Kalinga book fair

Kalinga book fair

Nearby non profit organizations

Mother
Mother
Unit-3

Contact information, map and directions, contact form, opening hours, services, ratings, photos, videos and announcements from Kalinga book fair, Community Organization, exhibition ground, Bhubaneswar.

We are making the best effort to provide the ultimate platform for the Book Lovers, Book Sellers, and the Academic Institutions to interact and build the relationship at par.

15/04/2024

-ANIକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର
-୨୦୨୪ ନିର୍ବାଚନ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରଖିଲେ ମତ
-ମୋ ସରକାର ୨୦୪୭ ମିଶନରେ କାର୍ଯ୍ୟ କରୁଛି
-ବର୍ଷ ୨୦୪୭ ଭାରତ ପାଇଁ ମାଇଲଷ୍ଟୋନ ହେବାକୁ ଯାଉଛି

15/04/2024

ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନର ଜ୍ୟୋତି ପାଣିଗ୍ରାହୀ | ନିକଟରୁ BJDରୁ ଇସ୍ତଫା ଦେଇଥିଲେ ଜ୍ୟୋତି | ଜ୍ୟୋତିଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ବି BJPରେ ସାମିଲ | ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସାମିଲ |

25/03/2024

🙏ଜନ୍ମ ଦିନରେ ଆନ୍ତରିକ ଶ୍ରଦ୍ଧାଞ୍ଜଳୀ 🙏

Photos from Kalinga book fair's post 15/03/2024

କଳିଙ୍ଗ ପୁସ୍ତକ ମେଳା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ । କବିତା ପାଠ ସହ କୁଇଜ୍ ଏବଂ ହାଲକା ଟିଫିନ୍, ଓ ଚା
Kalinga book fair Renuka Mishra

28/01/2024

-ଭୁବନେଶ୍ବରରେ BJPର ବୁଥ୍‌ ଜନ ସମ୍ପର୍କ ଅଭିଯାନ
-୫୯ ନମ୍ବର ବୁଥରେ ସାଧାରଣ ଲୋକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କଲେ
-ଦଳୀୟ ଷ୍ଟିକର ମାରି BJPକୁ ଭୋଟ ଦେବାକୁ ନିବେଦନ କରିଛନ୍ତି

20/01/2024

ଜୀବନ ଏମିତି ପ୍ରଶ୍ନଟେ ତାର ଉତ୍ତର ନାହିଁ
ମରଣ ଏମିତି ଉତ୍ତର ପ୍ରଶ୍ନ କରେନି କେହି ||

ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଘଟଣ ; ଶ୍ରମିକଙ୍କୁ ଚାପିଦେଲା ଟ୍ରକ, ୪ ଜଣଙ୍କ ମୃତ୍ୟୁ | - TIMES OF ODISHA 18/01/2024

ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଘଟଣ ; ଶ୍ରମିକଙ୍କୁ ଚାପିଦେଲା ଟ୍ରକ, ୪ ଜଣଙ୍କ ମୃତ୍ୟୁ |

ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଘଟଣ ; ଶ୍ରମିକଙ୍କୁ ଚାପିଦେଲା ଟ୍ରକ, ୪ ଜଣଙ୍କ ମୃତ୍ୟୁ | - TIMES OF ODISHA ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଘଟଣ ; ଶ୍ରମିକଙ୍କୁ ଚାପିଦେଲା ଟ୍ରକ, ୪ ଜଣଙ୍କ ମୃତ୍ୟୁ | ନଳକୂପ ଖନନ ବେଳେ ଶ୍ରମିକଙ୍କୁ ଚ...

