି ଶୁଣିଲା ମାନେ ଲୋକେ ହସରେ ଉଡେଇ ଦିଅନ୍ତି I ଭୂତ ପ୍ରେତରେ ମୁଁ ନିଜେ ମଧ୍ୟ ବିଶ୍ୱାସ କରେନି I ଭେଷଜ ବିଜ୍ଞାନ ଛାତ୍ର ମୁଁ, ନିଜେ ଏଇ ହାତରେ କେତେ ଯେ ଶବକୁ କାଟିକି ତାର ଅଙ୍ଗ ପ୍ରତ୍ୟଙ୍ଗ ହାତରେ ଧରିଛି ଆଉ ତା ବିଷୟରେ ପଢ଼ିଛି I ସ୍ୱଭାବିକ ଭୂତ ପ୍ରେତ ଉପରେ ବିଶ୍ୱାସ କରିବି କେମିତି I
ହେଲେ କିଛି ଘଟଣା ଆମ ଆଖପାଖ ରେ ଘଟିଯାଏ, ଯାହା ମତେ ବେଳେ ବେଳେ ଦ୍ଵନ୍ଦ ରେ ପକେଇଦିଏ I ଅନ୍ଧାର ଜାଗାରେ ଏକା ରହିବାକୁ ଡର ଲାଗିବା I ରାତିରେ ଶୂନଶାନ ରାସ୍ତାରେ ଏକା ଗଲାବେଳେ ମୁଣ୍ଡ ଆପେ ଆପେ ପଛକୁ ବୁଲିଯିବା I ଝୀଂଟିକାର ସ୍ୱର ମଧ୍ୟ ସିଂହ ର ଗର୍ଜନ ପରି ପ୍ରତୀତ ହେବା I ଭୂତ ସିନେମା ଟିଏ ଦେଖିଦେଲେ ରାତିସାରା ଶୋଇ ନ ପାରିବା I ମନୁଷ୍ୟ ର ମୃତ୍ୟୁ ପରେ ତାର ବାଇଶି ଗ୍ରାମ ଓଜନ କମିଯିବା I ଏସବୁ କୋଉଠି ନା କୋଉଠି ବାଧ୍ୟ କରେ, ଏହା ମାନିନେବାକୁ କି ଆତ୍ମା ବୋଲି କିଛି ଅଛି I
ତେବେ ଏ ପ୍ରଶ୍ନ ର ସଠିକ ଉତ୍ତର କାହା ପାଖେ ନାହିଁ I ହେଲେ ଜେଜେ ଙ୍କ ଠୁ ଶୁଣିଥିବା ଗୋଟିଏ ସତ ଘଟଣା ଏଠାରେ ପ୍ରକାଶ କରିବାକୁ ଚାହିଁବି I ଆଉ ସମସ୍ତ ଙ୍କୁ ଗୋଟିଏ ପ୍ରଶ୍ନ ଟିଏ ପଚାରିବି, "ବାସ୍ତବ ରେ ଭୂତ ପ୍ରେତ ଙ୍କ ଉପରେ ଆପଣ ଙ୍କ ମତାମତ କଣ? " I
କାହାଣୀ ଟି ଆଜିକୁ ପ୍ରାୟ ପଚାଶ ବର୍ଷ ତଳର I ସେତେବେଳେ ଭୁବନେଶ୍ୱର ର ନାଁ ଗନ୍ଧ କିଛି ନଥିଲା I ବଡ ବଡ ଅଟ୍ଟାଳିକା ଜାଗାରେ ଥିଲା ଘଞ୍ଚ ଅରଣ୍ୟ I ଆଉ ବିବେକ ହୀନ ମଣିଷ ମାନଙ୍କ ଜାଗାରେ ଭୁବନେଶ୍ୱର ରେ ରାଜ୍ କରୁଥିଲେ ବନ୍ୟପ୍ରାଣୀ ମାନେ I ସେଇ ଘଞ୍ଚ ଅରଣ୍ୟ ମଧ୍ୟରେ କାଁ ଭାଁ କେତୋଟି ଜାଗାରେ ଜନ ବସତି ଥିଲା I
ମୋ ଜେଜେ ସେତେବେଳେ ଚାକିରୀ କରିଥିଲେ ଖଦି ନିକେତନ ଲୁଗା କଳ ରେ I ପ୍ରାୟତଃ ଭୁବନେଶ୍ୱର ରେ ରହୁଥିଲେ I କେବେ କେବେ ଗାଁ କୁ ଯାଉଥିଲେ ଛୁଟି ଦିନ ଦେଖିକି I
ମୋ ଜେଜେଙ୍କ ମା ଙ୍କର ପୁରୀ ମହାପ୍ରସାଦ ବହୁତ ପ୍ରିୟ ଥିଲା I ଜେଜେ ଯେହେତୁ ତାଙ୍କ ସବୁଠାରୁ କନିଷ୍ଠ ପୁତ୍ର ଥିଲେ, ତେଣୁ ତାଙ୍କର ସବୁଠାରୁ ପ୍ରିୟ ଥିଲେ I ଆଉ ଜେଜେ ଯେବେ ଭି ଗାଁ କୁ ଯାନ୍ତି ପୁରୀ ରୁ ମହାପ୍ରସାଦ ନେଇକି ଯାନ୍ତି I
ଗାଁ କୁ ଯିବାକୁ ଗୋଟିଏ ହିଁ ବସ୍ ଥାଏ I ବସ୍ ଟି ଦିନ ତିନି ଟାରେ ରାଜଧାନୀ ଛାଡେ ଆଉ ସାତ ଟାରେ ଗାଁ ରେ ପହଞ୍ଚେ I ଜେଜେ ସେଇ ବସ୍ ରେ ଗାଁ କୁ ଯାଆନ୍ତି I
କିନ୍ତୁ ଦିନେ ପୁରୀ ରୁ ସାଇକେଲ ରେ ମହାପ୍ରସାଦ ଆଣି ଫେରୁ ଫେରୁ ଟିକେ ବିଳମ୍ବ ହେଇଯାଇଛି I ବସ ଧରି ପାରିନାହାନ୍ତି I ଗାଁ କୁ ଯିବେ କି ନଯିବେ ଦ୍ଵନ୍ଦରେ, ଶେଷରେ ବାଇଶି ଇଂଚିଆ ସାଇକେଲଟି ଧରି ଗାଁ କୁ ବାହାରିଛନ୍ତି I
"ଏତେ ଶ୍ରଦ୍ଧାରେ ବୋଉ ପାଇଁ ମହାପ୍ରସାଦ ଆଣିଲି, ନ ଗଲେ ବହୁତ ଦୁଃଖ ଲାଗିବ I"
ଭୁବନେଶ୍ୱର ରୁ ଆମ ଗାଁ ପାଖାପାଖି ସତୁରି କିଲୋମିଟର ହେବ I କିନ୍ତୁ ଗାଁ କୁ ଯିବା ରାସ୍ତା ପୁରା ଶୂନଶାନ୍ I ଲୋକ ତ ଦୂରର କଥା, କୁଡ଼ିଆ ଟେ ଭି ମିଳିବନି ରାସ୍ତାରେ I
