Anubhuti
You may also like
Manara Bhabana....
କହଲୋ ପ୍ରିୟସୀ
ପ୍ରିୟ କଥା ଭାବି
କେତେ ରାତି ବିତେଇବୁ,
ମନତଳ ସବୁ ବିରହ ଯାତନା
କେତେ ଆଉ ଲୁଚେଇବୁ !?
ପ୍ରିୟ ତୋ ବସିଛି
ବାଟ ତୋର ଚାହିଁ
ସାଥୀ ଟିଏ ହେବା ପାଇଁ
ମିଛଟାରେ କିଆଁ
ଅଭିମାନ କରୁ
ସବୁ ଜାଣି ଏତେ କାହିଁ....
ପୋଷାକ କହିଦିଏ...
ଆଚରଣ କେମିତି ?
ପସନ୍ଦ କହିଦିଏ...
ଚିନ୍ତାଧାରା କେମିତି ?
ସ୍ପର୍ଶ କହିଦିଏ...
ସ୍ବଭାବ କେମିତି ?
ଆଉ ପାଟିର ଭାଷା କହିଦିଏ...
ମଣିଷ କେମିତି....?
ଶୀତ ଯେବେ ଆସେ
ପ୍ରିୟାର ସବୁଜିମା ଭରା ବଗିଚାରେ ପାଦ ଥାପି, ଦାରିଙ୍ଗବାଡିଠୁ ନେଇ ଶିମିଳିପାଳ ଯାଏଁ
ଲେଖିବାକୁ ଇଚ୍ଛା ହୁଏ
ଫର୍ଦ୍ଦ ଫର୍ଦ୍ଦ ଅକୁହା ମନର ପ୍ରେମ ପ୍ରଣୟ କବିତା।
କାଳେ ଲେଖା ସବୁ ଶିଶିର ପାଲଟି ପ୍ରିୟାର ଓଠକୁ ଛୁଇଁ ଯିବ ନାଲି ଗୋଲାପ ପାଖୁଡାରେ ପ୍ରିତି ଛୁଆଁ ଦେଲାପରି..........❤️🌹
ତୋ ଆଖିର କଜ୍ଜଳ ଛୁଇଁ
ଯେବେ ସଞ୍ଜ ହୁଏ,
ତୁ ସଜେଇ ହେଉ ଠିକ୍ ଆକାଶର ଜହ୍ନ ପରି।
ତୋ ପଲକ ପଡ଼ିଲେ ରାତି ଆସେ,
ତୁ କବରୀ ଖୋଲିଲେ
ଶରତର ମଲ୍ଲୀ ଚହଟି ବାସେ।
ତୁ ଯେବେ ଅଳସ ଭାଙ୍ଗୁ
ରାତିପାହେ,
ଉଦୟରାଗ ବି ଲେଖି ବସେ
ପ୍ରେମ ପ୍ରଣୟର କଵିତା.......❤️
ମହାନ୍ ରାଷ୍ଟ୍ରନାୟକ, ଭାରତୀୟ ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ସାଧକ ମହାତ୍ମାଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। #ଗାନ୍ଧୀଜୟନ୍ତୀ
ଯେତେ ପାରିବ
ଅଳ୍ପ ଲୋକଙ୍କର
ନିଜର ହେବାକୁ
ଚେଷ୍ଟା କରିବ....
ଆଗକୁ
କଷ୍ଟ ତ,
ମିଳିବ ନିଶ୍ଚୟ…
କିନ୍ତୁ
କଷ୍ଟର ବୋଝ ଟିକେ
ହାଲକା ଲାଗିବ !!!
ରେ କଳାମାଣିକ
ତୋ ବିନା ଆସେନା ମୋ ଆଖିରେ ନିଦ
ତୁ ମୋ ଦୁନିଆଁ
ମୋ ଜୀବନ ଟା ମିଛ ଖାଲି ମିଛ
ରେ କଳାଯାଦୁଗର
ତୋ ମୋ ରାତି ଆଉ ତୁ ମୋ ସକାଳ
ତୋ ବିନା ଭାବିପାରେନା
ଆଉ କିଛି ଆର.....