14/01/2024

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ, କହିଲେ ବାଲେଶ୍ୱରରେ ଅଛନ୍ତି ପ୍ରତାପ ଷଡଙ୍ଗୀ।

14/01/2024

ପରିବର୍ତ୍ତନ ହେବ ବାଲେଶ୍ବର ଷ୍ଟେସନ ନାମ https://timesofodisha.com/balasore-station-name-to-be-changed/

12/01/2024

ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ; ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ମନ୍ମଥ ରାଉତରାୟ |

10/01/2024

ପଟ୍ଟାମୁଣ୍ଡାଇ: ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା; ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା, ୩ ଦିନ ଯାଏଁ ଚାଲିବ କୁମ୍ଭୀର ଗଣନା, ୨୨ଟି ଟିମ୍ ସାମିଲ୍‌ |

23/12/2023

ଭାରତ ବିରୋଧରେ କାର୍ଯ୍ୟ ପାଇଁ ହୱାଲା ଜରିଆରେ ବିଦେଶରୁ ଅର୍ଥ ଆଣୁଥିଲା ପିଏଫଆଇ, ଇଡିର ଚାଞ୍ଚଲ୍ୟକର ଖୁଲାସା https://timesofodisha.com/ed-report-on-pfi/

02/12/2023

୧୧ ଓଏଏସ୍ ଅଫିସରଙ୍କ ବଦଳି

୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ।

ସରୋଜ କୁମାର ମିଶ୍ରଙ୍କୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି ।

ସେହିପରି ସୁରଜ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଅତିରିକ୍ତ ଉପଜିଳ୍ଲାପାଳ,

ଅଶୋକ କୁମାର ଦାସଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ,

ସୁଜାତା ପାତ୍ରଙ୍କୁ କଟକ ଅତିରିକ୍ତ ଉପଜିଲ୍ଲାପାଳ,

ମନୋରମା ଜାଲିଙ୍କୁ ଯାଜପୁର ଅତିରିକ୍ତ ଉପଜିଲ୍ଲାପାଳ,

ପୁନମ ବିନିତା ବାଗେଙ୍କୁ କେନ୍ଦୁଝର ଅତିରିକ୍ତ ଉପଜିଲ୍ଲାପାଳ,

କିଶୋର କୁମାର ପଣ୍ଡାଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ,

ଗୌରବମୟ ପ୍ରଧାନଙ୍କୁ ବ୍ରହ୍ମପୁର ଅତିରିକ୍ତ ଉପଜିଳ୍ଲାପାଳ,

ନିତିଶ ତ୍ରିପାଠୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ,

ପ୍ରକାଶ କୁମାର ଦାସଙ୍କୁ ପଂଚପୀର ଅତିରିକ୍ତ ଉପଜିଲ୍ଲାପାଳ

ଏବଂ ବିଶ୍ୱରଞ୍ଜନ କରଙ୍କୁ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି।

02/12/2023

ବିଜେପିର ଆୟ 2020-21ରେ 4990.19 କୋଟି ଟଙ୍କା ଥିବାବେଳେ, 2021-22 ଆର୍ଥିକ ବର୍ଷରେ ଆୟ 6046.81 କୋଟି ଟଙ୍କା ହୋଇଥିଲା। ଅର୍ଥାତ୍ ବର୍ଷକରେ ବିଜେପି ଆୟରେ ମାତ୍ର 21.17% ବୃଦ୍ଧି ପାଇଥିଲା। କଂଗ୍ରେସର ଆୟ 2020-21ରେ 691.11 କୋଟି ଥିବାବେଳେ 2021-22ରେ 805.68 କୋଟି ହୋଇଥିଲା ଯାହାକି ମାତ୍ର 16.58% ଅଧିକ।

02/12/2023

ବିଜେଡି ଦେଶର ତୃତୀୟ ଧନୀ ଦଳ

-ଦେଶର ପ୍ରମୁଖ ୪୪ଟି ଆଂଚଳିକ ରାଜନୀତିକ ଦଳ ଭିତରେ ତୃତୀୟ ଧନୀ ଦଳ

-ବିଜେଡିର ସମ୍ପତ୍ତି ବର୍ଷକ ମଧ୍ୟରେ ପ୍ରାୟ ୧୪୩.୯୨ ପ୍ରତିଶତ(୨୮୦କୋଟି ଟଙ୍କା) ବୃଦ୍ଧି ପାଇଛି ।

-୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୪୪ଟି ଆଂଚଳିକ ଦଳର ମୋଟ ସମ୍ପତ୍ତି ୨୨୪୯.୨୫କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୩୦୦୦.୬୨କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

-ସମାଜବାଦୀ ପାର୍ଟି ସବୁଠୁ ଧନୀ ଆଂଚଳିକ ଦଳ ଭାବେ ୫୬୧.୪୬କୋଟି ଟଙ୍କାର ମାଲିକ ।

-ସେହିପରି ତେଲେଙ୍ଗାନାର ବିଆରଏସ୍‌ର ମୋଟ ସମ୍ପତ୍ତି ୫୧୨.୨୪କୋଟି ଟଙ୍କା ସହ ଦ୍ୱିତୀୟ ଧନୀ ଦଳ ।

-ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି ।

02/12/2023

ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସମାରୋହ ପାଇଁ ସାରାଦେଶରୁ ପ୍ରାୟ ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ନିମନ୍ତ୍ରଣପତ୍ର ପ୍ରସ୍ତୁତ ହୋଇଯାଇଛି । ଏହି ନିମନ୍ତ୍ରଣ ପତ୍ରର ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

02/12/2023

-ବାତ୍ୟା `ମିଚାଉଁ' ପାଇଁ ୫୪ ଟ୍ରେନ୍ ବାତିଲ୍
-ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍ ବାତିଲ୍
-ପୂର୍ବତଟ ରେଲଓ୍ବେ ପକ୍ଷରୁ ଦିଆଗଲା ସୂଚନା

02/12/2023

-ଶ୍ରାବଣୀ ନନ୍ଦଙ୍କୁ ୯ଲକ୍ଷ ୪୦ ହଜାର ଅର୍ଥ ରାଶି
-କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କରାଗଲା ସମ୍ମାନିତ
-ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା
-ଜାତୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଥିଲେ ଶ୍ରାବଣୀ
-୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଶ୍ରାବଣୀ ନନ୍ଦ

02/12/2023

-ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
-୭.୫ ତୀବ୍ରତାରେ ଥରିଲା ମିନ୍ଦାନଓ ସହର
-କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ
-ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି

02/12/2023

ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଏହା ପ୍ରଭାବରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପବନ ବହିବ ଓ ପ୍ରବଳ ବର୍ଷା ହେବ। ଡିସେମ୍ବର ୫ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

ଏହା ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୪ ତାରିଖ ପୂର୍ବାହ୍ନ ସୁଦ୍ଧା ଗଭୀର ଅବପାତ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିଯାଇଥିବ। ତା’ପରେ ଏହା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ରୂପ ନେଇ ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ପବନ ଝଟକା ସହିତ ଆସିବ। ଡିସେମ୍ବର ୫ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବ।

ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍‌ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି, ଡିସେମ୍ବର ୫ ତାରିଖରେ ମଧ୍ୟ ଉପରୋକ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

25/11/2023

ଓଡ଼ିଆ ସାହିତ୍ୟର 10 ଗୋଟି ବିଭାଗରେ ଶ୍ରେଷ୍ଠ ବିବେଚିତ 13 ଗୋଟି ପୁସ୍ତକର ଲେଖକ ହେଲେ ସମ୍ମାନିତ
----------------------------------------------------------------------------------------------------------------------------
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଏକ ମନୋଜ୍ଞ ସାରସ୍ୱତ ପରିବେଶରେ 26 ତମ କଳିଙ୍ଗ ପୁସ୍ତକ ମେଳା 2023ର ସାହିତ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି | ପ୍ରଦର୍ଶନୀ ପଡିଆ ଠାରେ ଚାଲିଥିବା କଳିଙ୍ଗ ପୁସ୍ତକ ମେଳାର ମୁଖ୍ୟ ମଞ୍ଚରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ସଂକଳକ ଓ ଅଧ୍ୟାପକ ଡ଼ ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ |

ଆଜିର ସମାରୋହରେ ଓଡ଼ିଆ ସାହିତ୍ୟର 10 ଗୋଟି ବିଭାଗରେ ଶ୍ରେଷ୍ଠ ବିବେଚିତ 13 ଗୋଟି ଚୟନ କରାଯାଇଥିବା ପୁସ୍ତକର ଲେଖକଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ 'ପୁର୍ନେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସାରସ୍ୱତ ସମ୍ମାନ'ରେ ସମ୍ମାନିତ କରାଯାଇଥିଲା | ତା ସହ ପୁସ୍ତକ ମେଳାର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଗୀତା ହୋତାଙ୍କ ସ୍ମୃତିରେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ଶୈଳରାଣୀ ମିଶ୍ରଙ୍କୁ ' ଗୀତା ହୋତା ସ୍ମୃତି ସ୍ମାରକୀ ସମ୍ମାନ ' ରେ ସମ୍ମାନିତ କରାଯାଇଥିଲା | ମଞ୍ଚାସିନ ଅତିଥିଙ୍କ କରକମଳରେ କଳିଙ୍ଗ ପୁସ୍ତକ ମେଳାର ବାର୍ଷିକ ମୁଖପତ୍ର ' ହର୍ଷିତା' ଉନ୍ମୋଚିତ ହୋଇଥିଲା |

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଅବିଭାଷଣରେ କହିଥିଲେ କି, ସମାଜର ହିତ ପାଇଁ ଆବଶ୍ୟକ ହେଲେ ସାହିତ୍ୟ ସବୁ କ୍ଷେତ୍ରରେ ପ୍ରବେଶ କରି ପାରିବ । ସାହିତ୍ୟ ସର୍ଜନା ବେଳେ ଲେଖକଟିଏ ମନର କଥା ଭାବରେ ଭିଜେଇ ଶବ୍ଦରେ ସଜେଇ ପାଠକ ନିକଟରେ ପହଞ୍ଚାଇ ଥାଏ । ସମାଜର ଉତ୍ଥାନ ପାଇଁ, ସାମାଜିକ ବ୍ୟାଧିର ଦୂରୀକରଣ ପାଇଁ ସାହିତ୍ୟିକ ମାନଙ୍କ ଅବଦାନ ସବୁବେଳେ ରହିଛି ଆଉ ରହିବ । ଆଦିକବି ଶାରଳା ଦାସଙ୍କ ଠାରୁ ଆରମ୍ଭ କରି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲେଖନୀ ଚାଳନା ଧାରାର ଉଦାହରଣ ଦେଇ ଏହି କ୍ରମକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ |

ପାଇକ ବିଦ୍ରୋହର ଜନ ଜାଗରଣର ସୂତ୍ରପାତ ଲେଖନୀ ମାଧ୍ୟମରେ ଚରମ ସେପାନରେ ପହଞ୍ଚି ଥିଲା | ସେହି ଭଳି ଆଜିର ଲେଖକ ମାନଙ୍କୁ ଅସହାୟଙ୍କ ପାଇଁ କଲମ ଉଠାଇବାକୁ ଆହ୍ୱାନ କରିଥିଲେ ମାନ୍ୟବର ରାଜ୍ୟପାଳ।

ମୁଖ୍ୟ ବକ୍ତା ଡ଼ ବିଜୟାନନ୍ଦ ସିଂହ ତାଙ୍କର ଅଭିଭାଷଣରେ କହିଥିଲେ କି, ସାହିତ୍ୟ ସାଧନା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଯୋଦ୍ଧା । ସାମାଜିକ ଯୁଦ୍ଧରେ ଲେଖନୀର ଅସ୍ତ୍ର ଧରି ପରିବର୍ତ୍ତନ ର ସଂଗ୍ରାମ ଜାରି ରଖିବା ଉଚିତ୍।