ଜେଜେ ସାହସ କରି ବାହାରି ଯାଇଛନ୍ତି ସିନା, ହେଲେ ମନରେ ଡର ଉଙ୍କି ମାରୁଛି I ପୁଣି ପାଖରେ ମହାପ୍ରସାଦ I ଶୁଣିଥିଲେ ମହାପ୍ରସାଦ ପାଇଁ ପ୍ରେତମାନଙ୍କର ପ୍ରବଳ ଆଗ୍ରହ I ମହାପ୍ରସାଦ କି ଭଲ ସୁସ୍ୱାଦୁ ଖାଇବା ନେଇ ରାତିରେ କୁଆଡେ ଯିବାକୁ ଗାଁ ର ବଡ ଲୋକେ ବାରଣ କରନ୍ତି I "କିନ୍ତୁ ବାହାରି ତ ଯାଇଛି, ପଛକୁ ଫେରି ହବନି", ନିଜକୁ ଦମ୍ଭ କରି ଆଗକୁ ଚାଲିଛନ୍ତି ଜେଜେ I
କିଛି କ୍ଷଣ ମଧ୍ୟରେ ପଶ୍ଚିମ ଦିଗବଳୟରେ ଲୁଚି ଗଲେ ଅସ୍ତଗାମୀ ସୂର୍ଯ୍ୟ I ଘୋଟି ଆସିଲା କିଟିକିଟି ଅନ୍ଧାର I ଶ୍ରାବଣ ମାସର ଅମାବାସ୍ୟା I ଆକାଶରେ ଚନ୍ଦ୍ର ର ଚି଼ହ୍ନ ବର୍ଣ୍ଣ ନାହିଁ I ପୁଣି ପାଖରେ ମହାପ୍ରଭୁ ଙ୍କ ମହାପ୍ରସାଦ I ଅଜାଣତରେ ମୃତ୍ୟୁ ର ରାସ୍ତାରେ ଚାଲି ପଡ଼ିଥିଲେ ଜେଜେ I ସେ ରାସ୍ତା କାହିଁକି କେଜାଣି ସରୁନଥିଲା ସେଦିନ I ଅସରନ୍ତି ପ୍ରତୀତ ହେଉଥିଲା I ଆଉ ସମୟ ସତେ ଯେମିତି ଶିଥିଳ ପ୍ରାୟ I
ଦୂର ଦୂର ଯାଏ ରାସ୍ତାରେ କେହି ନଥିଲେ I ଶାନ୍ତ ପରିବେଶ I ଝିପି ଝିପି ବର୍ଷା ପୁଣି ବର୍ଷା ସହ ଝୀଂଟିକା ଆଦି କୀଟ ଙ୍କ କେଁ କେଁ କଟର କଟର ଶବ୍ଦ, ଖଦ୍ୟୋତ ଙ୍କ ମିଟିମିଟିକା ଲୁଚକାଳି, ସେଇ ନିଶବ୍ଦ ରାତିକୁ ଭୟଙ୍କର କରିବାକୁ ଯଥେଷ୍ଟ ଥିଲା I ଝିପି ଝିପି ବର୍ଷା ର ପାଣି, ଆଉ ଭୟାତୁର ଶରୀର ରୁ ନିର୍ଗତ ଝାଳ ଟିପ ଟିପ ହେଇ ପଡ଼ିଚାଲିଥିଲା ରାସ୍ତା ସାରା I ଚାରିଆଡେ ଆଶରୀରୀ ମାନଙ୍କ ଉପସ୍ଥିତ ର ଏକ ଭୟାବହ ଅନୁଭବ I ସତେ ଯେମିତି ପଛରୁ କିଏ ଡାକୁଛି ତାଙ୍କୁ!! ପଛରେ କିଏ ଗୋଡ଼ଉଛି ତାଙ୍କୁ I ପୁଣି କେବେ ସାଇକେଲ ର ପଛରେ କିଏ ବସିଥିବାର କିଞ୍ଚିତ ଆଭାସ I ଭୟରେ ଆତୁର ହେଇ, ନିଜର ସମସ୍ତ ସାମର୍ଥ୍ୟ ଲଗାଇ ସାଇକେଲ ପେଡାଲ ମାରି ଚାଲିଥିଲେ ଜେଜେ I ଗୋଟିଏ ଲୟରେ ଆଗକୁ ଦେଖି, ହନୁମାନ ଚାଳିଶା ଵିସ୍ମରଣ କରି , ଆଗକୁ ମାଡି ଚାଲିଥିଲେ I ପଛକୁ କିମ୍ବା ଦୁଇ ପାର୍ଶ୍ୱ କୁ ବୁଲି ନଜର ପକେଇବାର ସାହସ ନଥିଲା I ମନରେ କେବଳ ଗୋଟିଏ ଭାବନା ,
"ଗାଁ କୁ ସାଇକେଲ ରେ ଯିବାର ନିଷ୍ପତି ମୋର କେତେ ବଡ ଭୂଲ ଥିଲା, ହେ ପ୍ରଭୁ କ୍ଷମା କରିଦିଅ, ଏଇ ଥର ତ ମତେ ଏଇ ବିପଦରୁ ତରି ଦିଅ I"
କଥାରେ ଅଛି, ବିପଦ ଯେବେ ଆସେ, ଭାଇ ବନ୍ଧୁ କୁଟୁମ୍ବ ସଭିଙ୍କୁ ଧରିକି ଆସେ I ଦୁର୍ଭାଗ୍ୟ କୁ ଜୋରସେ ସାଇକେଲ ପେଡାଲ ମାରିବାରୁ, ସାଇକେଲ ଚେନ ଟି ଛିଡିଯାଇଥିଲା I ଭାଗ୍ୟକୁ ନିନ୍ଦି ଜେଜେ ସାଇକେଲ ରୁ ଓହ୍ଲେଇଲେ I ହାତେ ଲମ୍ବା ସେଇ ପୁରୁଣା କାଳିଆ ଟର୍ଚ୍ଚ ର ସ୍ୱଳ୍ପ ଆଲୋକ ଛଡା, ସମ୍ପୂର୍ଣ୍ଣ ଜାଗାଟି କାଳ ମଚ ମଚ ଅନ୍ଧାର I ଜେଜେ ଅଜ୍ଞାତ ପ୍ରାୟ I ହାତ ତାଙ୍କର ଭୟରେ ଶିଥିଳ ପଡିଯାଇଥିଲା I ଟର୍ଚ୍ଚ ଟିକୁ କାଖରେ ଜାକି, ସାଇକେଲ ର ଚେନ ଟିକୁ ଲଗାଉଥିଲେ I
ହଠାତ ପଛ ଆଡୁ କିଏ ଜଣେ ଆସି, ଜେଜେଙ୍କ କାନ୍ଧରେ ହାତ ପକେଇଛି I ଚମକି ପଡି ଚିତ୍କାର କରି ଉଠିଛନ୍ତି ଜେଜେ I ଟର୍ଚ୍ଚ ଟି ହାତ ରୁ ଖସି କେଉଁ ଆଡେ ଗଡି ଯାଇଛି I ତରବରରେ ଅସ୍ତ ବ୍ୟସ୍ତ ହେଇ ଜେଜେ ଟର୍ଚ୍ଚ ଟି ଖୋଜିଛନ୍ତି, ଆଉ ଅନେକ ଚେଷ୍ଟା ପରେ ଟର୍ଚ୍ଚ ଟି ପାଇ ଯେତେବେଳେ ସେଇ ଅଚିହ୍ନା ବ୍ୟକ୍ତି ମୁହଁକୁ ଟର୍ଚ୍ଚ ଟି ପକେଇ ଦେଇଛନ୍ତି.......