ଜୟ ମହାବାହୁ 🙏🏻
ବେଳେବେଳେ ଲାଗେ,ଆମ ଆଖପାଖରେ ବହୁତ ଜିନିଷ ଅଛି ଖୁସି ହବା ପାଇଁ ସତ ନୁହେଁ କି ବହୁତ୍ ଜିନିଷ!! ସତରେ ଟିକେ ନଜର ବୁଲେଇ ଦେଖିଲେ ଲାଗେ ବହୁତ୍ ଭଲ ଲୋକ ,ଭଲ ଜିନିଷ ସବୁ ଅଛି ଆମ ଚାରିକଡେ।।
କିନ୍ତୁ କିଛି ଟା ଦୁଃଖ ସେହି ଖୁସି ଉପରେ କିଛି ସମୟରେ ଭାରି ପଡ଼ି ଯାଏ।।ଆଉ ସମୟ ସହିତ ଲାଗେ ଆମେ ସତରେ କେତେ ସୁନ୍ଦର ସମୟ ସବୁ ହରେଇ ଦେଲେ ଗୋଟେ ଦୁଃଖ ପାଇଁ ଯାହାର ପ୍ରକୃତରେ ଆମ ଜୀବନରେ କିଛି ମୁଲ୍ୟ ହିଁ ନଥିଲା ।।
ଏଇ କାଶତଣ୍ଡି କୁ ଦେଖି ଅନୁଭଵ ହେଲା କି ପ୍ରତି ବର୍ଷ ଠିକ୍ ଏହି ଶରତ ଋତୁରେ ଆସି ସେ କେତେ ଖୁସି ହେଇଯାଉଛି ପବନର ତାଳେ ତାଳେ ଝୁମି ଯାଇ ଯେମିତି ତାର କିଛି ମୁହୁର୍ତ ପରେ ଊହ୍ୟ ହବାର ଦୁଃଖ ହିଁ ନାହିଁ "
ଶୂନ୍ୟତା
କିଛି ନୂହେଁ
ଏଇ ଭସା ବାଦଲ
ଚାଲିଯିବାର
କିଛି କ୍ଷଣ ର କୋହ...!!!
ପୂର୍ଣ୍ଣତା
ବାସ ସେ ନିର୍ମଳ ଆକାଶ ବୁକୁରେ
ଜହ୍ନ କୁ ଦେଖି
ଢେଉ ସାଥେ ନିଜକୁ ହଜେଇ ଦବାର
ମୋହ..!!!
( ଦୁଖଃପରେ ସୁଖ ଠିକ୍ ଏହି ପରି )
କର୍ମ ଯଦି ଭଗବାନ ହୁଏ ତେବେ ସତକର୍ମ ତ ଭଗବାନଙ୍କ ନିକଟତର ହେବାର ବାଟ
ଆଉ ମନ ନିର୍ମଳ ରଖି ଯଦି କର୍ମ କରିବେ
ସ୍ୱୟଂ ଭଗବାନ ତୁମକୁ କୋଳେଇନେବେ.
ବୋଲ ରାଧେ ରାଧେ 🙏🏻
#ଶୁଭରାତ୍ରି
ଜୀବନ ଲାଗି ଯୁଦ୍ଧ
ଜୀବନ ସହ ଯୁଦ୍ଧ
ଚାଲିଛି.... ଚାଲିଥିବ
ଶବ୍ଦ ରେ ହେଉ ଅବା ନିଶବ୍ଦ ରେ ଲଢିବାକୁ ହେବ...
#ଜୀବନ
ଶୂନ୍ୟ ରାସ୍ତାରେ
ଆଲୋକ ବତୀ ଖୁଣ୍ଟ ଟିଏ
ଦେଇଚାଲେ ନିରବିଚ୍ଛିନ୍ନ ଆଲୁଅ.
କେଉଁଠୁ ଆସେ ତାର ସେ ଶକ୍ତି
ସଭିଏଁ ହୁଅନ୍ତି ଅଜଣା..
