Swami Vivekananda Pathachakra - Study Circle.

Organisation formed to create and develop physical,intellectual,social and spiritual assets of the n

1.A ideal forum of energetic youth of various region,created to discuss life,success,contribution to mankind,nation & useful words of Sri Ramkrishna,Sarada Maa & Swmiji along with current position & issues of our nation & making effort to kill all evils as soon as possible.
2.This is the brain child of Swami Vivekananda to make a weakly interaction of youth(Every Friday at 5.30pm) to aware & awake

Photos from Swami Vivekananda Pathachakra - Study Circle.'s post 17/02/2023

ହିନ୍ଦୁରାଷ୍ଟ୍ର କାହିଁକି ........???

ଏହା ହିଁ ଚିରନ୍ତନ ସତ୍ୟ ଯେ ଭାରତ ଏକ ହିନ୍ଦୁ ରାଷ୍ଟ୍ର । କିନ୍ତୁ ଷଡ଼ଯନ୍ତ୍ର ପୂର୍ବକ ଏହାକୁ ସିକୁଲାର ରାଷ୍ଟ୍ର ରୂପେ ଘୋଷଣା କରାଯାଇଥିବାରୁ ପୃଥିବୀର କୌଣସି କୋଣରେ ସନାତନୀ ହିନ୍ଦୁଟିଏ ପୀଡ଼ିତ ହେଲେ ସେଠାରେ ଥିବା ଭାରତୀୟ ଦୂତାବାସ କୌଣସି ପ୍ରକାର ପଦକ୍ଷେପ ନେବା ତ ଦୂରର କଥା ପ୍ରତିକ୍ରିୟା ଟିକେ ମଧ୍ୟ ପ୍ରକାଶ କରିପାରେ ନାହିଁ । କାରଣ ସିକୁଲାର ଦେଶ ହୋଇ ଥିବାରୁ ଏଭଳି ପରିସ୍ଥିତିରେ ପ୍ରତିକ୍ରିୟା ପ୍ରକାଶ କରିବା ସେମାନଙ୍କ ପ୍ରୋଟୋକଲ ବାହାରେ । ବାଂଲାଦେଶ ଭଳି ରାଷ୍ଟ୍ରରେ ହିନ୍ଦୁମାନଙ୍କ ହତ୍ୟା କରି, ବିତାଡ଼ିତ କରି ୩୫% ରୁ ୫% କୁ ଖସେଇ ଦିଆଗଲାଣି । ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୨୨% ରୁ ଏବେ ନିଶ୍ଚିହ୍ନ ପ୍ରାୟ । ଏସବୁ ରାଷ୍ଟ୍ରରେ ଆମର ରାଷ୍ଟ୍ରୀୟ ଦୂତାବାସ ରହିଛି ଏବଂ ସେଠାରେ ଆମ ଦେଶରୁ ଉଚ୍ଚ ଦରମାରେ ରାଷ୍ଟ୍ରଦୂତ ନିଯୁକ୍ତ । କିନ୍ତୁ ସେଠାରେ ହିନ୍ଦୁମାନଙ୍କ ଗଣହତ୍ୟା ହେଉଥିବା ବେଳେ ଏମାନେ କେବେ ମୁହଁ ଖୋଲି କହି ଥିବାର ଜଣା ନାହିଁ । ବ୍ରିଟିଶ ବ୍ୟବସ୍ଥାର ଶିକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରୁ ଆସିଥିବା ଏ ରାଷ୍ଟ୍ରଦୂତମାନେ ସନାତନୀ ହିନ୍ଦୁଙ୍କ ହତ୍ୟା ବେଳେ କୌଣସି କଷ୍ଟ ଅନୁଭବ କରନ୍ତି କି ନାହିଁ କହିବା କଷ୍ଟ ମଧ୍ୟ । କାରଣ ଚାକିରୀ କାଳ ସମାପ୍ତ ହେଲା ପରେ ବି କେହି ସେମିତି ପ୍ରତିକ୍ରିୟା ପ୍ରକାଶ କରି ଥିବାର ମନେହୁଏ ନାହିଁ । ଏଭଳି ସ୍ଥିତିରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। କାରଣ ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ୧୨୫ କୋଟିରୁ ଅଧିକ ହିନ୍ଦୁ ଧର୍ମର ଲୋକ ବସବାସ କରୁଥିବା ବେଳେ କେବଳ ଭାରତରେ ୧୦୦ କୋଟିରୁ ଉର୍ଦ୍ଧ୍ବ ହିନ୍ଦୁ ବସବାସ କରନ୍ତି ଏବଂ ଏମାନଙ୍କ ସୁଖଦୁଃଖ ହାନିଲାଭରେ ପାଟି ଖୋଲିବାକୁ କେହି ନଥାନ୍ତି । ଏଣୁ ବର୍ତ୍ତମାନ ଏହା କୌଣସି ବ୍ୟକ୍ତିଗତ ଇଚ୍ଛା ବା ଆକାଂକ୍ଷାର ପ୍ରଶ୍ନ ନୁହେଁ ବରଂ ଏକ ବୈଶ୍ବିକ ଆବଶ୍ୟକତା ହୋଇ ଯାଇଛି । ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ହିନ୍ଦୁ ଏଥିପାଇଁ ଭାରତ ଆଡ଼କୁ ବ୍ୟାକୁଳତାର ସହ ଚାହିଁ ରହିଛନ୍ତି । ଏହା ଆମ ଉପରେ ନିର୍ଭର କରେ ଯେ ଆମେ ସେମାନଙ୍କ ଏ ବ୍ୟାକୁଳତାକୁ କେତେ ବୁଝି ପାରୁଛେ ଏବଂ ସେମାନଙ୍କ ଆକାଂକ୍ଷାର କେତେ ସମ୍ମାନ କରୁଛେ ।

ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷିତ କରିବା ପାଇଁ ଆମେ ସତତ ଚେଷ୍ଟିତ ଏବଂ ଏଥିରେ ଆପଣଙ୍କ ସହଭାଗୀତା କାମନା କରୁଛୁ ।

ହିନ୍ଦୁରାଷ୍ଟ୍ର କେମିତି ହେବ ?

ପ୍ରଚଳିତ ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ କୌଣସି ରାଜନୈତିକ ଦଳର ଏହା ଘୋଷିତ ଏଜେଣ୍ଡା ହୋଇ ପାରିବ ନାହିଁ । କିନ୍ତୁ ଏକ ହିନ୍ଦୁତ୍ୱବାଦୀ ରାଷ୍ଟ୍ରୀୟ ଦଳ ଦୁଇ ତୃତୀୟାଂଶ ମତରେ କ୍ଷମତାସୀନ ରହିଲେ ଏହା ନିଶ୍ଚିତ ଭାବରେ ସମ୍ଭବ। ଏହା ସହିତ ଆମକୁ ହିନ୍ଦୁତ୍ୱର ଏକ ବାତାବରଣ ସୃଷ୍ଟି କରିବାକୁ ହେବ ଯେଉଁଠି ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିବ । ସମଗ୍ର ଦେଶରେ ଏଭଳି ପରିବେଶ ସୃଷ୍ଟି କରି ସଂସଦରେ ଜଣେ ସାଂସଦଙ୍କ ଦ୍ବାରା ଲିଖିତ ବିଧେୟକ ପ୍ରସ୍ତାବ ହେଲା ପରେ ହିନ୍ଦୁ ରାଷ୍ଟ୍ରର ମାର୍ଗ ପ୍ରଶସ୍ତ ହୋଇ ପ୍ରକ୍ରିୟାକ୍ରମେ ସମ୍ବିଧାନର ଆଇନରେ ପରିଣତ ହେବ । ସୌଭାଗ୍ୟବଶତଃ ଏଭଳି ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଚାଲିଛି । ଏଥିରେ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ଏଣୁ ଜାତି, ପନ୍ଥ ନିର୍ବିଶେଷରେ ଆମେ ସମସ୍ତେ ଏହି ଦିଗରେ ଲାଗି ପଡ଼ିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା ।

ହିନ୍ଦୁ ରାଷ୍ଟ୍ର ହେଲେ କଅଣ ହେବ ?