"ଆରେ, ମତେ ଚିହ୍ନି ପାରୁନୁ, ମୁଁ ପରା ପ୍ରଭାକର I"
ସେଦିନ ଜେଜେଙ୍କୁ ସେଇ ଅସରନ୍ତି ରାସ୍ତା ଆଉ ଭୟଙ୍କର ରାତିରେ, ମିଳିଯାଇଥିଲେ ଜଣେ ସାଥି I ପ୍ରଭାକର, ଜେଜେ ଙ୍କ ପିଲା ଦିନର ସାଙ୍ଗ I ଏକାଠି ପଢ଼ିଛନ୍ତି, ଏକାଠି ଖେଳିଛନ୍ତି I ଏକା ମା ପେଟର ନହେଲେ ଭି ଦୁଇ ଜଣ ଙ୍କ ମଧ୍ୟ ରେ ଭାଇ ଭାଇ ର ସମ୍ପର୍କ I ପିଲାବେଳୁ ପ୍ରଭାକର ହିଁ ଜେଜେଙ୍କୁ ସବୁ ପରିସ୍ଥିତି ରେ ସାହାଯ୍ୟ କରି ଆସିଛି I ଯେତେବେଳେ ଜେଜେ କୌଣସି ବିପଦରେ ପଡିଛନ୍ତି, ରାମ ଭକ୍ତ ହନୁମାନ ପରି ପ୍ରଭା ଆସି ପାଖରେ ଠିଆ ହେଇଛି I
ପ୍ରଭାକର କୁ ଦେଖି କୁଣ୍ଢେଇ କାନ୍ଦି ପକେଇଲେ ଜେଜେ I
"ଯା ହଉ ପ୍ରଭା, ତୁ ଅସିଗଲୁ, ନହଲେ ମୁଁ ଭାବିଥିଲି ମୁଁ ଆଉ ବଞ୍ଚିବିନିରେ I"
"ମୁଁ ଥାଉ ଥାଉ ତୋର କଣ କିଛି ହେଇପାରିବ" - ପ୍ରଭାକର I
ଦୁଇ ଜଣ ମିଶି ହସି ପକେଇଲେ I ଖୁସି ମନରେ ଦୁଇ ଜଣ ବାହାରିଲେ ଗାଁ ଆଡକୁ I
କିଛି ବାଟ ଗଲା ପରେ, "ଆରେ ପ୍ରଭା, ତୁ ଏପଟ ଆଡେ କୁଆଡେ ଆସିଥିଲୁ? "
ପ୍ରଭାକର (ଟିକେ ଅସ୍ତବ୍ୟସ୍ତ ହେଇ)- "ଆରେ ମୁଁ ଏଇ ମାଉସୀ ଘରକୁ ଟିକେ ବୁଲିବାକୁ ଆସିଥିଲି I"
ଜେଜେ - "ଓହୋ I ହଉ ହଉ I"
ଦୁଇ ସାଙ୍ଗ ମିଶି କଥା ହେଇ ହେଇ ଆସିଥିଲେ ସେଦିନ ଗାଁ କୁ I ଗାଁ ର ଗୁଡ଼ିଆ ଠୁ ଆରମ୍ଭ କରି ରମିଆ ଝିଅ ବାହାଘର ଆଉ ପଂଚାୟତ ଅଫିସ ରେ ଟଙ୍କା ବାଟମାରଣା ସବୁ କଥା ବଖାଣି ଥିଲା ପ୍ରଭା I ଦୁଇ ଜଣଙ୍କ ବାର୍ତାଳାପ ମଧ୍ୟେ ସେଇ ଅସରନ୍ତି ରାସ୍ତା ଭି କେତେବେଳେ ସମାପ୍ତ ହେବା ଉପରେ ଥିଲା I
ଗାଁ ରେ ପହଂଚିବାକୁ କିଛି ରାସ୍ତା ବାକିଥାଏ, ଜେଜେ ଦେଖିଲେ, ପ୍ରଭା ବାରମ୍ବାର ସେଇ ଅବଢ଼ା ବ୍ୟାଗ କୁ ଅନାଉଥାଏ I
ଜେଜେ - "ଆଛା, ଆଜି ମାଉସୀ ଘରେ ଖାଇଲୁ କଣ କିରେ?"
ପ୍ରଭା - "ପଖାଳ ଟିକେ ବାଡ଼େଇଥିଲି ଯେ, ଭାରି ଭୋକ ହେଲାଣି, ବ୍ୟାଗ ରୁ ଭଲ ବାସ୍ନା ଆସୁଛି ତ I ପୁରୀ ମହାପ୍ରସାଦ କି?"
ଜେଜେ - "ହଁ ରେ, ବୋଉ ପାଇଁ ଆଣିଥିଲି I ତୁ ଖାଇବୁ କି ଟିକେ I"
ପ୍ରଭାକର ମୁଣ୍ଡ ହଲେଇ ହଁ କଲା I
ଇତି ମଧ୍ୟରେ ଗାଁ ମୁଣ୍ଡ ଆସିଯାଇଥିଲା I ଜେଜେ ପ୍ରଭା କୁ ବ୍ୟାଗରୁ କାଢି ଗୋଟେ ପତ୍ରରେ କିଛି ଅବଢ଼ା ପରସି ଦେଲେ I
ପ୍ରଭା ଜେଜେ ଙ୍କୁ କହିଲା, "ଏବେ ତୁ ଘରକୁ ଯା, ମାଉସୀ କୁ ଖୁଆଇ ଦବୁ I ନହଲେ ମାଉସୀ ଶୋଇ ପଡିବ ଯଦି ଆଉ ଖାଇ ପାରିବନି I ମୁଁ ଏଇ ଗଛ ମୂଳେ ଖାଇକି ଯାଉଛି I କାଲି ସକାଳୁ ତୋ ଘରକୁ ଯିବି, ନଈ କୁ ଗାଧେଇ ଯିବା ମିଶିକି I"
ଜେଜେ ହଁ କରି ସେଦିନ ଘରକୁ ପଳେଇଲେ I ଘରେ ଆରାମରେ ଖାଇ ପି ଶୋଇପଡିଲେ I
ପର ଦିନ ଜେଜେ, ଗାଧେଇବା ସମୟରେ ବହୁତ ଅପେକ୍ଷା କଲେ ପ୍ରଭା ର I
"କହିଥିଲା ଆସିବ ବୋଲି, ଆସିନି ଏଯାଏ I ପାଗଳ ଟା ଭୁଲି ଯାଇଥିବ I"
ଦେଖୁ ଦେଖୁ ଦିନ ଯାଇ ସନ୍ଧ୍ୟା ହେଲା I ସେଦିନ ଦିନ ସାରା ଘରୁ ବାହାରି ନଥିଲେ ଜେଜେ I ପୂର୍ବ ରାତିର ସେଇ ଯାତ୍ରା ର କ୍ଲାନ୍ତି ରେ ଶୋଇ ରହିଥିଲେ ଦିନ ସାରା I
ସନ୍ଧ୍ୟା ହେଲାଣି, ତଥାପି ପ୍ରଭା ର ଦେଖା ଦର୍ଶନ ନାହିଁ I
"ମୁଁ ଗାଁ କୁ ଆସିବା ଖବର ପାଇଲା ମାତ୍ରେ ଧାଇଁ ଆସେ ପ୍ରଭା, ହେଲେ ମୁଁ ଗାଁ କୁ ଆସିଛି ଜାଣି ଭି ତାର ଦେଖା ନାହିଁ ସକାଳୁ I"
"ନା, ନ ଗଲେ ହବନି" କହି, ପ୍ରଭା ଘରକୁ ବାହାରିଲେ ଜେଜେ I
ପ୍ରଭା ଘର ଆଗରେ ପ୍ରବଳ ଭିଡ଼ ଜମିଥାଏ I ଲୋକ ସବୁ ଜମା ହେଇଥାନ୍ତି I ଜେଜେ କିଛି ବୁଝିପାରୁ ନଥାନ୍ତି I ମନକୁ ଟିକେ ଟିକେ ପାପ ଛୁଇଁ ବାକୁ ଲାଗିଥାଏ I ଭିତରକୁ ଯିବାକୁ ସାହସ ହେଲାନି I
ଘର ବାହାରେ, ଗାଁ ର ଜଣେ ଲୋକ କୁ ପଚାରିଲେ, "କାକା, କଣ ହେଇଛି, ଏତେ ଭିଡ? "
"ତୁ ଜାଣିନୁ କିରେ ସନା, ଆଜି ପରା ପ୍ରଭାକର ର ଦଶାହ I ଦଶ ଦିନ ତଳେ ଗାଧେଇଲା ବେଳେ ନଈ ରେ ବୁଡି ସେ ମରିଯାଇଛି I ସମସ୍ତେ ବାହାରିଛନ୍ତି ପୋଖରୀ ତୁଠ କୁ, ତୁ ଭି ଚାଲ I"...................
Let the people of odisha give judgement to this act🙏🙏🙏🙏🙏
Who else is facing the same "kada" problem?? 🤭
Read my first ever story series in pratilipi app....