ଅନ୍ଧାର ହେଲେ ହିଁ ଜଣାପଡେ
ସେ ବତୀ ମୂଲ୍ୟର ଠିକଣା..
#ପାଗଳ_ମୁଁ 🥀
ମୃତ୍ୟୁ କଷ୍ଟ ଦିଏ, ସମସ୍ତେ ମନ ଖୋଲି କାନ୍ଦନ୍ତି ।
ଜୀବନ କଷ୍ଟ ଦିଏ, ଲୁହ ଲୁଚେଇ ହସିବାକୁ ହୁଏ ।....🍂
#ଜୀବନ 🥀
ସମୟ ଆଜି ଏଭଳି ଗୋଟିଏ ସ୍ଥିତିରେ ପହଞ୍ଚି ଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର....।।
ଭଲ ପାଇବା ସେବେ ଅନୁଭବ ହୁଏ
ଯେବେ ଭଲ ପାଉଥିବା ଲୋକ ଟା ଦୁନିଆ ତୁ ଦୂରେଇ ଯାଏ...
କିଛି ପ୍ରେମ ଅଧୁରା ରହିଯିବାଟା ଭଲ...
ସଫଳତା ନୁହଁ, ଆରମ୍ଭ ଏକ ସଂଘର୍ଷର !
ବିରାମ ନୁହଁ, ସମୟ ନୂଆ ଆରମ୍ଭର ।।
ଶାନ୍ତ ରୁହ.....କର ନାହିଁ ପ୍ରହସନ ଜିତିବାର !
ଅସ୍ତିତ୍ବର ଯୁଦ୍ଧ ଏବେ ତ ବାକି ଅଛି କରିବାର ।।
ଏତେ ସହଜ ହୋଇନଥାଏ ଆକାଶକୁ ଛୁଇଁବା
ଗର୍ଭସ୍ଥ ଶିଶୁ ମଧ୍ଯ କରିଥାଏ ପ୍ରୟାସ ମୁକ୍ତ ହୋଇ ବଞ୍ଚିବା।।
ସେ ବି ତ ସଂଘର୍ଷ ଜାରି ରଖେ ବାରମ୍ବାର
ଚାହିଁଲେ ବି କଣ ଆଡ଼େଇ ହୁଏ ଅନ୍ଧାର
ରାତିର ଛାତି ଉପରୁ
ମାଗିଲେ କି ମିଳେ ଆକାଶର ଅଶ୍ରୁଧାର
ପ୍ରାର୍ଥନା ଉତ୍ତାରୁ
ମୁଁ ଏଠି କଲବଲ ତା ସାନିଧ୍ୟ ପାଇଁ
ହେଲେ ସେ ଶିଖାଏ
ସଂସ୍କାର, ସଣ୍ଠଣା, ସହିଯିବାର ବୀଜ ମନ୍ତ୍ର
ବଖାଣେ କଳା ଜୀଇଁବାର !!!
ଆଖିରୁ ଆରମ୍ଭ ଓଠରେ ଶେଷ
କିଛି ପୁରା ହୁଏ କିଛି ଅବଶେଷ
ଜୀବନ ଜଞ୍ଜାଳ ଗଣିତ ବହି
ହିସାବ କି କରିବା ସମୟ ନାହିଁ...
ଗୋଟେ ଜନ୍ମ ପର୍ଯ୍ୟାପ୍ତ ନୁହଁ
ଏ ମହକକୁ ଆପଣେଇ ନେବାକୁ
ଏଇ ନିଜର କରିବା ଭିତରେ
ଅନେକ ଦିନ , ମାସ, ବର୍ଷ
ଝରଣା ପରି ବହିଯାଏ
ମେଘ ପରି ଝରିଯାଏ
ତଥାପି ଏ ମନ ଉପବନ ରହିଯାଏ ଶୁଷ୍କ
ତଥାପି
ଏ ପ୍ରକୃତି କଣ ଭୁଲି ଯାଏ
ବାଣ୍ଟିବାକୁ
ବିଞ୍ଚିବାକୁ
ମହକ ବୋଳା ମନ୍ଦ ମନ୍ଦ ମିଠା ହସ.....
