Satsang Kendra, Lathanga, Odisha
In charge S.P.R--HRUSHIKESH ACHARYA,Creat page---Binod Acharya Satsang kendra Lathanga is most popular Kendra in ODISHA
ତାଙ୍କୁ କି କରିବି ପର, ସେ ତ ସ୍ମୃତି ଆପଣାର;
ତାଙ୍କ ବିନୁ ଏ ସଂସାର ସକଳ ଅସାର।
ଧନଜନ ସବୁ ତାଙ୍କ କରୁଣାର ବିନ୍ଦୁ-
ଏ ପାରିର ବନ୍ଧୁ ମୋର ସେ ପାରିର ବନ୍ଧୁ।
୧୯୮୯ ମସିହା ମାର୍ଚ୍ଚମାସର ଘଟଣା। ମୁଁ ଦୀକ୍ଷା କାର୍ଯ୍ୟକ୍ରମରେ
ଯାଇଥାଏ ଯାଜପୁର ଜିଲାର ବାଲିଆପାଳ ଗ୍ରାମକୁ। ଗ୍ରାମଟି ବ୍ରାହ୍ମଣୀ
ନଦୀକୂଳରେ ଗୋଟିଏ ବଡ ଗାଁ। ଗାଁ ମଝିରେ ଅଙ୍କାବଙ୍କା ରାସ୍ତା।
ରାସ୍ତାର ଦୁଇକଡରେ ଘର। ମୋ ସାଥ୍ରେ ଥାନ୍ତି ସେହି ଗ୍ରାମର
ଚିତ୍ତରଞ୍ଜନ ପରିଡା । ବାଟରେ ଦେଖିଲି, ଦୁଇଜଣ ଲୋକ ବିକଳ କ୍ରନ୍ଦନ
କରି ସେହି ରାସ୍ତାରେ ଗଡୁଛନ୍ତି । ପୁରୁଷ ଲୋକଟି ଧୂଳିଧୂସରିତ ହୋଇ
ଛାତିରେ ହାତ ବାଡେଇ, ମୁଣ୍ଡବାଳକୁ ରାମ୍ପି ଆର୍ତ୍ତନାଦ କରୁଛି।
ସ୍ତ୍ରୀଲୋକଟି ପୁରୁଷଦେହରେ ମୁଣ୍ଡ ପିଟି ଉଚ୍ଚସ୍ଵରରେ କାନ୍ଦୁଛି। ଏହି
ହୃଦୟବିଦାରକ ଦୃଶ୍ୟ ଦେଖୁଥିବା ଲୋକମାନଙ୍କ ଆଖରୁ ଆପେ ଆପେ
ଲୁହ ଗଡିଆସୁଛି। ଏହି ଅବସ୍ଥାର କାରଣ ଜାଣିବାକୁ ମୁଁ ଚିତ୍ତବାବୁଙ୍କୁ
ପସ୍ଫୁରିଲି। ସେ କହିଲେ- ଏହି ଲୋକଟି ହରେକୃଷ୍ଣ ବାରିକ, ତାଙ୍କ
ଘର ନଈ ସେପାରିର କୁଶବଟ ଗ୍ରାମରେ। ଆମ ଗ୍ରାମରେ କୌଳିକ
ବୃତ୍ତି କରି ଚଳେ। ପ୍ରାୟ ମାସେ ଦୁଇମାସ ହେବ ତାଙ୍କର ଏକମାତ୍ର
୧୨ ବର୍ଷର ପୁଅ ମରିଯାଇଛି । ସେହିଦିନଠାରୁ ସ୍ୱାମୀ-ସ୍ତ୍ରୀ ପାଗଳ ହୋଇ
ବୁଲୁଛନ୍ତି। ଭାଇ! ସେ ଆମରି ବାରିକ। ଏମାନଙ୍କୁ ଦୀକ୍ଷା ଦେଲେ
ହୁଅନ୍ତା ନାହିଁ ? ମୁଁ କହିଲି, “ ଏମାନଙ୍କ ମାନସିକ ଅବସ୍ଥା ଯାହା ଦୀକ୍ଷା
ଦେବି କିପରି ? ଚିତ୍ତବାବୁ ସେମାନଙ୍କର ଅତି ପରିଚିତ ଲୋକ, ସେ
ଶ୍ରଦ୍ଧାରେ ହରେକୃଷ୍ଣ ପାଖକୁ ଯାଇ ତା’ ପିଠି ଆଉଁଷି ଦେଇ କହିଲେ,
“ ତୁମେ ଯେତେ କାନ୍ଦିଲେ, ଯେତେ ଲୋକଙ୍କୁ କହିଲେ, ଯେତେ ଦିଅଁ
ଦେବତାଙ୍କୁ ଡାକିଲେ, କେହି ତୁମ ପୁଅକୁ ଫେରାଇ ଦେଇପାରିବେ
ନାହିଁ । ଏକା ଈଶ୍ବର ଦେଇପାରିବେ । ଋଲ, ମୁଁ ତାଙ୍କ ପାଖରେ ଗୁହାରି
କରିବାର ବାଟ ବତାଇଦେବି । ସ୍ଵାମୀ-ସ୍ତ୍ରୀ ଦୁଇଜଣ ଚିତ୍ତବାବୁଙ୍କ ଘରକୁ