"କିଛି କାହାଣୀ କେବେ ଶେଷ ହୁଏନି I"
ପ୍ରେମ - ଏକ ଶାଶ୍ୱତ ସମ୍ପର୍କ ର ଅନ୍ୟ ନାମ I ଦୁନିଆ ରେ ସମସ୍ତ ଙ୍କୁ କେବେ ନା କେବେ ପ୍ରେମ ତ ନିଶ୍ଚୟ ହୁଏ I ଆଉ ସମସ୍ତ ଙ୍କର ପ୍ରେମ କାହାଣୀ ଟିଏ ନିଶ୍ଚୟ ଥାଏ, ସେ ସତ ପ୍ରେମ ହେଇଥାଉ ଅଥବା ମିଛ I ଆପଣ ମାନେ ମଧ୍ୟ ଅନେକ ପ୍ରେମ କାହାଣୀ ଶୁଣିଥିବେ I କେବେ କାହାଣୀ ଶେଷରେ ହିରୋ ହିରୋଇନ୍ ର ମିଳନ ର ଦୃଶ୍ୟ କଳ୍ପନା କରି ଖୁସି ହେଇଯାଉଥିବେ, ଅଥବା କେବେ କାହାଣୀ ଶେଷରେ କିଏ ଜଣେ କ୍ୟାନ୍ସର ରେ ମରିଯିବା ପରେ କାନ୍ଦିପକାଉଥିବେ I ଏମିତି ଶହେ ଶହେ କାହାଣୀ ସିନେମା ହେଉ ଅଥବା ବହି ହେଉ, ଶୁଣିଥିବେ ନିଶ୍ଚୟ I କାହାଣୀ ଯେମିତି ଭି ହେଉ, ସବୁ କାହାଣୀ ର ଅନ୍ତ ତ ନିଶ୍ଚୟ ଥାଏ I କିନ୍ତୁ ଏମିତି କିଛି କାହାଣୀ ଶୁଣିଛନ୍ତି କି, ଯାହାର ଆରମ୍ଭ ତ ଥାଏ, ମାତ୍ରା ଶେଷ ନଥାଏ?? ଶୁଣି ନଥିବେ ନିଶ୍ଚୟ I ଆରେ ଭାଇ, ଏଇଟା କେମିତି ସମ୍ଭବ, ଯେ କାହାଣୀ ର ଅନ୍ତ ହିଁ ନାହିଁ?? ଏଇ ପ୍ରଶ୍ନ ଟି ମନରେ ଆସୁଛି ନିଶ୍ଚୟ I ସ୍ୱାଭାବିକ ମଧ୍ୟ I
ଏଇ କାହାଣୀ ଟି ଠିକ ସେହିପରି I କାହାଣୀ ର ଆରମ୍ଭ ତ ଅଛି, ହେଲେ ଶେଷ ନାହିଁ I କାହାଣୀର ସ୍ଥିତି ତ ଅଛି, ହେଲେ ଠିକଣା ନାହିଁ I ରକ୍ତ ର କାଗଜରେ ଅଧା ଲେଖା ଗୋଟେ ଅସମ୍ପୂର୍ଣ ପ୍ରେମ କାହାଣୀ I ଏଇ କାହାଣୀ ହେଉଛି ଆକାଶ ର କାହାଣୀ, ଆଉ ବର୍ଷା ର କାହାଣୀ I କାହାଣୀ ର ନା "କିଛି କାହାଣୀ କେବେ ଶେଷ ହୁଏନି" I
"କିଛି କାହାଣୀ କେବେ ଶେଷ ହୁଏନି I", read it on Pratilipi :
https://odia.pratilipi.com/series/bxkvbyreze1e?utm_source=android&utm_campaign=content_series_share
କିଛି କାହାଣୀ କେବେ ଶେଷ ହୁଏନି I « DrABHISEK TRIPATHY ଏହି କାହାଣୀ ଟି ଗୋଟିଏ ପ୍ରେମ କାହାଣୀ I ହେଲେ ଏଇ କାହାଣୀ ଅସମ୍ପୂର୍ଣ I କାହାଣୀର ଆରମ୍ଭ ତ ଅଛି,ମାତ୍ର ଶେଷ ନାହିଁ I କାହାଣୀର ସ୍ଥିତି ତ ....
ଜୟ ଶ୍ରୀରାମ I
ପଶ୍ଚିମ ଓଡ଼ିଶାର ଗୋଟେ ନିପଟ ମଫସଲି ଗାଁ I ଗାଁ ପାଖ ଦେଇ ବୋହି ଯାଇଥାଏ ଛୋଟ ନଈ ଟିଏ I ନଈ ପାଖରେ ଗୋଟେ ଦି ବଖରା ର ପକ୍କା ଘର I ଘର ଦୁଆରେ ବସିଛି ବିଧବା ଧୋବଣୀ ବୁଢ଼ୀ ଟିଏ I ବୟସ ପାଖା ପାଖି ଅସୀ ହବ I ଅଣ୍ଟା ଭାଙ୍ଗିଗଲାଣି I ଧଳା ଲୁଗାଟିଏ ଦେହରେ ଗୁଡେଇ ହେଇଛି I ହାତରେ କଳା ମଚ ମଚ ଠେଙ୍ଗା ଟିଏ I ଦାନ୍ତ ସବୁ ପଡ଼ିଗଲାଣି I ଆଖିରେ ମୋତିଆ ବିନ୍ଦୁ ଚଷମା ଟିଏ I ଅନେଇ ବସିଛି ନଈ କୂଳେ କୂଳେ ସହରକୁ ଲମ୍ବିଥିବା ରାସ୍ତା ଆଡକୁ I ଅପେକ୍ଷା କରିଛି ଗୋଟେ ଧୋବ ଧବଳିଆ ଚାରି ଚକିଆ କୁ I
ପୁଅ ତାର ପାଞ୍ଚ ବର୍ଷର ହେଇଥାଏ, ବୁଢା ଆରପାରିକୁ ଚାଲିଗଲା କେଉଁ ଏକ ଅଜଣା ରୋଗରେ I ନଈ ପଠାରେ ଚାଳ ଘରେ ବୁଢ଼ୀ ଛୋଟ ପିଲାଟାକୁ ଧରି ରହିଥିଲା I ପେସା ରେ ଧୋବା ଘର I ଗାଁ ଲୋକଙ୍କ ଲୁଗା କାଚି ଯୋଉ ଦିପଇସା ପାଉଥିଲା, କଷ୍ଟେ ମଷ୍ଟେ ମା ପୁଅ ଚଳି ଯାଉଥିଲେ I ବୁଢ଼ୀ ବେଳେ ବେଳେ ପାଣି ପିଇ ଶୋଇଯାଏ, ହେଲେ ପୁଅକୁ ଉପାସ ରଖେନି I ମାଗିଯାଚି ହଉ ପଛେ ପୁଅର ପେଟ କେବେ ଖାଲି ରଖେନି I
ଯେତେବେଳେ ଜମିଦାର ଘର ଡାକ୍ତର ପୁଅ ଖରାଛୁଟିରେ ଚାରିଚକିଆ ଆଣି ଗାଁ କୁ ସହରରୁ ଫେରେ, ବୁଢା ସେମିତି ଗୋଟେ ଲୟରେ ଚାହିଁ ରହିଥାଏ ରାସ୍ତାକୁ I ପୁଅର ବିଲାଇତି କୋର୍ଟ ସୁଟ୍ ସଫା କରିବାକୁ ଡାକରା ପଠାନ୍ତି ଜମିଦାର ବାବୁ I ବୁଢା ଜମିଦାର ଘର ଭିତରକୁ ଯିବା ଆଗରୁ ବାହାରେ ଥୁଆ ହେଇଥିବା ସେଇ ଚାରି ଚକିଆ କୁ ଟିକେ ଆଉଁସି ଦିଏ, ଚାରିଆଡେ ଅନାଏ, କେହି ଦେଖୁ ନାହାନ୍ତି ତ!! ନିରିଖେଇକି ପାଞ୍ଚ ଦଶ ମିନିଟ ଦେଖେ I ବୁଢା ସୁଟ୍ ଆଣି ଘରକୁ ଫେରେ ଆଉ ସଫା କଲା ବେଳେ ବୁଢୀକୁ କହେ, "ଯାଇଁଲୁ ଚମ୍ପା, ଆମ କାଳୁ ଟାକୁ ବହୁତ୍ ପଢେଇବା, ବଡ ହାକିମ ଡାକ୍ତର କରିବା, ସିଏ ଏମିତି ସୁଟ୍ ପିନ୍ଧି ଚାରି ଚକିଆରେ ଗାଁ କୁ ଆସିବ, ଆଉ ମୁଁ ତା ସୁଟ୍ ସଫା କରିବି "I କହି ହସି ପକାଏ ବୁଢା I