ଏହା ଏକ ମୌଳିକ ପ୍ରଶ୍ନ ଯେଉଁଥିପାଇଁ ଆମେ ଏତେ ଗମ୍ଭୀର ଭାବରେ କାମ କରୁଛେ । ପ୍ରଥମତଃ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ୧୨୫ କୋଟିରୁ ଅଧିକ ହିନ୍ଦୁ ଧର୍ମର ଲୋକ ନିଜ ନିଜ ପରିବାରର ସାମାଜିକ ସୁରକ୍ଷା ନେଇ ଆଶ୍ୱସ୍ତ ହେବେ। ଦ୍ବିତୀୟତଃ ବୈଦିକ ନୀତିସମ୍ପନ୍ନ ଗୁରୁକୂଳ ପଦ୍ଧତିର ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଯେଉଁଠି ସ୍ୱାମୀ ବିବେକାନନ୍ଦଙ୍କ ଭଳି ଚରିତ୍ରବାନ ଯୁବକ ଉତ୍ପନ୍ନ ହେବେ ଏବଂ ଏ ଦେଶକୁ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିବେ। ଭାରତ କୌଣସି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି ନିଜର ଉତ୍କର୍ଷ ଜ୍ଞାନ ବଳରେ ବିଶ୍ୱଗୁରୁ ବୋଲାଇବ ।

ଏହା କୌଣସି ଉଦ୍ଭଟ କଳ୍ପନା ନୁହେଁ ବରଂ ଶାଶ୍ୱତ ସତ୍ୟ ଯେ ଆମର ଉଚ୍ଚ ନୀତିଆଦର୍ଶଯୁକ୍ତ ଶିକ୍ଷା ବ୍ୟବସ୍ଥାକୁ ଧ୍ବଂସ କରି ଅନ୍ତଃସାରଶୂନ୍ୟ କେବଳ କିରାଣୀ ସୃଷ୍ଟିକାରୀ ମ୍ୟାକୁଲେ ଶିକ୍ଷା ବ୍ୟବସ୍ଥା ଏଯାବତ ପ୍ରଚଳିତ ରହିଛି ଯାହା ସମସ୍ତ ସମସ୍ୟାର ଜଡ଼ । ସିକୁଲାର ବାହାନାରେ ଆମର ବେଦ ବେଦାନ୍ତ ଉପନିଷଦ ଗୀତା ଭାଗବତର ସ୍ବର୍ଣ୍ଣିମ ଅଧ୍ୟାୟଗୁଡ଼ିକ ପାଠ୍ୟକ୍ରମରୁ ଦୂରେଇ ଦିଆଯାଇଛି ଯାହା ଏକ ରାଷ୍ଟ୍ରରେ ସୁନାଗରିକ ଗଠନ ପାଇଁ ନିହାତି ଆବଶ୍ୟକ । ତୃତୀୟତଃ ଭାରତରେ ବିବିଧତା ଭିତରେ ଏକତା ବୋଲି ବିଶ୍ୱ ଦରବାରରେ ଯେଉଁ ପ୍ରସିଦ୍ଧି ରହିଛି ତାହା କେବଳ ହିନ୍ଦୁ ରାଷ୍ଟ୍ରରେ ହିଁ ଅକ୍ଷୁର୍ଣ୍ଣ ରହି ପାରିବ । ଏହା ଆମେ ସମସ୍ତେ ଅନୁଭବ କରି ପାରୁଥିବା । ତତ୍ ସହିତ ଅନନ୍ତ କାଳ ପାଇଁ ଭାରତକୁ ସୁରକ୍ଷିତ ରଖିବା ପାଇଁ ହିନ୍ଦୁ ରାଷ୍ଟ୍ର ଘୋଷିତ ହେବା ଜରୁରୀ ।