ଆସିଲେ। ଚିତ୍ତବାବୁ ଓ ତାଙ୍କ ସ୍ତ୍ରୀ ସେ ଦୁଇଜଣଙ୍କୁ ଗାଧୋଇଦେଇ ନୂଆ
ଲୁଗା ପିନ୍ଧିବାକୁ ଦେଲେ। ପଖାଳ ଭାତ ଖୁଆଇଲେ। ଏହାପରେ ମୋ
ପାଖକୁ ଆଣି ସେମାନଙ୍କୁ କହିଲେ, ଏହି ବାବୁ ଶ୍ରୀଶ୍ରୀଠାକୁରଙ୍କ ଋତ୍ତିକ୍,
ସେ ତୁମକୁ ଗୋଟିଏ ଅମୋଘ ମନ୍ତ୍ର ଦେବେ। ତାଙ୍କ କଥା ଅନୁସାରେ
ତୁମେ ଗଭୀର ବ୍ୟାକୁଳତା ଓ ବିଶ୍ଵାସର ସହିତ ଆରାଧନା କରିଲେ |
ଈଶ୍ଵରଙ୍କର ଦୟା ପାଇପାରିବ । ଈଶ୍ବର ଇଚ୍ଛା କଲେ ସବୁ ଦେଇପାରନ୍ତି ।
ତାଙ୍କ ଛଡା ଦୁନିଆରେ ଆଉ କେହି ତୁମର ଦୁଃଖ ମୋଚନ କରିପାରିବେ
ନାହିଁ । ସେ ଦୁଇଜଣ ଖୁସିହୋଇ ଦୀକ୍ଷା ନେଲେ ଓ ଚିତ୍ତବାବୁଙ୍କ ଘରେ
ଦୁଇତିନିଦିନ ରହି ନାମ, ଧାନ, ପ୍ରାର୍ଥନା ଓ ଇଷ୍ଟଭୃତିର ଅଭ୍ୟାସ କଲେ।
ଏହାପରେ ଖୁସି ମନରେ ଘରକୁ ଗଲେ। ସେହିଦିନଠାରୁ ହରେକୃଷ୍ଣ
ସୁସ୍ଥ ଦେହ, ମନ ନେଇ ପୂର୍ବପରି କୌଳିକ ବୃତ୍ତିରେ
ଲାଗିରହିଲେ। ଆଖପାଖରେ ହେଉଥିବା ସତ୍ୟସଙ୍ଗକୁ ଗଲେ
ଦୀକ୍ଷାନେବାର ୩୦ ଦିନରେ ପ୍ରତି ମାସରେ ଇଷ୍ଟଭୃତି ଚିତ୍ତବାବୁକ
ଜରିଆରେ ପଠାଇଲେ। ଶ୍ରୀଶ୍ରୀଠାକୁରଙ୍କ ଲୀଳାତୀର୍ଥ ଦେଓଘରକୁ
ଉତ୍ସବରେ ଯାଇ ବୁଲିଆସିଲେ। ନିରାମିଷ ଆହାର ଅଭ୍ୟାସ କରି ୬ମାନ
ପରେ ସ୍ଵସ୍ଥ୍ୟୟନୀ ବ୍ରତ ଗ୍ରହଣ ନେଲେ। ସ୍ଵାମୀ-ସ୍ତ୍ରୀ ଗଭୀର ବିଶ୍ଵାସ
ନିଷ୍ଠା ସହ ଇଷ୍ଟସେବାରେ ଲାଗି ରହିଲେ।
ପ୍ରାୟ ବର୍ଷକପରେ ଯେଉଁଦିନ ହରେକୃଷ୍ଣ ପୁତ୍ରହରା ହୋଇଥିଲେ,
ଠିକ୍ ସେହି ସରସ୍ଵତୀପୂଜାର ପରଦିନ ତାଙ୍କର ଗୋଟିଏ ପୁତ୍ରସନ୍ତାନ
ଜନ୍ମ ହେଲା, ସେହି ପୁଅର ଏକୋଇଶିଆରେ ତାଙ୍କ ଘରେ ଭଲ ଭାବରେ
ସତ୍ସଙ୍ଗ କରାଗଲା। ସେହିଦିନଠାରୁ ପ୍ରାୟ ୨୭ବର୍ଷ ହେବ ପ୍ରତିବର୍ଷ
ସରସ୍ଵତୀ ପୂଜା ପରଦିନ ତାଙ୍କ ଘରେ ବିଶେଷ ସତ୍ସଙ୍ଗ ହୋଇଆସୁଛି |
ଶତାଧ୍ଵକ ଗୁରୁଭାଇ ଓ କର୍ମୀ ଯୋଗଦେଇ ଦିନଟିକୁ ଉତ୍ସବମୁଖର କରି
ରଖୁଛନ୍ତି । ଏବେ ତାଙ୍କର ନୁଆଁଣିଆ ସ୍ଖଳଘର ନାହିଁ । ସୁନ୍ଦର କୋଠାଘର
ହୋଇଯାଇଛି। ଗୋଟିଏ ସ୍ଵତନ୍ତ୍ର କୋଠରିରେ ସୁସଜ୍ଜିତ ବିମାନରେ
ଶ୍ରୀଶ୍ରୀଠାକୁରଙ୍କର ଆସ୍ଥାନ ହୋଇଛି। ସେଠାରେ ଯଥାବିଧ୍ଵ ପୂଜାର୍ଚ୍ଚନା
ଋଲିଛି। ପୁଅଟିର ୧୨ବର୍ଷରେ ଦୀକ୍ଷା ଗ୍ରହଣ କରାଇ ପ୍ରାୟ ୨୧
ବର୍ଷରେ ବିବାହ କରିଦେଇଛନ୍ତି। ପୁଅବୋହୂ ଉଭୟେ ସ୍ବସ୍ଥ୍ୟୟନୀ ବ୍ରତ
ଗ୍ରହଣ କରିଛନ୍ତି। ପୁଅଟି ଖୁବ୍ ଇଷ୍ଟନିଷ୍ଠ, ପିତୃମାତୃଭକ୍ତ ଓ ସୁଧାର