ବୁଢା ସିନା ତାକୁ ଛାଡି ଚାଲିଗଲା, ହେଲେ ବୁଢାର କଥା ଠିକ୍ ମନେଥିଲା ତା'ର I ଯେତେ କଷ୍ଟ ପଡିଲେ ଭି ସେ କାଳୁ କୁ ପାଠ ପଢ଼େଇଥିଲା I ମୁଣ୍ଡଫଟା ଖରାରେ ଖାଲି ପାଦରେ, ପାଦ ଯାପି ଯାପି ପାଖ ଗାଁ କୁ ପଳାଏ I ଘର ଘର ବୁଲି ମଇଳା ଲୁଗା ପଟା ଆଣେ I ସେଇ ଅସହ୍ୟ ତାତିରେ ମୁଣ୍ଡରେ ବୁଜୁଳା କରି ବିଲ ହିଡରେ ଚାଲି ଚାଲି ଆସେ, ଆଉ ମଝି ରାସ୍ତାରେ ଟିକେ ଆଖି ପକେଇଦିଏ ଜମିଦାର ଘରେ ଥୁଆ ହେଇଥିବା ସେଇ ଧୋବ ଧବଳିଆ ଚାରିଚକିଆ ଉପରେ I ସତେ ଯେମିତି ତାର ସବୁ ଦୁଃଖ ଦୂର ହେଇଯାଏ ସେଇ ଚାରିଚକିଆ କୁ ଦେଖି I ମନେ ମନେ ଭାବେ ମୋ କାଳୁ ଭି ଦିନେ ଏମିତି ଚାରି ଚକିଆ ଟେ ଆଣି ଘର ଆଗରେ ଥୋଇବ I ତା ଅଜାଣତରେ ମନେମନେ ହସେ ଆଉ ଚାଲିବାର ବେଗ ବଢ଼େଇ ଫେରିଆସେ ସେଇ ନଈ ପଠା କୁ I
ସମୟକ୍ରମେ ଠାକୁରେ ବୁଢ଼ୀର ଗୁହାରୀ ଶୁଣିଛନ୍ତି I ପୁଅ ତାର ପାଠ ପଢି ଡାକ୍ତର ହେଇଛି ଆଉ ସହର ରେ ବଡ ଡାକ୍ତରଖାନା ରେ ଚାକିରୀ କରିଛି I ବୁଢ଼ୀ ର ଗୋଡ ଆଉ ତଳେ ଲାଗୁନଥିଲା I ଗାଁ ସାରା ବୁଲି ବୁଲି ସମସ୍ତଙ୍କୁ କହି ପକେଇଲା I ପୁଅ ନୂଆ ନୂଆ ଚାକିରୀ କଲାପରେ ପ୍ରଥମ ଦରମାରେ ବୁଢ଼ୀ ପାଇଁ ଗୋଟେ ପାଟ ଆଣିଦେଇଥିଲା ଯେ, ବୁଢ଼ୀ ତାକୁ ପିନ୍ଧୁଥିଲା କମ୍ ଆଉ ଦେଖୁଥିଲା ବେଶି I କିଛି ମାସ ପରେ ଚାଳ ଘର ବଦଳରେ ଦି ବଖରା ପକ୍କା ଘର ତିଆରି କରିଦେଲା I ବୁଢ଼ୀ ମନେ ମନେ ଭାବୁଥିଲା ଯା' ହଉ ମୋ ଦୁଃଖର ଦିନ ସରିଗଲା I
ନୂଆ ନୂଆ ଶନିବାର ନ ହଉଣୁ ବସ୍ ଧରି ପୁଅ ଗାଁ ରେ ହାଜର I "ବୋଉ ଲୋ ତୋ ହାତର ପଖାଳ ଆଉ ବଡି ମିଶା ଏଇ ଖଡା ଶାଗ ର ସୁଆଦ କଣ ସେ ସହରୀ ଖାଇବାରେ ଅଛି " I ଏଇ ଦି ପଦ କଥାରେ ବୁଢ଼ୀ ଆଖି ଛଳ ଛଳ ହେଇ ଯାଉଥିଲା I ସବୁଦିନ ପାଣି ଦେଇ ଦେଇ ବାରିପଟ ଶାଗ କିଆରୀରେ ଖଡାଶାଗ ବଢା଼ଉଥିଲା ବୁଢ଼ୀ ଆଉ ଶନିବାର ହେଲା ମନେ ତାକୁ ତୋଳି ଗୋଟି ଗୋଟି ବାଛି ଅତି ଯତନରେ ସାଇତି ରଖୁଥିଲା ପୁଅ ପାଇଁ I
କିଛି ବର୍ଷ ପରେ, କୌଣସି ଏକ ଶନିବାର ଦିନ ବୁଢ଼ୀ ଅନେଇ ବସିଥାଏ ସଞ୍ଜ ବେଳ ବସ୍ କୁ, ହେଲେ ବସ୍ ରୁ ତା ପୁଅ ଓଲ୍ହେଇ ନଥିଲା I ମନଦୁଃଖରେ ବୁଢ଼ୀ ଘରକୁ ଫେରୁଥାଏ,ପଛରୁ ପେଁ ପେଁ କରି ଧୋବ ଧବଳିଆ ଚାରି ଚକିଆ ଟେ ଆସି ଠିକ ତା ପଛରେ ରହିଗଲା I ବୁଢ଼ୀ ଚମକି ପଡି ପଛକୁ ଅନେଇଛି, ଚାରି ଚକିଆ ଭିତରୁ କାଳୁ ହାତ ହଲେଇ "ବୋଉ ବୋଉ" ଡାକି ଚାଲିଛି I ସେଦିନ ବୁଢୀକୁ ଚାରି ଚକିଆ ରେ ବସେଇ ଗାଁ ସାରା ବୁଲେଇଛି କାଳୁ I ବୁଢ଼ୀର ଖୁସି କହିଲେ ନସରେ I ବୁଲୁ ବୁଲୁ ତା ନଜର ପଡିଛି ଜମିଦାର ଘରେ ଥୁଆ ହେଇଥିବା ସେଇ ଚାରି ଚକିଆ ଉପରେ I ବୁଢ଼ୀର ଅତୀତ ତା ଆଖି ଆଗରେ ଜଳ ଜଳ କରି ଦେଖା ଯାଇଛି I ଏତେ କଷ୍ଟରେ ବଞ୍ଚି ମଧ୍ୟ ସେ କେବେ କାନ୍ଦିନଥିଲା ପୁଅ ଆଗରେ I ହେଲେ ସେଦିନ ଆଉ କୋହ ସମ୍ଭାଳି ପାରିନଥିଲା ବୁଢ଼ୀ I ଭୋ ଭୋ ହେଇ କାନ୍ଦିଥିଲା ସେଇ ଚାରି ଚକିଆ ଭିତରେ I ପ୍ରଥମ ଥର ବୋଉ କୁ କାନ୍ଦିବାର ଦେଖି ଅବାକ୍ ହେଇ ଚାହିଁ ରହିଥାଏ କାଳୁ I ବୁଢ଼ୀ ମନେ ମନେ ଭାବି ଚାଲିଥାଏ, "ବୁଢାଟା ବଡ ହତଭାଗା ଟେ, ଯଦି ଆଜି ବଞ୍ଚିଥାନ୍ତା କେତେ ଖୁସି ହେଇଥାନ୍ତା!!!ଗାଁ ସାରା ନାଚି ନାଚି ବୁଲୁଥାନ୍ତା" I
ଧୀରେ ଧୀରେ ସମୟ ଗଡି ଚାଲିଥାଏ I ଦିନେ ଶନିବାର ବୁଢ଼ୀ ସକାଳୁ ଉଠି ବାରି ପଟୁ ଖଡା ତୋଳିବାକୁ ଯାଇଥାଏ I "ବା*ପୋଡା ଗାଈ ଟା ସବୁ ଖଡା ଚୋବେଇ ଦେଇଛି" I ବୁଢ଼ୀର ରାଗ କହିଲେ ନସରେ I ମନେ ମନେ ଗାଈ ର ଚଉଦ ପୁରୁଷ କୁ ମନେ ପକେଇ ପକେଇ ଧାଇଁ ଯାଇଥିଲା ସାହୁ ବୁଢ଼ୀ ଘରକୁ I ସାହୁ ବୁଢୀକୁ ଗୁହାରୀ କରି ପୋଷେ ଶାଗ ତୋଳି ଆଣିଥିଲା I ଶାଗ ଭାଜି ଦୁଆର ମୁହଁରେ ଚାରିଚକିଆ କୁ ଅପେକ୍ଷା କରି ରହିଥିଲା ବୁଢ଼ୀ, ହେଲେ କାଳୁ ର ଦେଖା ନଥିଲା ସେଦିନ I ସଞ୍ଜ ନଇଁଲା ପରେ, ହାଟରୁ ଫେରିବା ବେଳେ କାଳୁ ର ପିଲା ଦିନର ସାଙ୍ଗ ରଘୁଆ କହିଦେଇ ଗଲା, "ଆଲୋ ମାଉସୀ, କାଳୁ ଫୋନ୍ କରିଥିଲା,କହିଥିଲା ତତେ କହିଦେବାକୁ ସେ ଆଜି ଆସିପାରିବନି, ତାର କାମ ପଡିଯାଇଛି" I ବୁଢ଼ୀ ମନ ଦୁଃଖରେ ଘରକୁ ଫେରିଥିଲା I ତା ପର ଶନିବାର ମଧ୍ୟ କାଳୁ ଆସିନଥିଲା I ଚାହୁଁ ଚାହୁଁ ତାର ଗାଁ କୁ ଆସିବାର ବେଗ "ସପ୍ତାହ କୁ ଥରେ" ରୁ ପରିବର୍ତ୍ତିତ ହୋଇ "ମାସେ କି ଦିମାସ କୁ ଥରେ" ହେଇଯାଇଥିଲା I "ବଡ ସହରର ବଡ ଚାକିରୀ, ବହୁତୁ କାମ ପଡିଯାଉଥିବା" ମନେ ମନେ ଭାବି ନିଜକୁ ବୁଝେଇ ଦେଉଥିଲା ବୁଢ଼ୀ I ପୁଅ କାଳେ ବିରକ୍ତ ହବ ସେଥିପାଇଁ କିଛି କହୁନଥିଲା ପୁଅ ଆଗରେ I
ସହରୀ ଢାଞ୍ଚା ଆଉ ଟଙ୍କା ରୋଜଗାରର ଲୋଭ କେତେବେଳେ ଯେ "କାଳୁ" କୁ "ମିଷ୍ଟର କାଳିଚରଣ ଦାସ" ରେ ପରିବର୍ତ୍ତନ କରିଦେଇଥିଲା, ଏକଥା ଗାଉଁଲି ବୁଢ଼ୀଟା କେମିତି ଅବା ବୁଝିପାରିଥାନ୍ତା!!!!