ବିଶ୍ୱରେ ସମସ୍ତ ବିଚାରଧାରା ନିଜ ନିଜର ସମ୍ପ୍ରଦାୟକୁ ନେଇ ପରସ୍ପରକୁ ଶତ୍ରୁ ବୋଲି ବିବେଚନା କରୁଥିଲାବେଳେ ପୃଥିବୀ ପୃଷ୍ଠରେ ଏକମାତ୍ର ସନାତନୀ ହିନ୍ଦୁ ବିଚାର ବୟଂ ପୃଥିବ୍ୟା ବୋଲି ବିଚାର କରେ ଏବଂ ବସୁଧୈବ କୁଟୁମ୍ବକମ୍ , ଆତ୍ମବତ୍ ସର୍ବଭୂତେଷୁର ବିଚାର ରଖେ । ଦୌ ଶାନ୍ତି, ଅନ୍ତରୀକ୍ଷ ଶାନ୍ତି, ପୃଥିବୀ ଶାନ୍ତି ବୋଲି କେବଳ ସନାତନୀ ହିନ୍ଦୁ ହିଁ ଉଚ୍ଚାରଣ କରେ । ଏଭଳି ବୈଶ୍ବିକ ବିଚାରଧାରାର ସୁରକ୍ଷା ପାଇଁ ରାଷ୍ଟ୍ରଟିଏ ନ ଥିଲେ ଏହାର ପ୍ରଚାର ପ୍ରସାର ହେବ କେମିତି ? ଯୁଦ୍ଧ ଉନ୍ମାଦର କରାଳ ଛାୟା ତଳେ ସମଗ୍ର ବିଶ୍ୱର ଜନତା ଆଜି ଶାନ୍ତି ପାଇଁ ତୃଷାର୍ତ୍ତ । ସନାତନୀ ହିନ୍ଦୁ ବିଚାରଧାରା ହିଁ ଏକମାତ୍ର ସମାଧାନ । ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏ ବିଚାରର ପ୍ରକଟୀକରଣ ପାଇଁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଏକାନ୍ତ ଜରୁରୀ । ସମୟ ଏବେ ସୁଯୋଗ ଦେଇଛି । ଏହାକୁ ସ୍ୱୟଂ ମହାକାଳଙ୍କ ଇଚ୍ଛା ବୋଲି ମନେ କରି କାର୍ଯ୍ୟରେ ଲାଗି ପଡ଼ିବାକୁ ଅନୁରୋଧ ।

ଏହି ମହାନ୍ କାର୍ଯ୍ୟ ପାଇଁ ୨୦୨୩ ଫେବ୍ରୁଆରୀ ମାସ ୨୦ ତାରିଖରୁ ସାରା ଦେଶର ୫୦ଟି ସ୍ଥାନରେ ଏକ ବ୍ୟାପକ ଜନ ଆନ୍ଦୋଳନର ଶୁଭାରମ୍ଭ ହେବ । ଓଡ଼ିଶାରେ ମଧ୍ୟ ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଠାରେ ଦିନ ୧୦ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବା ପାଇଁ ଚୟନ କରାଯାଇଛି । ବିପୁଳ ସଂଖ୍ୟାରେ ଯୋଗ ଦେଇ ଏହି ଯୁଗାନ୍ତକାରୀ ଆନ୍ଦୋଳନକୁ ସଫଳ କରାଇବା ପାଇଁ ଅନୁରୋଧ।

!! ଜୟ ହିନ୍ଦ ।। ଜୟ ହିନ୍ଦୁତ୍ୱ ।।

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ଓଡ଼ିଶା

ସମ୍ପର୍କ : 📞 7978716879,

7978597155,

77351 50761

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Telephone

Website

Address

Bhubaneswar
751007

Opening Hours

6pm - 7pm

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

All Odisha Anganwadi Karmi O Sahayika Samukhya All Odisha Anganwadi Karmi O Sahayika Samukhya
Bhubaneswar

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

BDA Colony Durga Puja Committee BDA Colony Durga Puja Committee
BDA Colony
Bhubaneswar

To Watch the Live Telecast of BDA Colony Durga Puja-2023, please Like and Follow this official page.

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

Kalinga book fair Kalinga book fair
Exhibition Ground
Bhubaneswar

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

BHIM ARMY Odisha BHIM ARMY Odisha
Bhubaneswar

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

Aliva Foundation Aliva Foundation
Bhubaneswar

Life is not a matter of milestone but of moments