ପିଲା। ସତେଯେପରି ଶ୍ରୀଶ୍ରୀଠାକୁର ତାଙ୍କ ନିଜ ଭକ୍ତଙ୍କୁ ହରେକୃଷ୍ଣ
ଘରକୁ ପଠାଇଛନ୍ତି। ଏବେ ହରେକୃଷ୍ଣ ୩ ବର୍ଷର ନାତିକୁ କୋଳରେ
ଧରି “ ଜୟ ରାଧେ ରାଧେ...’ କୀର୍ତନ କରୁଛନ୍ତି, ହାତ ଧରି ନଈକୂଳରେ
ମହାଆନନ୍ଦରେ ବୁଲୁଛନ୍ତି। ପୁଅଟି ବାଲିଆପାଳ ବଜାରରେ ସେଲୁନ
କରି ବାପାଙ୍କୁ ଆର୍ଥିକ ସାହାଯ୍ୟ ଓ କୌଳିକ ବୃତ୍ତିରେ ସହଯୋଗ କରୁଛି।
ଗଭୀର ଖରସ୍ରୋତା ନଦୀର ଅଥଳ ଜଳଭଉଁରିରେ ବୁଡିଯାଉଥିବା
ପରିବାରଟିକୁ ହାତଧରି ପରମପିତା ଶ୍ରୀଶ୍ରୀଠାକୁର ତାଙ୍କ ଅଭୟ
ନୌକାରେ ବସାଇ କୂଳରେ ଲଗାଇ ଦେଇଛନ୍ତି । ଜୀବନର ବିରାଗ
ସ୍ଫୁଲିଯାଇ ସରାଗ ଭରିଉଠିଛି । ଦୁଃଖ, ଆପଦ ଭୁଲିଯାଇ ପରମପିତାଙ୍କ
ନିରାପଦ କୋଳରେ ଆଶ୍ରୟ ନେଇଛନ୍ତି। ତାଙ୍କରି ପ୍ରୀତିବନ୍ଧନରେ
ବନ୍ଧାହୋଇ ସୁରତି ଛନ୍ଦରେ ଗାଇଉଠୁଛନ୍ତି-
ତାଙ୍କୁ କି କରିବି ପର, ସେ ତ ସ୍ମୃତି ଆପଣାର;
ତାଙ୍କ ବିନୁ ଏ ସଂସାର ସକଳ ଅସାର।
ଧନଜନ ସବୁ ତାଙ୍କ କରୁଣାର ବିନ୍ଦୁ-
ଏ ପାରିର ବନ୍ଧୁ ମୋର ସେ ପାରିର ବନ୍ଧୁ।
Dolo autsav at Satsang Kendra, Lathanga, Odisha
Sree Sree AcharyaDev speech in Bhubaneswar,Odisha
Kirtan
Utsav 2024,Lathanga ,,Odisa
Speech by Deepak Ranjan Rajguru,Mattagajpur Satsang Bihar,Odisha
Invitation from Shree Jagannath temple to Sri Sri Acharya Deb ,Satsang Deoghar for Lokarpan of Shreemandira Parikrama Project,Puri to be held on 17/01/2024.
ଗୁରୁଜନଙ୍କୁ ହିନ୍ଦୁ ମାନେ ମୁଣ୍ଡ ଲଗେଇ ପ୍ରଣାମ କରନ୍ତି ,କିନ୍ତୁ ମୁସଲମାନ ମାନେ କରନ୍ତିନି କାହିଁକି
Thaakur kisee prakaar praveshika ke dvaar tak to pahunch sake, kintu pravesh karane mein bhee asamarth rahe. aise aadamee se logon ne angarejee mein vaanee dene kee praarthana kee. isakee vishvajaneen upayogita dikhalaayee. jo ek laeen shuddh angarejee na bol sakata ho yah vaanee de to kaise ? maheenon log praarthana karate rahe. baar- baar kee praarthana par hrday dravit hone laga.