ଦିନେ ସେଇ ଚାରି ଚକିଆରୁ କାଳୁ ସହ ଓଲ୍ହେଇଥିଲେ ଜଣେ ସୁନ୍ଦର ଯୁବତୀ, ସଫା ଗୋରା, ଜିନ୍ସ ଆଉ ଟିସାର୍ଟ, ଆଖିରେ କଳା ଚଷମା; ଦେଖିବାକୁ ସିନେମା ହିରୋଇନ୍ ପରି I ବୁଢ଼ୀ କିଛି ଭାବିବା ଆଗରୁ, କାଳୁ ଦାନ୍ତ ଦେଖେଇ ଦେଖେଇ କହିଦେଇଥିଲା, "ବୋଉ ଇଏ ତୋ ବୋହୂ" I ବିଚରା ବୁଢ଼ୀ ପାଖରେ ହସିବାର ଅଭିନୟ କରି ଆଶୀର୍ବାଦ ଦେବା ଛଡା ଅନ୍ୟ ଉପାୟ ନଥିଲା କିଛି I "ଏତେ ସୁନ୍ଦର ବୋହୂ, ମୁଁ ଖୋଜିଥିଲେ ୟା ରୂପ ଗୁଣର ଅଧା କୁ ସରି ହେଲା ପରି ଝିଅ ଭି ପାଇନଥାନ୍ତି" ମନେ ମନେ ଭାବି ନିଜକୁ ବୁଝେଇଦେଲା ବୁଢ଼ୀ I କିଛି ବର୍ଷ ପରେ ବୁଢ଼ୀର ନାତି ଟିଏ ଜନ୍ମ ହେଲା I "ମାସେ ଦି ମାସେ କୁ ଥରେ" ଆସିବା ଏବେ "ବର୍ଷକୁ ଥରେ" ରେ ପରିବର୍ତ୍ତନ ହେଇଗଲା I ପୁଅ ବୋହୂ ଖରାଛୁଟିରେ ଆସୁଥିଲେ, ବୁଢ଼ୀ ପାଖେ ପନ୍ଦର ଦିନ ରହି ପୁଣି ଫେରିଯାଉଥିଲେ I ହେଲେ ବୁଢ଼ୀର ସେଇ ଖୁସି ଟା ଭି ଛଡେଇନେଲେ ଭଗବାନ, ନାତିର "ସମର୍ କୋର୍ସ" ରୂପେ ଅବତାର ନେଇ I ବର୍ଷ ସାରା ସେମିତି ଘର ଟାରେ ଏକା ପଡିରହିଥାଏ ବୁଢ଼ୀ I ବେଳେ ବେଳେ କାନ୍ଥରେ ଓହଳି ଥିବା ବୁଢା ର ଫୋଟୋ କୁ ଅନେଇକି କ'ଣ କ'ଣ ଶୋଧି ପକାଏ, "ବା*ପୋଡା ବୁଢା, କୋଉ ରମ୍ଭା ଉର୍ବଶୀ ସହ ଦେଶୀ ବୋତଲ ଧରି ବିଦେଶୀ ନାଚ ନାଚୁଥିବ, ଆଉ ମତେ ଏଠି ଛାଡ଼ିଦେଇ ଯାଇଛି ଏକା ଏକା ସଢ଼ିବାକୁ" I
ହେଲେ ଦିନେ ପହିଲି ରଜ ର ଆଗ ଦିନ ହଠାତ୍ ସେଇ ଧୋବ ଧବଳିଆ ଚାରିଚକିଆ ଆସି ଲାଗିଥିଲା ବୁଢ଼ୀ ଘର ଆଗରେ I ଆଶ୍ଚର୍ଯ୍ୟ ହେଇ କିଛି କହିବା ଆଗରୁ କାଳୁ ଓଲ୍ହେଇ କହିଥିଲା, "ବୋଉ ତୋର ଏଇ ବାଳୁଙ୍ଗା ନାତି କୁ ସମ୍ଭାଳେ, ଗୋଟେ ଜିଦି ଜେଜେମା ହାତର ପୋଡ଼ପିଠା ଖାଇବି I ମାର୍କେଟ୍ ରୁ ଯେତେ କିଣିକି ଆଣିଲେ ଭି ସାର୍ ଙ୍କୁ ତୋ ହାତର ପୋଡ଼ ପିଠା ଦରକାର I କାନ୍ଦି କାନ୍ଦି ରଖେଇ ଦେଲାନି ଆଉ I"
ବୁଢୀକୁ ସେଦିନ ତା ଇଷ୍ଟ ଦେବ ବାଳକୃଷ୍ଣ ସ୍ୱୟଂ ପ୍ରକଟ ହେଇଥିବାର ଲାଗିଥିଲେ ତା ଆଠ ବର୍ଷର ନାତି ରୂପରେ I ଖୁସିରେ ବୁଢ଼ୀ ଆଉ ଇନ୍ଦ୍ର ଚନ୍ଦ୍ର ମାନିନଥିଲା ସେଇ ତିନି ଦିନ I ପ୍ରଥମ ଥର ପାଇଁ ନିଜ ରୋଷେଇ କଳା ଉପରେ ଗର୍ବ କରିଥିଲା ବୁଢ଼ୀ I ସେଇ ଦିନଠାରୁ ବର୍ଷ ସାରା ବୁଢ଼ୀ ଅପେକ୍ଷା କରିଥାଏ ପହିଲି ରଜକୁ I ସତେ ଯେମିତି ବୁଢ଼ୀର ରଙ୍ଗହୀନ ଜୀବନରେ ଇନ୍ଦ୍ରଧନୁ ର ସାତରଙ୍ଗ ଖେଳିଯାଏ ସେଇ ତିନି ଦିନରେ I ବାକି ବର୍ଷର ତିନିଶହ ବାଷଠୀ ଦିନ କଟିଯାଏ ସେଇ ତିନି ଦିନର ଅପେକ୍ଷାରେ I
ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ବୁଢ଼ୀ ଚାତକ ପରି ଅନେଇ ବସିଥାଏ ପହିଲି ରଜକୁ I ହେଲେ କାହିଁକି କେଜାଣି ଏ ବର୍ଷ ଗାଁ ରେ ରଜର ମାହୋଲ୍ ସେତେ ଖାସ୍ ଲାଗୁନି I ବୁଢା ବରଗଛରେ ଦୋଳି ଲଗା ହେଇନି!! ଗାଁ ଟୋକି ମାନଙ୍କ ମାଳ ମାଳ ହେଇ ହାଟକୁ ଟିକିଲି ଅଳତା ଆଣିବାକୁ ଯିବାର ଦୃଶ୍ୟ ଅଦୃଶ୍ୟ ପ୍ରାୟ!! ବୁଢ଼ୀ ଯାହା ପାଖକୁ ପଚାରିବାକୁ ଯାଉଛି, ସିଏ ଦି ପାହୁଣ୍ଡ ପଛକୁ ପଳାଉଛି I ବିଚରା ବୁଢ଼ୀ କାଳେ ତା ଦେହ ଗନ୍ଧାଉଛି ଭାବି ପୁଣି ଆସି ବୁଡ଼ ପକଉଛି ନଈ ରେ, ତଥାପି ସେଇ ସମାନ ଜିନିଷ I ବୁଢ଼ୀ ମନ କୁ କାହିଁକି କେଜାଣି ପାପ ଛୁଇଁଲାଣି I କିଛି ତ ଗୋଟେ ଅଶୁଭ ଦୃଷ୍ଟି ପଡିଛି ତା ଗାଁ ଉପରେ I ରଘୁଆ ଟା କୁ ପଚାରିବାରୁ କହିଛି, "ମାଉସୀ ଘରୁ ବାହାରେନି, କରୁଣା ବୋଲି ଗୋଟେ ରୋଗ ଏବେ ଚାରିଆଡେ ବ୍ୟାପିଲାଣି, ଦେଖି ରଖି କି ଚଳେ" I ବୁଢ଼ୀ କିଛି ବୁଝିପାରୁନି, କରୁଣା ପୁଣି କିଏ?? ବା*ପୋଡା କରୁଣା ମରୁନି କାହିଁକି!! ପୁଣି ମନେ ମନେ ଭାବୁଛି ତାକୁ ସେଥିରୁ କ'ଣ ମିଳିବ, ପୁଅ ମୁହଁ ଟିକେ ଦେଖିଦେଲେ ତା ସଂସାର ପୁରି ଉଠିବ I