🌷
ସବୁକଥା କଣ କହିହୁଏ?
କିଛିକଥା ଛାଏଁ ଫିଟିଯାଏ !
କିଛି ଯାଏ ଅଟକି
ପଞ୍ଜରତଳ ହାଡ଼କୁ ଚିମୁଟି
ସେଠି,ଗେଲବସରରେ
ବେଦନାର ବଂଶୀ-ବଜେଇଦିଏ !
#ଅକୁହା_କଥା
ଦିଏ #ମୃତ୍ୟୁବ୍ୟଥା
କହିବ କ'କୁ ଶୁଣିବ କିଏ?
ସେ ଏକା ଦରଦୀ
କୋଟି-ପ୍ରାଣନିଧି
ନିମିଷେ ବେଦନା-ହରିନିଏ
ସବୁରିବନ୍ଧୁ ଦୀନବନ୍ଧୁ ସେ
ତା ପଦେ ପ୍ରଣତି ଜଣାଏ🙏
ସ୍ମୃତିର ରଙ୍ଗ ଥିଲେ
ଇନ୍ଦ୍ରଧନୁରେ ସଜା ହୋଇଥାନ୍ତା
ମୋର ସବୁ ସ୍ବପ୍ନ !
ସେ ନିଶିଗନ୍ଧା !!
ତା'ଦୁଃଖ କଣ ଏ ଦୁନିଆ ଜାଣେ !?
ରାତିରେ ଫୁଟି ସକାଳୁ ମଉଳିଯିବା
ତା ନିୟତି....
ତା ମଉଳା ମନର
ଅବ୍ୟକ୍ତ କାହାଣୀ କିଏ ବା ପଢିଛି !?
ସେ ପ୍ରତି ପାଦେ ଝୁଣ୍ଟିଟ
କ୍ଷତାକ୍ତ ଆଉ ରକ୍ତାକ୍ତ ହୋଇଛି-
କେତେ ହରେଇ କେତେ ବା ପାଇଛି
ସବୁ ସାକ୍ଷୀ ଏହି ରାତି...
ସବୁ ଅବ୍ୟକ୍ତ ବେଦନା କ'ଣ କହି ହୁଏ !
ନା, ସେ ଦୁର୍ବଳ ମୁହୂର୍ତ୍ତକୁ ଭୁଲି ହୁଏ
ତୁମେ ସିନା ଜଳିଗଲ
ମହମର ବତୀଟିଏ ପରି
ସେ ପ୍ରାପ୍ତି ଆଉ ଅବଶୋଷ ମଝିର
ଘନ ଅନ୍ଧକାରରେ
ହେଲେ.
ମୁଁ 'ତ ଦରପୋଡା କାଠ ଟିଏ
ଯିଏ ଅବଶୋଷ ବହ୍ନିରେ,
ଦିବାରାତ୍ର କୁହୁଳୁ ଥାଏ !
ଏ ଦଲକାଏ ପବନ
ମୋତେ କଣ ବୁଝାଇ ପାରେ !
ନା' ଅସରାଏ ବର୍ଷାରେ
ମୋ ଅନ୍ତର ଶାନ୍ତ ହୁଏ.......