ekadin apratyaash*t bhaav se thaakur ke mukh se vaanee nikalane lagee. ek svarnapadak praapt ema0 e0 ne lipivaddh karana aarambh kiya. thaakur ke mukh ka rang badala hua tha, aankhen aakaash kee or kabhee idhar to kabhee udhar dekh rahee theen. mukh se do-do chaar-chaar shabd nikal rahe the. kintu shabdochchaaran dheere- dheere aur spasht kanth se ho raha tha. kaanpate haathon se likh rahe the aap. lipibaddh karate samay arth bilkul samajh mein na aata tha, usaka arth bhee hai, yah samajhana bhee kathin tha. peechhe padhane par gyaat hua ki ek apoorv darshan nirmit hua hai. yah vaanee maheenon nikalatee rahee. vah mesej naam se pustak ke roop mein prakaash*t huee hai. us pustak kee pratham vaanee hai—
The booming commotion of existence that rolls in the bosom of the Beyond, evolves into a thrilling rhyme and upheaves into ashooting Becoming of the Being with echoes that float with an embodiment of Energy that is Logos, the Word - the Begining!
aapane angarejee mein vaanee kaise dee? aap se jab yah prashn kiya jaata hai tab aap kahate hain ki " akshar ke roop mein ek-ek karake shabd meree aankhon ke saamane chamakate hue prakat hote hain. megh ke ek-ek tukade jaise aakaash mein tairate hue aate hain tha machhalee jaise ek ke peechhe ek ke jhund mein chalatee hain usee prakaar akshar maanasapat par tairane lagate hain. unake prakaash mein aisee chamak rahatee hai jisase aankh kheench jaatee hai. vaheen aapalogon se bolata rahata hoon. usaka arth kya hai, yah main nahin jaanata.