ରଜକୁ ଦିନେ ଥାଏ, ବୁଢ଼ୀ ଭତ୍ତା ପଇସା ତକ ଧରି ଅଖା ବେଗ୍ ଟିଏ କାଖରେ ଜାକି ବୀର ଦର୍ପରେ ବାହାରିଛି ହାଟକୁ, ପୋଡପିଠା ଆଉ ଆରିସା କାକରା ପାଇଁ ସଉଦା ଆଣିବାକୁ I ଆଗରୁ ସନିଆ କି ରଘୁଆ କାହାର ନା କାହାର ସାଇକେଲ ପଛରେ ଓହଳିକି ପଳାଏ ହାଟକୁ I ହେଲେ କ'ଣ ହେଇଛି କେଜାଣି ଏଥର କାହାର ଦେଖା ଦର୍ଶନ ନାହିଁ!! ବହୁତ ସମୟ ରାସ୍ତା କଡରେ ଅନେଇ ବସିଲା ବୁଢ଼ୀ I ହେଲେ କାହାର ଦେଖା ନାହିଁ! କାଁ ଭାଁ କିଏ ଯଦି ବି ଯାଉଛି, ସାଇକେଲ ବୁଲେଇକି ବାଟ ଭାଂଗିକି ପଳାଉଛି I "ନାଁ, ଆଉ ଅପେକ୍ଷା କରିହବନି, ନହଲେ ପୁଣି ଦୋକାନ ବନ୍ଦ ହେଇଯିବ, ପୋଡ଼ ନକରି ପାରିଲେ ଆର ବର୍ଷ ପୁଅ ଆଉ ଆସିବା କି ନାଇ କେଜାଣି??" ଭାବି ଭାବି ବୁଢ଼ୀ ବାହାରିଛି ଚାଲି ଚାଲି ହାଟକୁ I ପାଞ୍ଚ ମାଇଲର ରାସ୍ତା I ବାଟରେ ଜମିଦାର ଘର ସେଇ ଚାରିଚକିଆ କୁ ଦେଖିଦେଇ ଭାବିଛି, "ମୋ ପୁଅ କାଲି ତା ଚାରିଚକିଆ ଆଣିକି ଆସିବ", ଆଉ ମୁଚୁକୁନ୍ଦିଆ ହସଟିଏ ମାରି ଚାଲିବାର ବେଗ ବଢ଼େଇଛି I ଶେଷରେ ହାଟରେ ପହଂଚି ଯାଇଛି I ହେଲେ ଇଏ କ'ଣ?? ହାଟ ପୁରା ଖାଁ ଖାଁ I ହାତ ଗଣତି ଲୋକ ଆଉ ଦୁଇ ତିନୋଟି ଦୋକାନ ଖୋଲା ହେଇଛି I ଦୋକାନ ଆଗରେ ଲୋକ ଧାଡି ଲମ୍ବେଇ ଠିଆ ହେଇଛନ୍ତି I ବୁଢ଼ୀ କିଛି ଭାବିବା ଆଗରୁ ଖାକୀ ପିନ୍ଧା ଲୋକଟେ ତାକୁ ଠେଙ୍ଗା ରେ ଖେଂଚିକି କହିଛି, "ଏ ବୁଢ଼ୀ ଏଠି ଧାଡିରେ ଠିଆ ହ, ତୋ ପାଳି ଆସିଲେ ଜିନିଷ ନେଇକି ଯିବୁ" I କ'ଣ ଚାଲିଛି ବୁଢ଼ୀ ମଗଜରେ ପଶୁନି କିଛି I ତଥାପି ପୋଡପିଠା ଯେମିତି ହେଲେ କରିବାକୁ ପଡିବ I ଘଣ୍ଟାଏ ପରେ ବୁଢ଼ୀର ପାଳି ପଡିଛି I ବୁଢ଼ୀ ଏକା ବେଳେ ବେଗ୍ ଫୁଲ କରିକି ଜିନିଷ ଆଣିଛି I ଏତେ ଜିନିଷ ଆଣିଦେଇଛି ସିନା, ହେଲେ ଉଠେଇବ କିଏ??? ତା ସରୁ ହାତରେ ଆଉ ବଳ ନାହିଁ; ଆଗ କାଳ ପରି, ଯେ ବୁଜୁଳୀ କରି ମୁଣ୍ଡରେ ଉଠେଇ ଚାଲିପାରିବ I ବିଚାରି ବୁଢ଼ୀ ଯେମିତି ସେମିତି କରିକି ଘୋଷାରି ଘୋଷାରି ବେଗ୍ ଟାକୁ ଘର ଯାଏ ଆଣିକି ଆସିଛି I
ପର ଦିନ କୁକୁଡ଼ା ନ ରାବୁଣୁ ଉଠି ଗାଧେଇ ପାଧେଇ ବୁଢ଼ୀ ଚୂଲି ମୁଣ୍ଡରେ ହାଜର I ପୋଡପିଠା କରିସାରି, ତାକୁ ଘୋଡ଼େଇକି କାଠ ଆଲମାରୀ ରେ ଯତନରେ ସାଇତିକି ଗୋଟେ ଡିଆଁ ରେ ଦୁଆର ମୁହଁରେ ହାଜର I ସେମିତି ଗୋଟେ ଲୟରେ ଅନେଇକି ବସିଛି ତା ପୁଅର ଚାରି ଚକିଆ କୁ I
ଧୀରେ ଧୀରେ ପହିଲି ରଜ ର ସୂର୍ଯ୍ୟାସ୍ତ ହେବାକୁ ବସିଲାଣି I ଲାଗୁନି ଚାରିଚକିଆ ଆଜି ଆଉ ଆସିବ I ବୋଧେ କୋଉ କାମରେ ଫସିଯାଇଥିବା I ମନେ ମନେ ନିଜକୁ ବୁଝେଇଛି ବୁଢ଼ୀ I ଦ୍ଵିତୀୟ ଦିନ ମଧ୍ୟ ସମାନ ଦୃଶ୍ୟ I ବୁଢ଼ୀ ସେମିତି ଚାତକ ପରି ଚାହିଁ ରହିଥାଏ ଚାରିଚକିଆ ର ଆସିବା ବାଟକୁ I ହେଲେ ଚାରିଚକିଆ ର ଦେଖା ନାହିଁ I ଗାଁ ଲୋକଙ୍କର ଅଲଗା ବ୍ୟବହାର, ପୁଣି ପୁଅର ନ ଆସିବା, ବୁଢ଼ୀର ମନ ଭିତର ଟା କେମିତି କେମିତି ଲାଗୁଚି I କିଛି ଅଘଟଣ ଘଟିନି ତ I
ପୁଅ ପାଇଁ ତିଆରି କରିଥିବା ସେଦିନର ସେଇ "ଶାଗଭଜା" ପରି ଆଜିର "ପୋଡ଼ପିଠା" ମଧ୍ୟ ଚୂଲି ମୁଣ୍ଡରେ ସଢ଼ିବାକୁ ବସିଲାଣି I