ଆମ ଜହ୍ନମାମୁଁ ସରଗ ଶଶୀ
ଭାରତ ସହିତ ସମ୍ପର୍କ ବେଶି
ବିକ୍ରମ ଯାଇଛି ମାମୁଁ ଘରକୁ
ବୁଲିବ ସେଠାରେ ମନ ଇଛାକୁ
ପ୍ରଜ୍ଞାନ ଯାଇଛି ସାଙ୍ଗରେ ତା'ର
ଫଟୋ ଉଠେଇବ ଥରକୁ ଥର
ମାମୁଁ ଘରେ ମାଇଁ ଅଛି କି ନାହିଁ
ଖବର ବୁଝିବେ ସେ ଦୁଇ ଭାଇ
ଜଣେ ବୁଦ୍ଧିଆକୁ ଜଣେ ବଳୁଆ
ପ୍ରଜ୍ଞାନ-ବିକ୍ରମ ଜଗା ବଳିଆ
ବୁଲିବେ ମାମୁଁଙ୍କ ଘର ଦୁଆର
ବାରି ବଗିଚା କି ଅଛି ସେଠାର
କଠିନ ମାଟି କି ଅବା ନରମ
ଜଳବାୟୁ ଥଣ୍ଡା କିବା ଗରମ
ଠେକୁଆ ଅଛି କି ମାମୁଁଙ୍କ ଘରେ
ଅବା କେଉଁ ଜୀବ ଅଛି ସେଠାରେ
ମାଟି ତଳେ ମାମୁଁ ରଖିଛ କିସ
ସୁନା, ହୀରା, ଲୀଳା ଅବା ପିୟୂଷ
ଭଣଜା ହାତରେ ଦେବ ପଠାଇ
ସାଙ୍ଗରେ ତ ଗାଡ଼ି ନେଇଛି ସେହି
ତମ ପଟେ ଖରା, ବରଷା, ଶୀତ
ଏବେ କୋଉ ପାଗ କହି ଦେବ ତ
ବୋଉ ଏଠି ଅଛି ତୁମେ ସେଠାରେ
ଭଲ ମାମୁଁ ତମେ ଏତେ ଦୂରରେ
ଜହ୍ନମାମୁଁ ବୋଲି ହୁରି ପଡୁଛି
ଭଣଜାକୁ ଛାଡି ମାମୁଁ ବୁଲୁଛି
ପଚାରୁନି ପୁଅ କେମିତି ଅଛ
ଭଉଣୀ କଥା ତ ଭୁଲି ଯାଇଛ
ଦୁହିତା ସମ୍ପତ୍ତି ଭାଗ ବୋଉର
ଚନ୍ଦ୍ର ମଣ୍ଡଳ ତ ଆମ ଅଜାର
ସେକଥା ତୁମେ କି ପାଶୋରି ଅଛ
ଭଣଜାମାନଙ୍କୁ ଭୁଲି ଯାଇଛ
ଆମେ ଭୁଲି ନାହୁଁ ମାମୁଁ ତୁମକୁ
ଆଜି ଗଲୁ ତେଣୁ ତୁମ ଘରକୁ
ଭଣଜାଙ୍କ ଭଲ ମନ୍ଦ ବୁଝିବ
ତୁମ ଘର କଥା ସବୁ ଲେଖିବ
ଇସ୍ରୋ ଡାକଘର ଆମ ଠିକଣା
ଉଡୁଥିବ ସେଠି ତ୍ରିରଙ୍ଗା ବାନା
ଇତିହାସ ରଚିଲା ଇସ୍ରୋ
ଶେଷରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ କଲା ଇସ୍ରୋ ସମେତ ସମସ୍ତ ଭାରତବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ 🇮🇳🇮🇳🇮🇳🇮🇳
ତାକୁ,
ଭୁଲିବା ଆଳରେ
ଏବେ ବି ମନ ତାକୁ ଝୁରେ....!!
ହଜାରେ,
ପ୍ରଶ୍ନ ସବୁ ହଜିଗଲା-
ତକିଆ ଆଉ ଚାଦର ଉପରେ..
ଯାହା ଲୁହ ହେଇ ଝରେ...!!