vaanee nikalane ke saath hee saath yadi na likh lee jaay to arth nikalana athava doosara shabd baithaana kathin ho jaata hai-shabdavinyaas mein gadabadee ho jaatee hai.
|| Tora Aaye Tora Aaye ||
||Jyotish Acharya ||
Tum ho premi
ଶ୍ରୀ ଶ୍ରୀ ଠାକୁର ଭଗବାନ କି ନୁହେଁ କିଶୋରୀ ମୋହନ ସଂଦେଶ ଦ୍ୱାରା ପରୀକ୍ଷା
Taba Ratul Charan Parase By Jyotish Acharya
Tumaku Jibane Prabhu Nathile Dhari By Ksh*tish Acharya
Lathanga, Satsang Kendra, Lathanga, Odisha
*** " ଚନ୍ଦ୍ର " ସମ୍ବନ୍ଧରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ***
24 ଡ଼ିସେମ୍ବର, 1964 । ସକାଳବେଳା ଶ୍ରୀଶ୍ରୀ ଠାକୁର ନିରାଲା-ନିବେଶର ବସିଛନ୍ତି । ପୃଥିବୀର ସୃଷ୍ଟି ସମ୍ବନ୍ଧରେ କଥା ହେଉଥିଲା । ସେତେବେଳେ ଶ୍ରୀଶ୍ରୀ ଠାକୁର " ଚନ୍ଦ୍ର " ସମ୍ବନ୍ଧରେ କହିଥିଲେ । ମନେରଖିବା ଦରକାର ଯେ, ଶ୍ରୀଶ୍ରୀଠାକୁର ଯେତେବେଳେ ବିହାରର ସାଁଓତଲା ପ୍ରଗଣାର ଦେଓଘରେ ବସି ଏଇସବୁ କଥାଗୁଡ଼ିକ କହୁଥିଲେ, ସେତେବେଳେ ମଣିଷ "ଚନ୍ଦ୍ର "ରେ ପହଞ୍ଚି ନାହିଁ । ମଣିଷ "ଚନ୍ଦ୍ର "ରେ ପାଦ ରଖିଲା 1969 ମସିହାରେ ।
ଶ୍ରୀଶ୍ରୀ ଠାକୁର କହିଲେ = ମୋର ଗୋଟିଏ ପାଗଳାମି ଧାରଣା ଅଛି । ମୋ କଥା କିନ୍ତୁ ତୁମେସବୁ ଧରିବ ନାହିଁ । ମୋର ମନେ ହୁଏ -- ପୃଥିବୀର ପାଖଦେଇ ଗୋଟିଏ ତାରା ଯାଉଥିଲା । ସେଇ ତାରକାର ଆକର୍ଷଣ ଶକ୍ତି ପୃଥିବୀ ଉପରେ ପଡ଼ିଲା ଏବଂ ପୃଥିବୀର ଗୋଟିଏ ବିରାଟ ଅଂଶକୁ ଉଡ଼େଇ ନେଇଗଲା । ପୃଥିବୀର ସେଇ ଶୂନ୍ୟ ଅଂଶଟା ହେଲା " ପ୍ରଶାନ୍ତ ମହାସାଗର " । ଆଉ, ଯେଉଁ ଅଂଶଟାକୁ ଉଡ଼େଇ ନେଇଗଲା, ତାହା ହେଲା " ଚନ୍ଦ୍ର " ।
ମଣିଲାଲ ଚକ୍ରବର୍ତ୍ତୀ = ପୃଥିବୀର ମାଟି ଓ ଅନ୍ୟାନ୍ୟ କିଛି ସହିତ ଗୋଟିଏ ବିରାଟ ଅଂଶକୁ କ'ଣ ଉଡ଼େଇ ନେଇଗଲା ?