ସୂଚନାଯୋଗ୍ୟ କଳିଙ୍ଗ ପୁସ୍ତକ ମେଳା କମିଟି ପକ୍ଷରୁ 26 ବର୍ଷ ଧରି ଏହାର ପ୍ରତିଷ୍ଠାତା ପୁର୍ନେନ୍ଦୁ ମିଶ୍ରଙ୍କ ସ୍ମୃତିରେ ଏହି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଆସୁଛି |
କଳିଙ୍ଗ ପୁସ୍ତକ ମେଳାର ପ୍ରତିଷ୍ଠାତା ପୁର୍ନେନ୍ଦୁ ମିଶ୍ର ଖାଲି ଜଣେ ଲେଖକ ନଥିଲେ ସାହିତ୍ୟ ସହ ଜଡିତ ବ୍ୟକ୍ତି ଓ ଅନୁଷ୍ଠାନର ଜଣେ ଦୃଢ଼ ପୃଷ୍ଠପୋଷକ ମଧ୍ୟ ଥିଲେ | ତାଙ୍କ ଅବର୍ତ୍ତମାନରେ ତାଙ୍କରି ସ୍ମୃତିରେ ଦିଆଯାଉଥିବା ଏହି ସମ୍ମାନ ଓଡ଼ିଆ ସାହିତ୍ୟ ଜଗତର ଛୋଟିଆ ପ୍ରେରଣା ବୋଲି ଆମେ ମନେକରୁ ବୋଲି ଏହାର ସମ୍ପାଦିକା ରେଣୁକା ମିଶ୍ର କହିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |
ଆରମ୍ଭରେ ସମ୍ପାଦିକା ରେଣୁକା ମିଶ୍ର ଆନୁଷ୍ଠାନିକ ସ୍ୱାଗତ ଭାଷଣ ଦେଇଥିଲେ | ଡ଼ ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Photos from Kalinga book fair's post 24/11/2023

ଅଷ୍ଟମ ସନ୍ଧ୍ୟା

Photos from Kalinga book fair's post 24/11/2023

ସପ୍ତମ ଦିନର କଭରେଜ

23/11/2023

କଳିଙ୍ଗ ପୁସ୍ତକ ମେଳା ତରଫରୁ ମାନ୍ୟବର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମହୋଦୟଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରିବାକୁ ଯିବା ଅବସରରେ ଆମ କମିଟି ସଦସ୍ୟ କାନନ ଅପା ଙ୍କ ପୁସ୍ତକ ପ୍ରଦାନ

Photos from Kalinga book fair's post 22/11/2023

୨୬ତମ କଳିଙ୍ଗ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟା

Photos from Kalinga book fair's post 22/11/2023

ପଞ୍ଚମ ସନ୍ଧ୍ୟାର କଭରେଜ

21/11/2023

Musical nights

Photos from Kalinga book fair's post 20/11/2023

୨୬ତମ କଳିଙ୍ଗ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା

Photos from Kalinga book fair's post 19/11/2023

କଳିଙ୍ଗ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

ଆଜି ଥିଲା କଳିଙ୍ଗ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା | ବିଶ୍ୱକପ ଫାଇନାଲ ମ୍ୟାଚ ସତ୍ୱେ ମଧ୍ୟ ବହି ଷ୍ଟଲ ଗୁଡିକରେ ବେଶ ଭିଡ଼ ପରିଲିକ୍ଷିତ ହୋଇଥିଲା | ବିଶେଷ କରି ଧର୍ମ ଓ ଆଧ୍ୟାତ୍ମିକ ପୁସ୍ତକ ଷ୍ଟଲ ନିକଟରେ ବରିଷ୍ଠ ନାଗରିକ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା | ସନାତନ ସାହିତ୍ୟ ଟୁଙ୍ଗୀ, ଅହମଦିଅ ମୁସଲିମ, ପ୍ରଭୃତି ଷ୍ଟଲ ପାଠକ ଓ ଦର୍ଶକ ମାନଙ୍କ ଆକର୍ଷଣ ଥିଲା |