ଚକ୍ର ଆଢ଼ୁଆଳେ ରଖି ଧରା
ଚକାନୟନ ରେ ମୋହୋନି ଭରା
ଚାହିଁ ଦେଲେ ଥରେ ଆଖି ପୁରିଯାଏ
ପାଇଛି ଯେମିତି ପାପୁଲି ରେ ମୋର
ସଂସାର ସାରା ....🫰🙏🏻✍️
#ଜୟଜଗନ୍ନାଥ🙏🏻
ସମୟ କହିଥିଲା ସେମିତି ଥିବ, ବୟସ ଫୁଲବନ ଅଟକିଯିବ
ସେଇ ବୟସ ଫୁଲବନେ ମୁଁ ଦେଖୁଥିଲି କେତେ ସପନ,
ହେଲେ ସପନ ଗଲା ତ ହଜି ମୋ ଆଖିରେ ଭରି ଶ୍ରାବଣ,
ସପନଟା କେବେ ସତ ହୁଏନା, ଶ୍ରାବଣରୁ କେବେ ହସ ଝରେନା..!😒
#ସମୟକେବେଫେରିଆସେନା🍂
ମାନନୀୟ ଦହିବରା,
ଧିରେ ଧିରେ ହଲି ହଲି ପାଟି ଭିତରେ କିଛି ସମୟ କାଟି ଦୟାକରି ମୋ ପାଖକୁ ଆସ 😋
-ଭୋକିଲା ପେଟ
ବର୍ଷା ...ତୁ ନିରବି ବରଷି ଯାଉ ଆଜି
ଠିକ୍ ମୋ ଆଖିର ନିର୍ଝରଣୀ ପରି
କେତେ ତିଥିର ଯନ୍ତ୍ରଣା ରେ
ପ୍ଲାବିତ ବିମୋହିନି ତୁ
ବେରଙ୍ଗ ଅଙ୍ଗ ରେ ସୁରଙ୍ଗ ଭରିଦେଲୁ
ଟୋପା ଟୋପା ହେଇ ଝରିଗଲୁ
କେଉଁ ଏକ ନିର୍ଜୀବ କବିତାର
ଶେଷ ପୃଷ୍ଟା କୁ ପ୍ଲାବିତ କରି ....🍁⛈️
#ଭିଜାମାଟିରଆର୍ତଚିତ୍କାର
ଫୋଟୋ ଏମିତି ନିଅ କି,
ଦଶ ଜଣ ପଚାରିବେ,
କୋଉ ଫୋନ୍ ବେ ତୋର😱
🔥😂
କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥ ଦିବ୍ୟ ଦୁର୍ଲଭ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ।
ଜୟ ଜୟ ଜଗନ୍ନାଥ। କୋଟି କୋଟି ଦଣ୍ଡବତ ମଣିମା। ଆପଣଙ୍କର ଦିବ୍ୟ ଦର୍ଶନରେ ମୁଁ ଧନ୍ୟ ହୋଇଗଲି ମଣିମା । 🥰😍🙏🙏
#ସୁନାବେଶ
ପଥକ୍ରାନ୍ତ ପଥିକ ପାଈଁ ଏ କୃଷ୍ଣଚୁଡା
ମହୋଷଧି ପରି ଲାଗେ....
ପ୍ରେମିକା ପାଈଁ ସେ ପ୍ରେମର
ଉପହାର ପରି ଲାଗେ...
କବିୟତ୍ରୀ ପାଈଁ ଏ କବିତାର
ଶୀର୍ଷକ ପରି ଲାଗେ....
ଦୁଃଖିଆତ୍ମା ପାଈଁ ଏ
ବିରହର ବେଦନା ପରି ଲାଗେ.....
ଏ କୃଷ୍ଣଚୂଡ଼ା ମୋ ପ୍ରେମିକ ପରି ଲାଗେ
ମୁଁ ତା ପ୍ରେମିକା ନୁହଁ ବୋଲି ମୋତେ କଷ୍ଟ ଲାଗେ...
ବ୍ୟବସ୍ଥା ବଡ଼ ଅଜବ..
ବାହାଘର ପାଇଁ ସବୁ ଜିନିଷ
ଯୋଗାଡ଼ କରିବା ପାଇଁ ବହୁତ ଦିନ
ଲାଗେ..
କିନ୍ତୁ ମରିଗଲେ ସଙ୍ଗେ ସଙ୍ଗେ
ସବୁ ଜିନିଷ ଯୋଗାଡ଼
ଆପେ ଆପେ ହୋଇଯାଏ..
ଧୂର୍ମାଭତା କିରଣ..