ଶ୍ରୀଶ୍ରୀ ଠାକୁର = ମାଟି ନେବ ଯେ ତା'ର ମାନେ କ'ଣ ? ସେତେବେଳେ ଯେଉଁ ଅବସ୍ଥାରେ ଯାହାଥିଲା, ତାହାହିଁ ନେଇଗଲା । ଏଠାରେ ସ୍ଥିର ହୋଇ ରହିଲା । ଏଇଟା କିନ୍ତୁ ମୋର କଥା ।
( ଟିକିଏ ରହି ) ଛୋଟବେଳେ ମୁଁ ଧ୍ୟାନ ( meditate ) କରୁଥାଏ । ଦିନେ ଦେଖିଲି -- " ଚନ୍ଦ୍ର " ମଧ୍ୟରେ ପାହାଡ଼ । ଯେତେବେଳେ ଚନ୍ଦ୍ର ମଧ୍ୟରେ ଚଲାଯାଏ, ଗୋଟିଏ ଗୋଟିଏ step ( ପଦକ୍ଷେପରେ ) ଅନେକ ଦୂର ଆଗେଇ ଯାଇହୁଏ । ଗୋଟିଏ ପାଦ ଚାଲିଲେ ... ମନେହୁଏ ଦଶପାଦ ଚାଲିଲାପରି ଜାଗା ଆଗେଇଗଲି । ଚନ୍ଦ୍ରରେ ଗର୍ତ୍ତ ବି ଅଛି । ଜନ୍ତୁ ବି ଅଛି ।
ଉପସ୍ଥିତ ଜଣେ ଜିଜ୍ଞାସୁ = ଚନ୍ଦ୍ରର ଗଛଗୁଡିକ କିପରି ?
ଶ୍ରୀଶ୍ରୀ ଠାକୁର = ଅନେକଟା ପାହାଡ଼ୀ ଗଛପରି । ତେବେ ଅନେକଟା ଲମ୍ବା ।
ପ୍ରଶ୍ନ = ଚନ୍ଦ୍ରରେ ଗଛଗୁଡ଼ିକର ରଙ୍ଗ କିପରି ?
ଶ୍ରୀଶ୍ରୀ ଠାକୁର = ଏଇ ଜାତୀୟ ହିଁ ( ପୃଥିବୀରେ ଯେମିତି) ପ୍ରାୟ । ତେବେ ରକମାରୀ ବି ଅଛି ( ବିଭିନ୍ନତା ବି ଅଛି ) .... ଏସବୁ ଗପ ଶୁଣି କିନ୍ତୁ ତୁମର ମଥା ଖରାପ କରନା ।
( ସଂଗୃହୀତ, ପୁସ୍ତକ =" ସ୍ମୃତିର ମାଳା " । ସଂକଳୟିତା= ମଣିଲାଲ ଚକ୍ରବର୍ତ୍ତୀ )
卐 ଜୟଗୁରୁ 卐
August 15
ପ୍ରିୟ ପରମ ଙ୍କ କାମ କଣ ,ପିଲାଙ୍କୁ କି ଶିକ୍ଷା ଦେବା ଉଚିତ, ଇଷ୍ଠଭୂତି କଲେ କଣ ହୁଏ ,
Click here to claim your Sponsored Listing.
Videos (show all)
Telephone
Website
Address
Lathanga
Jagatsinghpur
754140
Mala Marichipur, Balikuda
Jagatsinghpur, 754119
Jagatsinghpur, 754113
The student likes page of Shri Jagannath College, Naugaon, Jagatsinghpur is run only by students and
Jagatsinghpur
ଗା ର ସମୂହ ଅନୁଷ୍ଠାନର ସୁରକ୍ଷା ଆମ ଦାୟୀତ୍?
Odisha
Jagatsinghpur, 754110
TODAY'S TRUST ଏହା କୈାଣସି ରାଜନୈତିକ ଅନୁଷ୍ଠାନ କିମ୍ବା NGO ସଂସ୍ଥା ନୁହେଁ । ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ|
Fishing Harbour, Neheru Banglow, Paradeep
Jagatsinghpur, 754142
To service the fishermen members.
Jagatsinghpur, 754103
ମୋର ଛୋଟ ପ୍ରୟାସ ଗରିବ ଲୋକ ମାନଙ୍କର ମୁହଁ ରେ ଟିକେ ହସ ଦେବା ପାଇଁ 😁😁 ଜୟ ଜଗନ୍ନାଥ 🚩