ମେଳା ପରିସର ମଞ୍ଚରେ ଅପରାହ୍ନରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ | ସନ୍ଧ୍ୟାରେ ମୁଖ୍ୟ ମଞ୍ଚରେ ବ୍ୟଙ୍ଗ କବି ସମ୍ମିଳନୀ ଆୟୋଜିତ ହୋଇଥିଲା | ଏଥିରେ ସାରା ରାଜ୍ୟରୁ ନାମକରା ବ୍ୟଙ୍ଗ ସାହିତ୍ୟିକ ମାନେ ଯୋଗଦେଇଥିଲେ ଯାହାଙ୍କ ବ୍ୟଙ୍ଗ ରଚନା ଓ ଉପସ୍ଥାପନାକୁ ଦର୍ଶକ ମାନେ ଖୁବ ଉପଭୋଗ କରିଥିଲେ |

Want your organization to be the top-listed Non Profit Organization in Bhubaneswar?
Click here to claim your Sponsored Listing.

Videos (show all)

Musical nights
Silver jubilee celebration of Kalinga book fair
ବହୁ ପ୍ରତିକ୍ଷିତ ମୁହୂର୍ତ୍ତ ! ୨୫ତମ କଳିଙ୍ଗ ପୁସ୍ତକ ମେଳାର ସାରସ୍ୱତ ସମ୍ମାନ-୨୦୨୨ ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ସମ୍ମାନିତ ହେଲେ ୧୨ ...
🙏ଜୟ ଜଗନ୍ନାଥ 🙏୨୫ ତମ କଳିଙ୍ଗ ପୁସ୍ତକ ମେଳା ୨୦୨୨ନିର୍ମାଣ କାର୍ଯ୍ୟ ଶୁଭାରମ୍ଭପ୍ରଦର୍ଶନୀ ପଡ଼ିଆ
25ତମ କଳିଙ୍ଗ ପୁସ୍ତକ ମେଳା ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ସମ୍ପାଦିକା ରେଣୁକା ମିଶ୍ର #kalingabookfair
Kalinga book fair Award ceremony going on
'Mu Malala' by Renuka Mishra

Telephone

Address


Exhibition Ground
Bhubaneswar

Other Community Organizations in Bhubaneswar (show all)
House Gryffindor House Gryffindor
Silicon Institute Of Technology
Bhubaneswar, 751024

Socio-technical event!

All Odisha Anganwadi Karmi O Sahayika Samukhya All Odisha Anganwadi Karmi O Sahayika Samukhya
Bhubaneswar

All Odisha Anganwadi Karmi O Sahayika Samukhya Affiliated By Biju sramik samukhya

AITUC Odisha AITUC Odisha
Bhubaneswar, 751022

One Point Buy Charitable Foundation One Point Buy Charitable Foundation
Digital It Web, 932, 9th Floor, DLF Cybercity, Chandaka Industrial Estate, Patia, Odisha India
Bhubaneswar, 751024

Non Governmental Organization

Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା Aryasamaj Odisha, ଆର୍ଯ୍ୟସମାଜ ଓଡ଼ିଶା
Odisha
Bhubaneswar

Official facebook Page of Aryasamaj Odisha. ଫେରି ଯିବା ବେଦ ପଥକୁ

BDA Colony Durga Puja Committee BDA Colony Durga Puja Committee
BDA Colony
Bhubaneswar

To Watch the Live Telecast of BDA Colony Durga Puja-2023, please Like and Follow this official page.

M.B.Youth Club, Patharagadia M.B.Youth Club, Patharagadia
Patharagadia
Bhubaneswar

Football for all...

BHIM ARMY Odisha BHIM ARMY Odisha
Bhubaneswar

ପ୍ରତ୍ୟେକ ସାଥି 20ଜଣ ଆମ୍ବେଦକରବାଦୀ ଙ୍କୁ ଯୋଡନ୍ତୁ l jay bhim

AOGBO - Association of Odisha Gramya Bank Officers' AOGBO - Association of Odisha Gramya Bank Officers'
Gandamunda
Bhubaneswar, 751030

AOGBO is the largest officers' organisation of Odisha Gramya Bank. It is the officers wing of AIRRBEA

Maa Barabhuja mahilla ALF Maa Barabhuja mahilla ALF
Ward No-63 Jagamara Khandagiri
Bhubaneswar