ଶେଷ ରଜ ର ସନ୍ଧ୍ୟା ବେଳେ ଦୂରରୁ ଗୋଟେ ଚାରିଚକିଆ ଆସୁଥିବାର ଝାପ୍ସା ଚିତ୍ର ଦେଖିପାରିଛି ବୁଢ଼ୀ I ଖୁସିରେ ଉଠି ଠିଆ ହେଇପଡିଛି I "ହେଲେ ଇଏ କଣ!! ଏ ତ ମୋ ପୁଅ ର ଚାରି ଚକିଆ ନୁହଁ ", ସେଇ ଚାରିଚକିଆ ଆସି ରହିଛି ତା ଘର ଆଗରେ I ଭିତରୁ ବାହାରିଛନ୍ତି ଖାକୀ ପିନ୍ଧା ପାଞ୍ଚ ଛ ଜଣ ପୋଲିସ୍ ବାବୁ I ବୁଢ଼ୀ କିଛି ଭାବିବା ଆଗରୁ ପଚାରିଛନ୍ତି, "ଆପଣ ଡାକ୍ତର କାଳିଚରଣ ଙ୍କ ମା?? " ଡରି ଡରି ବୁଢ଼ୀ ମୁଣ୍ଡ ହଲେଇ ହଁ କରିଛି I ତାକୁ ଗାଡ଼ିରେ ବସେଇ ନେଇଆସିଚନ୍ତି ସହରକୁ I ରାସ୍ତା ସାରା ପୋଲିସ ଵାଲା ଦେଇଥିବା ତୁଣ୍ଡି ଭିତରେ ଗୁଣୁ ଗୁଣୁ ହେଇ ଜଗା କୁ ଗୁହାରୀ କରି ଚାଲିଛି ବୁଢୀ I ଛଳ ଛଳ ଆଖିରେ ସମସ୍ତଙ୍କୁ ଅନେଇ ଚାଲିଛି I
ପ୍ରାୟ ଦୁଇ ତିନି ଘଣ୍ଟା ପରେ ଚାରି ଚକିଆ ଟି ଯାଇ ଅଟକିଛି ଗୋଟେ ଛ ତାଲା କୋଠା ଆଗରେ I ବୁଢ଼ୀ କୁ ଓଲ୍ହେଇବାକୁ ଆଉ ପଛେ ପଛେ ଆସିବାକୁ କହିଛନ୍ତି ଜଣେ ପୋଲିସ୍ ବାବୁ I ବୁଢ଼ୀ ଡ଼ରିକି ଛାନିଆ I ଭୟରେ ଆତୁର ହେଇ ଇଆଡ଼େ ସିଆଡେ ଅନେଇ ଚାଲିଛି I ଚାରିଆଡେ ଖାଲି ତୁଣ୍ଡି ଭିଡା ମୁହଁ I ମଝିରେ ମଝିରେ ଧଳା କୋର୍ଟ ପିନ୍ଧି ବେକରେ କ'ଣ ଗୋଟେ ପକେଇ ଜଣେ ଜଣେ ଠିଆ ହେଇଥାନ୍ତି I କିଛି ଦୂର ଚାଲିଲା ପରେ ଗୋଟେ କାଚ ର କବାଟ ଏପାଖରେ ରହିବାକୁ କହିଛନ୍ତି ତାକୁ I ବୁଢ଼ୀ ଟିକେ ମୁଣ୍ଡ ଟୁଙ୍ଗାରି ଦେଖିଛି I ଦେହ ସାରା ପ୍ଲାଷ୍ଟିକ ଜରି ଘୋଡେଇ ଦି ଚାରିଜଣ ଏପଟ ସେପଟ ହେଉଥାନ୍ତି I ଆଉ ମଝିରେ ଗୋଟେ ଖଟିଆରେ ନେଳିଆ ଚାଦର ଘୋଡେଇ ହେଇ କିଏ ଗୋଟେ ପଡିଛି I ଚାଉଁ କିନା ହେଇଗଲା ବୁଢ଼ୀ ଛାତିଟା I ତା ଗୁହାରୀ କରିବାର ବେଗ ଧୀରେ ଧୀରେ ବଢ଼ି ଚାଲିଛି I ବୁଢ଼ୀ ଜାଣି ସାରିଲାଣି, ଏଇ ବା*ପୋଡା କରୁଣା ତା ପୁଅକୁ କଣ ଗୋଟେ କରିପକେଇଛି ବୋଧେ I ନୀରବତା କୁ ଭାଙ୍ଗି ପୋଲିସ ବାବୁ କଣ ଗୋଟେ ଇସାରା କରିଛନ୍ତି କାଚ ଘର ଭିତରେ ଥିବା ଲୋକ ଟିକୁ I ଲୋକଟି ଯାଇ ଚାଦର ଟି ଉଠେଇ ଦେଇଛି!!!
"ବା*ପୋଡା କରୁଣା ମରୁନି କାହିଁକି" କହି କହି ବୁଢ଼ୀ ସେଇଠି ଟଳି ପଡିଛି I
ସେପଟେ ହସ୍ପିଟାଲ କରିଡର ରେ ଲାଗିଥିବା ନ୍ୟୁଜ ଚାନେଲ ରେ ବାଜି ଚାଲିଛି, " କରୋନା ସହ ଲଢ଼ି ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଡାକ୍ତର କାଳିଚରଣ, ସଙ୍କଟାପନ୍ନ ଅବସ୍ଥାରେ ସ୍ତ୍ରୀ ଓ ଆଠ ବର୍ଷ ର ପୁଅ"...........
ଏପଟେ ଚାରିଚକିଆ ଆମ୍ବୁଲାନ୍ସ ଟିଏ ପ୍ରସ୍ତୁତ ହେଇ ରହିଛି ବୁଢୀ ଓ ତା ପୁଅ ର ଶେଷ ଯାତ୍ରା ନିମନ୍ତେ.........
Click here to claim your Sponsored Listing.
Category
Contact the public figure
Telephone
Website
Address
751018
Shraddha, Plot 21, Satyanagar
Bhubaneswar, 751007
Poet, writer, husband and father
Sikharachandi Nagar Bangali Basti
Bhubaneswar, 751024
Funny Virol videos and all tips Virol Funny Shorts video Hindi onther language video
Acharyas@114, Metro Satellite City, Hansapal
Bhubaneswar, 752101
I am A Dreamer, A Storyteller, An Author, A Writer & A Blogger
Bhubaneswar, 751009
A social media Person who always thinks the betterment of our surroundings and society.
Bhubaneswar
🧘ବସିବା ଠାରୁ ✍️ଲେଖିବା ଭଲ 💞❤️💞 ଏକ ଛୋଟ ପ୍ରୟାସ ମୋ ଲେଖା କୁ ଆପଣଙ୍କ ନିକଟରେ ପହଞ୍ଚେଇବାର 🙏
Badagada
Bhubaneswar, 751018
A page denoted to have my heart out, through my poems.
Bhubaneswar
Bhubaneswar, 751001
Economist I Author I Columnist I Journalist I Development Professional I National Youth Icon Awardee