ସ୍ପର୍ଶର ସିହରଣ..
ଏଇ ତ ମୌସୁମୀ ଆଗମନର ଲକ୍ଷଣ..🌧️🌧️🌧️
🙏🙏🙏
ସେ ଚିର-ରହସ୍ୟମୟ
ବିଶ୍ୱ-ବିସ୍ମୟ !
ଉଜ୍ଵଳ-ସ୍ଫଟିକ-ବିଭୂ
ସେ ପ୍ରେମମୟ !
ପ୍ରଣୟ ରସାଳ ତନୁ
ମୟୁଖ ବିମୋହିତ
ଉଚ୍ଛଳ ଅତନୁ !
ଅଣୁରୁ-ଅନନ୍ତ-ବ୍ୟାପ୍ତି
ପ୍ରଜ୍ଞାର ପ୍ରୋଜ୍ଵଳ ସତ୍ତା
ସେ ବିଧି-ବିଧାତା !
ଜଗତନାଥ-ସେ ଜଗଦୀଶ
ଆକୃତିର ଅଭ୍ୟନ୍ତରେ ବିପୁଳ ପ୍ରକାଶ !!''
🙏
୍ନାଥ 🚩
#ଅକୀଞ୍ଚନ_କରେ_ନିବେଦନ🙏
ଆଜି ପୁଣି ଥରେ ଲୋକାରଣ୍ୟ ହେବ ମୋ ସଖାର ବଡ଼ଦାଣ୍ଡ, ଜୟ ଜଗନ୍ନାଥ....
ଜୟ ଜଗନ୍ନାଥ....
ଧ୍ବନିରେ ପ୍ରକମ୍ପିତ ହେବ ଚତୁର୍ଦିଗ।
ମନ ତ ମୋର ତା ରଥକୁ ଟାଣି ନେବା ପାଇଁ , ବୋଧହୁଏ ସେ ସୁଯୋଗ ଆସିନାହିଁ।
ତଥାପି ମନକୁ ବୁଝେଇ ରହିବା କଥା...😢
#ରଥଯାତ୍ରା୨୦୨୩
ଆଷାଢ଼ ଛୁଇଁବ ଦିନ କେଇଟାରେ ,
କୃଷ୍ଣଚୂଡା ଦୁଃଖ କିଏ ବା ପଚାରେ
ମେଘ କି ବୁଝିବ ତା ବିଳହୀ ମନକୁ
ତଥାପି ସେ
ଛାତିତଳେ ଦୁଃଖ ଚାପି ହସେ....!!!
"ମିଛ" ଉପରେ ସମସ୍ତଙ୍କ ବିଶ୍ୱାସ ଥାଏ.. ,,,
"ସତ" କୁ ସାବ୍ୟସ୍ତ କରିବାକୁ ପଡି ଥାଏ.. !!!
Click here to claim your Sponsored Listing.
Videos (show all)
Category
Contact the public figure
Telephone
Website
Address
Bhubaneswar
751009
Shraddha, Plot 21, Satyanagar
Bhubaneswar, 751007
Poet, writer, husband and father
Sikharachandi Nagar Bangali Basti
Bhubaneswar, 751024
Funny Virol videos and all tips Virol Funny Shorts video Hindi onther language video
Bhubaneswar, 751018
A MBBS Doctor by profession But a writer by passion •Odia stories | Poems | Articles | microtales
Acharyas@114, Metro Satellite City, Hansapal
Bhubaneswar, 752101
I am A Dreamer, A Storyteller, An Author, A Writer & A Blogger
Bhubaneswar, 751009
A social media Person who always thinks the betterment of our surroundings and society.
Bhubaneswar
🧘ବସିବା ଠାରୁ ✍️ଲେଖିବା ଭଲ 💞❤️💞 ଏକ ଛୋଟ ପ୍ରୟାସ ମୋ ଲେଖା କୁ ଆପଣଙ୍କ ନିକଟରେ ପହଞ୍ଚେଇବାର 🙏
Badagada
Bhubaneswar, 751018
A page denoted to have my heart out, through my poems.